ଅନଗୁଳ-ଢେଙ୍କାନାଳ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

 ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା:   କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ


ଛେଣ୍ଡିପଦା,୧୮।୧୨(ଡି.ଏନ.ଏ.)- ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ନିର୍ମାଣଧୀନ ୫୫ ନଂ. ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ଛେଣ୍ଡିପଦା ବ୍ଲକ ଜରପଡ଼ା ଅଞ୍ଚଳ ତୁକୁଡ଼ା ଗ୍ରାମର ଦୀପକ କୁମାର ସାହୁ(୧୯) ସୋମବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ମଙ୍ଗଳବାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉକ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ ଠିକାସଂସ୍ଥାର ଅନୁଗୋଳ ଜିଲା ଜରପଡା ଥାନା ଲକ୍ଷ୍ମୀଧରପୁର ଗ୍ରାମ ନିକଟସ୍ଥ ଗୋବିନ୍ଦ ପାଣସାହିସ୍ଥିତ କ୍ୟାମ୍ପ ଅଫିସ ପରିସରରେ ତୁକୁଡା ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। ଖବରପାଇ ଠିକାସଂସ୍ଥାର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଜି.ପଦ୍ମନାଭମ ନାନାଜୀଙ୍କ ସମେତ  କମ୍ପାନୀ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ଇ ସସ୍ମିତା ବେହେରା, ଅନୁଗୋଳ ବାର ଆସୋସିଏଶନ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ଦିଲୀପ ସାହୁ, ବାବୁଲୀ ସାହୁଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଅଛନ୍ତି। ପ୍ରକାଶ ଯେ, ଦୀପକ ଗାୟତ୍ରୀ ଠିକାସଂସ୍ଥା କମ୍ପାନୀ ଅଧୀନରେ କାମ କରୁଥିଲେ। ସୋମବାର ସକାଳେ ସେ ନମ୍ବବାହାଳିଠାରେ ଜବରଦଖଲ ଉଚ୍ଛେଦ କରୁଥିବା ସମୟରେ ଜେସିବି ମେଶିନ୍‌ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ପୋଲିସ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଫାଣ୍ଡି ଘେରାଉ

ପୋଲିସ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଫାଣ୍ଡି ଘେରାଉ

ତାଳଚେର, ୧୯।୨(ନି.ପ୍ର.): ପ୍ରଶାସନ ଓ ପୋଲିସର ନିଷ୍କ୍ରିୟତା ପ୍ରତିବାଦ, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ,  ନୂତନ ମାପ ଓଜନ କଣ୍ଟାକୁ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ବ୍ଲକ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡିକୁ ସୋମବାରଠାରୁ ଘେରାଉ କରିଛନ୍ତି। 

ପୋଖରୀରେ ବୁଡି ବାଳିକା ମୁତ

ପୋଖରୀରେ ବୁଡି ବାଳିକା ମୁତ

ବଅଁରପାଳ, ୧୯।୨(ଡି.ଏନ.ଏ.):ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆ ହତା ଅଞ୍ଚଳର ଜଣେ ବାଳିକା ପୋଖରୀରେ ବୁଡି ମୃତ୍ୟୁ ହୋଇଛି।

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି। 

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ


ଢେଙ୍କାନାଳ ଅଫିସ, ୧୮ା୨-ଢେଙ୍କାନାଳସ୍ଥିତ ମହିଷାପାଟ କୃଷି ବିଜ୍ଞାନକେନ୍ଦ୍ର ନିକଟ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହୋଇଛି ପରମହଂସ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ। ପ୍ରଥମ ଦିବସ ପ୍ରାତଃରୁ ପ୍ରତୀକ୍ଷା, ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି ହେବା ପରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦେଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଏହାପରେ ଆୟୋଜିତ ହୋଇଥିଲା ଅନ୍ତରଙ୍ଗ ଏବଂ ଉଦ୍‌ବୋଧନୀ ସଭା।

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର  : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଭୁବନ, ୧୮।୨(ଡି.ଏନ.ଏ.)-ଭୁବନ ବାଜି ରାଉତ ସ୍ମୃତି କଲେଜର ୧୯୮୪ ଆଇଏ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ପକ୍ଷରୁ ରବିବାର ସ୍ଥାନୀୟ ବାଜି ରାଉତ ଶହୀଦ ପୀଠ ନିକଟରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ଗରିବ, ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ। ସେହିପରି ଅଞ୍ଚଳର ସମସ୍ୟା ସମାଧାନ ଲାଗି ୭ଜଣିଆ କମିଟି ଗଠିତ ହୋଇଛି। 

ପାନୀୟ  ଜଳ  ଯୋଗାଣ  ଉପରେ ଗୁରୁତ୍ୱ

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ବଇଣ୍ଡା,୧୮।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ସୋମବାର  ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଆୟୋଜିତ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ କିଭଳି ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ।

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୨-ଢେଙ୍କାନାଳ ଜିଲା ହିନ୍ଦୋଳ ରୋଡ଼ ଫାଣ୍ଡି ବାଙ୍ଗୁରିସିଂହା ନିକଟ ଚାଷ ଜମିରେ ଥିବା ଏକ କୂଅରେ ଖସିପଡ଼ିଥିବା ୨ବର୍ଷର ହାତୀ ଶାବକକୁ  ସୋମବାର ସକାଳେ ଗ୍ରାମବାସୀ ଉଦ୍ଧାର କରିଛନ୍ତି।