ଅନଗୁଳ-ଢେଙ୍କାନାଳ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଢେଙ୍କାନାଳ ଅଫିସ, ୧୯ା୧୨: ଚାଷୀଙ୍କ ବର୍ଷକର ହାଡ଼ଭଙ୍ଗା ପରିଶ୍ରମକୁ ମାତ୍ର କେଇଘଣ୍ଟା ମଧ୍ୟରେ ସ୍ବାହା କରିଦେଇଛି ସାମୁଦ୍ରିକ ଝଡ଼ ‘ପେଥାଇ’। ଫସଲ ଅମଳ ସମୟରେ ଲଗାଣ ବର୍ଷା ଦୋହଲାଇ ଦେଇଛି ଚାଷୀଙ୍କ ମେରୁଦଣ୍ଡ। ଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗୁଥିବାବେଳେ ଭିଜିଯାଇଥିବା ଧାନ ଦେଖି ହତାଶ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ।

ଭଲ ପାଗ ଥିବାରୁ ଜିଲାର ସବୁ ବ୍ଲକରେ ଆରମ୍ଭ ହୋଇଥିଲା ଅମଳ। କେଉଁଠି ଧାନ କଟାଯାଇ ବିଲରେ ପଡ଼ିଥିଲା ତ ଆଉ କେଉଁଠି ବୁଲୁଥିଲା ବେଙ୍ଗଳା। ଅଧିକାଂଶ ସ୍ଥାନରେ କଟା ଯାଇଥିବା ଧାନ ଖଳାକୁ ଆସି ପାରି ନ ଥିଲା। ଏପରିସ୍ଥିତିରେ ଦାଉ ସାଧିଲା ‘ପେଥାଇ’। ଦୁଇଦିନରେ ଉଜୁଡ଼ିଗଲା ଶତାଧିତ୍କ ଏକର ଜମିର ଫସଲ। ପରିବା ଚାଷ ବି ବର୍ତ୍ତିଲାନି। ଏବେ ପାଣିରୁ କିପରି ଧାନ ଅମଳ କରାଯିବ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।

 ‘ପେଥାଇ’ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଜିଲାରେ ମୋଟ ୨୧୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳ ସଦରରେ ୨୭.୨, ଗଁଦିଆରେ ୧୬, ଓଡ଼ାପଡ଼ାରେ ୧୮, ହିନ୍ଦୋଳରେ ୪୯.୨, କାମାକ୍ଷାନଗରରେ ୨୯, ଭୁବନରେ ୧୫, ପରଜଙ୍ଗରେ ୩୭ ଏବଂ କଙ୍କଡ଼ାହାଡ଼ରେ ୨୭.୨ ମିମି ବର୍ଷା ହୋଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛି ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଅଞ୍ଚଳର ଫସଲ। ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ୫୦ ଏକର ଧାନ ଫସଲ ନଷ୍ଟ ହୋଇଛି। ନିମ୍ନ ମଧ୍ୟବିତ୍ତ ଚାଷୀ ବ୍ୟାଙ୍କରୁ ଋଣକରି ଫସଲରେ ଲଗାଇଥିଲେ। ବର୍ଷା ସେମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି। ତୁରନ୍ତ ଫସଲ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି। 

ଅନ୍ୟପଟେ କ୍ଷୟକ୍ଷତି ଆକଳନ କରିବାକୁ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୃଷି ବିଭାଗ ଅଧିକାରୀ ମହୁଲଖୋଳି ଗ୍ରାମର ଚାଷ ଜମି ପରିଦର୍ଶନ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୁହନ୍ତି, ବର୍ତ୍ତମାନ ସୁଦ୍ଧା ଫସଲ ନଷ୍ଟ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ସମସ୍ତ ଗ୍ରାମସେବକଙ୍କୁ  ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

All Right Reserved By

ଅନଗୁଳ-ଢେଙ୍କାନାଳ

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍‌ରେ। 

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। 

ଇଭିଏମ୍‌ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ବୁଥ୍‌ ମଧ୍ୟରୁ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଓ ପରିଚାଳନାଗତ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। 

ଖୁସି ବ୍ୟକ୍ତ କଲେ ଯୁବ ଭୋଟର

ଖୁସି ବ୍ୟକ୍ତ କଲେ ଯୁବ ଭୋଟର

ଅନୁଗୋଳ ଅଫିସ, ୨୪।୪-ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ସେଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। କାଳେ କିଛି ଭୁଲ ହୋଇଯିବ ତାହାକୁ ନେଇ ମନରେ ଭୟ ବି ଟିକେ ଥିଲା।

ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

ମତଦାତାଙ୍କୁ ଟାଣିଲା ମଡେଲ ବୁଥ୍‌

କାମାକ୍ଷାନଗର, ୨୪।୪(ଡି.ଏନ୍‌.ଏ.)- ସାରା ରାଜ୍ୟରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌), ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ମତଦାତାଙ୍କ ମନରେ ଅସନ୍ତୋଷକୁ ଦ୍ୱିଗୁଣିତ କରିଥିବାବେଳେ ଆଦର୍ଶ ବୁଥରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ମାହୋଲ। କାମାକ୍ଷାନଗର ଏନ୍‌ଏସିରେ ହୋଇଥିବା ଆଦର୍ଶ ବୁଥ୍‌ରେ ଏମିତି କିଛି ବ୍ୟବସ୍ଥା କରାଯାଇଥିଲା, ଯାହା ଭୋଟରଙ୍କ ଭିତରେ ଭରିଥିଲା ବିପୁଳ ଉତ୍ସାହ। 

ମାଓବାଦୀ ପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୨୭ଟି ବୁଥ୍‌ରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଁା ଭଁା ମତଦାନ କେନ୍ଦ୍ରରେ ଛୋଟ ଛୋଟ ନିର୍ବାଚନୀ ହିଂସା ଦେଖା ଦେଇଥିଲା। 

ଶିକୁଳିରେ ବନ୍ଧା ହୋଇ ଭୋଟ ଦେଲେ ଆଲୋକ

ଶିକୁଳିରେ ବନ୍ଧା ହୋଇ ଭୋଟ ଦେଲେ ଆଲୋକ

ବଇଣ୍ଡା, ୨୩ା୪(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ମାନସିକ ଭିନ୍ନକ୍ଷମ ଆଲୋକ କୁଦେଇ(୨୮) ଭୋଟ ଦେଇଛନ୍ତି। 

ପିଙ୍କ୍‌ ବୁଥ୍‌ରେ ଉତ୍ସାହ

ଢେଙ୍କାନାଳ ଅଫିସ/କାମାକ୍ଷାନଗର, (ଡି.ଏନ୍‌.ଏ.) ୨୪।୪- ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଲେଣି ମହିଳା। ସଶକ୍ତ ନାରୀ ଏବେ ଦେଶ ପ୍ରଗତିର ସାରଥି। ଗଣତନ୍ତ୍ରର ମହାନ୍‌ ପର୍ବରେ ପ୍ରଥମ ଥର ପରିକଳ୍ପନା କରାଯାଇଥିବା ପିଙ୍କ୍‌ ବୁଥ୍‌ରେ ଦେଖିବାକୁ ମିଳିଛି ଏହାର ଝଲକ।

କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ।

ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ବିଭ୍ରାଟ ଭିତରେ ଭୋଟ: ଯାନ୍ତ୍ରିକ ତ୍ରୁଟି, ତାତି, କାଳବୈଶାଖୀ

ଢେଙ୍କାନାଳ ଅଫିସ/ ପରଜଙ୍ଗ/କାମାକ୍ଷାନଗର (ଡି.ଏନ୍‌.ଏ.), ୨୪।୪- ସକାଳେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ମଧ୍ୟାହ୍ନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆଉ ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା, ଢେଙ୍କାନାଳ ଜିଲାର ଭୋଟରଙ୍କ ଉତ୍ସାହକୁ କମାଇପାରିନାହିଁ। ହେଲେ ମତଦାନ କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା। 

ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ପରଜଙ୍ଗ, ୨୩।୪(ଡି.ଏନ୍‌.ଏ.)- ସକାଳ ୭ଟାରୁ ଅପେକ୍ଷା କରିଥିଲେ ଭୋଟ ଦେବାକୁ। ଦୀର୍ଘ ୪ ଘଣ୍ଟା ପରେ ବୁଥ୍‌ ଭିତରକୁ ଯିବାକୁ ମିଳିଲା ସୁଯୋଗ।

ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଧାରଣା କ୍ଷତିଗ୍ରସ୍ତ: ୬ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଧାରଣା କ୍ଷତିଗ୍ରସ୍ତ: ୬ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଓଡ଼ାପଡ଼ା, ୨୪।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ରେଳଫାଟକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରେଳଧାରଣା କ୍ଷତିଗ୍ରସ୍ତ ହୋଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri