ରାଜ୍ୟ | ଉପକୂଳ ଓଡିଶା

ଖଣ୍ଡପଡ଼ା ମହୋତ୍ସବ ଉଦ୍‌ଯାପିତ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିମୁଗ୍ଧ

ଖଣ୍ଡପଡ଼ା ମହୋତ୍ସବ ଉଦ୍‌ଯାପିତ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିମୁଗ୍ଧ

ଖଣ୍ଡପଡ଼ା,୨୯ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା କଳାବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଖଣ୍ଡପଡ଼ା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ବିମୁଗ୍ଧ ହୋଇ ଉପଭୋଗ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବିଭିନ୍ନ ପାରମ୍ପରିକ ଲୋକକଳା ଓ ନୃତ୍ୟ ପରିବେଷଣ ହୋଇଥିଲା। ପାଲା, ଦାସକାଠିଆ, ସଂକୀର୍ତ୍ତନ, ଭଜନ ଓ ନୃତ୍ୟ ବେଶ୍‌ ମନୋରମ ଥିଲା । ଏଥିରେ ବିଶିଷ୍ଟ ଶିଶୁ ସାହିତି୍ୟକ ଦାଶ ବେନହୁର ମୁଖ୍ୟଅତିଥି, ପୂର୍ବତନ ରାଜ୍ୟ କ୍ରୀଡା ସମୀକ୍ଷକ ଭାରତୀ ଭୂଷଣ ମିଶ୍ର ମୁଖ୍ୟବକ୍ତା ଓ କଳାବିକାଶ ପରିଷଦର ସଭାପତି ପ୍ରଦୀପ୍ତ କିଶୋର ମିଶ୍ର କାର୍ଯ୍ୟକ୍ରମର ସଂଯୋଜକ ଭାବେ ଉପସ୍ଥିତ ଥିଲେ। ଐତିହ୍ୟ ଓ କଳା ସଂସ୍କୃତି ବଞ୍ଚତ୍ଲେ ଦେଶର ପ୍ରଗତି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତେବେ ଲୋକପ୍ରିୟ ଢୁମ୍ପା ସଙ୍ଗୀତ ପରିବେଷଣ ନ ହେବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଅବସରରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ କମିଟି ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବାଲୁକା ଶିଳ୍ପୀ ପ୍ରଶାନ୍ତ କୁମାର ସାହୁ, ପିତଳ ମୂର୍ତ୍ତି କାରିଗର ପ୍ରଶାନ୍ତ କୁମାର ସାହୁ ତଥା ଅନ୍ୟ କଳାକାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପୂର୍ବତନ ନଗରପାଳ ରମେଶ କୁମାର ମହାନ୍ତି, ସଂଗଠକ ସୁଶାନ୍ତ ପାଢ଼ୀ, ପରିଷଦ ସମ୍ପାଦକ ପର୍ଶୁରାମ ପାଢ଼ୀ, ଆବାହକ ଦୀନବନ୍ଧୁ ଦାସ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସମ୍ବଲପୁରୀ ନୃତ୍ୟ, ଇଟାମାଟି ଅଞ୍ଚଳର ମ୍ୟାଜିକ୍‌ ଶୋ, ପାଇକ ଆଖଡା ଓ ଭୁବନେଶ୍ୱରର ପସିବିଲିଟି ଅର୍କେଷ୍ଟ୍ରାର ମେଲୋଡି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା