ଅନଗୁଳ-ଢେଙ୍କାନାଳ

କୃଷି ଉପନିର୍ଦ୍ଦେଶକ ଦେଲେ ରିପୋର୍ଟ: ଜିଲାରେ ପ୍ରଭାବ ପକାଇନି ଅଦିନିଆ ବର୍ଷା

କୃଷି ଉପନିର୍ଦ୍ଦେଶକ ଦେଲେ ରିପୋର୍ଟ: ଜିଲାରେ ପ୍ରଭାବ ପକାଇନି ଅଦିନିଆ ବର୍ଷା

ଅନୁଗୋଳ ଅଫିସ, ୨୦।୧୨ : ସାମୁଦ୍ରିକ ଝଡ଼ ପିଥାଇ ପ୍ରଭାବରେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ବି ଏଥିରେ ଚାଷ କ୍ଷତିଗ୍ରସ୍ତ ହୋଇନାହିଁ। ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏପରି ରିପୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଦିନିଆ ବର୍ଷାର ପ୍ରଭାବ ସିଧାସଳଖ ପାଚିଲା ଧାନ ଉପରେ ପଡ଼ିଥିବା ବେଳେ ଏହା ଡାଲି, ପରିବା ଚାଷକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଧାନ ବିଲରେ ପାଣି ଠିଆ ହୋଇଥିବାରୁ ଏହା ଗଜା ହୋଇଯିବା ଆଶଙ୍କା ରହିଛି। ସେହିପରି ପରିବା ଓ ଡାଲି ଜାତୀୟ ଫସଲରେ ପୋକ ଲାଗିବା ସମ୍ଭାବନା ଦେଖାଦେଇଛି। କିନ୍ତୁ ଏହାକୁ ଅଣଦେଖା କରି ଓ ଠିକ୍‌ ଭାବେ ଆକଳନ କରା ନ ଯାଇ ରିପୋର୍ଟ ପ୍ରଦାନ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।  

ମଙ୍ଗଳବାର ଅନୁଗୋଳରେ ୫୫.୦ ମିଲିମିଟର(ମିମି) ବର୍ଷା ହୋଇଥିବାବେଳେ ବଅଁରପାଳରେ ୫୨.୪ ମିମି ବର୍ଷା ହୋଇଛି। ସେହିପରି ଛେଣ୍ଡିପଦାରେ ୪୩.୨ ମିମି, ତାଳଚେରରେ ୪୦.୦, କଣିହାଁରେ ୪୦.୦, ଆଠମଲ୍ଲିକରେ ୪୧.୨, କିଶୋରନଗରରେ ୪୨.୫ ଓ ପାଲଲହଡ଼ାରେ ୪୬.୦ ମିମି ବର୍ଷା ହୋଇଛି। ଏହି ବର୍ଷା କ୍ଷେତରେ ଅମଳ ହେବାକୁ ଥିବା ଧାନଗଛ ଗୁଡ଼ିକୁ ଭିଜାଇ ଦେଇଛି। କେତେକ ସ୍ଥାନରେ କଟା ହୋଇ ଖଳାକୁ ଆସିଥିଲେ ବି ପାଣି ପଶିଯାଇଥିବା ସୂଚନା ମିଳିଛି। ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ସନ୍ଧ୍ୟାରୁ ବର୍ଷା ଛାଡ଼ିଯାଇଥିଲେ ମଧ୍ୟ ପାଗ ଖରାପ ରହିଛି। ଏପରି ପାଗ ଲାଗି ରହିଲେ ଧାନ ଗଜା ହେବା ସୁନିଶ୍ଚିତ। ଜିଲାରେ ଚଳିତବର୍ଷ ୮୮ ହଜାର ୨୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରା ନ ଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବାରୁ ଏ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଜିଲାର ୧୦ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଡାଲି ଜାତୀୟ ଫସଲ କରାଯାଇଛି। ସାଧାରଣତଃ ବର୍ଷା ପରେ ଡାଲି ଜାତୀୟ ଫସଲରେ ପୋକ ସମସ୍ୟା ମୁଣ୍ଡ ଟେକିଥାଏ। ଏଣୁ ପାଗ କୋହଲା ରହିଲେ ଫସଲ ଉଜୁଡ଼ି ଯିବ ବୋଲି ଚାଷୀମାନେ କହିଛନ୍ତି। ଅଠମଲ୍ଲିକର ୫ଟି ପଞ୍ଚାୟତରେ ଚିନା ବାଦାମରେ ଜଉ ପୋକ ଲାଗିଯାଇଥିବାରୁ ବର୍ଷା ପରେ ଅନ୍ୟ ଫସଲ ଏପରି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଏ ନେଇ ଅନୁଗୋଳ କୃଷି ଉପ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଡାଲି ଜାତୀୟ ଫସଲରେ ପୋକ ଆଶଙ୍କା ଦେଖାଦେଇଥିବାରୁ ଜିଲାର ସମସ୍ତ ବ୍ଲକରେ ଔଷଧ ମହଜୁଦ ରଖାଯାଇଛି। ପୋକ ଲାଗିଲେ ଚାଷୀଙ୍କୁ ୫୦ ପ୍ରତିଶତ ସବ୍‌ସିଡ୍‌ରେ ଔଷଧ ଯୋଗାଇ ଦିଆଯିବ। ସେହିପରି ଜିଲାରେ ମୋଟ୍‌ ୨୫ଶହ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଛି। ତେବେ କୋବି ଜାତୀୟ ଫସଲ ଉପରେ ବର୍ଷାର ଅଧିକ ପ୍ରଭାବ ପଡ଼ିବ ବୋଲି ଚାଷୀ ଆଶଙ୍କା କରିଛନ୍ତି। ଏଥିସହ ମୂଳା, ଟମାଟର, ଆଳୁ, ପିଆଜ, ଲଙ୍କା, ଗାଜର ଆଦି ଫସଲରେ ପୋକ ଲାଗିବା ଆଶଙ୍କା ମଧ୍ୟ କରାଯାଉଛି। ଥରେ ପୋକ ଲାଗିଲେ ସବୁ ଫସଲ ଉଜୁଡ଼ି ଯିବ ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ ଏସବୁ ପ୍ରତି ଦୃଷ୍ଟି ରଖାଯାଇଥିବା ହଟିକଲଚର ଅଧିକାରୀ ପଦ୍ମଲୋଚନ ଦାସ କହିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳରେ ୨୩ରେ ନିର୍ବାଚନ, ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି

ଢେଙ୍କାନାଳ ଅଫିସ,୨୧।୪- ଢେଙ୍କାନାଳ ଜିଲାରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। 

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳାରେ ଧର୍ମେନ୍ଦ୍ରଙ୍କ ରୋଡ ଶୋ

ବନ୍ତଳା,୨୧ା୪(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳାରେ ରବିବାର ସକାଳେ ଭାଜପା ପକ୍ଷରୁ ରୋଡ ଶୋ କରାଯାଇଛି।

 ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳରେ କଂଗ୍ରେସର ରୋଡ ଶୋ’: ଯୋଗଦେଲେ ତାରା ପ୍ରସାଦ ବାହିନୀପତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲା ପୌରାଞ୍ଚଳରେ କଂଗ୍ରେସ ପକ୍ଷରୁ ରବିବାର ନିର୍ବାଚନୀ ପ୍ରଚାର ହୋଇଛି। ମା’ ବୁଢୀ ଠାକୁରାଣୀ ନିକଟରୁ କଂଗ୍ରେସ ପ୍ରାର୍ଥୀ ରୋ ଶୋ’ କରିଛନ୍ତି। 

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ  କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ନିର୍ବାଚନ କାର୍ଯ୍ୟରେ ନିୟୋଜିିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଥାନାରେ ଅଭିଯୋଗ

ଭୁବନ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଭୁବନଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଷ୍ଟାଟିକ ସର୍ଭିଲାନ୍ସ ୧୨ ନଂ.  ଟିମ୍‌ଙ୍କୁ ମହୁଲପାଳ ପଞ୍ଚାୟତରେ ଶନିବାର ଦୁର୍ବ୍ୟବହାର  କରାଯାଇଥିଲା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କ ପ୍ରସ୍ତୁତି

ଅନୁଗୋଳ ଅଫିସ,୨୧।୪: ଅନୁଗୋଳ ଜିଲାରେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ହେବ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଶେଷ ପ୍ରଚାର: ରୋଡ ଶୋ’ ରେ ଧର୍ମେନ୍ଦ୍ରଙ୍କ ଭୋଟ ଭିକ୍ଷା

ଅନୁଗୋଳ ଅଫିସ,୨୧।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହେବାକୁ ଥିବାବେଳେ  ଏ ନେଇ ଅନୁଗୋଳ ନିିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ରୋଡ ଶୋ’ କରାଯାଇଛି। 

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି।

ଦୁର୍ଗ ଭେଦିବାକୁ ଭାଜପାର କସରତ

ଦୁର୍ଗ ଭେଦିବାକୁ ଭାଜପାର କସରତ

ପରଜଙ୍ଗ, ୨୧।୪(ଡି.ଏନ.ଏ.) ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକ ସଭା କ୍ଷେତ୍ର ଢେଙ୍କାନାଳରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ଅନୁଷ୍ଠିତ ହେଉଛି।

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ ଦୁଇ ହେଭିଓ୍ବେଟ ଭାଜପାର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ରର କାର୍ମିକ ଅଧିକାରୀ ବି. ବେହୁରିଆ ଯୋଗ ଦେଇଥିଲେ। 

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଶେଷ ପର୍ଯ୍ୟାୟରେ ପ୍ରଶାସନର ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଭିନ୍ନ ମତଦାନ କେନ୍ଦ୍ରକୁ ରବିବାର ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri