ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ପରଜଙ୍ଗ, ୧୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ହାତୀଲୁଚାଣି ଠାରୁ କୁଆଳୋ ଯାଇଥିବା ରାସ୍ତାର ଗୁଡିବନ୍ଧ ପୋଖରୀ ନିକଟରେ ବାଇକ ଦୃର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ କଲଦା ପଞ୍ଚାୟତ ସିଂହଡା ଗ୍ରାମର ପାଣ୍ଡବ ସାହୁ ।

ସୂଚନାନୁଯାୟୀ, ପାଣ୍ଡବ ଶୁକ୍ରବାର ରାତି ୯ ଟା ବେଳେ ଘରୁ ତାଙ୍କ ଭାଇଙ୍କ ବାଇକ ଯୋଗେ ଭଉଣୀ ଘର ବ୍ରାହ୍ମଣବେଡିଆ ଗ୍ରାମକୁ ଆସୁଥିବା ବେଳେ ଭାରସ୍ୟାମ ହରାଇ ରାସ୍ତାର ଡାହାଣ ପାର୍ଶ୍ୱ ବିଲକୁ ଖସି ପଡିଥିଲେ। ଫଳରେ ରାସ୍ତାରେ ଯାଉଥିବା ଲୋକମାନେ ଦୃଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ତେବେ ଶନିବାର ସକାଳେ ଜଣେ ବ୍ୟକ୍ତି ଶୌଚ ହେବାକୁ ବିଲ ଆଡ଼କୁ ଯାଉଥିବା ବେଳେ ବାଇକ ସହ ପାଣ୍ଡବ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରଜଙ୍ଗ ଥାନା ଏସ୍‌ଆଇ ଅକ୍ଷୟ ସାହୁ,ଏଏସ୍‌ଆଇ ଗୋପବନ୍ଧୁ ବେହେରା ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତ। ତେବେ ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଉପରେ ବାଇକଟି ପଡ଼ି ଯାଇଥିବା ବେଳେ ରାତି ସାରା ରକ୍ତ ସ୍ରାବ ହେତୁ ମତ୍ୟୁ ହୋଇଥିବା ଅନୁମାନ କରାଯାଉଛ। ଏ ନେଇ ପରଜଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇଛି । 

ସୂଚନା ଥାଉକି, ଉକ୍ତ ସ୍ଥାନଟି ବୁଲାଣି ହୋଇଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି।


All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି।

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ନୌସେନା ଅଧିକାରୀ ଜିତେନ୍ଦ୍ର ବଳିଆ। ତାଙ୍କ ଘର ନୟାଗଡ଼ ଜିଲା ଓଡ଼ଗଁାରେ। ସେ ମୁମ୍ବାଇରେ ଚାକିରି କରନ୍ତି। 

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର, ୨୩ା୧ (ବ୍ୟୁରୋ)- କେତେକ ନାଇଟ୍‌ ବସ୍‌ରେ ଚାଲିଛି ନିଶା କାରବାର। ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଛି

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ।

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ବହୁ ପ୍ରତୀକ୍ଷିତ ଇ-ଭିଜା ସେବା ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଇ-ଭିଜା ସେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଅନୁମତି ମିଳିଥିବା ବେଳେ ଜାନୁୟାରୀ ୧୬ରୁ ବିମାନବନ୍ଦର ପରିସରରେ ଆରମ୍ଭ ହୋଇଛି ଇ-ଭିଜା କାଉଣ୍ଟର। 

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- କିଛିଦିନ ତଳେ ଦୁଇଟି ଘରୋଇ ବସ୍‌ରୁ ପ୍ରାୟ ୪୬ ବସ୍ତା କଏନ ଜିଏସ୍‌ଟି ବିଭାଗ ଜବତ କରିଥିଲା। ତେବେ କେବଳ କଏନ୍‌ ନୁହେଁ, ବସ୍‌ରେ ଗୁଟ୍‌ଖା ମଧ୍ୟ ଚାଲାଣ ହେଉଛି।

ପୁରୀ ପୋଲିସକୁ ଅଜଣା ଚିଠି:  ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ପୋଲିସକୁ ଅଜଣା ଚିଠି: ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ଅଫିସ,୨୩ା୧: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବାକୁ ହୋଇଛି ଷଡ଼ଯନ୍ତ୍ର। ମଙ୍ଗଳବାର ମନ୍ଦିର ଭିତରକୁ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ପ୍ରବେଶ କରିବେ।

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ପୁରୀ ଅଫିସ,୨୩ା୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀ ଆସି ମହୋଦଧିରେ ସ୍ନାନକରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।