ସମ୍ପାଦକୀୟ |

ଆହ୍ବାନ ବନାମ ଆଚରଣ

ଆହ୍ବାନ ବନାମ ଆଚରଣ
ଡ. ସୁବାସ ଚନ୍ଦ୍ର ପାତ୍ର ଆମେ ରାଜନୀତିର ଅପରାଧୀକରଣ କଥା କହୁ କିନ୍ତୁ ଏବେ ଓଡ଼ିଶାବାସୀ ଦୈନନ୍ଦିନ ଜୀବନରେ ତା’ଠୁ ବଡ଼ ବିପଦର ମୁକାବିଲା କରୁଛନ୍ତି, ତା’ହେଲା ସମାଜର ରାଜନୀତୀକରଣ। ଏ ପ୍ରକାର ଏକ ବିଭାଜନକାରୀ ପ୍ରବାହ ସୃଷ୍ଟିକରିବାରେ ରାଜନୈତିକ ଦଳମାନଙ୍କ ବ୍ୟତିରେକେ ଗଣମାଧ୍ୟମଗୁଡ଼ିକର ମଧ୍ୟ କମ୍‌ ଭୂମିକା ନାହିଁ। ବିଶେଷତଃ ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁ ବୁଦ୍ଧିଜୀବୀ ତଥା ସଚେତନ ସାଧାରଣ ଜନତା ଏବେ ଏକ ସୂକ୍ଷ୍ମ ଅତ୍ୟାଚାରରେ ନିପୀଡ଼ିତ। ଏବେ ଆମ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ କାମ ହେଲା ରାଜନୈତିକ ଦଳମାନେ ଦିନବେଳା ଯେଉଁ ଆକ୍ଷେପ ବା ପ୍ରତିଆକ୍ଷେପ କରିଥିବେ ତାକୁ ସଂଜବେଳେ ଆମ ଆଗରେ ବିରାଟ ବୌଦ୍ଧିକ ଚର୍ଚ୍ଚା ହିସାବରେ ଦେଖାଇବା। ରାଜନୈତିକ ଖବରବୁଭୁକ୍ଷୁ ଦର୍ଶକ ମଧ୍ୟ ଟିଭି ସେଟ୍‌ ଆଗରେ ନିର୍ବିକାର ଚିତ୍ତରେ ବସି ପକ୍ଷଭୁକ୍ତ ହୋଇଯାନ୍ତି ଏବଂ ସ୍ଥଳବିଶେଷରେ ଆଦର୍ଶଗତ ତାରତମ୍ୟ ଯୋଗୁ ପରିବାରର ସଦସ୍ୟମାନେ ମଧ୍ୟ ଗଣମାଧ୍ୟମ ଆୟୋଜିତ ଚର୍ଚ୍ଚାରେ ଦଳଭୁକ୍ତ ହୋଇଯାନ୍ତି। ଏହି ତଥାକଥିତ ବିତର୍କ ପରିବାରରେ ମଧ୍ୟ ରାଜନୈତିକ ବିଭାଜନ ଆଣେ। ବେଳେବେଳେ ଏହା ଉତ୍ତପ୍ତ ଯୁୁକ୍ତିତର୍କରେ ପରିଣତ ହୁଏ। କୌଣସି ଏକ ରାଜନୈତିକ ବିଷୟବସ୍ତୁକୁ ନେଇ ଚର୍ଚ୍ଚା କରିବା ଖରାପ କାମ ନୁହେଁ କିନ୍ତୁ ଏହା ଯେତେବେଳେ ଏକ ଦୈନନ୍ଦିନ କାର୍ଯ୍ୟକ୍ରମ ହୋଇପଡ଼େ ଏବଂ ଯେଉଁଠି ମସ୍ତିଷ୍କପ୍ରସୂତ ଯୁକ୍ତି ଅପେକ୍ଷା ବିତଣ୍ଡା, ସ୍ବରଯନ୍ତ୍ରର ଶକ୍ତି, ଅଶାଳୀନ ଭାଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ, ସେଇଠି ସମସ୍ୟା ସୃଷ୍ଟି ହୁଏ। ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ବର୍ଷ ବାକି କିନ୍ତୁ ଏବେ ଓଡ଼ିଶାର ଗଣମାଧ୍ୟମର ଚର୍ଚ୍ଚା ବା ଖବରକୁ ଦେଖିଲେ କେହି ଭାବିବେ ବୋଧହୁଏ ଆଗାମୀ ମାସକ ଭିତରେ ନିର୍ବାଚନ ହେବାର ଅଛି। ନିର୍ବାଚନ ବେଳେ ସ୍ଥିରଚିତ୍ତରେ ଭୋଟଦେବା ପାଇଁ ଯେପରି ନିର୍ବାଚନର କିଛିିଦିନ ଆଗରୁ ପ୍ରଚାର ନିଷିଦ୍ଧ କରାଯାଇଥାଏ, ଠିକ୍‌ ସେହିପରି ଏକ ଶୃଙ୍ଖଳିତ ସାମାଜିକ, ସାଂସ୍କୃତିକ ଜୀବନଯାପନ ପାଇଁ ଅତ୍ୟଧିକ ରାଜନୈତିକ ଚର୍ଚ୍ଚାକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି। କିନ୍ତୁ ଆମ ଗଣମାଧ୍ୟମ ଏହି ଅଯଥା କାମରେ ନିଜକୁ ନିୟୋଜିତ ରଖିଛି। ନିଜେ ବିଷୟବସ୍ତୁ ଚୟନ କରି ରାଜନେତାମାନଙ୍କୁ ଡାକି ଏକ ସାପ୍ତାହିକ ଚର୍ଚ୍ଚା ହିସାବରେ କାର୍ଯ୍ୟକ୍ରମ କଲେ ହୁଏତ ଲୋକେ ତଦ୍ଦ୍ବାରା ଉଦ୍‌ବୁଦ୍ଧ ହୁଅନ୍ତେ। କିନ୍ତୁ ତାହା ନ କରି ସେହିମାନେ ଯାହା ସବୁ ଦିନବେଳେ କହିଥାନ୍ତି ତାକୁ ଆଉଥରେ ଶୁଣିବା ପାଇଁ ସେମାନଙ୍କୁ ଆମନ୍ତ୍ରଣ କରାଯାଏ । ରାଜନୀତୀକରଣ କେଉଁଠି ପହଞ୍ଚିଛି ତାକୁ ଜାଣିବାକୁ ହେଲେ ଯେ କୌଣସି କଲେଜ ବା ଗାଁ ଛକ ଦୋକାନ ଆଡ଼େ ବୁଲିଆସିଲେ ଯଥେଷ୍ଟ। ପିଲାଏ ପାଠପଢ଼ା ଛାଡ଼ି ଏବଂ ଲୋକେ ଯେ ଯାହାର କାମଦାମ ଛାଡ଼ି ଏକ ତଥାକଥିତ ବିତର୍କର ପୋଷ୍ଟମର୍ଟମ୍‌ କରି କହି ଚାଲିଥାନ୍ତି, ”ଦେଖିଲ ତ ଆମ ଦଳର ମୁଖପାତ୍ର ତୁମ ଦଳର ନେତାକୁ କିପରି ପାନେ ଦେଲେ?“ ଅପର ପକ୍ଷ ଲୋକଟି କହୁଥିବ, ”ଆମ ନେତା ତୁମ ନେତାକୁ ଆଣି ଶେଷରେ କିମିତି ପାଳଗଦାରେ ଛିଡ଼ା କରେଇଲେ ମନେ ନାହିଁକି?“ ରାଜନୈତିକ ଯୁକ୍ତିତର୍କ ସାମାଜିକ ସଂହତିଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ଗାଁ ଗହଳରେ ଏକତା ନାହିଁ, କି ସହମତି ନାହିଁ। ତେଣୁ ନଳକୂପଟି ହେଉ ଅବା ବାତ୍ୟାଶ୍ରୟ, ଅବା ରାସ୍ତା ଖଣ୍ଡେ ଅବା ହାଇମାଷ୍ଟ ଲାଇଟ ପୋଷ୍ଟ, କେଉଁଠି ବସିବ ବା କେଉଁବାଟେ ଯିବ ସେ ନେଇ ଖଣ୍ଡପ୍ରଳୟ। ଓଡ଼ିଶାର ଏକ ସ୍ବାତନ୍ତ୍ର୍ୟ ଅଛି। ଏହା ଏକ କ୍ଷୁଦ୍ର ଭାରତ। ଏଠି ପ୍ରାଚୁର୍ଯ୍ୟ ଯେତିକି ଆହ୍ବାନ ସେତିକି। ତାରତମ୍ୟର ଅନ୍ୟନାମ ଓଡ଼ିଶା। ଜଳବାୟୁ, ମୃତ୍ତିକା ଗଠନ, ଭାଷା, ପ୍ରାକୃତିକ ସଂପଦ, ଦୈନନ୍ଦିନ ଚଳଣି, ପୋଷାକ, ଖାଦ୍ୟ, ନାଚ, ଗୀତ, ସଂସ୍କୃତିକୁ ନେଇ ଏତେ ବୈଷମ୍ୟ ଭାରତବର୍ଷର ଅନ୍ୟ ପ୍ରଦେଶରେ ଦେଖାଯାଏ ନାହିଁ। ସ୍ବାଧୀନତାର ୭୦ବର୍ଷ ପରେ ପ୍ରଗତିର ଏତେ ଡିଣ୍ଡିମ ପିଟା ଯାଉଥିବାବେଳେ ଓଡ଼ିଶାର କିଛି ଅଞ୍ଚଳରୁ ଜଣେ ଦୁଇଜଣ ଯୁବକ/ଯୁବତୀ ଏବେ ମାଟ୍ରିକ୍‌ ପାସ କଲେ। ଓଡ଼ିଶାର ବହୁ ଲୋକ ସମୁଦ୍ର ଦେଖି ନାହାନ୍ତି ତ ବହୁ ଲୋକ ପାହାଡ଼ ଦେଖିନାହାନ୍ତି। ଏପ୍ରକାର ବୈଷମ୍ୟଜନିତ ଆହ୍ବାନକୁ ମୁକାବିଲା କରି ଓଡ଼ିଶାକୁ କେମିତି ଆଗକୁ ନେବାକୁ ପଡ଼ିବ, ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ମୁଣ୍ଡଟେକି କେମିତି ଠିଆହେବ ସେ ବିଷୟକୁ ପ୍ରାଧାନ୍ୟ ନ ଦେଇ ପରସ୍ପରର ଆକ୍ଷେପକୁ ରାତିଦିନ ଜପାମାଳି କରିବା କେତେଦୂର ଗ୍ରହଣୀୟ, ତାହା ବିଚାର୍ଯ୍ୟ। ମୋ- ୯୪୩୭୩୭୬୨୧୯
All Right Reserved By

ସମ୍ପାଦକୀୟ |

ପ୍ରାଣୀଙ୍କ ଲାଟରାଲିଟି

ପ୍ରାଣୀଙ୍କ ଲାଟରାଲିଟି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଏ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କଠାରୁ ମଣିଷ ନିଜକୁ ଅଲଗା ଭାବେ। କିନ୍ତୁ ସମୟକ୍ରମେ ବୈଜ୍ଞାନିକମାନେ ପ୍ରମାଣ କଲେଣି ଯେ, ଯେଉଁସବୁ ବିଶେଷ ଗୁଣ ଓ ବୁଦ୍ଧିମତ୍ତାକୁ ନେଇ ମଣିଷ ନିଜକୁ ଶ୍ରେଷ୍ଠ ଭାବୁଛି, ସେସବୁ ଗୁଣ ପ୍ରାଣୀମାନଙ୍କଠାରେ ମଧ୍ୟ ଅଛି। ଉଦାହରଣସ୍ବରୂପ କୀଟପତଙ୍ଗ, ମାଛ, କୁଆ ଓ ବଣମଣିଷ ମଧ୍ୟ ବିଭିନ୍ନ ଉପକରଣର ଉପଯୋଗ କରନ୍ତି। ଏଥିମଧ୍ୟରୁ ଗୋଟି..

 ଉଚ୍ଚଶିକ୍ଷାରେ ପ୍ରତାରଣା

ଉଚ୍ଚଶିକ୍ଷାରେ ପ୍ରତାରଣା

ଡ. ସୁବାସ ଚନ୍ଦ୍ର ପାତ୍ର

ଜାତୀୟ ପରିପ୍ରେକ୍ଷୀରେ ଯାହାହେଉ ଆପାତତଃ ଓଡ଼ିଶାରେ ଉଚ୍ଚଶିକ୍ଷାର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ଶୈକ୍ଷିକ ବ୍ୟବସ୍ଥାର ପରିବର୍ତ୍ତନ ଚିନ୍ତା କେବଳ ଉଚ୍ଚାକାଂକ୍ଷାକୈନ୍ଦ୍ରିକ। ଉଚ୍ଚଶିକ୍ଷାକୁ କିପରି ଜାତୀୟ ଅବା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇଛି ଏବଂ ସେହି କ୍ରମରେ ପ୍ରାରମ୍ଭିକ ପଦକ୍ଷେପ ହିସାବରେ ପାଠ୍ୟକ୍ରମର କିପରି ବୈପ୍ଳବିକ ପରିବର୍ତ୍ତନ କରାଯାଇଛି, ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ସେ କଥାର ବହୁଳ ପ୍ରଚାର କରାଯାଏ। କିନ୍ତୁ ତା’ ପଛରେ ଲୁକ୍କାୟିତ ବିଫଳତାର କରୁଣ କାହାଣୀ ..

ଆଧୁନିକ ଶିକ୍ଷା ଓ ସମାଜ

ଆଧୁନିକ ଶିକ୍ଷା ଓ ସମାଜ

ଲଲାଟ କେଶରୀ ନାୟକ

ସ୍ବାମୀ ବିବେକାନନ୍ଦ ତାଙ୍କର ଶିକାଗୋ ଅଭିଭାଷଣରେ କହିଥିଲେ, କୋଟି କୋଟି ଅଦୃଶ୍ୟ ଶିଶିରବିନ୍ଦୁ ଯେମିତି ରାଶି ରାଶି ଗୋଲାପ କଢ଼ିକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେହିଭଳି ଜଣେ ବ୍ୟକ୍ତିର ମାନସିକତା ଏକ ସୁସ୍ଥ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳମନ୍ତ୍ର ହୋଇଥାଏ। ଆଇନଶୃଙ୍ଖଳାରେ ଯେତେ ବି ପରିବର୍ତ୍ତନ ହେଉ ନା କାହିଁକି ବା ଶାସନ ଖସଡା ଯେତେ କଠୋର ହେଉ ନା କାହିଁକି, ଯଦି ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ନ ହୋଇଛି ତେବେ ବିକାଶଶୀଳ ରାଷ୍ଟ୍ର ଗଠନ ଅସମ୍ଭବ। ..

ଏଇ ଭାରତରେ

ଏଇ ଭାରତରେ

ଭାଇ ଭଉଣୀ ମଧ୍ୟରେ ସାଧାରଣତଃ ସ୍ନେହ ମମତା ଅତୁଟ ଥାଏ। ଗୋଟିଏ ମା’ର ସନ୍ତାନ ହୋଇଥିବାରୁ ଦୁହିଁଙ୍କ ମନୋଭାବ ମଧ୍ୟ ପ୍ରାୟତଃ ଏକାପ୍ରକାର ହୋଇଥାଏ। କିନ୍ତୁ ଏକ ଘଟକ୍ରମରେ ଭାଇ ଭଉଣୀ ଗୋଟିଏ ଘରେ ଏକତ୍ର ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି ନାଗପୁରର ତାନ୍ତ୍ୟା ଟୋପେ ନଗର ଅଞ୍ଚଳରେ। ମୋହନ ଓଟଓ୍ବାନି ଏବଂ ..

ସମ୍ପାଦକୀୟ/ସେହି ପୁରୁଣା ଖେଳ

ସମ୍ପାଦକୀୟ/ସେହି ପୁରୁଣା ଖେଳ

ଗତ ଶତାବ୍ଦୀର ଷାଠିଏ-ସତୁରି ଦଶକରେ ଭାରତୀୟ ରାଜନୀତିରେ ‘ଆୟାରାମ ଗୟାରାମ’ ପରିସ୍ଥିତି ଦେଖାଦେଇଥିଲା। କୌଣସି ନିର୍ବାଚିତ ସରକାରକୁ ଗଡ଼ାଇବା ପାଇଁ ଘୋଡ଼ାବେପାର ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ଧୀରେ ଧୀରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେହି ମାନସିକତା ଲୋପ ପାଇଆସୁଥିଲା। ଭାଜପା ଜାତୀୟ ଦଳ ହୋଇ ମଧ୍ୟ ଏହାକୁ ଏବେ ପୁନର୍ଜନ୍ମ ଦେବା ଭଳି ମନେହେଉଛି। ଏହାର ସଦ୍ୟ ଦୃଷ୍ଟାନ୍ତ କର୍ନାଟକରେ ଦେଖିବାକୁ ମିଳିଛି। ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୭ ମାସ ପୁରୁଣା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୧୫ ଜାନୁୟାରୀ ୨୦୧୯ରେ ୨ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଭାଜପା ଆଡ଼କୁ ଢଳିଛନ୍ତି। ୨୨୪ ସଂଖ୍ୟା ବିଶିଷ୍ଟ କର୍ନାଟକ ..

 ବାର୍ଦ୍ଧକ୍ୟର ବିଭାବନା

ବାର୍ଦ୍ଧକ୍ୟର ବିଭାବନା

ଅରୁଣ କୁମାର ପଣ୍ଡା

ପରିବର୍ତ୍ତନ ହିଁ ସଂସାରର ଅପରିବର୍ତ୍ତନୀୟ ନିୟମ। ପ୍ରତ୍ୟେକ ଜୀବ ଏବଂ ବସ୍ତୁ ଧୀରେ ଧୀରେ ପୁରୁଣା ହୁଅନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ଦେହରେ ଏହାର ଭିନ୍ନ ଭିନ୍ନ ଚିହ୍ନ ଦେଖାଯାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେପରି ଆୟୁ ବୃଦ୍ଧି ହୁଏ ସେହି ଅନୁସାରେ ବାଲ୍ୟାବସ୍ଥା, ଯୁବାବସ୍ଥା, ବୃଦ୍ଧାବସ୍ଥା ଇତ୍ୟାଦିର ଲକ୍ଷଣ ପ୍ରକଟ ହୁଏ। ବୃଦ୍ଧାବସ୍ଥାରେ ଏପରି ଏକ ଦିନ ଆସେ ଯେତେବେଳେ ଶରୀର ଦୁର୍ବଳ, ଅଙ୍ଗ ଶିଥିଳ ଏବଂ ମନ ଉତ୍ସାହହୀନ ହୋଇଯାଏ ତଥା ମନୁଷ୍ୟ ଥୁଣ୍ଟା ବରଗଛ ପରି ପଡ଼ି ରହେ। ନିଜ ସମୟର ଖୁ..

ଭାରତୀୟ ଜନଜୀବନ ଓ ବିଳମ୍ବ

ଭାରତୀୟ ଜନଜୀବନ ଓ ବିଳମ୍ବ

ରୁଦ୍ର ପ୍ରସନ୍ନ ରଥ

ପିଲାଦିନେ ଗୁରୁଜନମାନେ ଆମକୁ ଉପଦେଶ ଦେଲାବେଳେ ସବୁବେଳେ କର୍ମଠ ଆଉ ସମୟାନୁବର୍ତ୍ତୀ ହେବାକୁ କହିଥାନ୍ତି। ବଡ଼ ହେଲା ପରେ ଅଫିସ୍‌ରେ ମଧ୍ୟ ଆମକୁ ଆମ ଅଫିସର ଠିକ୍‌ ସମୟରେ ଆସିବା ପାଇଁ ତାଗିଦ କରିଥାନ୍ତି। ମାତ୍ର ଏହି ସାମାନ୍ୟ ସମୟାନୁବର୍ତ୍ତିତା ଗୁଣର ଅଭାବ ଯୋଗୁ ଆମେ ଅନେକ ସମୟରେ ହଇରାଣରେ ପଡିଥାଉ। କେତେବେଳେ ଆମେ ଶ୍ରେଣୀ..

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଅନେକ ବିସ୍ମୟ ସୃଷ୍ଟିକାରୀ ବ୍ୟକ୍ତି ଅଛନ୍ତି। ସେମାନେ କିଛି ଅସାଧାରଣ କାର୍ଯ୍ୟ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଦାହରଣ ପାଲଟିଯାଆନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ମଧ୍ୟପ୍ରଦେଶର ମୈନା ଗଁାର କୈଳାସ। ସଭିଏଁ ତାଙ୍କୁ ବିଷପୁରୁଷ ବୋଲି ସମ୍ବୋଧନ କରିଥାଆନ୍ତି। କୈଳାସ ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି। ଅନ୍ୟମାନଙ୍କ ପାଇଁ ଏହା ଏକ ଘୃଣାର ବିଷୟ ହୋଇପାରେ। କିନ୍ତୁ ସେ ଏଗୁଡିକୁ ଆନନ୍ଦରେ ଭକ୍ଷଣ କରିଥାଆନ୍ତି। ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଘରେ ବାହାରେ ଯେଉଁଠି ହେଲେ ମଧ୍ୟ ଝିଟିପିଟି ଦେଖିଲେ ସେ ଏହାକୁ ଧରି ଅତି ଆନନ୍ଦରେ ଖାଇଥାଆନ୍ତି। ଗତ ୨୦ବର୍ଷ ଧରି ସେ ଏହି ଅଭ୍ୟାସ ଜାରି ରଖିଆସିଛନ୍ତି। ସେ ଇତିମଧ୍ୟରେ ୬୦ରୁ ଅଧିକ ପ୍ରଜାତିର ବିଷାକ୍ତ ପ୍ରାଣୀଙ୍କୁ ଖାଇ ସାରିଲେଣି। ଯେଉଁଦିନ ସେ କୌଣସି ବିଷାକ୍ତ ଜୀବ ନ ଖାଆନ୍ତି ତାଙ୍କ ମନରେ ଏକ ଅଦ୍ଭୁତ ଅନୁଭବ ସୃଷ୍ଟି ହୋଇଥାଏ ବୋଲି କୈଳାସ କହିଥାଆନ୍ତି। ଗଁାରେ କାହାକୁ ସାପ କାମୁଡ଼ିଲେ ଏଥିପାଇଁ ଚିନ୍ତା ନ ଥାଏ। କୈଳାସକୁ ତୁରନ୍ତ ଡକାଯାଏ। କାମୁଡା ଅଂଶରେ ସେ ପାଟି ଲଗାଇ ବିଷ ଶୋଷି ବାହାର କରିଥାଆନ୍ତି। ଏଥିପାଇଁ ଗଁା ଲୋକେ କୈଳାସଙ୍କ ଏପରି ଅଭ୍ୟାସକୁ ନିନ୍ଦା ନ କରି ବରଂ ପସନ୍ଦ କରିଥାଆନ୍ତି। ବାସ୍ତବରେ କୈଳାସ ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ।


ସିକ୍ରି ବିକ୍ରି

ସିକ୍ରି ବିକ୍ରି

ସମ୍ପାଦକୀୟ/ତଥାଗତ ସତପଥୀ

ଗତବର୍ଷ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେହି ଅଭିଯୋଗକାରୀଙ୍କ ମଧ୍ୟରେ ଆଜିର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଥିଲେ ଅନ୍ୟତମ। ଦେଶର ସର୍ବୋଚ୍ଚ ନ୍ୟାୟ ବ୍ୟବସ୍ଥାରେ ଖୋଲାଖୋଲି ବିଦ୍ରୋହକୁ ନେଇ ସେତେବେଳେ ଦେଶବ୍ୟାପୀ ଚହଳ ପଡ଼ିଯାଇଥିଲା। ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୧୩ ଜାନୁୟାରୀ ୨୦୧୯ରେ ନ୍ୟାୟପାଳିକାର ଚରିତ୍ର ଉପରେ ପୁଣି ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକ୍ରିଙ୍କୁ କମନ୍‌ଓ୍ବେଲ୍‌ଥ ସେକ୍ରେଟାରିଏଟ୍‌ ଆର୍ବିଟ୍ରାରି ଟ୍ରିବ୍ୟୁନାଲ (ସିଏସ୍‌ଏଟି)କୁ ..

