ଉପକୂଳ ଓଡିଶା

ସୁନା ଦୋକାନରୁ ଲୁଟ୍‌ ଘଟଣା : ୩ ଗିରଫ, ଅଳଙ୍କାର ଜବତ

ସୁନା ଦୋକାନରୁ ଲୁଟ୍‌ ଘଟଣା : ୩ ଗିରଫ, ଅଳଙ୍କାର ଜବତ

ରଣପୁର,୩୦ା୧୨(ସ୍ବ.ପ୍ର.)-ସୁନା ଦୋକାନୀ ରଞ୍ଜିତ ସାହୁଙ୍କୁ ବନ୍ଧୁକ ଦେଖାଇ ବୋମା ପକାଇ ଗତ ୨୩ ତାରିଖରେ ଅଳଙ୍କାର ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଡକାୟତମାନେ ଆନୁମାନିକ ୨୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ବିଶେଷ ତଥ୍ୟ ଶନିବାର ରଣପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ନୟାଗଡ ଏସ୍‌ପି ଏକ ଟିମ୍‌ ଗଠନ କରି ଡକାୟତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ତେବେ ଶୁକ୍ରବାର ଓଡଗଁା ଅଞ୍ଚଳର ଏକ ସୁନା ଦୋକାନୀଠାରୁ ଲୁଟ୍‌ ନେଇ ଡକାୟତମାନେ ଯୋଜନା କରୁଥିବା ଖବର ପାଇ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା, ସବ୍‌ଇନ୍ସପେକ୍ଟର ଦେବାଶିଷ ପଣ୍ଡା ଚଢ଼ାଉ କରିଥିଲେ ା ସେଠାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗରର ପ୍ରଶାନ୍ତ କୁମାର ସାହୁ(୨୪), ଡଙ୍ଗରି ଗ୍ରାମର କୃଷ୍ଣ ପ୍ରଧାନ(୨୩), ଭଞ୍ଜନଗର ବାହାଡାପଦର ଗ୍ରାମର ରଞ୍ଜନ ବିଶୋଇ(୨୩)ଙ୍କୁ ଗିରଫ କରି ଥାନାରେ ପଚରାଉଚରା କରିବାରୁ ଅଳଙ୍କାର ଦୋକାନୀଙ୍କଠାରୁ ଲୁଟ୍‌ କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ। ଏହାପରେ ରଣପୁର ପୋଲିସ ଓଡଗଁାରେ ପହଞ୍ଚତ୍ ୩ ଅଭିଯୁକ୍ତଙ୍କୁ ରଣପୁର ଥାନାକୁ ଆଣିଥିଲା ା ଏହି ଘଟଣାରେ ଜଣେ ଯୁବତୀଙ୍କ ସମେତ ୮ ଜଣ ସାମିଲ ଥିବା ଜଣାପଡ଼ିଥିଲା। ଲୁଟ୍‌ ଅଳଙ୍କାର ବ୍ୟାଗ୍‌କୁ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବେଗୁନିଆ ଅଞ୍ଚଳରେ ରଖିଥିବା ଅଭିଯୁକ୍ତମାନେ କହିଥିଲେ ା ସେଠାରେ ପୋଲିସ ଚଢ଼ାଉ କରି ଏକ ବ୍ୟାଗ୍‌ରୁ  ୩୭୭ଗ୍ରାମ୍‌ ସୁନା, ୬କେଜି ୮୦୦ଗ୍ରାମ୍‌ ରୁପା ଅଳଙ୍କାରକୁ ଜବତ କରିଥିଲା ା ଏନେଇ ନୟାଗଡ ଏସ୍‌ପି ଶଶୀଭୂଷଣ ଶତପଥୀ ରଣପୁର ଥାନାରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ା ଗ୍ୟାଙ୍ଗ୍‌ରେ ମୁଖ୍ୟ ଖଳନାୟିକା ସାଜିଥିବା ଯୁବତୀ ଜଣକ ଏବେ ଫେରାର୍‌ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଅଭିଯୁକ୍ତଙ୍କୁ ରଣପୁର କୋର୍ଟଚାଲାଣ କରାଯାଇଛି। ସେଠାରେ  ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଣପୁର ଉପକାରାଗାରକୁ ପଠାଇ ଦିଆଯାଇଛି ା ତେବେ ଫେରାର୍‌ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି ା ଖବରଦାତା ସମ୍ମିଳନୀରେ ଶରଣକୁୁଳ ଏସ୍‌ଡିପିଓ ନାରାୟଣ ଚନ୍ଦ୍ର ବାରିକ, ରଣପୁର ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ଚାନ୍ଦପୁର ଥାନା ଅଧିକାରୀ ଚକ୍ରପତି କଅଁର, ରଣପୁର ସବ୍‌ଇନ୍‌ସିପେକ୍ଟର୍‌ ଏସ୍‌ଏସ୍‌ ହରୋ ପ୍ରମୁଖ ଯୋଗଦେଇଥିଲେ ା 

All Right Reserved By

ଉପକୂଳ ଓଡିଶା

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଥାଏ। 

ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ନାହାନ୍ତି ସୁରକ୍ଷା କର୍ମୀ, ସିିସି କ୍ୟାମେରା ଅଚଳ

ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ନାହାନ୍ତି ସୁରକ୍ଷା କର୍ମୀ, ସିିସି କ୍ୟାମେରା ଅଚଳ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ କାଜ ନିକଟ ନୂଆ ଜଗନ୍ନାଥ ଜାତୀୟ ରାଜପଥ ପାର୍ଶ୍ୱ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡ଼ିଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଅସାବଧାନତା ଯୋଗୁ ଗରମ ତେଲ ପଡ଼ି ଯୁବକ ଗୁରୁତର

ଅସାବଧାନତା ଯୋଗୁ ଗରମ ତେଲ ପଡ଼ି ଯୁବକ ଗୁରୁତର

ନୂଆଗାଁ, ୨୪।୪(ଡି.ଏନ୍‌.ଏ): ନୟାଗଡ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଗ୍ରାମର ଜଣେ ଯୁବକଙ୍କ ଉପରେ ବୁଧବାର ଗରମ ତେଲ ପଡିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ବାହାଡ଼ାଝୋଲାସ୍ଥିତ ବାସୁ ହୋଟେଲର ମାଲିକ ବବୁଲ ସାହୁ(୨୬)। 

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ଅବ୍ୟବସ୍ଥା ଘେରରେ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା’ ଅଧୀନରେ ଥିବା ୪ ଗୋଟି ସରକାରୀ ଚିକିତ୍ସାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଥିନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ। 

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ:  ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ: ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| 

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ ବ୍ଲକ: ଇଭିଏମ୍‌ରେ ତ୍ରୁଟି ନେଇ ଉତ୍ତେଜନା; ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଶୃଙ୍ଖଳିତ ମତଦାନ

ଟାଙ୍ଗୀ(ଖୋର୍ଦ୍ଧା),୨୪ା୪(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକସ୍ଥିତ ୧୪୨ଟି ମତଦାନ କେନ୍ଦ୍ରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ମତଦାନ  ଶେଷହୋଇଛି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri