ଉପକୂଳ ଓଡିଶା

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଖଣ୍ଡପଡା,୧୪।୧୨(ସ୍ବ.ପ୍ର.)-ଖଣ୍ଡପଡା ସହର ଉପକଣ୍ଠରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ପରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଖଣ୍ଡପଡା ତହସିଲ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ୧୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗା ଚିହ୍ନଟ କରାଯାଇଛି । ତେବେ ପ୍ରସ୍ତାବିତ ସ୍ଥାନରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ ଖଣ୍ଡପଡା ବ୍ଲକର ଶାଳଝରିଆ ପଞ୍ଚାୟତ ଅଧୀନ କଇଥପଲ୍ଲୀ ଗ୍ରାମବାସୀ ତୀବ୍ର ବିରୋଧ କରିଆସୁଛନ୍ତି । ଏପରିକି ପ୍ରସ୍ତାବିତ ସ୍ଥାନରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ହେଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ  ବୋଲି ଆୟୋଜିତ ଏକ ବୈଠକରେ ଚେତାବନୀ  ଦେଇଛନ୍ତି । 

ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଇଥପଲ୍ଲୀ ମୌଜାର ଖାତା ନଂ- ୩୪୭ ଓ ପ୍ଲଟ ନଂ- ୩୯ ରେ ୧୫ ଏକରରୁ ଊର୍ଦ୍ଧ୍ୱ ଜାଗାରେ ଏକ ଆମ୍ବତୋଟା ରହିଛି । ରାଜରାଜୁଡା ଅମଳରୁ ଏହି ଆମ୍ବ ତୋଟାକୁ କଇଥପଲ୍ଲୀ ଗ୍ରାମବାସୀ ସୁରକ୍ଷା ଯୋଗାଇ ଆସୁଥିବାରୁ ଉକ୍ତ ତୋଟା ମଧ୍ୟରେ ଆମ୍ବ ଗଛ ସମେତ ଶାଳ,ପିଆଶାଳ ଓ ଶାଗୁଆନ ପ୍ରଭୁତି ବହୁ ମୂଲ୍ୟବାନ ବୃକ୍ଷ ରହିଛି। ଫଳରେ ଗ୍ରାମବାସୀଙ୍କ ଭୟରେ କାଠ କଟାଳିଙ୍କ ଠାରୁ ଆରମ୍ଭ କରି କାଠ ମାଫିଆମାନେ ମଧ୍ୟ ଉକ୍ତ ସ୍ଥାନରୁ ଗଛ କାଟିବାକୁ ସାହସ ଜୁଟାଇ ପାରୁ ନାହାନ୍ତି।  ତେଣୁ ଉକ୍ତ ସ୍ଥାନରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ହେଲେ ଶହଶହ ଫଳନ୍ତି ଆମ୍ବଗଛ ସମେତ ଅନ୍ୟ ଗଛ ଗୁଡିକ ମଧ୍ୟ ପ୍ରଶାସନ କାଟିବାକୁ ବାଧ୍ୟ ହେବେ ବୋଲି ଜଣାପଡିଛି । ଉକ୍ତ ସ୍ଥାନରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ଗଛକଟାକୁ ମଧ୍ୟ ବିରୋଧ କରିଛନ୍ତି । ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କଇଥପଲ୍ଲୀ ମୌଜା ନିକଟସ୍ଥ ସ୍ଥାନରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ନକରି ଅନ୍ୟତ୍ର ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ନୟାଗଡ ଜିଲାପାଳ, ରାଜସ୍ବ କମିଶନର ଓ ଖଣ୍ଡପଡା ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ ଅଦ୍ୟାବଧି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଇଥପଲ୍ଲୀ ଗ୍ରାମବାସୀ ଦାବି କରିଛନ୍ତି।

All Right Reserved By

ଉପକୂଳ ଓଡିଶା

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ରାଜନଗରରେ ରଙ୍ଗସଭା

ରାଜନଗରରେ ରଙ୍ଗସଭା

ରାଜନଗର,୨୨।୩(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ଥାନା ପରିସରରେ ଦୋଳ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ୩ଦିନ ଧରି ଚାଲିଥିବା ଏହି ଦୋଳ ଉତ୍ସବରେ ୩୩ଟି ଦୋଳ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। 

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

ଭିତରକନିକାରେ କୁମ୍ଭୀର ମୃତ

ଭିତରକନିକାରେ କୁମ୍ଭୀର ମୃତ

ରାଜନଗର,୨୨।୩(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀରେ ଶୁକ୍ରବାର ଏକ କୁମ୍ଭୀରର ମୃତ୍ୟୁ ଘଟିଛି। ୪ଫୁଟ ଲମ୍ବ ଉକ୍ତ  କୁମ୍ଭୀରର ମୃତଦେହ ରାଜନଗର ବନବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। 

ପ୍ରାକୃତିକ ରଙ୍ଗରେ ହୋଲି

ପ୍ରାକୃତିକ ରଙ୍ଗରେ ହୋଲି

 ଓଡଗାଁ,୨୨।୩(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁରେ ପିଲାମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଛନ୍ତି। 

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ଶ୍ରେଷ୍ଠ ପରିବେଶ ସମ୍ମାନ ପ୍ରଦାନ

ରାଜନଗର, ୨୧।୩(ଡି.ଏନ୍‌.ଏ.): ବିଶ୍ୱ ବନ ଦିବସ ଅବସରରେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ବଡ଼ଭାଈ ଆକ୍ରମଣରେ ସାନଭାଈ ମୃତ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ସାଇମନ୍ଦିର ନିକଟସ୍ଥ କଲୋନୀରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଈ ଆକ୍ରମଣରେ ସାନଭାଈର ମୃତ୍ୟୁବରଣ କରିଛି। ମୃତକ ଜଣକ ହେଲେ ସୁଦୀପ୍ତ ସ୍ବାଇଁ(୩୨)।

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଅବିଧିଆନନ୍ଦପୁରରେ ଗୋପାଳଙ୍କ ଗୋଠପର୍ବ

ଜଗତସିଂହପୁର ଅଫିସ, ୨୧।୩- ସଦର ମହକୁମା ନିକଟସ୍ଥ ଅବିଧିଆନନ୍ଦପୁରରେ ଗୋପାଳମାନଙ୍କ ଗୋଠ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। 

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ମହିଳାଙ୍କଠାରୁ ସୁନାଚେନ୍‌ ଲୁଟ

ପାରାଦୀପ, ୨୧।୩ (ସ୍ବ.ପ୍ର.)- ପାରାଦୀପସ୍ଥିତ ନୁଆବଜାର ଜୟଦେବ ସଦନ ସମ୍ମୁଖ ୟୁନିୟନ ଗଳିରେ ଗୁରୁବାର ପୂର୍ବହ୍ନରେ ଜନୈକ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି।

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

ଉପକାରାଗାରରୁ କଏଦୀ ଫେରାର ଘଟଣାକୁ ବର୍ଷେ, ହାତବାନ୍ଧି ବସିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ, ୨୧।୩-କେନ୍ଦ୍ରାପଡ଼ା ଜିଲା ବାରିମୂଳସ୍ଥିତ ଉପକାରାଗାରରୁ ହତ୍ୟା ଅଭିଯୁକ୍ତ ନିକିରାଇ ଥାନା ମିର୍ଜାପୁର ଗ୍ରାମର ରଙ୍ଗାଧର ବିଶ୍ୱାଳ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ରଙ୍ଗାଧରଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇନାହିଁ। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ମହାକାଳପଡ଼ା/ଆଳି, ୨୧ା୩ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବୋହିବା ସହ ଘଡ଼ଘଡ଼ି, ବିଜୁଳି ଓ ବର୍ଷା ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା। ଏହାର ପ୍ରଭାବରେ ବ୍ଲକ ଅଞ୍ଚଳର ବତିଘର, ଜମ୍ମୁ, ସୁନୀତି, ରାମନଗର, ଖରିନାସୀ, ବଉଳାବଣୀ, ବାରଡାଙ୍ଗ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। 

ବିଶ୍ୱ ଜଙ୍ଗଲ ଦିବସ

ବିଶ୍ୱ ଜଙ୍ଗଲ ଦିବସ

କେନ୍ଦ୍ରାପଡା ଅଫିସ, ୨୧।୩- ଡିଆର୍‌ଡିଏ ସଭାଗୃହରେ ଗୁରୁବାର ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି। ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ବନ ସଂରକ୍ଷକ ଶଶୀଭୂଷଣ ସାମନ୍ତ ଓ ରାମଚନ୍ଦ୍ର ପତି ମୁଖ୍ୟ ଅତିଥି ଏବଂ ଜିଲାପାଳ ଦାଶରଥି ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ଜଙ୍ଗଲ ଦିବସ ଉପରେ ଗୁରୁତ୍ୱାରୋପ କରିଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା