ଉପକୂଳ ଓଡିଶା

ରାସ୍ତାପାର୍ଶ୍ୱ ଗଛରେ ପିଟିହେଲା ଟ୍ରକ ଚାପି ହୋଇ ହେଲପରଙ୍କ ମୃତ୍ୟୁ

ରାସ୍ତାପାର୍ଶ୍ୱ ଗଛରେ ପିଟିହେଲା ଟ୍ରକ ଚାପି ହୋଇ ହେଲପରଙ୍କ ମୃତ୍ୟୁ

ଓଡ଼ଗାଁ,୧୬ା୧୨(ସ୍ବ.ପ୍ର.)- ଓଡ଼ଗାଁ ଥାନା ରୋହିବାଙ୍କ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱ ଗଛରେ ପିଟି ହୋଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଥିବା ବେଳେ ଚାପିହୋଇ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ଢେଙ୍କାନାଳ ଜିଲା ଟୁମୁସିଙ୍ଗା ଥାନା ଟୁମୁସିଙ୍ଗା ଗ୍ରାମର ସିପୁନ ଓରଫ ସ୍ବପ୍ବେଶ୍ୱର ଦେହୁରି (୧୯) ବୋଲି ଜଣାଯାଇଛି। ସୂଚନା ଅନୁସାରେ ଶନିବାର ଭୋର ପ୍ରାୟ ୪ଟାରେ ଢେଙ୍କାନାଳରୁ ଭଞ୍ଜନଗର ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ (ଓଆର୧୯ଏମ୮୮୩୮) ଆସୁଥିଲା। ରୋହିବାଙ୍କଠାରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡିଟି ରାସ୍ତାପାର୍ଶ୍ୱରେ ଥିବା ଆମ୍ବଗଛରେ ପିଟି ହୋଇଯାଇଥିଲା ା ଖୁବ୍‌ ଜୋରରେ ଧକ୍କା ହୋଇଥିବାରୁ ଟ୍ରକର ସମ୍ମୁଖ ଚୁରମାର ହୋଇଯାଇଥିବାବେଳେ ଚାପି ହୋଇ ହେଲପର ସିପୁନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ା ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ପହଞ୍ଚତ୍ ଜେସିବି ସାହାଯ୍ୟରେ ଟ୍ରକ ଭିତରୁ ସିପୁନଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ପୋଲିସ ଏ ନେଇ ୨୩୩/୧୮ରେ ଏକ ମକଦ୍ଦମା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ା ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ତଦନ୍ତକାରୀ ଅଧିକାରୀ ରମେଶ କୁମାର ବେହେରା ସୂଚନା ଦେଇଛନ୍ତି। 

All Right Reserved By

ଉପକୂଳ ଓଡିଶା

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ରାଜନଗରରେ ରଙ୍ଗସଭା

ରାଜନଗରରେ ରଙ୍ଗସଭା

ରାଜନଗର,୨୨।୩(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ଥାନା ପରିସରରେ ଦୋଳ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ୩ଦିନ ଧରି ଚାଲିଥିବା ଏହି ଦୋଳ ଉତ୍ସବରେ ୩୩ଟି ଦୋଳ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। 

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

ଭିତରକନିକାରେ କୁମ୍ଭୀର ମୃତ

ଭିତରକନିକାରେ କୁମ୍ଭୀର ମୃତ

ରାଜନଗର,୨୨।୩(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀରେ ଶୁକ୍ରବାର ଏକ କୁମ୍ଭୀରର ମୃତ୍ୟୁ ଘଟିଛି। ୪ଫୁଟ ଲମ୍ବ ଉକ୍ତ  କୁମ୍ଭୀରର ମୃତଦେହ ରାଜନଗର ବନବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। 

ପ୍ରାକୃତିକ ରଙ୍ଗରେ ହୋଲି

ପ୍ରାକୃତିକ ରଙ୍ଗରେ ହୋଲି

 ଓଡଗାଁ,୨୨।୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁରେ ପିଲାମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଛନ୍ତି। 

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ରାଜନଗର, ୨୧।୩(ଡି.ଏନ୍‌.ଏ.): ବିଶ୍ୱ ବନ ଦିବସ ଅବସରରେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଜଗତସିଂହପୁର ଅଫିସ, ୨୧।୩- ସଦର ମହକୁମା ନିକଟସ୍ଥ ଅବିଧିଆନନ୍ଦପୁରରେ ଗୋପାଳମାନଙ୍କ ଗୋଠ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। 

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପସ୍ଥିତ ନୁଆବଜାର ଜୟଦେବ ସଦନ ସମ୍ମୁଖ ୟୁନିୟନ ଗଳିରେ ଗୁରୁବାର ପୂର୍ବହ୍ନରେ ଜନୈକ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ମହାକାଳପଡ଼ା/ଆଳି, ୨୧ା୩ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବୋହିବା ସହ ଘଡ଼ଘଡ଼ି, ବିଜୁଳି ଓ ବର୍ଷା ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା। ଏହାର ପ୍ରଭାବରେ ବ୍ଲକ ଅଞ୍ଚଳର ବତିଘର, ଜମ୍ମୁ, ସୁନୀତି, ରାମନଗର, ଖରିନାସୀ, ବଉଳାବଣୀ, ବାରଡାଙ୍ଗ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। 

ବିଶ୍ୱ ଜଙ୍ଗଲ ଦିବସ

ବିଶ୍ୱ ଜଙ୍ଗଲ ଦିବସ

କେନ୍ଦ୍ରାପଡା ଅଫିସ, ୨୧।୩- ଡିଆର୍‌ଡିଏ ସଭାଗୃହରେ ଗୁରୁବାର ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ବନ ସଂରକ୍ଷକ ଶଶୀଭୂଷଣ ସାମନ୍ତ ଓ ରାମଚନ୍ଦ୍ର ପତି ମୁଖ୍ୟ ଅତିଥି ଏବଂ ଜିଲାପାଳ ଦାଶରଥି ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ଜଙ୍ଗଲ ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା