ରାଜ୍ୟ | ବ୍ରହ୍ମପୁର

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ଦିଗପହଣ୍ଡି,୧୫।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରିରେ ଶନିବାର ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଆୟୋଜିତ ଜନପରାମର୍ଶ ପଦଯାତ୍ରା ଓ ଜନସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଚିଟ୍‌ଫଣ୍ଡ ଓ ଖଣି ଭଳି ବିଭିନ୍ନ ଦୁର୍ନୀତିରେ ରାଜ୍ୟ ସରକାର ଜଡିତ ଅଛନ୍ତି। ନବୀନ ସରକାରଙ୍କ ନୂତନ ଯୋଜନା ପିଠାରେ ପିସିର ପୁର ଦିଆଯାଇଛି। ଗଞ୍ଜାମ ଜିଲାର ଜନସାଧାରଣ ବାସି ପିଠାର ପୁରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମ ଚାଷ ଓ ଚାଷୀଙ୍କ ଅଞ୍ଚଳ। ଶତ ପ୍ରତିଶତ ଜଳସେଚନ ବ୍ୟବସ୍ଥା ହେବା ସ୍ଥଳେ ଶାସନର ୧୮ ବର୍ଷରେ କୌଣସି ବୃହତ୍‌ ଜଳସେଚନ ପ୍ରକଳ୍ପ କରାଯାଇନାହିଁ। ଆୟୁଷ୍ମାନ୍‌ ଯୋଜନାକୁ ରାଜ୍ୟ ସରକାର ଈର୍ଷା ପରାୟଣ ହୋଇ କାର୍ଯ୍ୟକାରୀ କରୁନାହାନ୍ତି। ସରକାର ମଦ କାରଖାନା ପାଇଁ ଜମି ଯୋଗାଇ ଦେଉଛନ୍ତି, କିନ୍ତୁ ପେଟ୍ରୋଲ କେମିକାଲ୍ସ ପ୍ରକଳ୍ପ ପାଇଁ ଜମି ଦେଉନାହାନ୍ତି। ଦିଗପହଣ୍ଡି ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ବିରୋଧ କରୁଥିବାରୁ ସେ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟରେ ପ୍ରାୟ ୭୫ ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଯୋଗାଣ ମନ୍ତ୍ରୀ ଚଳିତ ବର୍ଷ ୫ଟି ଗ୍ୟାସ ସିଲିଣ୍ଡର ତାଙ୍କ ରାଜଧାନୀ ଘରେ ବ୍ୟବହାର କରି ୧୮୫୦ ଟଙ୍କା ସବ୍‌ସିଡି ନେଇଥିବା ସେ ଉଲ୍ଲେଖ କରିଥିଲେ। ଆନ୍ଧ୍ର ଧାନ ବେପାରୀଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଭିତିରି ସମ୍ପର୍କ ଯୋଗୁ ଗଞ୍ଜାମରେ ବିଳମ୍ବରେ ଧାନମଣ୍ଡି ଖୋଲାଯାଇଛି। ଚିଟଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ଓ ତାଙ୍କ ପୁଅ ଜଡିତ ଥିବାରୁ ସିବିଆଇ ପକ୍ଷରୁ ଖୋଳତାଡ ଚାଲିଥିବା ସେ କହିବାକୁ ପଛାଇନଥିଲେ। ଯୋଗାଣମନ୍ତ୍ରୀଙ୍କ ଅନିଚ୍ଛା କାରଣରୁ ବୃହତ ଛେଳିଗଡ ଜଳସେଚନ ଯୋଜନା, ରାମନଦୀ ୨ୟ ପର୍ଯ୍ୟାୟ ସେଚ ଯୋଜନା, ଭୀଷ୍ମଗିରି ଠାରୁ ଗଜପତି ଜିଲା ଚାନ୍ଦିପୁଟ ରାସ୍ତା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉନାହିଁ। କର୍ମ ସଂସ୍ଥାନ ପାଇଁ ଯୁବକମାନେ ଦାଦନ ଯାଉଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ହଟାଇ ନୂଆ ଓଡିଶା, ନୂଆ ଗଞ୍ଜାମ ନୂଆ ଦିଗପହଣ୍ଡି ଗଠନ କଲେ ନୂଆ ଭାରତ ପ୍ରତିଷ୍ଠା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଇଂ. ଉତ୍ତମ କୁମାର ପାଣିଗ୍ରାହୀ, ମହେଶ ମହାନ୍ତି, ବିଭୁତି ଜେନା, ପରେଶ ଚନ୍ଦ୍ର ରଥ, ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟାନନ୍ଦ, ବନଜା ପଣ୍ଡା, ସିଦ୍ଧାନ୍ତ ଗଙ୍ଗଦେବ, ଶୁଭେନ୍ଦୁ ପାଢ଼ୀ, ପ୍ରଭାତ ଷଡଙ୍ଗୀ, ସୂର୍ଯ୍ୟ ନାରାୟଣ ସାହୁ, ପ୍ରଶାନ୍ତ ନାୟକ, ବିଜୟ ସ୍ବାଇଁ, ବାପି ପ୍ରଧାନ, ମନୋଜ ପଣ୍ଡା, ସୁନିଲ ସାହୁ, ପ୍ରଦୀପ ମିଶ୍ର, ସୂର୍ଯ୍ୟ ନାରାୟଣ ଦାସ, ପ୍ରବୀର ପାତ୍ର, ଅମୂଲ୍ୟ ଚୌଧୁରୀ, ପ୍ରଭାସ ଷଡଙ୍ଗୀ, ଗଦାଧର ସ୍ବାଇଁ, ଉଦୟ ପ୍ରଧାନ, ଜିତୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାଜ୍ୟ | ବ୍ରହ୍ମପୁର

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା  ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ:   ହଟୁନି ବେଆଇନ ଅଟୋ ପାର୍କିଂ

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ: ହଟୁନି ବେଆଇନ ଅଟୋ ପାର୍କିଂ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ)- ରାଜଧାନୀରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଉଛି। ରସୁଲଗଡ଼-କଳ୍ପନା ଛକ କଟକ ରୋଡରେ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ ହୋଇଛି।

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ପୁରୀ ଅଫିସ,୧୮ା୩: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଖଣ୍ଡପଡା,୧୮ା୩(ଅଜୟ କୁମାର ମହାରଣା)- ମଣିଷ ଓ ପଶୁପକ୍ଷୀଙ୍କ ସହାବସ୍ଥାନ ପ୍ରକୃତିର ନିଷ୍ପତ୍ତି। ମାତ୍ର ସ୍ରଷ୍ଟାଙ୍କ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର କ୍ରୁରତାରେ ପଶୁପକ୍ଷୀଙ୍କ ଜୀବନ ଏବେ ବିପନ୍ନ ା ପୂର୍ବରୁ ପଶୁପକ୍ଷୀଙ୍କ ପାଇଁ ମଣିଷ ହୃଦୟରେ ଥିଲା ଜୀବେ ଦୟା ମନୋବୃତ୍ତି।

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଖଇରା, ୧୮।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧିନ ସାଲୋ ଗ୍ରାମର ଶ୍ରୀଧର ଦାସଙ୍କ ଘରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି।

ପୋଲ ତଳକୁ ଖସିଲା ଲୁହାଛଡ଼ବୋଝେଇ ଟ୍ରେଲର : ଜଣେ ମୃତ, ୧ ଗୁରୁତର

ପୋଲ ତଳକୁ ଖସିଲା ଲୁହାଛଡ଼ବୋଝେଇ ଟ୍ରେଲର : ଜଣେ ମୃତ, ୧ ଗୁରୁତର

 ପଦ୍ମପୁର,୧୮।୩(ଡି.ଏନ.ଏ.)-ବରଗଡ଼ ଜିଲା ପଦ୍ମପୁର ନିକଟସ୍ଥ ଅଙ୍ଗନଦୀ ପୋଲ ତଳକୁ ସୋମବାର ସକାଳେ ଏକ ଲୁହା ଛଡ଼ ବୋଝେଇ ଟ୍ରେଲର ଖସି ପଡ଼ିଛି। 

ବିଜେଡି ଛାଡିଲେ ତ୍ରିନାଥ

ବିଜେଡି ଛାଡିଲେ ତ୍ରିନାଥ

ଗୁଣପୁର,୧୮ା୩(ଡି.ଏନ.ଏ)-: ବିଜେଡି ଛାଡିଲେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ। ସେ ସୋମବାର ନିଜର ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ଶୋଷଣ

କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ଶୋଷଣ

  ସୋନପୁର,୧୮।୩(ନି.ପ୍ର): ବଲାଙ୍ଗୀର କେନ୍ଦୁପତ୍ର ବନଖଣ୍ଡ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲାର ଜାମଛପର ସେକ୍ସନରେ କେନ୍ଦୁପତ୍ର ଶ୍ରମିକଙ୍କୁ ଶୋଷଣ କରାଯାଉଛି। 

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ/ଭବାନୀପାଟଣା,୧୮।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବେଦାନ୍ତ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରତ ବିସ୍ଥାପିତଙ୍କୁ ହଟାଇବାକୁ ଯାଇ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ତେଜିଛି ଜନଆନ୍ଦୋଳନ ।

ସମ୍ବଲପୁରରେ ବିସ୍ଫୋରକ ସାମଗ୍ରୀ କିଣାବିକାରେ ଲଗାମ ନାହିଁ

ସମ୍ବଲପୁରରେ ବିସ୍ଫୋରକ ସାମଗ୍ରୀ କିଣାବିକାରେ ଲଗାମ ନାହିଁ

ସମ୍ବଲପୁର,୧୮।୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ଖୋଲା ବଜାରରେ ବିକ୍ରି ହେଉଛି । ଅଧିକ ଲାଭ ପାଇବା ପାଇଁ ବାହର ରାଜ୍ୟକୁ ମଧ୍ୟ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା