ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଜାତୀୟ ଭୋଟର ଦିବସ ପାଇଁ ପ୍ରସ୍ତୁତ: ୭ରୁ ବୁଲିବ ସଚେତନତା ରଥ

ଜାତୀୟ ଭୋଟର ଦିବସ ପାଇଁ ପ୍ରସ୍ତୁତ: ୭ରୁ ବୁଲିବ ସଚେତନତା ରଥ

ଢେଙ୍କାନାଳ ଅଫିସ, ୨୭।୧୨: ଜାନୁୟାରୀ ୨୫ରେ ଜାତୀୟ ଭୋଟର ଦିବସ। ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ବୁଧବାର ଅପରାହ୍ନ ସାଢ଼େ ୪ଟାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରି କହିଲେ, ଗଣତନ୍ତ୍ରରେ ମତଦାନ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାବେଳେ ଏଥିଲାଗି ଭୋଟରଙ୍କୁ ସଚେତନ କରାଇବା ନିତାନ୍ତ ଆବଶ୍ୟକ। ମତଦାନ ବ୍ୟବସ୍ଥିତ କରିବାକୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବ। ଜାନୁୟାରୀ ୭ରୁ ଭିଭିପାଟ, ଇଭିଏମ୍‌ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ସଚେତନତା ରଥ ଜିଲା ପରିକ୍ରମାରେ ବାହାରିବ। ଏଥିପୂର୍ବରୁ ଜାନୁୟାରୀ ୩ରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଇଭିଏମ୍‌ ଏବଂ ଭିଭିପାଟ  ତାଲିମ କାର୍ଯକ୍ରମ ଅନୁଷ୍ଠିତ ହେବ। ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ  ସାମିଲ କରାଯିବ। ସେହିପରି ତୃଣମୂଳସ୍ତରରେ ଭୋଟର ସଚେତନତା କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଛାତ୍ର ନିୟୋଜିତ ହେବେ।  

ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା କହିଲେ, ୨୦୧୯ ସାଧାରଣ ନିର୍ବାଚନରେ ବୁଥ୍‌ଗୁଡ଼ିକ ତଳ ମହଲାରେ କରାଯିବାକୁ ବିଶେଷ ଗୁରୁତ୍ୱ  ଦିଆଯିବ। ବୁଥସ୍ତରୀୟ ନିର୍ବାଚନ ଅଧିକାରୀମାନେ ଭୋଟରଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିବେ। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା କରାଯିବ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଲେ, ପରିକ୍ରମାରେ ବାହାରିଥିବା ରଥର ରୁଟ୍‌ଚାର୍ଟ ପ୍ରସ୍ତୁତ ହେବ। ଏ ନେଇ ସମସ୍ତ ରାଜନୈତିକ ଦଳକୁ ସୂଚନା ଦିଆଯିବ। ଜିଲାସ୍ତରରେ ଜାନୁୟାରୀରେ ମିନିମାରାଥନ ସାଙ୍ଗକୁ ସାଇକେଲ ର଼୍ୟାଲି କରାଯିବ। ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ମତଦାନ କେନ୍ଦ୍ରରେ ର଼୍ୟାମ୍ପ ତିଆରି ହେବ। ଉତ୍ତମ କାର୍ଯ୍ୟ କରିଥିବା କର୍ମଚାରୀ, ଅଧିକାରୀ ପୁରସ୍କୃତ ହେବେ। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପାଲା, ଦାଶକାଠିଆ ଏବଂ ସଂକୀର୍ତ୍ତନ ମାଧ୍ୟମରେ ସଚେତନ ବାର୍ତ୍ତା ବଣ୍ଟାଯିବ ବୋଲି ସେ ସୂଚନା ଦେଇଥିଲେ। ଆଲୋଚନାରେ ଭାଗ ନେଇ କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଲେ, ଜାନୁୟାରୀ ୨୧ରେ ଭୋଟର ତାଲିକା ପ୍ରକାଶିତ ହେବ। ଭୋଟର ଦିବସରେ ହାଇସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ସଚେତନତା ଶୋଭାଯାତ୍ରା ନଗର ବୁଲିବ। 

ବୈଠକରେ ଉପଜିଲାପାଳ ପୀତାମ୍ବର ସାମଲ, ଜିଲା ନିର୍ବାଚନ ଅଧିକାରୀ ଭଜନାନନ୍ଦ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ ନାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଜି. ଉଦୟଗିରି,୧୮।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା  ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।