ଅନଗୁଳ-ଢେଙ୍କାନାଳ

ଆତଙ୍କ ସୃଷ୍ଟିକଲେ ହାତୀପଲ : ଭାଙ୍ଗିଲେ ଘର, ପାଚେରି

ଆତଙ୍କ ସୃଷ୍ଟିକଲେ ହାତୀପଲ : ଭାଙ୍ଗିଲେ ଘର, ପାଚେରି

ପରଜଙ୍ଗ, ୧୯।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉତ୍ପାତ କମିବାର ନାଁ ଧରୁନି। ଜନବସତିରେ ପଶି ହାତୀପଲ ବ୍ୟାପକ କ୍ଷତି କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହେଉଥିବାବେଳେ ଫସଲ ସୁରକ୍ଷା କରିବାକୁ ଚାଷୀମାନେ ଗଛରେ ମଞ୍ଚା କରି ରାତି ଉଜାଗର ରହୁଛନ୍ତି।

ପିତିରି ପଞ୍ଚାୟତ ଖାଲପାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହାତୀପଲ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି। ଦାସ ଭୂତିଆ, ବିଠଲ ବର୍ମା, ଅଲେଖ ନାୟକଙ୍କ ଘର ଏବଂ ପ୍ରତାପ ଜେନାଙ୍କ ଘର ପାଚେରି ଭାଙ୍ଗିଦେଇ ଦେଇଥିବାବେଳେ ପନ୍ଦାରୀ ନାୟକଙ୍କ ଶିମ୍ବ, ହରଡ଼ ବଗିଚା, ଅଭିମନ୍ୟୁ ବର୍ମା, ଆଲୋକ ବର୍ମାଙ୍କ କଦଳୀ ବାଡ଼ ଉଜାଡ଼ି ଦେଇଛନ୍ତି ହାତୀ। ସେହିପରି କାର୍ତ୍ତିକେଶ୍ୱର ବର୍ମାଙ୍କ ଖଳାରେ ରଖାଯାଇଥିବା ୧୫ ବସ୍ତା ଧାନ ଖାଇଯାଇଛନ୍ତି। ଅଭିଯୋଗପରେ ବନ ବିଭାଗ ପକ୍ଷରୁ ସରଜମିନ ତଦନ୍ତ ଆରମ୍ଭ ହୋଇଛି।  

ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ବିଭିନ୍ନ ପଲରେ ବିଭକ୍ତ ହୋଇ ହାତୀ ଅଛନ୍ତି। ଡମୋଳ ଅଞ୍ଚଳରେ ୨୨, ଖାଲପାଳ ଜଙ୍ଗଲରେ ୧୪ ଏବଂ ବାରବାଙ୍କ ଜଙ୍ଗଲରେ ୩୦ରୁ ଊର୍ଦ୍ଧ୍ୱ ହାତୀ ବିଚରଣ କରୁଛନ୍ତି। ଅସୁସ୍ଥ ଦନ୍ତାକୁ ବୁଧବାର ସରାଙ୍ଗ ଗ୍ରାମ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଜନବସତି ନିକଟରେ ହାତୀ ଉପସ୍ଥିତି ଲୋକଙ୍କୁ ଗୃହବନ୍ଦୀ କରି ରଖିଛି। ଅଞ୍ଚଳର ଜୀବନଯାତ୍ରା ପ୍ରଭାବିତ ହୋଇଛି। ସଞ୍ଜ ହେଲେ କବାଟ କିଳି ରହୁଛନ୍ତି ଲୋକେ। ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି ଅଭିଭାବକ। ହଜାର ହଜାର ଜନସାଧାରଣ ହାତୀ ଚିନ୍ତାରେ ଥିବାବେଳେ ଏହାର ପ୍ରତିକାର କରିବାକୁ ଦାବି ହେଉଛି।


All Right Reserved By

ଅନଗୁଳ-ଢେଙ୍କାନାଳ

ଶହୀଦଙ୍କ ପାଇଁ ଶୋକ

ଶହୀଦଙ୍କ ପାଇଁ ଶୋକ

ମାଧପୁର, ୧୮।୨(ଡି.ଏନ.ଏ.): ଅନୁଗୋଳ ଜିଲା ମାଧପୁର  ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ବୁଦ୍ଧିଜୀବୀଙ୍କୁ ନେଇ  ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ଅନୁଗୋଳ ଅଫିସ୍‌, ୧୮।୨: ଅନୁଗୋଳ ଥାନା ଶାବଳ ଭଙ୍ଗା ସଡକ ସାହିର ଅରୁଣ ପରିଡ଼ା(୩୦) ସୋମବାର ଭୋର ସମୟରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପରିଚାଳନାରେ ମୃତ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି। 

ଆଜିଠୁ ଯୋରନ୍ଦା ମାଘମେଳା

ଆଜିଠୁ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୮।୨: ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। 

ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ ହେବ ଚାର୍ଜଶିଟ

ଅନୁଗୋଳ ଅଫିସ, ୧୮।୨: ଅନୁଗୋଳ ସହର ଉପକଣ୍ଠରେ ଜାନୁୟାରୀ ୨୦ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାକୁ ଆଉ ଦୁଇଦିନ ପରେ ମାସେ ପୂରିଯିବ। 

ମେଗା ଆଇନ ସଚେତନତା ଶିବିର: ଯୋଗ୍ୟଙ୍କୁ ମିଳୁ ସୁଫଳ

ଅନୁଗୋଳ ଅଫିସ, ୧୮।୨: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ମଇଦାନ ଠାରେ ରବିବାର ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।

୭୯.୫୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

୭୯.୫୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

କାମାକ୍ଷାନଗର, ୧୮।୨(ଡି.ଏନ.ଏ.) ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବିକାଶ   କାର୍ଯ୍ୟକ୍ରମରେ କାମାକ୍ଷାନଗର ସାମିଲ ହୋଇଛି। ଆଗାମୀ ଦିନରେ କାମାକ୍ଷାନଗରକୁ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ଚେଷ୍ଟା ଜାରିରହିଛି। ସହରକୁ ଅନେକ ରାସ୍ତାସହ ଯୋଡ଼ାଯାଇପାରିଛି। 

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ତାଳଚେର,୧୮ା୨(ନି.ପ୍ର.)-  ଖଣି କ୍ଷତିଗ୍ରସ୍ତଙ୍କ ଘନ ଘନ ଆନ୍ଦୋଳନ ଯୋଗୁ ପ୍ରଭାବିତ ହୋଇଛି ଅନୁଗୋଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପ। ୩ ହଜାର ମେଗାଓ୍ବାଟ୍‌ ଉତ୍ପାଦନ ବିଶିଷ୍ଟ ଏହି ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଉପୁଜିଛି।

ସୁନାଗରିକ ହେବାକୁ ଆହ୍ବାନ

ସୁନାଗରିକ ହେବାକୁ ଆହ୍ବାନ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.)-କାମାକ୍ଷାନଗର ଜନ୍ତାରିବୋଲସ୍ଥିତ ଆଦର୍ଶ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅଭିଭାବକ ପରିଚାଳନା କମିଟି ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅଧ୍ୟକ୍ଷ ଟୁନା ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ। 

ଗଛରେ ପିଟିହେଲା ବାଇକ୍‌, ଚାଳକ ମୃତ

ଗଛରେ ପିଟିହେଲା ବାଇକ୍‌, ଚାଳକ ମୃତ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.)-କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ଛକରେ ରବିବାର ଅପରାହ୍ନରେ ଏକ ବାଇକ୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାଳିଆପାଣି ଟାଉନଶିପ୍‌ର ଛତିଶ ଚନ୍ଦ୍ର ମହାନ୍ତିଙ୍କ ପୁଅ ଭାଗୀରଥ (୨୪) ପ୍ରାଣ ହରାଇଛନ୍ତି। 

ସୋମବାରଠାରୁ ଯୋରନ୍ଦା ମାଘମେଳା: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ସୋମବାରଠାରୁ ଯୋରନ୍ଦା ମାଘମେଳା: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା

ଢେଙ୍କାନାଳ ଅଫିସ, ୧୭।୨-ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିର କମିଟି ପକ୍ଷରୁ ମେଳା ପାଇଁ ନୀତିନିର୍ଘଣ୍ଟ ସ୍ଥିରୀକୃତ ହୋଇଛି।

ବାଇକ୍‌କୁ ଧକ୍କା ଦେଲା କାର୍‌: ମା’, ପୁଅ-ବୋହୂ ଗୁରୁତର

ବାଇକ୍‌କୁ ଧକ୍କା ଦେଲା କାର୍‌: ମା’, ପୁଅ-ବୋହୂ ଗୁରୁତର

ପାଲଲହଡ଼ା,୧୭ା୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥର ଝିମିରିପାଲି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ବାଇକ୍‌କୁ କାର ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ମା’, ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।