ଖେଳ |

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ଭୁବନେଶ୍ୱର, ୧୩ା୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିିୟମରେ ଚାଲିଥିବା ହକି ବିଶ୍ୱକପ ବେଲଜିୟମ ପାଇଁ ସ୍ମରଣୀୟ ହୋଇଛି। ପ୍ରଥମଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଏହି ଦଳ। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଗୁରୁବାର ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ଏହାର ବିଶ୍ୱକପ୍‌ ଇତିହାସରେ ନୂଆ ଅଧ୍ୟାୟ ସଂଯୋଗ କରିଛି। ପୂର୍ବରୁ ବେଲଜିୟମ କେବେହେଲେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଗତ ୨୦୧୪ ଅଲିମ୍ପିକ୍ସରେ ଦଳ ସର୍ବାଧିକ ୫ମ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ୨ଥର ସ୍ବର୍ଣ୍ଣ ଏବଂ ୨ ଥର ରୌପ୍ୟ ପଦକ ବିଜେତା ଜର୍ମାନୀର ଅଭିଯାନ ଏଥର କ୍ବାର୍ଟର ଫାଇନାଲରୁ ଶେଷ ହୋଇ ଯାଇଛି। ୨୦୦୨ ଓ ୨୦୦୬ରେ ସ୍ବର୍ଣ୍ଣ ଏବଂ ୧୯୮୨ ଓ ୨୦୧୦ରେ ରୌପ୍ୟ ପଦକ ଜିତିଥିବା ଜର୍ମାନୀ ଏଥର ବେଲଜିୟମ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ୧୫ତାରିଖ ପ୍ରଥମ ସେମିଫାଇନାଲରେ ବେଲଜିୟମ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ।
ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଖେଳାଳିଙ୍କ ସହ ପରିଚିତ ହେବାପରେ ମ୍ୟାଚ ଆରମ୍ଭ ହୋଇଥିଲା। ଶେଷରେ ସେହ୍ବାଗଙ୍କ ସହ ବିଧାୟକ ଦେବାଶିଷ ସାମନ୍ତରାୟ ଅତିଥିଭାବେ ଯୋଗଦେଇ ବେଲଜିୟମ ଦଳର ୪ ନମ୍ବର ଜର୍ସି ପରିହିତ ଆର୍ଥର ଭାନ୍‌ ଡୋରେନଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବିଶ୍ୱର ୫ ନମ୍ବର ଦଳ ଜର୍ମାନୀ ଓ ୩ ନମ୍ବର ବେଲଜିୟମ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତୁଳନାତ୍ମକଭାବେ ବେଲଜିୟମ ଅଧିକ ସୁଯୋଗ ସୃଷ୍ଟିକରି ଫାଇଦାରେ ରହିଥିଲା। ଆକ୍ରମଣାତ୍ମକ ରଣନୀତିରେ ଖେଳ ଆରମ୍ଭ କରିଥିବା ବେଲଜିୟମକୁ ୭ମ ମିନିଟରେ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଦଳ ତାହାର ସଦୁପଯୋଗ କରିପାରି ନ ଥିଲା। ଅନ୍ୟପକ୍ଷରେ ୧୪ତମ ମିନିଟରେ ଡିଏଟର ଲିନେକୋଗେଲ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରିବା ସହ ମ୍ୟାଚରେ ଉଷ୍ମତା ଭରିଥିଲେ। ପ୍ରଥମ କ୍ବାର୍ଟର ଶେଷ ହ୍ବିସିଲ ବାଜିବାର କିଛି କ୍ଷଣ ପୂର୍ବରୁ ବେଲଜିୟମ ନିକଟରେ ଗୋଲ ପରିଶୋଧ ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଦଳକୁ ଆଉ ଏକ ପେନାଲ୍ଟିି କର୍ନର ମିଳିଥିଲା। ଏହା ଲଗାତର ୩ଟି ପେନାଲ୍ଟି କର୍ନରରେ ପରିଣତ ହୋଇଥିଲା। ମାତ୍ର ଜର୍ମାନୀ ଗୋଲକିପର ଟୋବିୟାସ ୱାଲ୍ଟର ଚମତ୍କାର ସେଭ୍‌ କରି ବେଲଜିୟମ ଆଶାରେ ପାଣି ଭରି ଦେଇଥିଲେ। ଦ୍ୱିତୀୟ କ୍ବାର୍ଟରରେ ବେଲଜିୟମ ଆକ୍ରମଣ ରଣନୀତିକୁ ଅଧିକ ତୀବ୍ର କରିଥିଲା। ଜର୍ମାନୀ ଡିଫେନ୍ସରେ ତ୍ରୁଟି ଯୋଗୁ ଏହି କ୍ବାର୍ଟରରେ ମଧ୍ୟ ବେଲଜିୟମକୁ ୩ଟି ପେନାଲ୍ଟି କର୍ନର ମିଳିଥିଲା। ୧୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ୨୨ତମ ମିନିଟରେ ଦଳକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାର ସଦୁପଯୋଗ ହୋଇପାରି ନ ଥିଲା।
ଦ୍ୱିତୀୟାର୍ଦ୍ଧ ସ୍ବାଭାବିକଭାବେ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଜର୍ମାନୀ ଅଗ୍ରଣୀ ନେବାପାଇଁ ପୁରା ଦମ୍‌ ଲଗାଇ ଦେଇଥିଲେ ହେଁ ବେଲଜିୟମ ଖେଳାଳିଙ୍କ ସତର୍କତା ଯୋଗୁ ଗୋଟିଏ ହେଲେ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିପାରି ନ ଥିଲା। ଅନ୍ୟପକ୍ଷରେ ଏହି କ୍ବାର୍ଟରରେ ମଧ୍ୟ ବେଲଜିୟମ ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲା। ୩୭ତମ ମିନିଟରେ ବେଲଜିୟମ ଖେଳାଳିଙ୍କ ଶଟ୍‌କୁ ଜର୍ମାନୀ ଗୋଲକିପର ୱାଲ୍ଟର ସେଭ୍‌ କରି ଦେଇଥିବାବେଳେ ୪୩ତମ ମିନିଟରେ ଦୁର୍ବଳ ଶଟ୍‌ ଗୋଲକିପରଙ୍କ ପର୍ଯ୍ୟନ୍ତ ପହଞ୍ଚତ୍ ପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ଲଢ଼େଇ ଅଧିକ ଜୋରଦାର ହୋଇଥିଲା। ଉଭୟ ଦଳ ଗୋଲ ଦେଇ ଅଗ୍ରଣୀ ପାଇଁ ଉଦ୍ୟମରେ ଥିବାବେଳେ ୫୦ତମ ମିନିଟରେ ଟମ୍‌ ବୁନ୍‌ଙ୍କ ଫିଲ୍ଡ ଗୋଲ ବେଲଜିୟମକୁ ଅଗ୍ରଣୀ କରାଇଥିଲା।  ଅବଶିଷ୍ଟ ୧୦ ମିନିଟରେ ଜର୍ମାନୀ ଘନଘନ ଆକ୍ରମଣ କରିଥିଲା। ଶେଷ ୫ ମିନିଟରେ ଗୋଲକିପରଙ୍କୁ କାଢ଼ି ଦଳ ୧୧ ଜଣ ଖେଳାଳିଙ୍କୁ ନେଇ ଗୋଲ ପରିଶୋଧ ଉଦ୍ୟମ କରିଥିଲା। ମାତ୍ର ଇତିହାସ ସୃଷ୍ଟିର ଦ୍ୱାରଦେଶରେ ପହଞ୍ଚତ୍ ଯାଇଥିବା ବେଲଜିୟମ କୌଣସି ପରିସ୍ଥିତିରେ ବାଟ ଛାଡ଼ି ନ ଥିଲା। ଶେଷ ୧୦ ମିନିଟର ଖେଳରେ ବଲ୍‌ ପ୍ରାୟତଃ ବେଲଜିୟମ ହାଫ୍‌ରେ ରହିଥିଲେ ହେଁ ଦଳର ଖେଳାଳିମାନେ କୌଣସି ପ୍ରକାରେ ଜର୍ମାନୀର ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ ହୋଇଥିଲେ। ଶେଷ ହ୍ବିସିଲ ବାଜିବା କ୍ଷଣି  ବେଲଜିୟମ ଖେଳାଳିଙ୍କ ବିିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଜଣକ ପରେ ଜଣେ ଖେଳାଳି ଆସି ଗୋଲକିପର ଭିନସେଣ୍ଟ ଭାନାସ୍କଙ୍କ ଉପରକୁ କୁଦି ପଡ଼ିଥିଲେ। ଭିନସେଣ୍ଟ ମଧ୍ୟ ଖୁସିରେ ସମସ୍ତଙ୍କୁ ଟେକି ଧରୁଥିଲେ।
ବଲ୍‌ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଜର୍ମାନୀକୁ ପଛରେ ପକାଇ ଦେଇଥିଲା ବେଲଜିୟମ। ବଲ୍‌ ୫୫.୫୦ ପ୍ରତିଶତ ବେଲଜିୟମ ନିୟନ୍ତ୍ରଣରେ ରହିଥିବାବେଳେ ଜର୍ମାନୀ ୪୪.୫୦ ପ୍ରତିଶତ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା। ଜର୍ମାନୀ ୫ଥର ଶୁଟ୍‌ କରିଥିବାସ୍ଥଳେ ବେଲଜିୟମ ୧୦ ଥର ପ୍ରତିପକ୍ଷ ଗୋଲପୋଷ୍ଟକୁ ବଲ୍‌ ଶୁଟ୍‌ କରିଥିଲା। ତେବେ ସର୍କଲ ଏଣ୍ଟ୍ରିରେ ଜର୍ମାନୀ ଆଗରେ ରହିଥିଲା। ବେଲଜିୟମର ୨୦ ତୁଳନାରେ ଜର୍ମାନୀ ୨୧ଥର ପ୍ରତିପକ୍ଷ ଦଳର ସର୍କଲ ଏଣ୍ଟ୍ରି କରିଥିଲା। ଜର୍ମାନୀ ଆଦୌ ପେନାଲ୍ଟି କର୍ନର ପାଇ ନ ଥିବାବେଳେ ବେଲଜିୟମ ୯ଟିି ପେନାଲ୍ଟି କର୍ନର ପାଇ ସେଥିରୁ ଗୋଟିଏକୁ ଗୋଲରେ ପରିଣତ କରିପାରିଥିଲା। ମ୍ୟାଚରେ ଏକମାତ୍ର ଗ୍ରୀନ୍‌ କାର୍ଡ ପାଇଥିଲେ ବେଲଜିୟମର ସେବାଷ୍ଟିଆନ ଡୋକେର।

