ସମ୍ପାଦକୀୟ |

କୁକୁଡ଼ା ଫାର୍ମଜନିତ ପ୍ରଦୂଷଣ

କୁକୁଡ଼ା ଫାର୍ମଜନିତ ପ୍ରଦୂଷଣ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଗତ ଅଗଷ୍ଟ ମାସରେ ଭାରତର କୁକୁଡ଼ା ଫାର୍ମଗୁଡ଼ିକ ସମ୍ବନ୍ଧରେ ସିଏସ୍‌ଆଇଆର୍‌-ଏନ୍‌ଇଇଆର୍‌ଆଇର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜାତୀୟ ପାରିବେଶିକ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନ୍‌ଇଇଆର୍‌ଆଇ) ଏକ ପ୍ରସିଦ୍ଧ ବୈଜ୍ଞାନିକ ଗବେଷଣା ପ୍ରତିଷ୍ଠାନ। ଏନ୍‌ଇଇଆର୍‌ଆଇର ନିର୍ଦ୍ଦେଶକ ଡ. ରାକେଶ କୁମାରଙ୍କ ନେତୃତ୍ୱରେ ୮ ଜଣ ବୈଜ୍ଞାନିକ ଏହି ଗବେଷଣା ସମ୍ପାଦନ କରିଥିଲେ। କୁକୁଡ଼ା ଫାର୍ମଗୁଡ଼ିକରେ ମାଂସ ଓ ଅଣ୍ଡା ପାଇଁ କୁକୁଡ଼ା ଓ ବତକ ପାଳନ କରାଯାଏ। ଭାରତରେ ଏମାନଙ୍କ ସଂଖ୍ୟା ୭୨୯.୨ ନିୟୁତ, ଯାହା ୨୦୧୨ର ସଂଖ୍ୟାଠାରୁ ୧୨.୩୯ ପ୍ରତିଶତ ଅଧିକ। ଏହି ଫାର୍ମଗୁଡ଼ିକରେ ମାଂସ ପାଇଁ ବ୍ରଏଲର କୁକୁଡ଼ା ଏବଂ ଅଣ୍ଡା ପାଇଁ ଲେୟର କୁକୁଡ଼ା ପାଳନ କରାଯାଏ। ବ୍ରଏଲର କୁକୁଡ଼ା ଅଣ୍ଡାରୁ ଛୁଆ ଫୁଟିବା ବେଳେ ୪୦ ଗ୍ରାମ୍‌ ଓଜନ ହୋଇଥିବା ବେଳେ ମାତ୍ର ଛଅ ସପ୍ତାହ ଭିତରେ ଦେଢ଼ରୁ ୨ କେଜି ଓଜନ ହୋଇଥାନ୍ତି। ଲେୟର କୁକୁଡ଼ା ୧୮-୧୯ ସପ୍ତାହର ହେବା ବେଳକୁ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି ଏବଂ ୭୨-୭୮ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ତା’ପରେ ସେମାନଙ୍କୁ ମାଂସ ପାଇଁ ମରାଯାଇଥାଏ। ପ୍ରକୃତିରେ କୁକୁଡ଼ାମାନେ ଅନେକ ପ୍ରକାର ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ଯଥା- ବସା ବାନ୍ଧିବା, ଧୂଳିରେ ଗାଧୋଇବା, ଗଛଡାଳରେ ବସିବା, ମାଟି ଆମ୍ପୁଡ଼ିବା ଓ ଖାଦ୍ୟ ସଂଗ୍ରହ କରିବା। ଖାଦ୍ୟ ସଂଗ୍ରହ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ କୃତ୍ରିମ ଖାଦ୍ୟ ଅପେକ୍ଷା ନିଜ ପସନ୍ଦର ଘାସ, କୀଟପତଙ୍ଗ ଓ ମଞ୍ଜି ଆଦି ସଂଗ୍ରହ କରି ଖାଇବାକୁ ବେଶି ପସନ୍ଦ କରିଥାନ୍ତି। ସେମାନଙ୍କ ଡେଣାର ତୈଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ଧୂଳିରେ ଗାଧାନ୍ତି। ସେମାନଙ୍କ ଶରୀରରେ ହଠାତ୍‌ ପ୍ରୋଜେଷ୍ଟେରନ୍‌ ହର୍ମୋନ୍‌ ବୃଦ୍ଧି ପାଇଲେ ବସା ବାନ୍ଧନ୍ତି। ସୁସ୍ଥ ରହିବା ପାଇଁ ସେମାନେ ନିୟମିତ ଚଳପ୍ରଚଳ ହେବା ଓ ବ୍ୟୟାମ କରିବା ଦରକାର। ଠିଆ ହୋଇଥିବା ବେଳେ କୁକୁଡ଼ାଟିଏ ପାଇଁ ୪୭୫ ବର୍ଗସେଣ୍ଟିମିଟର ଜାଗା ଆବଶ୍ୟକ ହେଉଥିବା ବେଳେ ପ୍ରିନିଂ ପାଇଁ ୧୧୫୦ ଏବଂ ଡେଣା ଝାଡ଼ିବା ପାଇଁ ୧୮୭୩ ବର୍ଗସେଣ୍ଟିମିଟର ଜାଗା ଆବଶ୍ୟକ ହୋଇଥାଏ। ଗୋଟିଏ କୁକୁଡ଼ା ସମ୍ପୂର୍ଣ୍ଣ ସୁସ୍ଥସବଳ ରହିବା ପାଇଁ ୫୦୦୦ ବର୍ଗ ସେଣ୍ଟିମିଟର ଜାଗା ଆବଶ୍ୟକ। ଦ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌, ଯାହା ସମ୍ପୂର୍ଣ୍ଣ ଅବୈଜ୍ଞାନିକ ଓ ପୁରୁଣାକାଳିଆ ସଂସ୍ଥା, କୁକୁଡ଼ାଙ୍କ ପାଇଁ ମାତ୍ର ୪୫୦ ବର୍ଗସେଣ୍ଟିମିଟର ଜାଗା ସୁପାରିସ କରିଛି, ଯାହା କୁକୁଡ଼ାଟିଏ ଭଲରେ ବିଶ୍ରାମ ନେବା ପାଇଁ ବି ଯଥେଷ୍ଟ ନୁହେଁ। ଭାରତର କୁକୁଡ଼ା ଫାର୍ମଗୁଡ଼ିକ ଏହାକୁ ଅନୁସରଣ କରୁଛନ୍ତି। ଫଳରେ କୁକୁଡ଼ାମାନେ ସବୁବେଳେ ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି ଏବଂ ସେମାନଙ୍କୁ ବାରମ୍ବାର ଆଣ୍ଟିବାୟୋଟିକ୍ସ ଦେବାକୁ ପଡ଼ୁଛି। ପିଞ୍ଜରାବଦ୍ଧ କୁକୁଡ଼ା ମୁକ୍ତ ପରିବେଶରେ ଥିବା କୁକୁଡ଼ାଙ୍କ ଅପେକ୍ଷା ସବୁବେଳେ ଭୟଭୀତ ଅବସ୍ଥାରେ ଥାଏ। ଏପରି ପିଞ୍ଜରା ବ୍ୟବସ୍ଥାରେ କୁକୁଡ଼ାମାନଙ୍କର କେତେକ ଗୁରୁତର ସମସ୍ୟା ହେଲା କେଜ୍‌ ଲେୟାର୍‌ ଫଟିଗ୍‌ (ରୋଗ ବିଶେଷ), ଥଣ୍ଟ କଟାହେବା, ବଳପୂର୍ବକ ଡେଣାକୁ କାଟି ଛୋଟ କରିବା, ପରିବହନ, ଫ୍ୟାଟି ଲିଭର ହେମୋରେଗିକ୍‌ ସିଣ୍ଡ୍ରୋମ୍‌ (ରୋଗ ବିଶେଷ), ହାଡ଼ ପାମ୍ପରା, ଫୁଟ୍‌ ଡିଜର୍ଡର, ଘାଆ ଓ ପ୍ରଜନନଗତ ସମସ୍ୟା। ଅନୁଧ୍ୟାନରୁ ଜଣାପଡ଼ିଛି କେବଳ କୁକୁଡ଼ା ପିଛା ପିଞ୍ଜରାର ସ୍ଥାନ ୩୦୦ରୁ ୬୫୦ ବର୍ଗସେଣ୍ଟିମିଟରକୁ ବୃଦ୍ଧି କରିଦେଲେ ସେମାନଙ୍କ ଅଣ୍ଡା ଦେବା କ୍ଷମତା, ଖାଦ୍ୟ ଖାଇବା ପରିମାଣ ଓ ଦେହର ଓଜନ ବୃଦ୍ଧି ପାଇବା ସହ ମୃତ୍ୟୁ ହାର ହ୍ରାସ ପାଇଥାଏ। ବର୍ତ୍ତମାନ ଆପଣ କୁକୁଡ଼ା ଫାର୍ମଗୁଡ଼ିକରୁ ଯେଉଁ ଅଣ୍ଡା ଓ ମାଂସ ପାଉଛନ୍ତି, ସେଗୁଡ଼ିକ ରୋଗଣା କୁକୁଡ଼ାଠାରୁ ହିଁ ପାଉଛନ୍ତି। ଭାରତ ସରକାର କୁକୁଡ଼ା ଅଣ୍ଡା ଦେଉଥିବା ବା ମାଂସ ପାଇଁ ମରାହେବା ପର୍ଯ୍ୟନ୍ତ ସେମାନଙ୍କୁ ବଞ୍ଚେଇ ରଖିବା ପାଇଁ ଆଣ୍ଟିବାୟୋଟିକ୍ସ ବ୍ୟବହାରକୁ ଅନୁମତି ଦେଇଛନ୍ତି। ବିନା ସୀମା ନିୟନ୍ତ୍ରଣରେ କୁକୁଡ଼ାମାନଙ୍କୁ ନିୟମିତ ବ୍ୟବଧାନରେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଦିଆଚାଲିଛି। ଏହାଫଳରେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ଜନିତ ସମସ୍ୟା ବୃଦ୍ଧି ପାଉଛି, ଯାହା ଖାଉଟିମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ୨୦୧୪ ଜୁନ୍‌ ୩ ତାରିଖରେ କୃଷି ମନ୍ତ୍ରଣାଳୟର ପଶୁପାଳନ ବିଭାଗ ତରଫରୁ ସବୁ ରାଜ୍ୟର ପଶୁପାଳନ ବିଭାଗକୁ ଏକ ଚିଠି ଲେଖାଗଲା। ଏଥିରେ ପ୍ରାଣୀମାନଙ୍କ ଚିକିତ୍ସାରେ ସୀମିତ ପରିମାଣର ଆଣ୍ଟିବାୟୋଟିକ୍ସ ଦେବାକୁ ପରାମର୍ଶ ଦିଆଯାଇଥିଲା। ୨୦୧୪ ଜୁନ୍‌ ୬ରେ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ସବୁ ରାଜ୍ୟର ଡ୍ରଗ୍‌ କଣ୍ଟ୍ରୋଲରମାନଙ୍କ ପାଖକୁ ସମାନ ନିର୍ଦ୍ଦେଶନାମା ଇସ୍ୟୁ କରାଯାଇଥିଲା। କିନ୍ତୁ କିଛି ବଦଳିନାହିଁ। ବରଂ କୁକୁଡ଼ା ଫାର୍ମଗୁଡ଼ିକରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ବୃଦ୍ଧି ପାଇଛି। ଏନ୍‌ଇଇଆର୍‌ଆଇର ରିପୋର୍ଟ ଅନୁସାରେ କମ୍‌ ଖାଦ୍ୟ ଦେଇ ଅଧିକ ଓଜନ ବଢ଼ାଇବା ପାଇଁ କୁକୁଡ଼ା ଖାଦ୍ୟରେ ଆର୍ସେନିକ୍‌ ଦିଆଯାଉଛି। ଅଧିକ କାଳ ଆର୍ସେନିକ୍‌ର ସଂସ୍ପର୍ଶରେ ଆସିଲେ କ୍ୟାନ୍‌ସର ହୋଇପାରେ। କୁକୁଡ଼ାମାନେ ଶୀଘ୍ର ବଢ଼ିବା ପାଇଁ ଯେଉଁ ଗ୍ରୋଥ୍‌ ହର୍ମୋନ୍‌ ଦିଆଯାଉଛି ତାହା ଆଉ ଏକ ସମସ୍ୟା। ଏହା ଖାଉଟିମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କୁକୁଡ଼ା ଫାର୍ମ ଦ୍ୱାରା କିପରି ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେଉଛି ତାହା ଉପରେ ଏନ୍‌ଇଇଆର୍‌ଆଇ ଅନୁଧ୍ୟାନ କରିଥିଲା। କୁକୁଡ଼ା ଫାର୍ମ ଦ୍ୱାରା ଅନେକ ପ୍ରକାର ପ୍ରଦୂଷଣ ଘଟୁଛି। ତା’ଛଡ଼ା ଏହା ରୋଗବାହକ ମୂଷା, ମାଛି ଓ କୀଟପତଙ୍ଗଙ୍କୁ ଆକର୍ଷିତ କରିଥାଏ। କୁକୁଡ଼ାଙ୍କ ମଳ, ମୂତ୍ର, ବର୍ଜ୍ୟଜଳ ପ୍ରଭୃତିର କୁପରିଚାଳନା ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ସେଥିରୁ ଯେଉଁ ଦୁର୍ଗନ୍ଧ ବାହାରେ ତାହା ଖଣ୍ଡେ ଦୂର ପର୍ଯ୍ୟନ୍ତ ଜନଜୀବନକୁ ନର୍କରେ ପରିଣତ କରିଦେଇଥାଏ। ପୁନଶ୍ଚ ବ୍ୟାପକ କୁକୁଡ଼ା ଚାଷ ଯୋଗୁ ସବୁଜଗୃହ ବାଷ୍ପର ନିର୍ଗମନ ବୃଦ୍ଧି ପାଇଥାଏ। ୨୦୧୭ ଫେବୃୟାରୀରୁ ମେ ଭିତରେ ବୈଜ୍ଞାନିକମାନେ ୬ଟି ପିଞ୍ଜରାବଦ୍ଧ ଓ ଗୋଟିଏ ଖୋଲା କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ। ସେଠାକାର ନଳକୂଅମାନଙ୍କରୁ ଜଳ ନମୁନା ଏବଂ କୁକୁଡ଼ାଙ୍କ ମଳ ନମୁନା ସଂଗ୍ରହ କରିଥିଲେ, ଯେଉଁ ମଳକୁ କ୍ଷେତରେ ସାର ଭାବେ ବ୍ୟବହାର କରାଯାଉଛି। ପବନର ନମୁନା ମଧ୍ୟ ଫାର୍ମ ଭିତରୁ ଓ ବାହାରୁ ସଂଗ୍ରହ କରାଯାଇଥିଲା। କୁକୁଡ଼ାଙ୍କୁ ଦିଆଯାଉଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତ ପିଞ୍ଜରାବଦ୍ଧ ଫାର୍ମ ସମାନ ପ୍ରକାର ପଦ୍ଧତି ଅବଲମ୍ବନ କରିଥାନ୍ତି। ପ୍ରତ୍ୟେକ ଫାର୍ମରେ ୬୦ରୁ ୭୦ ହଜାର କୁକୁଡ଼ା ଥିଲେ। କୁକୁଡ଼ାମାନଙ୍କୁ ଶସ୍ୟଦାନା ସହ ମାର୍ବଲ ଗୁଣ୍ଡ ଖାଇବାକୁ ଦିଆଯାଉଥିଲା। ମଳ, ମୂତ୍ର, ବର୍ଜ୍ୟ ଖାଦ୍ୟ, ବର୍ଜ୍ୟ ଜଳ, ପର ଓ ମଲା କୁକୁଡ଼ାଙ୍କ ଯୋଗୁ ସବୁ ଫାର୍ମରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିଲା। ପାହାଡ଼ ପରି ଗଦା ହୋଇଥିବା ମଳମୂତ୍ରାଦି ଆବର୍ଜନାକୁ ପ୍ରତି ୪-୫ ମାସରେ ଥରେ ସ୍ଥାନୀୟ କୃଷକମାନଙ୍କୁ ବିକ୍ରି କରିଦିଆଯାଏ। କୁକୁଡ଼ାମାନଙ୍କୁ ପିଞ୍ଜରାରୁ ବେକ ବାହାରକୁ କାଢ଼ି ଖାଦ୍ୟ ଖାଇବାକୁ ପଡ଼େ। ପିଞ୍ଜରା ତାରରେ ଘଷି ହୋଇ ବେକ ଖଣ୍ଡିଆ ହୋଇ ଘାଆ ହୋଇଯାଇଥାଏ। ମଲା କୁକୁଡ଼ାମାନଙ୍କୁ ଏକ ୨୦ ଫୁଟିଆ ଗାତରେ ଫିଙ୍ଗି ତା’ ଉପରେ ଏସିଡ୍‌ ବା ଲୁଣ ଢାଳିଦିଆଯାଏ। ଅପରପକ୍ଷେ ଖୋଲା କୁକୁଡ଼ା ଫାର୍ମରେ ୩୦ରୁ ୩୫ ହଜାର କୁକୁଡ଼ା ଥିଲେ। ସେମାନଙ୍କ ଚଳପ୍ରଚଳ ପାଇଁ ଅଧିକ ଖୋଲା ଜାଗା, ଉପଯୁକ୍ତ ପବନ ଚଳାଚଳ ସୁବିଧା, ପଙ୍ଖା, ଜଳସିଞ୍ଚନ ବ୍ୟବସ୍ଥା ଆଦି ଥିଲା। ଫାର୍ମଟି ଅପେକ୍ଷାକୃତ ସଫାସୁତୁରା ଥିଲା। ପିଞ୍ଜରାବଦ୍ଧ ଫାର୍ମରୁ ସଂଗୃହୀତ ଜଳ ପରୀକ୍ଷା କରି ଦେଖାଗଲା ଏଥିରେ ମାତ୍ରାଧିକ ନାଇଟ୍ରେଟ୍‌, କଠିନ ପଦାର୍ଥ, ଅର୍ଗାନିକ୍‌ ଫସ୍‌ଫେଟ୍‌ ଓ ସଲ୍‌ଫେଟ୍‌ ଆଦି ଥିଲା। ଅର୍ଥାତ୍‌ ସମ୍ପୂର୍ଣ୍ଣ ପ୍ରଦୂଷିତ ଓ ପିଇବା ଅନୁପଯୋଗୀ। ବାୟୁ ମଧ୍ୟ ସେହିପରି ରୋଗ ଜୀବାଣୁରେ ପୂର୍ଣ୍ଣ ଥିଲା। କୃଷକମାନେ ଖତ ଭାବେ ଯେଉଁ କୁକୁଡ଼ା ମଳକୁ ଜମିରେ ଦେଉଥିଲେ ତାହାଦ୍ୱାରା ମୃତ୍ତିକା ପ୍ରଦୂଷିତ ହୋଇଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ସୁତରାଂ ଭାରତରେ ପିଞ୍ଜରାବଦ୍ଧ କୁକୁଡ଼ା ଫାର୍ମ ବଦଳରେ କେବଳ ଖୋଲା କୁକୁଡ଼ା ଫାର୍ମକୁ ହିଁ ଅନୁମତି ଦିଆଯିବା ଆବଶ୍ୟକ। ଉକ୍ତ ରିପୋର୍ଟ ବର୍ତ୍ତମାନ କୃଷି ଓ ପରିବେଶ ମନ୍ତ୍ରଣାଳୟ ପାଖରେ ପଡ଼ିରହିଛି। ତାହା ଉପରେ ସେମାନେ ଏ ଯାବତ୍‌ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କାରଣ ପ୍ରାଣୀ ଓ ମନୁଷ୍ୟଙ୍କ ସ୍ବାସ୍ଥ୍ୟ ନେଇ ସେମାନେ ଆଦୌ ଚିନ୍ତିତ ନୁହନ୍ତି। Email: gandhim@nic.in
All Right Reserved By

ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...