ବାଲେଶ୍ୱର

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ : ସେମିଫାଇନାଲରେ ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ : ସେମିଫାଇନାଲରେ ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର

ବାଲେଶ୍ୱର ଅଫିସ,୧୩।୧୨- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ପଡ଼ିଆରେ ବିଜୁ ଯୁବ ବାହିନୀ ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଗୁରୁବାର ପୂର୍ବାହ୍ନ ୧୧ଟାରେ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଜିଲାପାଳ ରମେଶ ଚନ୍ଦ୍ର ରାଉତ ମିଳିତ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୧୨ଟି ବ୍ଲକର ଚାମ୍ପୟନ ଟିମ୍‌ ଭାଗ ନେଇଥିଲେ। ସଦର, ରେମୁଣା, ଭୋଗରାଇ, ଜଳେଶ୍ୱର ଭଲିବଲ ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେମିଫାଇନାଲ ଖେଳ ଅନୁଷ୍ଠିତ ହେବାକୁ ଥିବାବେଳେ ୧୬ ତାରିଖ ରବିବାର ଫାଇନାଲ ଖେଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ମୁଖ୍ୟଅତିଥି ଭାବେ ସଦର ବିଧାୟକ ଦାଶ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ପ୍ରତିଯୋଗିତା ପାଇଁ ରାଜ୍ୟସରକାର ଆରମ୍ଭ କରିଥିବା ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଜିଲାସ୍ତର ପର୍ଯ୍ୟନ୍ତ ଗତ ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଛି। ଏହି ଯୋଜନାରେ ମିନି ମାରାଥନ୍‌, ୧୦୦-୨୦୦-୩୦୦ ମିଟର ଦୌଡ଼ ପରେ ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରକାଶ କରିଥିଲେ। ଏଥିପାଇଁ ପ୍ରତି ବ୍ଲକକୁ ୮୦ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେବା ସହ ଜିଲାସ୍ତରରେ ଆବଶ୍ୟକ ଅର୍ଥ ଖର୍ଚ୍ଚ କରାଯିବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲା ଯୁବ ସମାବେଶ ଆୟୋଜନ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦ୍‌ଯାପନ କରାଯିବାର ବିଜୁ ଯୁବ ବାହିନୀ ଜିଲା ସଂଯୋଜକ ବିଶ୍ୱମ୍ଭର ନାରାୟଣ ପ୍ରହରାଜ ସୂଚନା ଦେଇଛନ୍ତି। ଉକ୍ତ ଖେଳର ଉଦ୍‌ଘାଟନ ଦିବସରେ ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ଚନ୍ଦ୍ର ନିଆଲ, ଖ୍ରୀଷ୍ଟିଆନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। 

All Right Reserved By

ବାଲେଶ୍ୱର

‘ମାନବ ଜୀବନରେ ଯୋଗ ଦର୍ଶନର ପ୍ରୟୋଗ ଲୋଡ଼ା’

‘ମାନବ ଜୀବନରେ ଯୋଗ ଦର୍ଶନର ପ୍ରୟୋଗ ଲୋଡ଼ା’

ବଡ଼ସାହି,୧୮ା୩(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧିନ ଚେଙ୍ଗୁଆ ମଙ୍ଗଳପୁର ଆନନ୍ଦାନନ୍ଦ ଶିବମୁନି ଯୋଗାଶ୍ରମର ୨୬ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ା

ଖାଲି ପଡିଛି ଡାକ୍ତର ପଦବୀ:  ମିଳୁନି ସ୍ବାସ୍ଥ୍ୟସେବା

ଖାଲି ପଡିଛି ଡାକ୍ତର ପଦବୀ: ମିଳୁନି ସ୍ବାସ୍ଥ୍ୟସେବା

ହାଟଡିହୀ,୧୮। ୩(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳଣିଆଁ ଗୋଷ୍ଠୀ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ା

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଖଇରା, ୧୮।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧିନ ସାଲୋ ଗ୍ରାମର ଶ୍ରୀଧର ଦାସଙ୍କ ଘରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି।

ମଣ୍ଡିରେ ଗଜା ହେଲାଣି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମଣ୍ଡିରେ ଗଜା ହେଲାଣି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ ଅଫିସ, ୧୮।୩-  ମଣ୍ଡିରୁ ଧାନ ଉଠୁ ନ ଥିବାରୁ ପଡ଼ି ରହି ଗଜା ହେଲାଣି। ଧାନ  ବିକ୍ରି ହୋଇପାରୁ ନ ଥିବା ନେଇ ଚିନ୍ତାରେ ଚାଷୀ। ଫଳରେ ସୋମବାର ପୂର୍ବାହ୍ନରୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ୫ଶହରୁ ଊର୍ଦ୍ଧ୍ୱ ଧାନବସ୍ତା ରଖାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଚୈତ୍ର ସୋମବାର:  ଶୈବପୀଠରେ ଲକ୍ଷାଧିକ ଭକ୍ତ

ଚୈତ୍ର ସୋମବାର: ଶୈବପୀଠରେ ଲକ୍ଷାଧିକ ଭକ୍ତ

ଭୋଗରାଇ, ୧୮।୩(ଡି.ଏନ.ଏ.)-ଚୈତ୍ର ମାସ ପ୍ରଥମ ସୋମବାର। ଏହି ମାସରେ ଶିବଙ୍କୁ ଆରାଧନା କଲେ ମହାପୁଣ୍ୟ ମିଳେ ବୋଲି କଥିତ ଅଛି।

ଉତ୍ତର ବାଲେଶ୍ୱରରେ କାଳବୈଶାଖୀ  ୧୭ ଘଣ୍ଟା ବିଦ୍ୟୁତକାଟ୍‌, ଜନଜୀବନ ଅସ୍ତବ୍ୟସ୍ତ

ଉତ୍ତର ବାଲେଶ୍ୱରରେ କାଳବୈଶାଖୀ ୧୭ ଘଣ୍ଟା ବିଦ୍ୟୁତକାଟ୍‌, ଜନଜୀବନ ଅସ୍ତବ୍ୟସ୍ତ

ଭୋଗରାଇ, ୧୮।୩(ଡି.ଏନ.ଏ.)-କାଳବୈଶାଖୀ ଝଡ଼ରେ ଉତ୍ତରବାଲେଶ୍ୱର ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟା ୬ଟାରୁ ଏହି ଝଡ଼ବର୍ଷା ଲାଗି ରହିବାରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ତାଳପଦା ଗ୍ରାମରୁ ଦନ୍ତାହାତୀ ମୃତଦେହ ଉଦ୍ଧାର

ତାଳପଦା ଗ୍ରାମରୁ ଦନ୍ତାହାତୀ ମୃତଦେହ ଉଦ୍ଧାର

କେନ୍ଦୁଝର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ରେଞ୍ଜ ଅଧୀନସ୍ଥ ରେବଣାପଳାଶପାଳ ସଂରକ୍ଷିତ ଜଙ୍ଗଲ ତାଳପଦା ଗ୍ରାମ ନିକଟରୁ ସୋମବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । 

ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ଦାବି

ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ଦାବି

ତିହିଡି,୧୮/୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଅଚକ ପଞ୍ଚାୟତରେ ହିତାଧିକାରୀଙ୍କ ଚାଉଳରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। 

ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‌ଖା

ଜବତ ହେଲା ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‌ଖା

ଭଦ୍ରକ ଅଫିସ,୧୮।୩: ଭଦ୍ରକ ମିର୍ଜାପୁର  ପେଟ୍ରୋଲ ପମ୍ପ ନିକଟରୁ ରବିବାର ରାତିରେ ନକଲି ଗୁଟଖା ବୋଝେଇ ଅଟୋକୁ ଜବତ କରିଛି ପୁରୁଣାବଜାର ପୋଲିସ। 

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ, ୧୮।୩(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ  ବ୍ଲକ ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥର ରେବ ପୋଲ ଉପରେ ସୋମବାର ସକାଳ ପ୍ରାୟ ୮ଟା ୪୫ରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଓଲଟିଲା ଚୋରା କୋଇଲା ବୋଝେଇ ଗାଡ଼ି

ଓଲଟିଲା ଚୋରା କୋଇଲା ବୋଝେଇ ଗାଡ଼ି

ଚାନ୍ଦବାଲି, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ଅଞ୍ଚଳରେ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ରବିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି। ଫଳରେ ଗାଡ଼ି ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ:  ବାଲିଆପାଳରେ ଆତଙ୍କ

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ: ବାଲିଆପାଳରେ ଆତଙ୍କ

ବାଲିଆପାଳ, ୧୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ-କମର୍ଦ୍ଦା ରାସ୍ତାର ଗୁନାପୁର ଗ୍ରାମ ଗଡାପୋଲ ନିକଟରେ ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ରବିବାର ଅପରାହ୍ନରେ ଗୁଳିମାଡ ହୋଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା