ରାଜ୍ୟ |

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

କଟକ ଅଫିସ, ୧୩।୧୨- ରୋଜ୍‌ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ ଟଙ୍କା ଜମା କରିଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟେରେଷ୍ଟ ଅଫ୍‌ ଡିପୋଜିଟର୍ସ ଆଇନ ଅନୁଯାୟୀ ସ୍ବତନ୍ତ୍ର କୋର୍ଟ ରାଜ୍ୟ ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି। ଏହି ଅନୁଯାୟୀ ରୋଜଭ୍ୟାଲି ସଂସ୍ଥାରେ ଟଙ୍କା ଜମା ରଖିଥିବା ୨ ଲକ୍ଷ ୩୮ହଜାର ୪୭୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ୯୨ କୋଟି ୮ ଲକ୍ଷ ୯୬ହଜାର ୯୮୨ ଟଙ୍କା ଫେରସ୍ତ ପାଇବେ। କ୍ଷେତ୍ର ଅନୁଧ୍ୟାନକାରୀ ଦଳ ୧୦ହଜାର କିମ୍ବା ଏହା ତଳକୁ ଜମା ରଖିଥିବା ଜମାକାରୀମାନଙ୍କୁ ଚିହ୍ନଟ କରିବା ପରେ କୋର୍ଟରେ ତାଲିକା ଦାଖଲ କରାଯାଇଥିଲା। ଏହି ଜମାକାରୀମାନେ ୯୫ କୋଟି ୮୪ ଲକ୍ଷ ୧୨ ହଜାର ୮୯୩ ଟଙ୍କା ଜମା କରିଥିଲେ। ଯେଉଁମାନଙ୍କର ୭ ହଜାର କିମ୍ବା ଏହା ତଳକୁ ଟଙ୍କା ଜମା ରହିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ସେହିପରି ୭ ହଜାରରୁ ୧୦ ହଜାର ମଧ୍ୟରେ ଜମା ରଖିଥିବା ଜମାକାରୀମାନେ ୭ ହଜାର ଟଙ୍କା ସହିତ ଅବଶିଷ୍ଟ ଟଙ୍କାର ୫୨ ପ୍ରତିଶତ ଟଙ୍କା ଫେରସ୍ତ ପାଇବେ ବୋଲି ସ୍ବତନ୍ତ୍ର  କୋର୍ଟର ସ୍ବତନ୍ତ୍ର ପିପି ସୁବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଏହି ଜମାକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସପର କରାଯିବ ବୋଲି ମହାନ୍ତି କହିଛନ୍ତି।

All Right Reserved By

ରାଜ୍ୟ |

ଯୁବତୀଙ୍କୁ ଛୁରୀ ଭୂସି ହତ୍ୟା କଲେ ଯୁବତୀ

ଯୁବତୀଙ୍କୁ ଛୁରୀ ଭୂସି ହତ୍ୟା କଲେ ଯୁବତୀ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଗୌରୀନଗର ଲେନ-୫ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଗଲା

ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଗଲା

ଢେଙ୍କାନାଳ, ୨୦।୧: ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲି ମୁକ୍ତାପସି ରାଜସ୍ବ ନିରୀକ୍ଷକ ଅଧିନ ବଶୋଇ ପଞ୍ଚାୟତ ଯୌତୁକପଶି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଚାରି ଭାଇ କାର୍ତ୍ତିକ ସାହୁ, କିଶୋର ସାହୁ, ପ୍ରଦୀପ ସାହୁ, ଛବି ସାହୁଙ୍କ ଘର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:୧୦ ବ୍ଲକ ପାଇଁ ୪୦.୮୬ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:୧୦ ବ୍ଲକ ପାଇଁ ୪୦.୮୬ କୋଟି ମଞ୍ଜୁର

ଭୁବନେଶ୍ୱର,୨୦-୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୩୦୬ ବ୍ଲକକୁ ସାମିଲ କରାଯାଇଛି। ଏଥିରେ ଥିବା ୬୬୨୩ ପଞ୍ଚାୟତ ଲାଗି ୬୧,୧୭୦ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୫୧୪.୮୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତର ଲୋକମାନଙ୍କ ସହ ଆଲୋଚନା କରି ଏହି ସବୁ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। 

ବିରୋଧୀ ମହାମେଣ୍ଟରେ ସାମିଲ ହେଲାନି ବିଜେଡି

ବିରୋଧୀ ମହାମେଣ୍ଟରେ ସାମିଲ ହେଲାନି ବିଜେଡି

ଭୁବନେଶ୍ୱର,୨୦-୧(ବ୍ୟୁରୋ):କଲିକତାରେ ଶନିବାର ଅନୁଷ୍ଠିତ ମହାମେଣ୍ଟ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ (ବିଜେଡି) ଯୋଗଦେଇ ନାହିଁ। ବିଜେଡି ପୂର୍ବଭଳି ଜାତୀୟ ରାଜନୀତିରେ ଦୁଇ ପ୍ରମୁଖ ମେଣ୍ଟଠାରୁ ସମଦୂରତ୍ୱ ନୀତି ବଜାୟ ରଖିଛି। 

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ବିଜେଡି ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦-୧(ବ୍ୟୁରୋ):ଅତୀତରେ ଅଞ୍ଜନା ମିଶ୍ର ମାମଲାରେ ରାଜ୍ୟର ଜନମତ ଏପରି ତୀବ୍ର ହେଲା ଯେ ତାହା ସରକାରରେ ପରିବର୍ତ୍ତନ ଆଣିଦେଲା। ଆଜି ବି ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ । ସାରା ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। 

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି।