
ବାଙ୍ଗାଲୋର୍, ୨୭।୭: ଏଆଇଡିଏମକେ ନେତ୍ରୀ ଭି.କେ. ଶଶିକଳାଙ୍କୁ ଜେଲରେ ଲାଞ୍ଚ ନେଇ ଭିଆଇପି ସୁବିଧା ଯୋଗାଇ ଦିଆଯାଉଥିବା ଘଟଣାରେ ପୋଲିସ ଡିଜିପି ଏଚ. ଏନ . ସତ୍ୟନାରାୟଣ ରାଓଙ୍କ ପକ୍ଷରୁ ଡିଆଇଜି(ପ୍ରିଜିନ୍) ଡି. ରୁପାଙ୍କୁ ନୋଟିସ କରାଯାଇଛି । ଜେଲ ଅନିୟମିତତା ନେଇ ରୁପା ଯେଉଁ ରିପୋର୍ଟ ଦେଇଥିଲେ ସେସର୍ମ୍ପକରେ ଗଣମାଧ୍ୟମରେ ଆଗାମୀ ୩ଦିନ ମଧ୍ୟରେ ଏକ କ୍ଷମାପ୍ରାର୍ଥନା ଦିଅନ୍ତୁ ବୋଲି ନୋଟିସରେ ଦର୍ଶାଯାଇଛି । ଏପରି ନ କଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦେୱାନୀ ଓ ଫୌଜଦାରୀ ମାମଲା ଦାୟର କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି । ପ୍ରକାଶ ଯେ,ଜେଲରେ ବିଶେଷ ସୁବିଧା ପାଇବା ପାଇଁ ଶଶିକଳା ଜେଲ କର୍ତ୍ତୁପକ୍ଷଙ୍କୁ ୨କୋଟି ଟଙ୍କା ଲାଞ୍ଚ ଦେଇଥିବା ଏବଂ ଏଥିରେ ରାଓଙ୍କ ସମ୍ପୃକ୍ତି ନେଇ ଡି .ରୁପା ତାଙ୍କ ରିପୋର୍ଟରେ ସୂଚିତ କରିଥିଲେ ।