ବାଲେଶ୍ୱର

ଓମ୍‌ଫେଡ ଟ୍ୟାଙ୍କର ଅଟକାଇଲେ ଚାଷୀ

ଓମ୍‌ଫେଡ ଟ୍ୟାଙ୍କର ଅଟକାଇଲେ ଚାଷୀ

ଚାନ୍ଦବାଲି, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରଠାରେ ଗୁରୁବାର କ୍ଷୀର ନେଇ ଯାଉଥିବା ଏକ ଓମ୍‌ଫେଡ ଟ୍ୟାଙ୍କରକୁ କେତେକ ଦୁଗ୍ଧଚାଷୀ ଅଟକ ରଖିଥିଲେ। ଗତ ମାସରେ ୨ ଦିନର କ୍ଷୀର ଟଙ୍କା କଟାଣକୁ ନେଇ ଅସନ୍ତୁଷ୍ଟ ଚାଷୀମାନେ ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ଏହି ଗାଡ଼ିକୁ ଅଟକାଇଥିଲେ। ଖବର ପାଇ ଓମ୍‌ଫେଡ୍‌ର ଜିଲା କର୍ମଚାରୀ ଜିତେନ୍ଦ୍ର ରାଉତ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। କ୍ଷୀରରେ ଅପମିଶ୍ରଣ ବନ୍ଦ କରିବାକୁ ପରାମର୍ଶ ଦେବା ସହ ସମ୍ପୃକ୍ତ ଦୁଇଦିନର ଚାଷୀଙ୍କ ପ୍ରାପ୍ୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଟ୍ୟାଙ୍କରକୁ ଛାଡ଼ିଥିଲେ। 

ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳର ଦୁଗ୍ଧଚାଷୀଙ୍କ ନିକଟରୁ କ୍ଷୀର ସମବାୟ ସମିତି ମାଧ୍ୟମରେ ଓମଫେଡ ନିୟମିତ କ୍ଷୀର ସଂଗ୍ରହ କରି ଶୀତଳୀକରଣ ଓ ପ୍ରକ୍ରିୟାକରଣ ପାଇଁ ପଠାଯାଏ। ତେବେ କ୍ଷୀରରେ ଚିନି ଓ ସାକାରିନ୍‌ ପରି ରାସାୟନିକ ପଦାର୍ଥ ମିଶୁଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଗତମାସ ୨୯ ଓ ୩୦ ତାରିଖର କ୍ଷୀର ଚାଷୀଙ୍କଠାରୁ ନିଆଯାଇଥିଲେ ମଧ୍ୟ ଏହାର ମୂଲ୍ୟ କାଟି ଦିଆଯାଇଥିଲା। ଏଥିରେ ଚାଷୀ ଅସନ୍ତୋଷ ପ୍ରକାଶ କରି ଗୁରୁବାର ଚାନ୍ଦବାଲିରୁ କ୍ଷୀର ବୋଝେଇ କରି ନେଇଥିବା ଟ୍ୟାଙ୍କରକୁ ୨ ଘଣ୍ଟା ଧରି ଅଟକ ରଖିଥିଲେ।

All Right Reserved By

ବାଲେଶ୍ୱର

ଚାଷ ଜମିକୁ ହେଉନି ଜଳସେଚନ

ଚାଷ ଜମିକୁ ହେଉନି ଜଳସେଚନ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଆଦିବାସୀ ଚାଷୀ ମାନଙ୍କ ଆଗ୍ରହ ଥିଲେ ହେଁ ଜଳସେଚନ ବ୍ୟବସ୍ଥା ନ ଥିବାରୁ ସେମାନେ ଚାଷକାର୍ଯ୍ୟ କରିପାରୁନାହାନ୍ତି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଆଦିମାତା ଚାମ୍ପିୟନ୍‌

ଆନନ୍ଦପୁର,୨୦। ୧(ସ୍ବ.ପ୍ର.)-  ଆନନ୍ଦପୁର ୩ ନମ୍ବର ଓାର୍ଡ ଡାହାଣିବଣିଆ ଖେଳପଡିଆଠାରେ ଆଦିମାତା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

କଟା ଚାଲୁଛି, ଲାଗୁନି ନୂଆ ଗଛ

କଟା ଚାଲୁଛି, ଲାଗୁନି ନୂଆ ଗଛ

କେନ୍ଦୁଝର, ୨୦ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଖଣିଖାଦାନ, ଶିଳ୍ପ ପରେ ରାସ୍ତା ପାଇଁ ବହୁ ପୁରୁଣା ଓ ନାମୀଦାମୀ ଗଛ ଧରାଶାୟୀ ହୋଇସାରିଛି| 

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ବଳାତ୍କାରୀଙ୍କୁ ୭, ସହଯୋଗୀଙ୍କୁ ୫ ବର୍ଷ ଜେଲ୍‌

ଭଦ୍ରକ ଅଫିସ, ୨୦।୧ - ଭଦ୍ରକ ସ୍ପେଶାଲ ଟ୍ରାକ୍‌ ଜଜ୍‌ ଜନକ ରାଉତ ଏକ ନାବାଳିକାଙ୍କୁ  ଅପହରଣ ପରେ ବଳାତ୍କାର ମାମଲାର ବିଚାର କରି ଶନିବାର ବଳାତ୍କାରୀଙ୍କୁ ୭ ଓ ସହଯୋଗୀଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଣି କରିଛନ୍ତି। 

ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅସନ୍ତୋଷ

ଚାନ୍ଦବାଲି, ୨୦।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜର ଡେଭ୍‌ଲପମେଣ୍ଟ ଫି’ ବୃଦ୍ଧିକୁ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ବାରିପଦା ଅଫିସ,୨୦।୧- ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ନେଇ ଅଭିଯୋଗ ହୋଇଛି।  

୮ ମାସ ପରେ ଅପହୃତା ନାବାଳିକା ଉଦ୍ଧାର

ଉଦଳା,୨୦।୧ (ଡି.ଏନ.ଏ.) - ୮ ମାସ ପୂର୍ବରୁ ଅପହୃତା ଜଣେ ନାବାଳିକାଙ୍କୁ ଉଦଳା ପୋଲିସ ଗୁଜୁରାଟରୁ ଊଦ୍ଧାର କରିଛି। ତାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ରାଇଦାଣ୍ଡିଆ ଗ୍ରାମର ନିର୍ମଳ ମଲ୍ଲିକଙ୍କୁ  ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। 

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

‘ପିଠା’ରେ ଗଣ୍ଡଗୋଳ: ଉତ୍ତ୍ୟକ୍ତ ମହିଳାଙ୍କ ରାସ୍ତା ଅବରୋଧ

ବଡ଼ସାହି,୨୦ା୧(ସ୍ବ.ପ୍ର.)-‘ପିଠା’ କାର୍ଯ୍ୟକ୍ରମକୁ ହାତ ତିଆରି ପିଠା ଆଣିଲେ ମିଳିବ ପ୍ରୋତ୍ସାହନ ରାଶି । ଏପରି କଥାରେ ବିଶ୍ୱାସ କରି ବଡ଼ସାହି ବ୍ଳକ ଅଧୀନ ପଟିସାରୀ ପଞ୍ଚାୟତରେ ଶନିବାର ହେଉଥିବା ‘ପିଠା’ କାର୍ଯ୍ୟକ୍ରମରେ ପଞ୍ଚାୟତର ୧୨/୧୩ ଏସଏଚଜି ଗ୍ରୁପର ଶତାଧିକ ମହିଳା ହାତ ତିଆରି ପିଠା ସହ ସାମିଲ ହୋଇଥିଲେ| 

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ଉନ୍ନତମାନର ଚିକିତ୍ସା ଯୋଗାଇବା ନେଇ ଆଲୋଚନା

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟକୁ ନୂଆଦିଲ୍ଲୀ ଏମ୍‌ସର ବରିଷ୍ଠ ଡାକ୍ତର ଅଶୋକ କୁମାର ମହାପାତ୍ର ପରିଦର୍ଶନ କରିଥିଲେ। ବାଲେଶ୍ୱର ରୋଟାରୀ କ୍ଲବର ଚକ୍ଷୁ ଚିକିତ୍ସାଳୟ ଉନ୍ନତମାନର ସେବା ଯୋଗାଇ ଚାଲିଛି। 

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

୭ ପ୍ରତିଭାଙ୍କୁ ମିଳିବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ’

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ଜିଲାର ଏକ ଅଗ୍ରଣୀ ସମାଜସେବୀ ସଙ୍ଗଠନ ‘ଜ୍ଞାନଶ୍ରୀ’ ପକ୍ଷରୁ ଚଳିତବର୍ଷ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୧୯’ରେ ୭ଜଣ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଏ ସମ୍ପର୍କରେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରତିଭା ସମ୍ମାନ ଅଭ୍ୟର୍ଥନା କମିଟି ସଭାପତି ସୁବାସିନୀ ଜେନା ପ୍ରକାଶ କରିଛନ୍ତି। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ମହୋତ୍ସବ ଆରମ୍ଭ

ଖଇରା, ୨୦।୧(ଡି.ଏନ.ଏ.)-ଖଇରା ବ୍ଲକର ଅଗ୍ରଣୀ ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ମହୋତ୍ସବ ପ୍ରତିଯୋଗିତା, ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି।

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୯।୧-କୁଲିଙ୍କୁ ଗ୍ରୁପ୍‌ ଡି’ ମାନ୍ୟତା ଦାବିରେ ବାଲେଶ୍ୱର ରେଳଷ୍ଟେଶନରେ କାର୍ଯ୍ୟ କରୁଥିବା ଅଲ୍‌ ଇଣ୍ଡିଆ ଲାଲ୍‌ ବରଦୀ କୁଲି ୟୁନିଅନ୍‌ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର  ପ୍ରଦାନ କରାଯାଇଛି।