ଫୁରସତ |

ପେଙ୍ଗୁଇନ୍‌ ହୋଇ ରଚିଲେ ବିଶ୍ୱ ରେକର୍ଡ

ପେଙ୍ଗୁଇନ୍‌ ହୋଇ ରଚିଲେ ବିଶ୍ୱ ରେକର୍ଡ
ଓ୍ବାଶିଂଟନ୍‌: ଆପଣ ଭାବୁଥିବେ ପେଙ୍ଗୁଇନ୍‌ କେବଳ ଆଣ୍ଟାର୍କଟିକାରେ ଦେଖାଯାଏ। ହେଲେ ଆମେରିକାରେ ଏମିତି ଏକ ଦୃଶ୍ୟ ଆପଣଙ୍କ ମନରେ ଭ୍ରମ ସୃଷ୍ଟି କରିବ। ଆମେରିକା ଓହାୟୋର ଏକ ବିଶ୍ୱବିଦ୍ୟାଳୟରେ ଏକକାଳୀନ ୯୭୨ ପେଙ୍ଗୁଇନ୍‌ ଏବେ ବିଶ୍ୱ ରେକର୍ଡ କରିଛନ୍ତି। ହେଲେ ଏମାନେ ସତ ସତିକା ନୁହଁନ୍ତି। ବରଂ ପେଙ୍ଗୁଇନ୍‌ ବେଶଭୂଷାରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ଏଠାରେ ଏକାଠି ହେବାର ଦେଖିବାକୁ ମିଳିଥିଲା। ଅବସର ଥିଲା ଓହାୟୋର ୟଙ୍ଗଷ୍ଟାଉନ୍‌ ଷ୍ଟେଟ୍‌ ୟୁନିଭରସିଟିର ୫୦ ତମ ବାର୍ଷିକ ଉତ୍ସବ। ଏହି ବିଶ୍ୱବିଦ୍ୟାଳୟ ପେଙ୍ଗୁଇନ୍‌ ଭାବେ ପରିଚିତ ଥିବାରୁ ଏଠାକାର ଛାତ୍ରୀଛାତ୍ର ଓ ଶିକ୍ଷକ ବିଶ୍ୱବିଦ୍ୟାଳୟ ସମାରୋହକୁ ପେଙ୍ଗୁଇନ୍‌ ବେଶରେ ଆସିବାକୁ ଯୋଜନା କରିଥିଲେ। ଏଥିରେ ଯୋଗଦେଇଥିବା ପୁରାତନ ଛାତ୍ରୀଛାତ୍ରମାନେ ମଧ୍ୟ ପେଙ୍ଗୁଇନ୍‌ ବେଶରେ ଆସିଥିବାରୁ ଏକାସାଙ୍ଗେ ୯୭୨ଜଣକୁ ଦେଖି ଯେକୌଣସି ବ୍ୟକ୍ତିଙ୍କ ମନରେ ଏହା ଆଣ୍ଟାର୍କଟିକାର ଭ୍ରମ ସୃଷ୍ଟି କରୁଥିଲା। ଏହାପୂର୍ବରୁ ୨୦୧୫ରେ ବ୍ରିଟେନରେ ଏକାକାଳୀନ ୬୨୫ଜଣଙ୍କୁ ପେଙ୍ଗୁଇନ୍‌ ବେଶରେ ଦେଖିବାକୁ ମିଳିଥିଲା।
All Right Reserved By

ଫୁରସତ |

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ଏଥିରେ...

ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ କାରଣ ରହିଛି। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶୀଘ୍ର ପ୍ରେମର ପରିପ୍ରକାଶ କରିବା। ଏହାଦ୍ୱାରା ମାନସିକସ୍ତରରେ ଉଭୟ ପରସ୍ପରର ନିକଟବର୍ତ୍ତୀ ହୋଇ ପାରିଥାନ୍ତି 

ଶୋଇଲେ ମିଳିବ ୧୦ଲକ୍ଷ

ଶୋଇଲେ ମିଳିବ ୧୦ଲକ୍ଷ

ନାସା ପକ୍ଷରୁ ନିକଟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ  ୧୨ ହଜାର ୟୁରୋ ଅର୍ଥାତ୍‌ ୧୦ ଲକ୍ଷ ୧୬ ହଜାର ଟଙ୍କା ଦେବ। ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ଯେଉଁଠି ପାଠପଢ଼ା ବୟସରେ ନାବାଳିକା କରନ୍ତି ଦେହବେପାର

ପଶ୍ଚିମବଙ୍ଗ କୋଲକତା ନିକଟରେ ଥିବା ସୋନାଗାଛି ଏସିଆର ସର୍ବ ବୃହତ୍‌ ରେଡ୍‌ ଲାଇଟ୍‌ ଏରିଆର ମାନ୍ୟତା ହାସଲ କରିଛି। ଏଠାରେ ପ୍ରାୟ ୧୨ ହଜାରରୁ ଅଧିକ ମହିଳା ଦେହବେପାର କରିଥାନ୍ତି। ପ୍ରତିବର୍ଷ ଏକ ହଜାରରୁ ଅଧିକ ମହିଳା ଆସିଥାନ୍ତି ଏଠାକୁ 

ମେୟର ଆସନରେ କୁକୁର

ମେୟର ଆସନରେ କୁକୁର

ସାଧାରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ। ସହରର ଶାସନ ଭାର ମେୟରଙ୍କ ହାତରେ ଥାଏ। ହେଲେ ଏବେ ଏମାନେ କେବଳ ନିର୍ବାଚନ ବେଳେ ଦେଖାଯାଉଛନ୍ତି। ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗି ହେଉ ନ ଥିବାରୁ ଆମେରିକାର 

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଏମିତି ଜେଲ୍‌ ଯେଉଁଠି ମିଳିବ ବୈବାହିକ ଜୀବନର ସୁଖ

ଜେଲ୍‌ର ନାଁ ଶୁଣିଲେ ମନକୁ ଆସେ ଚାରି କାନ୍ଥ ଘେରା ଏକ କୋଠରୀ ତା’ସହ ପୋଡା ରୁଟି ଆଉ ରାତି ପାହିଲେ ବଗିଚା କାମ। ହେଲେ ମଧ୍ୟପ୍ରଦେଶରେ ଖୋଲିଥିବା ଏମିତି ଏକ ଜେଲ୍‌ ଯାହା ଏବେ ଅପରାଧୀଙ୍କର ପସନ୍ଦକୁ ଆସିଛି। ଏଠି ଅପରାଧୀଙ୍କୁ ମିଳୁଛି ବୈବାହିକ ଜୀବନର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ନବ ବିବାହିତଙ୍କୁ ପେଟ୍ରୋଲ ଉପହାର

ବେଲଗାମ ହୋଇଛି ତୈଳଦର। ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦାମ୍‌ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ କୁହାଯାଉଥିବା ବେଳେ ତାମିଲନାଡ଼ୁରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ରାଜ୍ୟର କୁଡ୍ଡଲୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବରପାତ୍ରର ବନ୍ଧୁମାନେ ନବ ବିବାହିତ ଦମ୍ପତ୍ତିଙ୍କୁ ୫ ଲିଟର ପେଟ୍ରୋଲ ଭେଟି ଦେଇଛନ୍ତି। 

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

୯୯୯ ଉପହାର ପ୍ୟାକେଟ୍‌ ସହ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଇଁଥିରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଉଥିବା ନଜର ଆସିଛି। ଘଟଣାଟି ଚାଇନାର। ହାର୍ବିନ ସହରରେ ରହୁଥିବା ଜଣେ ଯୁବକ କିଛିଦିନ ହେବ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ।

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ...

ବିଭିନ୍ନ ଗ୍ରହର ଅନିଷ୍ଟକାରକ ସ୍ଥିତିକୁ ଶୁଭ ମଙ୍ଗଳମୟ କରିବା ପାଇଁ କିଛି ସହଜ ଉପାୟ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ନିୟମିତ କଲେ ଗ୍ରହର ଅଶୁଭ ପ୍ରଭାବ କମ୍‌ ହୋଇଥାଏ। ସେଥିପାଇଁ କେତେକ ଉପାୟ ଆପଣାନ୍ତୁ....

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

୧୨ ବର୍ଷରେ ଥରେ ଫୁଟିଥାଏ ଏହି ଫୁଲ

ଫୁଲ ହେଉଛି ପ୍ରକୃତିର ଏପରି ଏକ ସୃଷ୍ଟି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଫୁଲର ମହକ ଓ କୋମଳତା ସମସ୍ତଙ୍କୁ ବିଭୋର କରେ। ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ନୀଳକୁରିଞ୍ଜ ନାମକ ଏକ ପ୍ରକାର ଫୁଲ ଫୁଟିଥାଏ। 

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ପୋର୍ଟେବଲ୍‌ ଅଲଟ୍ରାସାଉଣ୍ଡ ମେଶିନ୍‌

ଟରଣ୍ଟୋ: ବୈଜ୍ଞାନିକମାନେ ଏକ କ୍ଷୁଦ୍ର ଅଲ୍‌ଟ୍ରାସାଉଣ୍ଡ ମେଶିନ୍‌ ବିକାଶ କରିଛନ୍ତି। ଏହା ସ୍ମାର୍ଟଫୋନ୍‌ ଦ୍ୱାରା ଶକ୍ତିସମ୍ପନ୍ନ ହୋଇପାରିବ। ଏହାଦ୍ୱାରା ମେଡିକାଲକୁ ଯାଇ ସ୍କାନିଂ କରିବାରେ ହେଉଥିବା ବ୍ୟୟଭାରକୁ ହ୍ରାସ କରାଯାଇପାରିବ।

ଦେଶର ପ୍ରଥମ ଡଗ୍‌ ପାର୍କ

ଦେଶର ପ୍ରଥମ ଡଗ୍‌ ପାର୍କ

ହାଇଦ୍ରାବାଦ୍‌: ସ୍ଥାନୀୟ କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବାକୁ ଯାଉଛି। ୧.୩ ଏକର ବିଶିଷ୍ଟ ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। 

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଯେଉଁଠି ସାନିଟାରୀ ନାପ୍‌କିନ୍‌ ପାଇଁ ଦେହ ବେପାର କରନ୍ତି ଯୁବତୀ

ଆଫ୍ରିକାର ଅନେକ ଅଞ୍ଚଳରେ ଋତୁସ୍ରାବ ସମୟରେ ସାନିଟାରୀ ନାପ୍‌କିନ୍‌ ପାଇଁ ଅନେକ ଯୁବତୀ ବାଧ୍ୟ ହୋଇ ଦେହବେପାର କରିଥାନ୍ତି। କେନିଆ, ନାଇରୋବି ଆଦି ଅଞ୍ଚଳରେ ସାନିଟାରୀ ନାପ୍‌କିନ୍‌ର ଅଭାବ ଯୋଗୁ ଏଭଳି ଘଟଣା ଘଟିଥାଏ।