ଅନଗୁଳ-ଢେଙ୍କାନାଳ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଢେଙ୍କାନାଳ ଅଫିସ, ୨୦।୧୨ : ଚାଷୀଙ୍କ ବର୍ଷକର ହାଡ଼ଭଙ୍ଗା ପରିଶ୍ରମକୁ ମାତ୍ର କେଇଘଣ୍ଟା ମଧ୍ୟରେ ସ୍ବାହା କରିଦେଇଛି ସାମୁଦ୍ରିକ ଝଡ଼ ‘ପେଥାଇ’। ଫସଲ ଅମଳ ସମୟରେ ଲଗାଣ ବର୍ଷା ଦୋହଲାଇ ଦେଇଛି ଚାଷୀଙ୍କ ମେରୁଦଣ୍ଡ। ଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗୁଥିବାବେଳେ ଭିଜିଯାଇଥିବା ଧାନ ଦେଖି ହତାଶ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ।

ଭଲ ପାଗ ଥିବାରୁ ଜିଲାର ସବୁ ବ୍ଲକରେ ଆରମ୍ଭ ହୋଇଥିଲା ଅମଳ। କେଉଁଠି ଧାନ କଟାଯାଇ ବିଲରେ ପଡ଼ିଥିଲା ତ ଆଉ କେଉଁଠି ବୁଲୁଥିଲା ବେଙ୍ଗଳା। ଅଧିକାଂଶ ସ୍ଥାନରେ କଟା ଯାଇଥିବା ଧାନ ଖଳାକୁ ଆସି ପାରି ନ ଥିଲା। ଏପରିସ୍ଥିତିରେ ଦାଉ ସାଧିଲା ‘ପେଥାଇ’। ଦୁଇଦିନରେ ଉଜୁଡ଼ିଗଲା ଶତାଧିତ୍କ ଏକର ଜମିର ଫସଲ। ପରିବା ଚାଷ ବି ବର୍ତ୍ତିଲାନି। ଏବେ ପାଣିରୁ କିପରି ଧାନ ଅମଳ କରାଯିବ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।

 ‘ପେଥାଇ’ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଜିଲାରେ ମୋଟ ୨୧୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳ ସଦରରେ ୨୭.୨, ଗଁଦିଆରେ ୧୬, ଓଡ଼ାପଡ଼ାରେ ୧୮, ହିନ୍ଦୋଳରେ ୪୯.୨, କାମାକ୍ଷାନଗରରେ ୨୯, ଭୁବନରେ ୧୫, ପରଜଙ୍ଗରେ ୩୭ ଏବଂ କଙ୍କଡ଼ାହାଡ଼ରେ ୨୭.୨ ମିମି ବର୍ଷା ହୋଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛି ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଅଞ୍ଚଳର ଫସଲ। ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୫୦ ଏକର ଧାନ ଫସଲ ନଷ୍ଟ ହୋଇଛି। ନିମ୍ନ ମଧ୍ୟବିତ୍ତ ଚାଷୀ ବ୍ୟାଙ୍କରୁ ଋଣକରି ଫସଲରେ ଲଗାଇଥିଲେ। ବର୍ଷା ସେମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି। ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି। 

ଅନ୍ୟପଟେ କ୍ଷୟକ୍ଷତି ଆକଳନ କରିବାକୁ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୃଷି ବିଭାଗ ଅଧିକାରୀ ମହୁଲଖୋଳି ଗ୍ରାମର ଚାଷ ଜମି ପରିଦର୍ଶନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ବର୍ତ୍ତମାନ ସୁଦ୍ଧା ଫସଲ ନଷ୍ଟ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ସମସ୍ତ ଗ୍ରାମସେବକଙ୍କୁ  ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲାପାଳମାନେ ମଧ୍ୟ ଆର୍‌ଆଇଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିବା ସେ ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। 

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। 

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ଅନୁଗୋଳ ଅଫିସ, ୧୯।୪- ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ସେକ୍ଟର ଅଫିସରମାନଙ୍କୁ ଗୁରୁବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି। 

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ କରୁଥିବା ମିଛ ପ୍ରଚାର କରୁଛନ୍ତି। 

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ସହର ଉପକଣ୍ଠ ଆମ୍ବପାଳ ନତଡ଼ାଠାରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। 

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

କଣିହାଁ, ୧୯।୪(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌  ବଜାର  ମେଡିକାଲ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କିଛିଦିନ ହେଲା କେହି ଦୁର୍ବୃତ୍ତ ମଇଳା କପଡା ଗୁଡାଇ ଦେଉଥିବା ନେଇ ଗୁରୁବାର ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। 

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ ଅଫିସ/ ବନ୍ତଳା/ ପାଲଲହଡ଼ା/ ଢେଙ୍କାନାଳ ଅଫିସ/ ପରଜଙ୍ଗ/ ଓଡାପଡା, ୧୯।୪- କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। 

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ ଛିଡ଼ା ହୋଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ବଇଣ୍ଡା,୧୮।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା, ସୋଲଣ୍ଡା, ବଇଣ୍ଡାର ମା’ ମଙ୍ଗଳା ସାହିରେ ହିଙ୍ଗୁଳା ଠାକୁରାଣୀଙ୍କ ବାର୍ଷିକ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଙ୍କୁ ହିଙ୍ଗୁଳା ପୀଠଠାରେ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ପରେ  ଏକ ପଟୁଆରେ  ନଗର ପରିକ୍ରମା କରାଯାଇଥିଲା। 

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ତାଳଚେର,୧୮।୪(ନି.ପ୍ର)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଓ ଲୋକ ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହୋଇଛି। 


Model This Week

କ୍ରିଷ୍ଣା
Why Dharitri