ଉପକୂଳ ଓଡିଶା

ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଓଡ଼ଗାଁ-ଭଞ୍ଜନଗର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଓଡ଼ଗାଁ-ଭଞ୍ଜନଗର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଓଡ଼ଗାଁ,୧୬ା୧୨(ସ୍ବ.ପ୍ର.)- ଓଡ଼ଗାଁ ଥାନା ମଶାବାରୀ ଗ୍ରାମର ଶତାଧିକ ମହିଳାପୁରୁଷ  ଶନିବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ହଠାତ୍‌ ଏକଜୁଟ୍‌ ହୋଇ ଥାନା ସମ୍ମୁଖ ରାସ୍ତାରେ ମେଳିବାନ୍ଧି ବସିଯାଇଥିଲେ। ଏପରି କି ଟାୟାର ଜାଳିବା ଯୋଗୁ ପ୍ରାୟ ଅଧ ଘଣ୍ଟା ଧରି ନୟାଗଡ-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଖବର ପାଇ ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ସେମାନେ ରାସ୍ତାରୁ ଉଠି ଆଲୋଚନା ନିମନ୍ତେ ଥାନାକୁ ଆସିଥିଲେ ା ପୋଲିସର କହିବା ଅନୁସାରେ ଗାଁରେ ଗ୍ରୁପ ଟଙ୍କା ଆଦାୟକୁ ନେଇ ଜଣେ ମହିଳାଙ୍କୁ ଗ୍ରାମବାସୀ କଙ୍ଗାରୁ କୋର୍ଟ ମାଧ୍ୟମରେ ଜରିମାନା କରିଥିଲେ ା ସେ ଏ ନେଇ କେତେକ ମୁଖିଆଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଗ୍ରାମ କମିଟି ମଧ୍ୟ ଅନୁରୂପ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଅନୁସାରେ ପୋଲିସ କେତେକ ଲୋକଙ୍କୁ ଥାନାକୁ ଡକାଇଥିଲା। ହେଲେ ପୋଲିସର ବାରଣ ସତ୍ତ୍ୱେ ଗ୍ରାମବାସୀ ମେଳିବାନ୍ଧି ଥାନାକୁ ଆସିଥିଲେ। ଏପରି ଏକ ଅଡୁଆ ପରିସ୍ଥିତିରେ ଆଇଆଇସି ତାଙ୍କ ଗ୍ରାମକୁ ଯାଇ ସମସ୍ତଙ୍କ ସହିତ ଆଲୋଚନା କରିବେ ବୋଲି ରୋକଠୋକ ଶୁଣାଇଥିଲେ ା ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆଇଆଇସି କେତେକ ମୁଖିଆ ଓ ସମ୍ପୃକ୍ତ ମହିଳାଙ୍କ ସହିତ ଆଲୋଚନା କରୁଥିବା ବେଳେ କୌଣସି ମାମଲା ରୁଜୁ ହୋଇ ନ ଥିବା ସ୍ପଷ୍ଟ କରିଥିଲେ। 


All Right Reserved By

ଉପକୂଳ ଓଡିଶା

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ରାଜନଗର, ୨୧।୩(ଡି.ଏନ୍‌.ଏ.): ବିଶ୍ୱ ବନ ଦିବସ ଅବସରରେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଜଗତସିଂହପୁର ଅଫିସ, ୨୧।୩- ସଦର ମହକୁମା ନିକଟସ୍ଥ ଅବିଧିଆନନ୍ଦପୁରରେ ଗୋପାଳମାନଙ୍କ ଗୋଠ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। 

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପସ୍ଥିତ ନୁଆବଜାର ଜୟଦେବ ସଦନ ସମ୍ମୁଖ ୟୁନିୟନ ଗଳିରେ ଗୁରୁବାର ପୂର୍ବହ୍ନରେ ଜନୈକ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି।

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପସ୍ଥିତ ନୁଆବଜାର ଜୟଦେବ ସଦନ ସମ୍ମୁଖ ୟୁନିୟନ ଗଳିରେ ଗୁରୁବାର ପୂର୍ବହ୍ନରେ ଜନୈକ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ମହାକାଳପଡ଼ା/ଆଳି, ୨୧ା୩ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବୋହିବା ସହ ଘଡ଼ଘଡ଼ି, ବିଜୁଳି ଓ ବର୍ଷା ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା। ଏହାର ପ୍ରଭାବରେ ବ୍ଲକ ଅଞ୍ଚଳର ବତିଘର, ଜମ୍ମୁ, ସୁନୀତି, ରାମନଗର, ଖରିନାସୀ, ବଉଳାବଣୀ, ବାରଡାଙ୍ଗ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। 

ବିଶ୍ୱ ଜଙ୍ଗଲ ଦିବସ

ବିଶ୍ୱ ଜଙ୍ଗଲ ଦିବସ

କେନ୍ଦ୍ରାପଡା ଅଫିସ, ୨୧।୩- ଡିଆର୍‌ଡିଏ ସଭାଗୃହରେ ଗୁରୁବାର ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ବନ ସଂରକ୍ଷକ ଶଶୀଭୂଷଣ ସାମନ୍ତ ଓ ରାମଚନ୍ଦ୍ର ପତି ମୁଖ୍ୟ ଅତିଥି ଏବଂ ଜିଲାପାଳ ଦାଶରଥି ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ଜଙ୍ଗଲ ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ।

ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ

ଶେଷ ହେଲା ପ୍ରସିଦ୍ଧ ଓଳକଣା ମେଳଣ

ଡେରାବିଶ, ୨୧।୩ (ସ୍ବ.ପ୍ର.)-ଅନନ୍ୟ ପରମ୍ପରାର ପ୍ରତୀକ ପ୍ରସିଦ୍ଧ ଓଳକଣା ମେଳଣ ଗୁରୁବାର ପୂର୍ବାହ୍ନରେ ଶେଷ ହୋଇଛି। କେନ୍ଦ୍ରାପଡା ଓ କଟକ ଜିଲାର କେନ୍ଦ୍ରସ୍ଥଳରେ ଅନୁଷ୍ଠିତ ଏହି ମେଳଣରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। 

କାଳିଆ ଯୋଜନାରୁ ବଞ୍ଚତ୍ତ ଚାଷୀଙ୍କ ଧାରଣା

କାଳିଆ ଯୋଜନାରୁ ବଞ୍ଚତ୍ତ ଚାଷୀଙ୍କ ଧାରଣା

ଚଣ୍ଡିଖୋଲ, ୨୧।୩ (ଡି.ଏନ୍‌.ଏ.)- କାଳିଆ ଯୋଜନାରେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ଚାଷୀମାନେ ଗୁରୁବାର ବଡ଼ଚଣା ବ୍ଲକ ଅଧୀନ ଅଣକା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। କେବଳ ଶାସକ ଦଳର କର୍ମୀମାନଙ୍କୁ ଏହି ଯୋଜାନରେ ସାମିଲ କରାଯାଇ ସହାୟତା ଟଙ୍କା ପ୍ରଦାନ କରାଯାଇଛି। ପ୍ରକୃତ ଚାଷୀ ଏହି ଯୋଜନାରୁ ବାଦ ପଡ଼ିଥିବା ଅଭିଯୋଗରେ ଚାଷୀମାନେ ଧାରଣାରେ ବସିଛନ୍ତି। 

ଅଗ୍ନିକାଣ୍ଡରେ ୨ ବଖରା  ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

ଆଳି, ୨୧।୩ (ଡି.ଏନ୍‌.ଏ.)- ଆଳି ବ୍ଲକ ଅଧୀନ ମେଣ୍ଢପୁର ପଞ୍ଚାୟତ କଳାପାହା (ଗ୍ବାଲାସାହି)ରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅର୍ସିତ ଖାଁଙ୍କ ୨ ବଖରା ଜଳିଯାଇଛି।

ଖରିପଡ଼ିଆରେ ସତ୍‌ସଙ୍ଗ ସଭା

ଖରିପଡ଼ିଆରେ ସତ୍‌ସଙ୍ଗ ସଭା

ଧର୍ମଶାଳା,୨୦ା୩(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଖରିପଡ଼ିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ସଚେତନତା ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା