ରାଜ୍ୟ |

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ। ପ୍ରଥମତଃ ପୂର୍ବରୁ ରହି ଆସିଥିବା ୩ଟି ପ୍ରଶ୍ନପତ୍ର ସେଟ୍‌ ପରିବର୍ତ୍ତେ  ୪ଟି ସମାନ୍ତରାଳ ପ୍ରଶ୍ନପତ୍ର ସେଟ୍‌ ବ୍ୟବସ୍ଥା ହୋଇଛି। ଦ୍ୱିତୀୟରେ ମାଟ୍ରିକ ପରୀକ୍ଷା ଏବଂ ମଧ୍ୟମା ସଂସ୍କୃତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତ୍ୟେକ ବିଷୟର ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭରେ ଅତିକମ୍‌ରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ କରାଯାଇଛି। ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। 

ମାଟ୍ରିକ ପରୀକ୍ଷା  ସୂଚୀ ଅନୁଯାୟୀ, ଫେବୃୟାରୀ ୨୨ରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ୨୫ ତାରିଖରେ ଦ୍ୱିତୀୟ ଭାଷା(ଇଂଲିଶ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା), ୨୭ ତାରିଖରେ ତୃତୀୟ ଭାଷା(ହିନ୍ଦୀ, ଓଡ଼ିଆ, ପାର୍ସୀ, ଭିଜୁଆଲ ଆର୍ଟ ଥିଓରୀ, ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ ଟିଏଲଭି ଥିଓରୀ) ୨୮ ତାରିଖରେ ତୃତୀୟ ଭାଷା(ସଂସ୍କୃତ), ମାର୍ଚ୍ଚ ୨ରେ ଗଣିତ, ୩ ତାରିଖରେ ଟିଏଲଭି(ପ୍ରାକ୍ଟିକାଲ), ଭିଜୁଆଲ ଆର୍ଟ(ପ୍ରାକ୍ଟିକାଲ), ୬ ତାରିଖରେ ବିଜ୍ଞାନ ଓ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଯେଉଁ ପରୀକ୍ଷା କେନ୍ଦ୍ରରେ ଭିଜୁଆଲ ଆର୍ଟ ଥିଓରୀ ପରୀକ୍ଷା କରାଯିବ ସେଠାରେ ହିଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ଗୋଟିଏ ସମୟ ଓ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପରୀକ୍ଷା ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧.୩୦ରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ନିମନ୍ତେ ୧୫ ମିନିଟ ଅଧିକ ସମୟ ରହିଛି। ତାହା ପୂର୍ବାହ୍ନ  ୧୧.୪୫ରେ ଶେଷ ହେବ। ପରୀକ୍ଷା ଦିନ ପୂର୍ବାହ୍ନ ୮.୩୦ରେ ଓଏମ୍‌ଆର୍‌ ସିଟ୍‌ ଦିଆଯିବ। ୮.୪୫ରେ ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍‌ଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ପର୍ଯ୍ୟନ୍ତ ହେବାପରେ ସବ୍‌ଜେକ୍ଟିଭ ପରୀକ୍ଷା କରାଯିବ। ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ପରୀକ୍ଷାଗୁଡ଼ିକ ନିଜ ବିଦ୍ୟାଳୟରେ ଫେବୃୟାରୀ ୧୧ରୁ ୧୬ ତାରିଖ ମଧ୍ୟରେ ଯେକୌଣସି ଗୋଟିଏ ଦିନ କରାଯିବ। ଏ ନେଇ ବୋର୍ଡ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ। 

ସେହିପରି ମଧ୍ୟମା ସଂସ୍କୃତ(ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା   ଦ୍ୱିତୀୟ ସିଟିଂରେ କରାଯିବ। ପରୀକ୍ଷା ପ୍ରତ୍ୟେକ ଦିନ ଅପରାହ୍ନ ୧.୩୦ରେ ଆରମ୍ଭ ହୋଇ ୪ଟାରେ ଶେଷ ହେବ। ଫେବୃୟାରୀ ୨୨ରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ୨୩ ତାରିଖରେ ସଂସ୍କୃତ ସାହିତ୍ୟମ୍‌, ୨୫ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ, ୨୬ ତାରିଖରେ ମାତୃଭାଷା(ଓଡ଼ିଆ/ହିନ୍ଦୀ), ୨୭ ତାରିଖରେ ଗଣିତ, ୨୮ ତାରିଖରେ ବିଜ୍ଞାନ, ମାର୍ଚ୍ଚ ୧ରେ ସାମାଜିକ ବିଜ୍ଞାନ ଓ ୨ ତାରିଖରେ ଇଂଲିଶ ପରୀକ୍ଷା ହେବ। ଉକ୍ତ ପରୀକ୍ଷାର୍ଥୀମାନଙ୍କୁ ଅପରାହ୍ନ ୧ଟାରେ ଓଏମଆର ସିଟ୍‌ ଏବଂ ଅପରାହ୍ନ ୧.୧୫ରେ ଉଭୟ ଅବ୍‌ଜେକ୍ଟଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଗଣିତ ପରୀକ୍ଷାରେ ୧୫ମିନିଟ ଅଧିକ ସମୟ ଦିଆଯିବ। 

ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫେବୃୟାରୀ ୨୨ରେ ଇଂଲିଶ, ୨୩ ତାରିଖରେ ପେଣ୍ଟିଂ(ଥିଓରୀ), ୨୫ ତାରିଖରେ ଓଡ଼ିଆ, ତେଲୁଗୁ, ଉର୍ଦ୍ଦୁ, ହିନ୍ଦୀ, ସଂସ୍କୃତ, ୨୬ ତାରିଖରେ ପେଣ୍ଟିଂ(ପ୍ରାକ୍ଟିକାଲ), ୨୭ ତାରିଖରେ ଗଣିତ, ୨୮ତାରିଖରେ ହୋମ୍‌ ସାଇନ୍ସ(ଥିଓରୀ), ମାର୍ଚ୍ଚ ୧ରେ ବିଜ୍ଞାନ, ୨ ତାରିଖରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ, ୩ ତାରିଖରେ ହୋମ୍‌ ସାଇନ୍ସ(ପ୍ରାକ୍ଟିକାଲ), ୬ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। 

ଅନ୍ୟପକ୍ଷରେ ନବମଶ୍ରେଣୀର ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଦଶମଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ ୭ରେ କରାଯିବ। ଏହି ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ଖବରଦାତା ସମ୍ମିଳନୀରେ ବୋର୍ଡ ସଭାପତି ଜାହାନ ଆରା ବେଗମ୍‌, ସମ୍ପାଦକ ରାମାଶିଷ ହାଜରା ଉପସ୍ଥିତ ଥିଲେ।  

All Right Reserved By

ରାଜ୍ୟ |

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସ ପରୀକ୍ଷା, ମେ’ ୧୯ ପରିବର୍ତ୍ତେ ୨୭ରେ ହେବ

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ସାଧାରଣ ନିର୍ବାଚନ ପାଇଁ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ପରିବର୍ତ୍ତେ ୨୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଦ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ରୁର୍‌କି ପକ୍ଷରୁ ଏହି ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଇସ୍ତଫା ଦେଲେ ଓୟୁଏଟି କୁଳପତି

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ପଦରୁ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଡାକ ଯୋଗେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ବୀରମହାରାଜପୁର, ୧୯ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ପଣ୍ଡାପାଲି ନିକଟ ରାସ୍ତାପାର୍ଶ୍ୱ ତାଳଗଛଗୁଡିକ ପଥଚାରୀମାନଙ୍କ ପାଇଁ ବିପଦ ପାଲଟିଛି। ବିଶେଷକରି ଏଠାରେ ଅବସ୍ଥିତ ଚକ୍ଷୁ ଚିକିତ୍ସାଳୟ ଫାଟକ ସମ୍ମୁଖ କେତୋଟି ତାଳଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ସର୍ବସାଧାରଣଙ୍କ ସକାଶେ ମରଣଯନ୍ତା ପାଲଟିଥିବା କୁହାଯାଉଛି।

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ନୂଆପଡା ଅଫିସ/ବୋଡେନ,୧୯ା୩- ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେଗୁଡିକର ପରିଚାଲନାଗତ ତ୍ରୁଟି ଯୋଗୁ ବହୁ ଲୋକ ସେହି ସୁବିଧା ପାଇପାରୁନାହାନ୍ତି। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଫର୍ସରା ଗ୍ରାମପଞ୍ଚାୟତ ସର୍ଗିଗୁଡା ଗାଁର ବୃଦ୍ଧ ରାମସିଂ ପଟେଲଙ୍କ ଅବସ୍ଥା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରୁ ଦରଦି ଲୁହ ବୋହି ଆସିବ। 

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ,  ଶ୍ରୀତମ

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ, ଶ୍ରୀତମ

ସେରଗଡ,୧୯।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ବୌଦ୍ଧ,୧୯।୩(ସ୍ବ.ପ୍ର): ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଭୋଟ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ ଅଦ୍ୟାବଧି ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । 

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଝାରସୁଗୁଡା ଅଫିସ,୧୯ା୩- ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣାରେ ଚୀନ୍‌ର ପ୍ରତିବନ୍ଧକକୁ ଦୃଢ ବିରୋଧ କରିଛି ଝାରସୁଗୁଡା ଚାମ୍ବର ଫଅ କମର୍ସ। ସେଥିପାଇଁ ମଙ୍ଗଳବାର ଝାରସୁଗୁଡା ଚାମ୍ବର ଅଫ୍‌ କମର୍ସର ସଦସ୍ୟମାନେ ଝଣ୍ଡାଛକ ଠାରେ ଚୀନ୍‌ ସାମଗ୍ରୀ ପୋଡି ପ୍ରତିବାଦ କରିଛନ୍ତି। 

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦେବଗଡ, ୧୯।୩(ସ୍ବ.ପ୍ର.) -ଦୋଳପର୍ବ ପାଇଁ ଦେବଗଡ ସହର ତଥା ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସହରର ମଧ୍ୟସ୍ଥଳୀରେ ଥିବା ଡେଲିମାର୍କେଟ ଏବଂ ଆଖପାଖର ଅସ୍ଥାୟୀ ରଙ୍ଗ ଦୋକାନଗୁଡ଼ିକରେ ଭିଡ଼ ଲାଗିଛି। ବ୍ୟବସାୟୀମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। କେବଳ ଦେବଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ରଙ୍ଗ ଦୋକାନ ଖୋଲିଛି।

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା