ଅନଗୁଳ-ଢେଙ୍କାନାଳ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି। ଏଥିଯୋଗୁ ସେଠାରେ ଉତ୍ତେଜନା ଦେଖାଦେଇଛି। ପାଲଲହଡା ୪୯ ନଂ. ଜାତୀୟ ରାଜାପଥର ଦୋହରୀକରଣ କାର୍ଯ୍ୟ ଏକ ଠିକାସଂସ୍ଥା ହାତକୁ ନେଇଛି। ତେବେ ପୁରୁଣା ରାସ୍ତାଟି ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଥିଲେ ମଧ୍ୟ ଠିକାସଂସ୍ଥା କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଦୃଷ୍ଟି ଦିଆଯାଉନାହିଁ। ଫଳରେ କନ୍ତଳାଠାରୁ ଫପଣ୍ଡ ପର୍ଯ୍ୟନ୍ତ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି। ଏ ନେଇ ପାଲଲହଡା ବିକାଶ ମଞ୍ଚ ତରଫରୁ  ଉପଖଣ୍ଡ ପ୍ରଶାସନଠାରୁ  ଆରମ୍ଭ କରି ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ପ୍ରତିବାଦରେ ପାଲଲହଡ଼ା ବିକାଶ ମଞ୍ଚ ସଭାପତି ମନୋଜ ସାହୁଙ୍କ ନେତୃତ୍ୱରେ ଫପଣ୍ଡ, ବାଲିପଶି, କାଇଁଶୀରିପାଲି, ସେମିଆପାଲି, ସୁବର୍ଣ୍ଣପାଲି, ଉଦିତନଗର, କାନ୍ତଳା ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏକତ୍ରିତ ହୋଇ ଓଭରବ୍ରିଜ କାମ ବନ୍ଦ କରିଥିଲେ। ଖବରପାଇ ପାଲଲହଡା ପୋଲିସ, ଠିକାସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୩୧ ସୁଦ୍ଧା ଉକ୍ତ ୧୨ କି.ମି ପୁରୁଣା ରାସ୍ତାର ମରାମତି କରାଯିବ ବୋଲି ଠିକାସଂସ୍ଥାର କାର୍ଯ୍ୟନିର୍ବାହୀ  ଅଧିକାରୀ ଶିମାଦ୍ରୀ ରାଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ବଇଣ୍ଡା,୧୮।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା, ସୋଲଣ୍ଡା, ବଇଣ୍ଡାର ମା’ ମଙ୍ଗଳା ସାହିରେ ହିଙ୍ଗୁଳା ଠାକୁରାଣୀଙ୍କ ବାର୍ଷିକ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଙ୍କୁ ହିଙ୍ଗୁଳା ପୀଠଠାରେ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ପରେ  ଏକ ପଟୁଆରେ  ନଗର ପରିକ୍ରମା କରାଯାଇଥିଲା। 

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ତାଳଚେର,୧୮।୪(ନି.ପ୍ର)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଓ ଲୋକ ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହୋଇଛି। 

ବଞ୍ଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବାକୁ ଦେବିନି:  ମୁଖ୍ୟମନ୍ତ୍ରୀ

ବଞ୍ଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବାକୁ ଦେବିନି: ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଅଫିସ,୧୮।୪-କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ  ହୋଇଛନ୍ତି। ହେଲେ ଭାଜପା ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି। 

ନୃସିଂହ, ମହେଶଙ୍କ ଲାଗି ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ନୃସିଂହ, ମହେଶଙ୍କ ଲାଗି ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ପରଜଙ୍ଗ, ୧୮।୪(ଡି.ଏନ୍‌.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁ ଓ  ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟ ଦେବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନୁରୋଧ କରିଛନ୍ତି।

ଭାଜପା ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

ଭାଜପା ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ ଅଫିସ,୧୮।୪: ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଟଙ୍କା ଜବତ ହେଉଛି। ଏହି କ୍ରମରେ ହିନ୍ଦୋଳ ଭାଜପା ପ୍ରାର୍ଥୀ ଅଶୋକ ନାୟକଙ୍କ ଗାଡ଼ିରୁ ଗୁରୁବାର ଷ୍ଟାଟିକ୍‌ ସର୍ଭେଲାନ୍ସ ସ୍କ୍ବାର୍ଡ ୪ ଲକ୍ଷ ଟଙ୍କା ଜବତ କରିଛି।

ବନ୍ତଳାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ବନ୍ତଳାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଅନୁଗୋଳ ଅଫିସ,୧୮।୪: ଅନୁଗୋଳ ନିର୍ବାଚନମଣ୍ଡଳୀ ବନ୍ତଳା ଅଞ୍ଚଳରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି।

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ ରାଲିରେ ଯାଇ ମାରାଥନ ପ୍ରଚାର କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ଅନୁଗୋଳ ଅଫିସ/ବନ୍ତଳା/ଢେଙ୍କାନାଳ ଅଫିସ, ୧୮।୪- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ନିର୍ବାଚନ ପ୍ରଚାର କରିବେ। 

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଝଟକା: ବିଧାୟକଙ୍କ ଗାଁରୁ ପଦ୍ମ ଧରିଲେ ଶତାଧିକ କର୍ମୀ

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଝଟକା: ବିଧାୟକଙ୍କ ଗାଁରୁ ପଦ୍ମ ଧରିଲେ ଶତାଧିକ କର୍ମୀ

ଅନୁଗୋଳ ଅଫିସ, ୧୮।୪- ଅନୁଗୋଳ ବିଜେଡିକୁ ବୁଧବାର ପୁଣି ଲାଗିଛି ଝଟକା। ୩ ଥରର ବିଧାୟକ ତଥା ୪ର୍ଥ ଥର ପାଇଁ ପ୍ରାର୍ଥୀ ହୋଇଥିବା ଜିଲା ସଭାପତି ରଜନୀକାନ୍ତ ସିଂଙ୍କ ଗାଁ ଗୋତମରାରୁ ଶତାଧିକ କର୍ମୀ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪ ଦିନ ସମୟ। ଏହା ଭିତରେ ସେମାନେ ଯେମିତି ହେଉ ଭୋଟରଙ୍କୁ ମନାଇବାକୁ ଲକ୍ଷ୍ୟ ରଖିଛନ୍ତି। 

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ କଳମଛୁଇଁ, ସୋଲଡ଼ା, ଗୋପାଳପ୍ରସାଦ, ଡଅଁରା ଆଦି ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି।


Model This Week

କ୍ରିଷ୍ଣା
Why Dharitri