Dharitri News
ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ତେଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୫ ମୃତ

ଆଫଗାନିସ୍ତାନରେ ତେଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୫ ମୃତ କାବୁଲ,୨।୧୧: ଆଫଗାନିସ୍ତାନର ପଖାନ ଅଞ୍ଚଳରେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୧୫ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁର୍ଘଟଣା ବୁଧବାର ରାତିରେ ଘଟିଛି। ଟ୍ୟାଙ୍କରରେ ବନ୍ଧା ହୋଇଥିବା ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଗୁରୁବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟ |

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ଢ଼ାକା, ୨୨।୧: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ ବୋଲି ବଂଲାଦେଶ କହିଛି। ଏହା ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଓ୍ବାଶିଂଟନ, ୨୨।୧: ଆଫଗାନୀସ୍ତାନରେ ଆମେରିକା ଆତଙ୍କବାଦୀ ବିରୋଧରେ ସଂଗ୍ରାମ ଜାରି ରଖିଛି। ଏହି ମର୍ମରେ ଅଧିକ ଏକ ହଜାର ସୈନ୍ୟ ସେଠାକୁ ପଠାଇବା ଆମେରିକା ଯୋଜନା କରିଛି ।

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ,୨୨।୧: ଅଷ୍ଟ୍ରେଲିଆ ସିଡ୍‌ନୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରିଚମଣ୍ଡଠାରେ ସୋମବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି।

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ନ୍ୟୁୟର୍କ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହିଳାମାନେ ପୁଣି ଥରେ ସ୍ବର ଉତ୍ତୋଳନ କରିଛନ୍ତି। ଟ୍ରମ୍ପ ପ୍ରଶାସନର ଏକବର୍ଷ ଭିତରେ ମହିଳାମାନଙ୍କର ଏହା ଦ୍ୱିତୀୟ ବିରୋଧ ପ୍ରଦର୍ଶନ।

ସିରିଆ ଉପରେ ତୁର୍କୀର ଆକ୍ରମଣ

ସିରିଆ ଉପରେ ତୁର୍କୀର ଆକ୍ରମଣ

ତୁର୍କୀ.୨୧।୧: ସିରିଆର ଆଫରିନ୍‌ରେ ତୁର୍କୀ ସେନାଙ୍କ ଦ୍ୱାରା ସୈନ୍ୟ ଅଭିଯାନ ସମ୍ପର୍କରେ ତୁର୍କୀ ବିଦେଶ ମନ୍ତ୍ରଣାଳୟ ରୁଷ ଓ ଆମେରିକାକୁ ସୂଚନା ଦେଇଛି।

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ‘କାବୁଲ୍ସ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ’ ରେ ଶନିବାର ସନ୍ଧ୍ୟାରେ ବନ୍ଧୁକଧାରୀଙ୍କ ଆକ୍ରମଣ ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ତୁର୍କୀ ବସ୍‌ ଦୁର୍ଘଟଣା: ୧୩ ମୃତ, ୪୨ ଆହତ

ତୁର୍କୀ ବସ୍‌ ଦୁର୍ଘଟଣା: ୧୩ ମୃତ, ୪୨ ଆହତ

ଆଙ୍କାରା,୨୦।୧: ତୁର୍କୀର ମଧ୍ୟ ଏସ୍କିହିର୍‌ ଅଞ୍ଚଳରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ୪୨ ଆହତ ହୋଇଛନ୍ତି।

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

କାବୁଲ,୨୦।୧: ଆଫଗାନିସ୍ତାନର ପକ୍‌ଟିଆ ଅଞ୍ଚଳରେ ଥିବା ଗାର୍‌ଡେଜ୍‌ ସହରରେ ଶନିବାର ସକାଳେ ଏକ ବିସ୍ଫୋରଣ ଘଟିଛି। ୨ ଜଣ ଯାଉଥିବା ମୋଟରସାଇକେଲଟି ରାସ୍ତାକଡ଼ରେ ଥିବା ଏକ ବିସ୍ଫୋରକରେ ବାଡେଇ ହୋଇଯିବା ଫଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଆମେରିକାରେ ଆର୍ଥିକ ସଙ୍କଟ

ଆମେରିକାରେ ଆର୍ଥିକ ସଙ୍କଟ

ଓ୍ବାଶିଂଟନ୍‌,୨୦।୧: ଆମେରିକା ଏବେ ଆର୍ଥିକ ସଙ୍କଟର ସାମ୍‌ନା କରିବାକୁ ଯାଉଛି। କାରଣ ଆମେରିକା ସିନେଟ୍‌ରେ ସଂଯୁକ୍ତ ସରକାରଙ୍କୁ ଆର୍ଥିକ ସହାୟତା ବିଲ୍‌ ମଞ୍ଜୁରୀ ମିଳିନାହିଁ।

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୧: ବେଲୁଚିସ୍ତାନରେ ନିଖୋଜଥିବା ଲୋକମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିବା ପ୍ରମୁଖ ବେଲୁଚିସ୍ତାନ କର୍ମୀ ମାମା କ୍ୱେଦର ବାଲୋଚ ପାକିସ୍ତାନକୁ ଆତଙ୍କବାଦୀଙ୍କ କାରଖାନା ବୋଲି ଅଭିଯୋଗ କରିଛନ୍ତି।

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ଢ଼ାକା, ୧୯।୧: ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ମ୍ୟାନ୍‌ମାର ଫେରିବାକୁ ଏବେ ଅରାଜି ହେଉଥିବା ଜଣାପଡିଛି। ଏନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।