ରାଜ୍ୟ |

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି। ପିଙ୍ଗଳାକ୍ଷୀ ପବ୍ଲିକ ଓ୍ବେଲଫେୟାର ଅର୍ଗାନାଇଜେଶନ (ପିପିଡବ୍ଲ୍ୟୁଓ) ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାକୁ ବିଧାୟକ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତିି। ଏଥିରେ ଓଡ଼ିଶା, ବିହାର ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡର ୬ ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ଅବସରରେ କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ଏକ ମିନି ମାରାଥନ ଓ ମଶାଲ ଶୋଭାଯାତ୍ରା କରାଯାଇଥିଲା  

All Right Reserved By

ରାଜ୍ୟ |

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି।

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ନୌସେନା ଅଧିକାରୀ ଜିତେନ୍ଦ୍ର ବଳିଆ। ତାଙ୍କ ଘର ନୟାଗଡ଼ ଜିଲା ଓଡ଼ଗଁାରେ। ସେ ମୁମ୍ବାଇରେ ଚାକିରି କରନ୍ତି। 

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର, ୨୩ା୧ (ବ୍ୟୁରୋ)- କେତେକ ନାଇଟ୍‌ ବସ୍‌ରେ ଚାଲିଛି ନିଶା କାରବାର। ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଛି

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ।

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ବହୁ ପ୍ରତୀକ୍ଷିତ ଇ-ଭିଜା ସେବା ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଇ-ଭିଜା ସେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଅନୁମତି ମିଳିଥିବା ବେଳେ ଜାନୁୟାରୀ ୧୬ରୁ ବିମାନବନ୍ଦର ପରିସରରେ ଆରମ୍ଭ ହୋଇଛି ଇ-ଭିଜା କାଉଣ୍ଟର। 

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- କିଛିଦିନ ତଳେ ଦୁଇଟି ଘରୋଇ ବସ୍‌ରୁ ପ୍ରାୟ ୪୬ ବସ୍ତା କଏନ ଜିଏସ୍‌ଟି ବିଭାଗ ଜବତ କରିଥିଲା। ତେବେ କେବଳ କଏନ୍‌ ନୁହେଁ, ବସ୍‌ରେ ଗୁଟ୍‌ଖା ମଧ୍ୟ ଚାଲାଣ ହେଉଛି।

ପୁରୀ ପୋଲିସକୁ ଅଜଣା ଚିଠି:  ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ପୋଲିସକୁ ଅଜଣା ଚିଠି: ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ଅଫିସ,୨୩ା୧: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବାକୁ ହୋଇଛି ଷଡ଼ଯନ୍ତ୍ର। ମଙ୍ଗଳବାର ମନ୍ଦିର ଭିତରକୁ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ପ୍ରବେଶ କରିବେ।

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ପୁରୀ ଅଫିସ,୨୩ା୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀ ଆସି ମହୋଦଧିରେ ସ୍ନାନକରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।