ଅନ୍ତର୍ଜାତୀୟ |

ଉଭାନ ହୋଇଯିବ ଶନିର ବଳୟ

ଉଭାନ ହୋଇଯିବ ଶନିର ବଳୟ

ଓ୍ବାଶିଂଟନ୍‌: ସୌରମଣ୍ଡଳରେ ଶନିକୁ ବଳୟ ଗ୍ରହ କୁହାଯାଏ। ଶନିକୁ ଘେରି ବଳୟ ଥିବାରୁ ଏହା ଦେଖିବାକୁ ଖୁବ୍‌ ସୁନ୍ଦର। କିନ୍ତୁ ୧୦୦ ନିୟୁତ ବର୍ଷ ମଧ୍ୟରେ ଶନିର ବଳୟ ନଷ୍ଟ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଦୀର୍ଘ ୧୦ବର୍ଷ ହେଲା ବଳୟର ଅବକ୍ଷୟ ଘଟୁଥିବା ଭଏଜର ୧ ଏବଂ ୨ ସ୍ପେସ୍‌କ୍ରାଫ୍ଟର ପର୍ଯ୍ୟବେକ୍ଷଣରୁ ଜାଣିବାକୁ ମିଳିଛି।

ଗବେଷକଙ୍କ କହିବାନୁଯାୟୀ, ଶନିର ବଳୟ ୧୦୦ ନିୟୁତ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଲୀନ ହୋଇଯିବ। ଉକ୍ତ ବଳୟ ସାଧାରଣତଃ ବଡ ବଡ ବରଫ ଖଣ୍ଡରେ ଗଠିତ। ଉକ୍ତ ବରଫର ଆକୃତି ଦେଖିବାକୁ ଧୂଳିକଣାଠାରୁ ଆରମ୍ଭ କରି ପଥର ଖଣ୍ଡ ପର୍ଯ୍ୟନ୍ତ। ଶନି ଗ୍ରହର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବଳୟ ଆକର୍ଷିତ ହୋଇ ରହିଛି। ଏହାଦ୍ୱାରା ଯେତେ ପରିମାଣର ବରଫକଣା ଆକର୍ଷିତ ହେଉଛି, ତାହା ଅଧଘଣ୍ଟା ମଧ୍ୟରେ ଅଲିମ୍ପିକ୍‌-ଆକୃତିର ଏକ ସୁଇମିଙ୍ଗ୍‌ ପୁଲ୍‌କୁ ପୂର୍ଣ୍ଣ କରିପାରିବ ବୋଲି ଉକ୍ତ ଅଧ୍ୟୟନର ପ୍ରମୁଖ ଲେଖକ ତଥା ମେରିଲ୍ୟାଣ୍ଡସ୍ଥିତ ନାସାର ଗଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟର୍‌ର ଜେମ୍‌ସ ଓ ଡୋନୋଘୁ ପ୍ରକାଶ କରିଛନ୍ତି। ଶନିର ଆୟୁକାଳ ୪୦୦କୋଟି ବର୍ଷ ହୋଇଥିବା ବେଳେ ସେ ତୁଳନାରେ ଏହାର ବଳୟର ବୟସ ଖୁବ୍‌ କମ। ତେବେ ଶନି ଗ୍ରହ ବଳୟ ଥାଇ ଗଠିତ ହୋଇଛି କି ପରେ ଏଥିରେ ବଳୟ ସୃଷ୍ଟି ହୋଇଛି, ସେ ସମ୍ପର୍କରେ ବୈଜ୍ଞାନିକମାନେ ଠିକ୍‌ ସିଦ୍ଧାନ୍ତରେ ପହଞ୍ଚତ୍ପାରି ନାହାନ୍ତି।  ବର୍ତ୍ତମାନର ନୂତନ ଗବେଷଣା ଅନୁଯାୟୀ, ଉକ୍ତ ବଳୟ ୧୦୦ନିୟୁତ ବର୍ଷରୁ ଆହୁରି ପୁରୁଣା ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। 

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

କ୍ୱିଭ,୨୨।୪: ପୂର୍ବତନ ଟେଲିଭିଜନ କଳାକାର ତଥା କମେଡିଆନ ଭୋଲେଡିମାର ଜେଲେନସ୍କି ଏଥର ୟୁକ୍ରେନର ରାଷ୍ଟ୍ରପତି ହେବେ ବୋଲି ରବିବାର କହିଛି ଏକ୍‌ଜିଟ୍‌ପୋଲ୍‌। 

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪:  ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ଲଣ୍ଡନ,୨୨ା୪: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରବିବାର ୯୩ ବର୍ଷରେ ପଦାର୍ପଣ କରିଛନ୍ତି।

ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଭୁଲ୍‌ ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୪(ପି.ଟି.): ଶ୍ରୀଲଙ୍କାରେ ଇଷ୍ଟର ପାଳନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୨୧୫ ନିହତ ଓ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଏହାକୁ 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri