ବାଣିଜ୍ୟ |

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ମୁମ୍ବାଇ,୧୩-୧୨: ବିଶ୍ୱର ବିଭିନ୍ନ ଭୌଗୋଳିକ ସ୍ଥିତି ଅଶୋଧିତ ତୈଳ ଦରକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଦରରେ ସ୍ଥିତାବସ୍ଥାରେ ନ ଥିବା ବେଳେ ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହି ଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଭାରତରେ ଏକ ଇନ୍ଧନ ନୀତିର ଆବଶ୍ୟକତା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ବୁଧବାର ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗ ଉପରେ ପୂର୍ବରୁ ଆଲୋଚନା ହେଉଥିଲେ ମଧ୍ୟ ବର୍ତ୍ତମାନ ଦେଶରେ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଏହାଠାରୁ ଆଗକୁ ଯାଇ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

 ଭାରତ ଭଳି ଦେଶ ଏହି ବିଷୟ ଉପରେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକ। ସେହଭଳି ଦେଶରେ ଯୁବବର୍ଗଙ୍କୁ ଲାଗି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଏହାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ଏହା ବାଦ ରାଜ୍ୟଗୁଡ଼ିକର ନିୟଣ୍ଟିଆ ସ୍ଥିତି ତଥା ଋଣ ଛାଡ଼ ଭଳି ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏହା ପରେ ଲୋକଙ୍କୁ ପ୍ରଭାବିତ କରିବ। ଏହା ହେଲେ ଯେ କୃଷି ଉତ୍ପାଦନ ବଢିବ ତାହା ଭାବିବା ଭୁଲ। ମାତ୍ର ପରେ ମୂଲ୍ୟ ବୃଦ୍ଧି ଜନିତ ସମସ୍ୟା ଲୋକଙ୍କୁ ସାମ୍ନା କରିବାକୁ ପଡିଥାଏ। ସବିଶେଷରେ କହିବାକୁ ଗଲେ ଲୋକମାନଙ୍କୁ ଏକ ଉନ୍ନତ ଜୀବନ ଶୈଳୀ ମିଳୁ ନ ଥିବାରୁ ଏହାକୁ ନେଇ ରାଜନ ଆଶଙ୍କା ପ୍ରକଟ କରିଛନ୍ତି।


All Right Reserved By

ବାଣିଜ୍ୟ |

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ନୂଆଦିଲ୍ଲୀ,୨୫-୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମେଗା ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ କ୍ୟାମ୍ପ ଆୟୋଜିତ ହୋଇଯାଇଛି। 


Model This Week

ରଶ୍ମି
Why Dharitri