All Right Reserved By

ଖେଳ |

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ଟାଟା-ଉତ୍କଳିକା କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଜାମସେଦପୁରର ଟାଟା ଫୁଟବଲ ଏକାଡେମୀ (ଟିଏଫଏ) ୨-୧ ଗୋଲରେ ଫୁଲବାଣୀ ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ରଜତ ନାଗ୍‌ଙ୍କ ୭ମ ମିନିଟ ଗୋଲ ବଳରେ ଫୁଲବାଣୀ ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଟାଟା ଦଳ ପ୍ରଭାବୀ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।

ଭିଜି ଟ୍ରଫି: ଦକ୍ଷିଣାଞ୍ଚଳଠାରୁ ହାରିଲା ପୂର୍ବାଞ୍ଚଳ

ଭିଜି ଟ୍ରଫି: ଦକ୍ଷିଣାଞ୍ଚଳଠାରୁ ହାରିଲା ପୂର୍ବାଞ୍ଚଳ

କଟକ ଅଫିସ,୧୯ା୩-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ମଧ୍ୟପ୍ରଦେଶ ଗ୍ବାଲିୟରର ସିନ୍ଧିଆ ସ୍କୁଲ ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ଭିଜି ଟ୍ରଫିର ଏକ ମ୍ୟାଚ୍‌ରେ ଦକ୍ଷିଣାଞ୍ଚଳ ୩ ଉଇକେଟରେ ପୂର୍ବାଞ୍ଚଳକୁ ପରାସ୍ତ କରିଛି ।  ଦଳ ପରାଜିତ ହୋଇଥିଲେ ହେଁ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ରାଜେଶ ଧୂପର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ। ସେ ୯୦ରନ୍‌ର ଇନିଂସ ଖେଳିଥିଲେ । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଉତ୍ତରାଞ୍ଚଳଠାରୁ ୪୬ରନରେ ହାରିଥିବା ପୂର୍ବାଞ୍ଚଳ ପରବର୍ତ୍ତୀ ମ୍ୟାଚ୍‌ ଗୁରୁବାର ପଶ୍ଚିମାଞ୍ଚଳ ବିପକ୍ଷରେ ଖେଳିବ । ୨ଟି ପରାଜୟ ସହ ପୂର୍ବାଞ୍ଚଳ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି।

ଆଇପିଏଲ୍‌ରେ  ଗ୍ଲାମର

ଆଇପିଏଲ୍‌ରେ ଗ୍ଲାମର

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ କ୍ରିକେଟ୍‌ ଓ ମନୋରଞ୍ଜନର କକ୍‌ଟେଲ ବୋଲି କୁହାଯାଏ। ଏଭଳି କହିବା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ଆଇପିଏଲ୍‌ରେ ପୁରୁଷ ଖେଳାଳିମାନେ କ୍ରିକେଟ୍‌ ମଇଦାନରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ମହିଳା ଆଙ୍କରମାନେ ଖେଳରେ ଥିବା ନିଜ ଜ୍ଞାନକୁ ନେଇ ଚମତ୍କାର ଶବ୍ଦ ଜାଲରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ଫଳରେ ମ୍ୟାଚ୍‌ର ମଜା ଦ୍ୱିଗୁଣିତ ହୋଇଯାଏ। 

୫ ହଜାର ରନ୍‌ ଦୌଡ଼ରେ ରାଇନା, କୋହଲି

୫ ହଜାର ରନ୍‌ ଦୌଡ଼ରେ ରାଇନା, କୋହଲି

ନୂଆଦିଲ୍ଲୀ, ୧୯।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଆସନ୍ତା ୨୩ରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବାରୁ ମହେନ୍ଦ୍ର ସିଂଙ୍କ ନେତୃତ୍ୱାଧୀନ ଘରୋଇ ଚେନ୍ନାଇ ଏହି ମ୍ୟାଚ୍‌ ଜିତି ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। 

ମୁମ୍ବାଇ କୋଚ୍‌ କୋଷ୍ଟାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ କୋଚ୍‌ କୋଷ୍ଟାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ, ୧୯।୩(ପି.ଟି.)- ପର୍ତ୍ତୁଗାଲର ପ୍ରାକ୍ତନ ଅନ୍ତର୍ଜାତୀୟ ଫୁଟ୍‌ବଲ ତାରକା ଜର୍ଜ କୋଷ୍ଟା ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ମଧ୍ୟ ମୁମ୍ବାଇ ସିଟି ଏଫ୍‌ସିର କୋଚ୍‌ ରହିବେ। କୋଷ୍ଟାଙ୍କ କାର୍ଯ୍ୟକାଳ ସୀମାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଥିବା ନେଇ ମୁମ୍ବାଇ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। 

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା