
ଛେଣ୍ଡିପଦା, ୨୮।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତି ନୂତନ ଅଫିସ ଗୃହ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ସଭାପତି ଲମ୍ବୋଦର ସାହୁ ଏବଂ ସମ୍ପାଦକ ସରୋଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ, ଯୁବନେତା ରାକେଶ କୁମାର ନାଥ, ସରପଞ୍ଚ ଅନିଲ କୁମାର ମାଝି, ବରିଷ୍ଠ ନେତା ରିଷଭ ମାଝି, ଶତ୍ରୁଘ୍ନ ସାହୁ, ସୁଶୀଲ ସିଂ, ଧ୍ରୁବଚରଣ ସାହୁ, ସୁଧାକର ସାହୁ, ପର୍ଶୁରାମ ସାହୁ, ପୂର୍ବତନ ସଭାପତି ମନୋରଞ୍ଜନ ପ୍ରଧାନ, ପରିଚାଳନା ପରିଷଦ ଉପ ସଭାନେତ୍ରୀ କେତକୀ ସାହୁ, ସଭ୍ୟ ମହେଶ୍ୱର ସାହୁ, ମହର୍ଗା ସାହୁ, ସନାତନ ସାହୁ, ଧରଣୀଧର ପ୍ରଧାନ, ହରୀ ବେହେରା, ସ୍ବପ୍ନେଶ୍ୱର ସାହୁ, ବେଣୁଧର ପ୍ରଧାନ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ଖରିଫ୍ ଧାନ ଫସଲ କ୍ରୟ ଲାଗି ଧାନମଣ୍ଡି ଉଦ୍ଘାଟନ କରାଯାଇଥିଲା। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅଞ୍ଚଳର ସଭ୍ୟ ଚାଷୀ ଉପସ୍ଥିତ ଥିଲେ ।