ଉପକୂଳ ଓଡିଶା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ମହାକାଳପଡ଼ା, ୧୩।୧୨ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତସ୍ଥିତ ଜଅଁରା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାଯାଥା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଭାବଗ୍ରାହୀ କଳା ନିକେତନର କଳାକାର ବିଜୟ କୁମାର ଶୁକ୍ଳା ଓ ସାଥୀମାନେ ଏହି ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବାତ୍ୟାଆଶ୍ରୟସ୍ଥଳ ସମ୍ପାଦକ କେଶବଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଶିକ୍ଷକ ବିଦ୍ୟାଧର ପରିଡ଼ା, ଚନ୍ଦ୍ରମଣି ଖୁଣ୍ଟିଆ, ସୁନାକର ପରିଡ଼ା, ପ୍ରହଲ୍ଲାଦ ପରିଡ଼ା, କୃପାସିନ୍ଧୁ ପରିଡ଼ା ଓ ମଙ୍ଗୁଳି ଚରଣ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଉପକୂଳ ଓଡିଶା

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ:  ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ: ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

ରଣପୁର,୨୩ା୧ (ସ୍ବ.ପ୍ର.)- ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିବା ପରେ ଏବେ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ କର୍ମଚାରୀଙ୍କୁ ନେଇ ସଭାସମିତି କରାଯାଉଛି। 

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଗଣିଆ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି| 

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା

ନୂଆଗାଁ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ହରିପୁର ପଞ୍ଚାୟତ ହାତିଆଶିଳା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ। 

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ:  ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ: ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ବୋଲଗଡ଼,୨୩ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବଡକୁମାରୀ ସ୍ଥିତ ମହୋତ୍ସବ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାରେ ୮ମ ପାଞ୍ଚଗଡ଼ ମହୋତ୍ସବ-୨୦୧୯ ଉଦ୍‌ଘାଟିତ ହୋଇଯାଇଛି। 

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

ପାରାଦୀପ/ରାଜନଗର/ମହାକାଳପଡ଼ା,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ସାମୁଦ୍ରିକ  ଅଭୟାରଣ୍ୟ ଭିତରକନିକାର ଗହୀରମଥା ନିଷିଦ୍ଧାଞ୍ଚଳରେ ଆନ୍ଧ୍ର ପ୍ରଦେଶର ଏକ ମାଛଧରା ଟ୍ରଲର ବିରଳ ପ୍ରଜାତିର ଶାର୍କ ମାଛ ଧରୁଥିବାବେଳେ କୋଷ୍ଟଗାର୍ଡ ହାତରେ ଧରାପଡିଛି। 

ଉପକୂଳରେ ପାନ ମହଙ୍ଗା: ଶୀତ, ପ୍ରଦୂଷଣ ଯୋଗୁ ଉତ୍ପାଦନ ହ୍ରାସ

ଉପକୂଳରେ ପାନ ମହଙ୍ଗା: ଶୀତ, ପ୍ରଦୂଷଣ ଯୋଗୁ ଉତ୍ପାଦନ ହ୍ରାସ

ପାରାଦୀପ,୨୩ା୧(ସ୍ବ.ପ୍ର.): ସାଧାରଣତଃ ଓଡ଼ିଶାର ଅଧିକାଂଶ ଲୋକ ପାନ ପ୍ରିୟ। ସେଥିପାଇଁ ପ୍ରତ୍ୟେକ ବଜାରରେ ପାନ ଦୋକାନ ଦେଖିବାକୁ ମିଳେ। ଅନେକଙ୍କ ଘରେ ପାନ ବଟୁଆ ରହିଥାଏ ଓ ପରିବାରର ଏକାଧିକ ସଦସ୍ୟ ବଟୁଆରୁ ପାନ ଖାଇଥାନ୍ତି।

ବିପଜ୍ଜନକ ଅବସ୍ଥାରେ ମନ୍ଦାକିନୀ ନଦୀ ସେତୁ

ବିପଜ୍ଜନକ ଅବସ୍ଥାରେ ମନ୍ଦାକିନୀ ନଦୀ ସେତୁ

ନିରାକାରପୁର,୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟରେ ୧୬ ନଂ ଜାତୀୟ ରାଜପଥସ୍ଥିତ  ମନ୍ଦାକିନୀ ନଦୀ ଉପରେ ଥିବା ସେତୁଟି ସମ୍ପ୍ରତି ବିପଜ୍ଜନକ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ଏହି ବ୍ରିଜ୍‌ଟି ଉପରେ ଦୈନିକ ସାଧାରଣ ଲୋକେ, ହଜାର ହଜାର ଯାନବାହନ, ଜିନିଷ ବୋଝେଇ ଗାଡ଼ି, ବସ୍‌ ଇତ୍ୟାଦି ଯାତାୟାତ କରୁଛନ୍ତି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ୍‌ ମଝିରେ ପିଚୁ ଉଠି ଖାଲ ହୋଇଯାଇଛି।

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

କେନ୍ଦ୍ରାପଡା ଅଫିସ/ରାଜନଗର, ୨୨।୧: ଅପରାଧ ଦୁନିଆରେ ନୂଆକରି ପାଦ ଥାପିଥିବା ସାପ ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ବିଶ୍ୱାଳ ଓରଫ ବାବୁ (୩୨)ଙ୍କୁ ଜିଲା କେନ୍ଦ୍ରାପଡା ପୋଲିସ ମଙ୍ଗଳବାର ଭୋର ସମୟରେ ଏନକାଊଣ୍ଟର କରିଛିା

କୁହୁଡ଼ି ନେଲା ୭ ଜୀବନ

କୁହୁଡ଼ି ନେଲା ୭ ଜୀବନ

ପାରାଦୀପ/ଡେରାବିଶ (ସ୍ବ.ପ୍ର.)/ ରାଜନଗର/ ରଘୁନାଥପୁର,୨୨।୧( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଇଁ ଅଶୁଭ ପାଲଟିଛି ୨୦୧୯। ନୂଆବର୍ଷ ଆରମ୍ଭରୁ ହିଁ ଜିଲାରେ ଏକାଧିକ ଦୁର୍ଘଟଣା ଘଟି ୧୫ ଲୋକଙ୍କ ଜୀବନ ଯାଇଥିବା ବେଳେ ସୋମବାର ସକାଳୁ କୁହୁଡ଼ି ୭ଜଣଙ୍କ ଜୀବନ ନେଇଛି ଓ ୬ଜଣ ଗୁରୁତର ହୋଇଛନ୍ତି। 

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ପାଟକୁରା, ୨୨।୧ (ଡି.ଏନ୍‌.ଏ.): କନ୍ଧମାଳ ଓ ଢେଙ୍କାନାଳରେ ନାବାଳିକା ମା’ ହେବା ପରେ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କେନ୍ଦ୍ରାପଡ଼ା ଜିଲାରେ ସମାନ ଏକ ଘଟଣା ନଜରକୁ ଆସିଛି। 

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଟାଙ୍ଗୀ(ଖୋର୍ଦ୍ଧା),୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତରେ ଚଳିତ ସପ୍ତାହରୁ ଭିଭିପ୍ୟାଟ୍‌ ଭୋଟିଂ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । 

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ନୟାଗଡ଼ ଅଫିସ,୨୨ା୧-ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ  ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।