ଆମ ଭିଆଇପି ସଂସ୍କୃତି

ଆମ ଭିଆଇପି ସଂସ୍କୃତି

ବୈକୁଣ୍ଠ ନାଥ ମିଶ୍ର

ଭାରତ ସ୍ବାଧୀନ ହେବା ସହ ଏ ଦେଶରୁ ରାଜତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି। ୧୯୫୦ ଜାନୁୟାରୀ ୨୬ ତାରିଖଠାରୁ ଏଯାବତ୍‌ ସାତ ଦଶନ୍ଧି ଧରି ଭାରତୀୟ ଜନତା ଗଣତନ୍ତ୍ରକୁ ପ୍ରତ୍ୟକ୍ଷ କରି ଆସୁଛନ୍ତି। କିନ୍ତୁ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ଭାରତୀୟ ଜନଗଣଙ୍କୁ ବିସ୍ମିତ କରିଛି ଯେ ଏ କ’ଣ ସେହି ଶାସନ ବ୍ୟବସ୍ଥା, ଯାହାର ପ୍ରାପ୍ତି ପାଇଁ ଏତେ ସଂଗ୍ରାମ ଓ ରକ୍ତଦାନ କରିବାକୁ ପଡିଥିଲା? କାରାଗାରର ଅନ୍ଧକାରାଚ୍ଛନ୍ନ କୋଠରିରେ ଜିଅନ୍ତା ଶବର ଅନୁଭୂତି ନେଇ ବିଦେଶୀ ..

ଭାଷା ବଞ୍ଚିବ ବ୍ୟବହାରରେ

ଭାଷା ବଞ୍ଚିବ ବ୍ୟବହାରରେ

ଅରୁଣ ଦାସ

କଥାରେ ଅଛି- ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ସେହିପରି କିଛି ଶିକ୍ଷିତ ଓଡ଼ିଆ ମାତୃଭାଷା ସୁରକ୍ଷା, ଭାଷା ବଞ୍ଚାଅ ପରି ଅଭିଯାନ ଚଳାଇଛନ୍ତି। ସଭାସମିତିରେ ଆବେଗପୂର୍ଣ୍ଣ ଭାଷଣ ଦେଇ ଗଳା ଫଟାଉଛନ୍ତି। ହେଲେ ଅସଲରେ ‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ଭଳି ଆମ ନିଜ ଘରେ ହିଁ ସବୁଯାକ ଅଶୁଦ୍ଧି। ଅଧିକାଂଶ ଘରେ ପିଲା ବାପା, ବୋଉ ବଦଳରେ ଡାଡି, ମମି ବା ଡାଡ୍‌, ମମ୍‌ ଶବ୍ଦ ଉଚ୍ଚାରଣ କରୁଛନ୍ତି। ମଉସା, ମାଉସୀ, ମାମୁ, ମାଈଁ, କକା, ଖୁଡ଼ୀ ଆଦି ଶବ୍ଦର ସ୍ଥାନ ..

ଏଇ ଭାରତରେ

ଏଇ ଭାରତରେ

ଚିତାବାଘ ଏକ ମାଂସାଶୀ ଓ ଶିକାରୀ ପ୍ରାଣୀ। ଏହା କୁକୁର ଭଳି ନିରୀହ ପ୍ରାଣୀଙ୍କୁ ମାରି ଖାଏ। କିନ୍ତୁ ଉଭୟ ପ୍ରାଣୀ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ ଥିଲେ ବି ବିପଦରେ ପଡିଲେ ଖାଦକ ପ୍ରାଣୀ ଆଉ ଶିକାର ନ କରି ଦୟାବାନ୍‌ ପାଲଟିଯାଏ। ଏପରି ଏକ ଉଦାହରଣ ..