ସମ୍ବଲପୁର

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

ଜିଲା ଦାବି ଆନ୍ଦୋଳନ, ସାମିଲ ହେଲେ କନ୍ଦେଇ ପଞ୍ଚାୟତବାସୀ

 କଣ୍ଟାବାଞ୍ଜି, ୧୩ା୧୨(ଡି.ଏନ.ଏ.): କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ ଜଣାଇ ଚାଲିଥିବା ଧାରଣାରେ ଗୁରୁବାର ତୁରେକେଲା ବ୍ଲକର ଉପାନ୍ତ  କନ୍ଦେଇ ପଞ୍ଚାୟତର ଜନସାଧାରଣ ସାମିଲ ହୋଇଛନ୍ତି। ପୂର୍ବତନ ସରପଞ୍ଚ ସାଗର ବାଗଙ୍କ ନେତୃତ୍ୱରେ ଗୋପାଳ ମାଝି, ରାଜକିଶୋର ମାଝ, ପୂର୍ଣ୍ଣ ମାଝି, ରୂପାଧର ମସଗ୍ରୀଆ, କନିରାମ ବାଗ, ଅଭିରାମ ମାଝି, ପୁରଷୋତ୍ତମ ବାଗ, ବଳରାମ ବାଗଙ୍କ ସହ ଶତାଧିକ ସାମିଲ ହୋଇ କଣ୍ଟାବାଞ୍ଜି ଜିଲା ହେବାର ଯୋଗ୍ୟତା ରହିଛି  କହିଛନ୍ତି।  ଅପରପକ୍ଷରେ ଧାରଣାରେ ଜିଲା ସଂଘର୍ଷ ସମିତିର ରାମଚନ୍ଦ୍ର ସାହୁ, ରସିଆନନ୍ଦ ରାଏ, ନରେନ୍ଦ୍ର ସୁନା, ଦାମୋଦର ସାହୁ, ସତ୍ୟନାରାୟଣ ରାଏଙ୍କ ସହ ସମିତି ସଭାପତି ଶେଷଦେବ ପୁଟେଲ ସାମିଲ ଥିଲେ। 

All Right Reserved By

ସମ୍ବଲପୁର

ଜବରଦଖଲ ନେଇ ଉତ୍ତେଜନା: ଉଚ୍ଛେଦ କଲେ ପଡାବାସୀ

ଜବରଦଖଲ ନେଇ ଉତ୍ତେଜନା: ଉଚ୍ଛେଦ କଲେ ପଡାବାସୀ

ବଡ଼ଗାଁ, ୧୯।୩ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ତହସିଲ ଅଧିନ ଲଟାଗାଁ, ଇଲେକ୍ଟ୍ରିପଡାଠାରେ ଜବରଦଖଲ କରି ଗୃହ ନିର୍ମାଣ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପଡାବାସୀ ଆରଆଇଙ୍କୁ ଲିଖିତ ଅଭିଯୋଗ ଦେବା ସତ୍ତ୍ବେ ପଦକ୍ଷେପ ନ ନେବା ଓ ତହସିଲଦାରଙ୍କୁ ଜଣାଇ ନିରାଶ ହୋଇଛନ୍ତି। ପ୍ରଶାସନ ପଦକ୍ଷେପ ନ ନେବାରୁ ସୋମବାର ଅସନ୍ତୁଷ୍ଟ ପଡାବାସୀ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। 

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ଡାକ୍ତରଖାନା ପାଇଁ କାଳ ସାଜିଛି ତାଳଗଛ

ବୀରମହାରାଜପୁର, ୧୯ା୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ପଣ୍ଡାପାଲି ନିକଟ ରାସ୍ତାପାର୍ଶ୍ୱ ତାଳଗଛଗୁଡିକ ପଥଚାରୀମାନଙ୍କ ପାଇଁ ବିପଦ ପାଲଟିଛି। ବିଶେଷକରି ଏଠାରେ ଅବସ୍ଥିତ ଚକ୍ଷୁ ଚିକିତ୍ସାଳୟ ଫାଟକ ସମ୍ମୁଖ କେତୋଟି ତାଳଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ସର୍ବସାଧାରଣଙ୍କ ସକାଶେ ମରଣଯନ୍ତା ପାଲଟିଥିବା କୁହାଯାଉଛି।

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ରୋଗାକ୍ରାନ୍ତ ରାମସିଂଙ୍କ ପାଇଁ ଗଛମୂଳ ଆଶ୍ରୟ ସ୍ଥଳ: ବେକରେ ୩ କିଲୋର ମାଂସ ପିଣ୍ଡୁଳା, ଗରିବୀ ସାଜିଛି ବାଧକ

ନୂଆପଡା ଅଫିସ/ବୋଡେନ,୧୯ା୩- ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବାକୁ ବିଭିନ୍ନ ସରକାରୀ ଯୋଜନା ରହିଥିଲେ ମଧ୍ୟ ସେଗୁଡିକର ପରିଚାଲନାଗତ ତ୍ରୁଟି ଯୋଗୁ ବହୁ ଲୋକ ସେହି ସୁବିଧା ପାଇପାରୁନାହାନ୍ତି। ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଫର୍ସରା ଗ୍ରାମପଞ୍ଚାୟତ ସର୍ଗିଗୁଡା ଗାଁର ବୃଦ୍ଧ ରାମସିଂ ପଟେଲଙ୍କ ଅବସ୍ଥା ଦେଖିଲେ ଯେ କୌଣସି ଲୋକଙ୍କ ଆଖିରୁ ଦରଦି ଲୁହ ବୋହି ଆସିବ। 

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ,  ଶ୍ରୀତମ

ରୁପ୍ରାରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ଯୋଗଦେଲେ ଦାମ, ଶ୍ରୀତମ

ସେରଗଡ,୧୯।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। 

ବ୍ଲକସ୍ତରୀୟ ଶିକ୍ଷକ ସମାବେଶ, ସାଙ୍ଗଠନିକ ନିର୍ବାଚନ

ବ୍ଲକସ୍ତରୀୟ ଶିକ୍ଷକ ସମାବେଶ, ସାଙ୍ଗଠନିକ ନିର୍ବାଚନ

ଭବାନୀପାଟଣା,୧୯।୩(ଡି.ଏନ.ଏ.): ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ନିର୍ବାଚନ ଅଶୋକ ଭୋଇଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ଅଭିନବ ଉପାୟରେ ସିପିଆଇର ଭୋଟ୍‌ ଭିକ୍ଷା

ବୌଦ୍ଧ,୧୯।୩(ସ୍ବ.ପ୍ର): ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଭୋଟ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ ଅଦ୍ୟାବଧି ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । 

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଆତଙ୍କବାଦକୁ ସମର୍ଥନର ପ୍ରତିବାଦ, ଚୀନ୍‌ ଉତ୍ପାଦ ପୋଡିଲେ ବ୍ୟବସାୟୀ

ଝାରସୁଗୁଡା ଅଫିସ,୧୯ା୩- ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣାରେ ଚୀନ୍‌ର ପ୍ରତିବନ୍ଧକକୁ ଦୃଢ ବିରୋଧ କରିଛି ଝାରସୁଗୁଡା ଚାମ୍ବର ଫଅ କମର୍ସ। ସେଥିପାଇଁ ମଙ୍ଗଳବାର ଝାରସୁଗୁଡା ଚାମ୍ବର ଅଫ୍‌ କମର୍ସର ସଦସ୍ୟମାନେ ଝଣ୍ଡାଛକ ଠାରେ ଚୀନ୍‌ ସାମଗ୍ରୀ ପୋଡି ପ୍ରତିବାଦ କରିଛନ୍ତି। 

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦୋଳପର୍ବ ପାଇଁ ଦେବଗଡ ସହର ଚଳଚଞ୍ଚଳ: ୧୦ରୁ ଊର୍ଦ୍ଧ୍ୱ ରଙ୍ଗଦୋକାନରେ ଲାଗିଛି ଭିଡ଼

ଦେବଗଡ, ୧୯।୩(ସ୍ବ.ପ୍ର.) -ଦୋଳପର୍ବ ପାଇଁ ଦେବଗଡ ସହର ତଥା ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସହରର ମଧ୍ୟସ୍ଥଳୀରେ ଥିବା ଡେଲିମାର୍କେଟ ଏବଂ ଆଖପାଖର ଅସ୍ଥାୟୀ ରଙ୍ଗ ଦୋକାନଗୁଡ଼ିକରେ ଭିଡ଼ ଲାଗିଛି। ବ୍ୟବସାୟୀମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। କେବଳ ଦେବଗଡ ସହରରେ ୧୦ରୁ ଊର୍ଦ୍ଧ୍ୱ ରଙ୍ଗ ଦୋକାନ ଖୋଲିଛି।

ମହିମାଶ୍ରମରେ ବାଲ୍ୟଲୀଳା ଆରମ୍ଭ

ମହିମାଶ୍ରମରେ ବାଲ୍ୟଲୀଳା ଆରମ୍ଭ

ଅମ୍ବାଭୋନା, ୧୯।୩ (ଡି.ଏନ.ଏ): ପଶ୍ଚିମ ଓଡିଶାର ଦ୍ୱିତୀୟ ଯୋରନ୍ଦା ଭାବେ ପରିଚିତ ବରଗଡ ଜିଲା ଅମ୍ବାଭୋନା ବ୍ଲକର ଚିଚୋଲି-ଭୁକ୍ତା ମହିମା ଆଶ୍ରମଠାରେ ମଙ୍ଗଳବାର ବାଲ୍ୟଲୀଳା ଅନୁଷ୍ଠିତ ହୋଇଛି । 

ଆଦିବାସୀ ନେତା  ନିରଞ୍ଜନ ବିଶିଙ୍କୁ ବିଜେଡି ଟିକେଟ ନ ମିଳିବାର ପ୍ରତିବାଦ

ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ଟିକେଟ ନ ମିଳିବାର ପ୍ରତିବାଦ

ପାଟଣାଗଡ, ୧୯ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ(ବିଜେଡି) ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ଟିକେଟ ଦେବାକୁ  ଆଶା ରଖିଥିଲା ଜିଲା ଆଦିବାସୀ କଲ୍ୟାଣ ସଂଘ। ହେଲେ ରବିବାର ପ୍ରକାଶିତ ବିଜେଡି ପ୍ରାର୍ଥୀ ତାଲିକାରେ ସରୋଜ ମେହେରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। 

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ହିଞ୍ଜିଳି, ବିଜେପୁର ବିଧାନସଭା ଆସନରୁ ଲଢ଼ିବେ ନବୀନ

ହିଞ୍ଜିଳି, ବିଜେପୁର ବିଧାନସଭା ଆସନରୁ ଲଢ଼ିବେ ନବୀନ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ହିଞ୍ଜିଳି ଏବଂ ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ବିଜେଡି ପକ୍ଷରୁ ସୋମବାର ଏହି ଘୋଷଣା ନିଜେ ମୁଖ୍ୟମନ୍ତ୍ରୀ କରିଛନ୍ତି। ରବିବାର ପଶ୍ଚିମ ଓଡ଼ିଶାର ନେତା ଏବଂ ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାରେ ଲଢ଼ିବା ପାଇଁ ଅନୁରୋଧ କରିଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା