ଉପକୂଳ ଓଡିଶା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ବାପା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର:ହତ୍ୟା ଅଭିଯୋଗ ଆଣିଲେ ବାପା

କଳିଙ୍ଗନଗର,୩୧ା୧୨(ଡି.ଏନ୍‌.ଏ.)- ଯଖପୁରା ଥାନା ଅନ୍ତର୍ଗତ ମାଣତିରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଯଖପୁରା ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ହେଲେ ସୂର୍ଯ୍ୟକାନ୍ତି ଓଝା(୨୭)। ପୋଲିସ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଘଟଣାରୁ ପ୍ରକାଶ ଯେ, ଢେଙ୍କନାଳ ଜିଲା ସାରିଆପଦା ଗ୍ରାମର ନିରୋଦ ମହାରଣାଙ୍କ ଝିଅ ସୂର୍ଯ୍ୟକାନ୍ତିଙ୍କୁ ୨୦୧୩ରେ ନିହାଲପ୍ରସାଦ ଥାନା କାଲୁଣି ଘୋଡା ଅଞ୍ଚଳର ଦିଲୀପ ଓଝା ବିବାହ କରିଥିଲେ ା ଦୁହେଁ ଦୀର୍ଘଦିନ ଧରି ଯଖପୁରା ଥାନା ମାଣତିରା ଗାଁରେ ଏକ ଭଡା ଘରେ ରହିଆସୁଥିଲେ ା ଦିଲୀପ ମେସ୍କୋ ଷ୍ଟିଲ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି ା ଶନିବାର ରାତିରେ ସେ କାମରୁ ଫେରିବା ବେଳେ ସ୍ତ୍ରୀ ସିଢି ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିଲେ। ତୁରନ୍ତ ଘଟଣା ସମ୍ପର୍କରେ ଯଖପୁରା ଥାନାକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ା ପରେ ନିରୋଦ ଯଖପୁରା ଥାନାରେ ପହଞ୍ଚି ଯୌତୁକ ପାଇଁ ଝିଅକୁ ମାରିଦେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (୧୦୩/୧୮) ରୁଜୁ କରି ଦିଲୀପଙ୍କୁ ଅଟକ ରଖିଛି।

All Right Reserved By

ଉପକୂଳ ଓଡିଶା

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଥାଏ। 

ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ନାହାନ୍ତି ସୁରକ୍ଷା କର୍ମୀ, ସିିସି କ୍ୟାମେରା ଅଚଳ

ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ନାହାନ୍ତି ସୁରକ୍ଷା କର୍ମୀ, ସିିସି କ୍ୟାମେରା ଅଚଳ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ କାଜ ନିକଟ ନୂଆ ଜଗନ୍ନାଥ ଜାତୀୟ ରାଜପଥ ପାର୍ଶ୍ୱ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡ଼ିଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଅସାବଧାନତା ଯୋଗୁ ଗରମ ତେଲ ପଡ଼ି ଯୁବକ ଗୁରୁତର

ଅସାବଧାନତା ଯୋଗୁ ଗରମ ତେଲ ପଡ଼ି ଯୁବକ ଗୁରୁତର

ନୂଆଗାଁ, ୨୪।୪(ଡି.ଏନ୍‌.ଏ): ନୟାଗଡ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଗ୍ରାମର ଜଣେ ଯୁବକଙ୍କ ଉପରେ ବୁଧବାର ଗରମ ତେଲ ପଡିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ବାହାଡ଼ାଝୋଲାସ୍ଥିତ ବାସୁ ହୋଟେଲର ମାଲିକ ବବୁଲ ସାହୁ(୨୬)। 

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ। 

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ:  ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ: ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| 

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ(ଖୋର୍ଦ୍ଧା),୨୪ା୪(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକସ୍ଥିତ ୧୪୨ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ମତଦାନ  ଶେଷହୋଇଛି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri