ରାଜ୍ୟ | ଉପକୂଳ ଓଡିଶା

ବିକ୍ରି ହୋଇପାରୁନି : ମଣ୍ଡିରେ ପଡି ରହିଛି ଧାନ, ଚାଷୀ ହତାଶ

ବିକ୍ରି ହୋଇପାରୁନି : ମଣ୍ଡିରେ ପଡି ରହିଛି ଧାନ, ଚାଷୀ ହତାଶ

ରଣପୁର,୩୦ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ବ୍ଲକ, ଜିଲା ଓ ପଞ୍ଚାୟତସ୍ତରରେ ଧାନ ମଣ୍ଡି ଖୋଲି ଚାଷୀଙ୍କ ଧାନ ବିକିବା ପାଇଁ ବ୍ୟବସ୍ଥା କରୁଥିବା ଘୋଷଣା କରିଛନ୍ତି। ତେବେ ଚାଷୀମାନେ ଏହାର କେତେଦୂର ସୁଫଳ ପାଇପାରୁଛନ୍ତି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଚାନ୍ଦପୁର ସୋସାଇଟ୍‌ ଅଧୀନ ମଣ୍ଡିରେ ୭୦୦ କୁଇଣ୍ଟାଲ୍‌ ଧାନ ବିକିବା ପାଇଁ ଶନିବାର ସକାଳ ୯ଟାରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଆସିଥିଲେ। ଅପରାହ୍ନ ୧୨ଟାରେ ଧାନ କିଣିବାକୁ ସୁନାଖଳା ଅଞ୍ଚଳର ମିଲର୍‌ ଆସି ମଣ୍ଡିରେ ପହଞ୍ଚତ୍ଥିଲେ ା ମାତ୍ର ଧାନର ମାନ ଠିକ୍‌ ନ ଥିବା କହି ମିଲର୍‌ କୁଇଣ୍ଟାଲ ପିଛା ୭ରୁ ୮ କେଜି ଧାନ କାଟିବାକୁ କହିଥିଲେ ା ମାତ୍ର ଚାଷୀମାନେ କୁଇଣ୍ଟାଲ ପିଛା ମାତ୍ର ୨କେଜି ଧାନର ମୂଲ୍ୟ କାଟିବାକୁ କହିଥିଲେ ମଧ୍ୟ ମିଲର୍‌ ଏଥିରେ ରାଜି ହୋଇ ନ ଥିଲେ ା ଏ ଘଟଣା ନେଇ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବାରୁ ମିଲର୍‌ ସେଠାରୁ ଚାଲିଯାଇଥିଲେ। ତେଣୁ ୨ଦିନ ହେଲା ଶୀତ କାକରରେ ଚାଷୀମାନେ ହତାଶ ହୋଇ ମଣ୍ଡିରେ ଧାନକୁ ଜଗି ରହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନବ ନିର୍ମାଣ କୃଷକ ସଂଘର ବ୍ଲକ ସଂଯୋଜକ ପ୍ରଦୀପ୍ତ କୁମାର ବେହେରା ଅଭିଯୋଗ କରିଛନ୍ତି। ଧାନର ଉପଯୁକ୍ତ ସହାୟକ ମୂଲ୍ୟ ବଦଳରେ ଏଠାରେ ମିଲର, ସୋସାଇଟ୍‌ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ହୋଇ କମ୍‌ ମୂଲ୍ୟରେ କିଣିବା ନେଇ ଚକ୍ରାନ୍ତ ଚାଲିଥିବା କୁହାଯାଇଛି। ଏନେଇ ଚାନ୍ଦପୁର ଖୋର୍ଦ୍ଧା କୋପରେଟିଭ ସୋସାଇଟ୍‌ର ସମ୍ପାଦକ ମଧୁସୂଦନ ପ୍ରଧାନ କହିଛନ୍ତି, ମିଲର୍‌ କୁଇଣ୍ଟାଲ ପିଛା ଧାନ କାଟିବାକୁ କହିବାରୁ ଚାଷୀମାନେ ରାଜି ହୋଇ ନ ଥିଲେ। ତେଣୁ ସୁନାଖଳା ମିଲର୍‌ ଧାନ ନ ନେଇ ମଣ୍ଡିରୁ ପଳାଇଗଲେ ା ଫଳରେ ଚାଷୀମାନେ ମଣ୍ଡି ଆଗରେ ଧାନ ରଖି ବସି ରହିଛନ୍ତି ା 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।