ଅନଗୁଳ-ଢେଙ୍କାନାଳ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ:   ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ


ଢେଙ୍କାନାଳ ଅଫିସ, ୧୩ା୧୨-ଢେଙ୍କାନାଳ ସହର ଉପକଣ୍ଠ ବନମାଳୀପ୍ରସାଦସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି ା ମୁଖ୍ୟଅତିଥି ଭାବେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ପିଲାଙ୍କ ମଧ୍ୟରେ ଆଗ୍ରହ ଶକ୍ତି ବଢ଼ାଇବା ଦରକାର। ଶିଖିବା ସହ ଅନ୍ୟକୁ ଶିଖାଇଲେ ଜ୍ଞାନ ବଢ଼େ। ଆଜିକାର ପିଲାମାନେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି। ଫଳରେ ସାମାଜିକସ୍ତରରେ ଭାବର ଆଦାନପ୍ରଦାନ କମିଗଲାଣି। ଏହାଯୋଗୁ ବ୍ୟବହାରଗତ ଜ୍ଞାନର ଅଭାବ ଦେଖାଗଲାଣି। ପିଲାମାନଙ୍କ ମନସ୍ତାତ୍ତ୍ୱିକ ଚିନ୍ତାଧାରାକୁ ବୁଝି କୌଶଳ ଅବଲମ୍ବନ କରିବା ଆବଶ୍ୟକ ପଡ଼ିଲାଣି। ଏଥିପ୍ରତି ସଜାଗ ରହିବା ସମସ୍ତଙ୍କ ଦାୟିତ୍ୱ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ।

ପ୍ରିନ୍ସିପାଲ ଅକ୍ଷୟ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସ୍ବାଗତ ଭାଷଣ ଦେଇ ସେ କହିଲେ,  ବିଦ୍ୟାଳୟ ପରୀକ୍ଷା ଫଳ ଶତପ୍ରତିଶତ ରହିଛି। ଅନୁଷ୍ଠାନର ମେଧାବୀ ଛାତ୍ରୀଛାତ୍ର ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡ଼ା ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ଜୟନ୍ତ ସାହୁ, ରବୀନ୍ଦ୍ର ମାର୍ଥାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 


All Right Reserved By

ଅନଗୁଳ-ଢେଙ୍କାନାଳ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। 

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। 

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩।୧-ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌.ଏନ୍‌. ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ୨୪ଟି ପୌରପାଳିକା, ୧୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨ଟି ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ  ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି  ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ୨ ବାଇକ୍‌ ଆରୋହୀ ମୃତ

ଓଡ଼ାପଡ଼ା/ସାତମାଇଲ, ୨୩।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରକଲା-ମାଳିସାହି ଅଞ୍ଚଳରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। 

ଘନ କୁହୁଡ଼ି ବଳୟରେ ତାଳଚେର

ଘନ କୁହୁଡ଼ି ବଳୟରେ ତାଳଚେର

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳୁ ଘନ କୁହୁଡି ପରିଲକ୍ଷିତ ହୋଇଥିଲା। ସ୍ଥିତି ଏପରି ଥିଲା ଯେ ୧୫ ରୁ ୨୦ ମିଟର ଦୂରତା ମଧ୍ୟରେ ରାସ୍ତା ସ୍ପଷ୍ଟ ଦେଖା ଯାଉ ନ ଥିଲା।

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ବଇଣ୍ଡା,୨୨।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ଅଚୁତ୍ୟପୁର ଗ୍ରାମ ଖେଳ ପଡ଼ିଆଠାରେ ଜୀବନଜ୍ୟୋତି କ୍ରିକେଟ କ୍ଲବ ଆନୁକୁଲ୍ୟରେ ମଙ୍ଗଳବାର ଅଚୁତ୍ୟପୁର କପ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ପେଡ଼ିପଥର ସରପଞ୍ଚ  ଅର୍ଣ୍ଣପୂନ୍ନା ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।