ଖେଳ |

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

କଲମ୍ବୋ,୧୩।୧୨(ଏଏଫ୍‌ପି)- ଜୋନାଥନ ଲୁଇସ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଶ୍ରୀଲଙ୍କା ଜାତୀୟ ଦଳକୁ ପ୍ରସ୍ତୁତ କରିବା ପାଇଁ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାୟିତ୍ୱରେ ରହିବେ। ଷ୍ଟିଭ ରିକ୍ସନଙ୍କୁ ଫିଲ୍ଡିଂ କୋଚ୍‌ ପଦରେ ନିଯୁକ୍ତ ହେବାର ଦୁଇ ଦିନ ପରେ ଜୋନାଥନଙ୍କ ସହ ଶ୍ରୀଲଙ୍କା କ୍ରିକେଟ ଚୁକ୍ତି କରିଛି। ୪୩ ବର୍ଷୀୟ ଲୁଇସ କାଉଣ୍ଟି କ୍ରିକେଟ କ୍ଲବ ଡରହମ ମୁଖ୍ୟ କୋଚ୍‌ ଥିଲେ। ସେ ଇଂଲଣ୍ଡ ପକ୍ଷରୁ ୧୩ ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଲୁଇସ ଓ ରିକ୍ସନ ଆସନ୍ତା ନ୍ୟୁଜିଲାଣ୍ଡ ଗସ୍ତଠାରୁ ଦାୟିତ୍ୱ ସମ୍ଭାଳିବେ। ଶ୍ରୀଲଙ୍କା ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଦୁଇ ଟେଷ୍ଟ, ୩ ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ୍‌ ଖେଳିବ।

All Right Reserved By

ଖେଳ |

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଡର୍ବାନ,୨୩।୧(ଏ.ଏଫ.ପି.)- ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ଟି ବଲ ବାକି ଥାଇ ୫ ଉଇକେଟରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ୍‌ ସ୍ତରରେ ପହଞ୍ଚିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୪୫.୫ ଓଭରରେ ୨୦୩ ରନ କରି ଅଲଆଉଟ ହୋଇଥିଲା। 

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି।