ରାୟଗଡା

ପୋଖରୀରେ ଭାସୁଛି ମଲାମାଛ

ପୋଖରୀରେ ଭାସୁଛି ମଲାମାଛ

ରାୟଗଡା ଅଫିସ,  ୧୩।୧୨- ରାୟଗଡା ବ୍ଲକ ତାଡମା ପଞ୍ଚାୟତ ଅଧୀନ ସଦର ଗ୍ରାମସ୍ଥିତ ଏକ ନିଲାମୀ ବନ୍ଧରେ ଛଡାଯାଇଥିବା ମାଛଗୁଡିକ ମରି ଭାସୁଥିବା  ଦେଖିବାକୁ ମିଳିଛି। କେହି ଏହି ମାଛଚାଷକୁ ନେଇ ଆକ୍ରୋଶମୂଳକ ଭାବେ ପୋଖରୀରେ ବିଷ ମିଶାଇଥାଇ ପାରନ୍ତି ବୋଲି ଗ୍ରାମବାସୀ  ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ତାଡମା ଗ୍ରାମସ୍ଥିତ ବନ୍ଧକୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ରାମାୟା ମେଲକା ନିଲାମ ନେଇଥିଲେ। ସେ ଉକ୍ତ ଗ୍ରାମର ରାଜେନ୍ଦ୍ର ବିଡିକା ଓ ସିରି ମେଲାକାଙ୍କ ସହ ମିଶି ସେଥିରେ ମାଛ ଚାଷ କରିଥିଲେ। ଗତ ଫେବୃୟାରୀରେ ଆନ୍ଧ୍ରର ପାଲକୋଣ୍ଡାରୁ ଦୁଇଟି ପର୍ଯ୍ୟାୟରେ ୧୪୦୦୦ ମାଛ ଯାଆଁଳ ଆଣି ସେଠାରେ ଛାଡିଥିଲେ। ତେବେ ବୁଧବାର ସକାଳେ ପୋଖରୀରେ ମାଛଗୁଡିକ ମରି ଭାସୁଥିବା ଦେଖି ଗ୍ରାମର କିଛି ପିଲା ସେମାନଙ୍କୁ ଖବର ଦେଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ୱାର୍ଡମେମ୍ବର ଓ ସରପଞ୍ଚଙ୍କୁ ଘଟଣା ସମ୍ପର୍କରେ  ଜଣାଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିବା  ଶ୍ୟାମନାଥ ମେଲକା ଓ ଭୀମା ମେଲକା କହିଛନ୍ତି। ବର୍ତ୍ତମାନ ପୋଖରୀରେ ଭାସୁଥିବା ମଲା ମାଚଗୁଡିକୁ   ବାହାର କରିଦିଆଯାଇଛି।  

All Right Reserved By

ରାୟଗଡା

୬ ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଡ଼ହଳବିକଳ ଗ୍ରାମବାସୀ

୬ ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଡ଼ହଳବିକଳ ଗ୍ରାମବାସୀ

ଟିକିରି,୨୫।୩(ଡ଼ି.ଏନ.ଏ)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଗ୍ରାମରେ ଦୀର୍ଘ ୬ ଦିନ ହେଲାଣି ଜଳଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି । ପାନୀୟ ଜଳ ପ୍ରକଳ୍ପରେ ଥିବା ମୋଟର ଅଚଳ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାଯାଇଛି ।

ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ : କଂଗ୍ରେସରୁ ୩ ବହିଷ୍କୃତ

ମାଲକାନଗିରି,୨୫ା୩ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା କଂଗ୍ରେସ ଦଳ ସଭାପତି ଗୋବିନ୍ଦ ପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ ସୋମବାର ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ୩ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। 

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର,୨୫।୩(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଚିଲକପଦର ପଞ୍ଚାୟତ ଛଟାଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀ ନିକଟରେ ଥିବା ଜାମୁ କୋଳି ଗଛରେ ପ୍ରେମୀଯୁଗଳ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ରାୟଗଡା ଅଫିସ୍‌, ୨୪।୩- ରାୟଗଡା ସହକାରୀ ଜିଲାପାଳ ଶିବପ୍ରସାଦ ପାଣିଗ୍ରାହୀ ରବିବାର ଆତ୍ମହତ୍ୟା କରିଛନ୍ତି। କିଛି ବଟିବା ବହୁ ମାତ୍ରାରେ ଖାଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । କାର୍ଯ୍ୟାଳୟର  ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁତୁରା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏନେଇ ରାୟଗଡା ଥାନା ପୋଲିସ  ଏକ ଅପମୃତ୍ୟୁ ମାମଲା (୧୧/୧୯) ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। 

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି/ଗୋଷଣି, ୨୪।୩ (ସ୍ବ.ପ୍ର.) - ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମାରିଙ୍ଗି ସମନ୍ବିତ ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ହଷ୍ଟେଲରେ ଶନିବାର ରାତିରେ ଖାଦ୍ୟ ବିଷକ୍ରିୟା ଯୋଗୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ରାତିରେ ଭାତ, ଡାଲି ଓ ଖଟା ଖାଇବା ପରେ କେତେକ ଛାତ୍ରୀ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଟୁନି ରଇତଙ୍କର ମୃତ୍ୟୁ ଘଟିଥିଲା।  ମୃତ ଛାତ୍ରୀଙ୍କ ଘର ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଏନ୍‌.ରାହୋସିଂ ବୋଲି ଜଣାପଡିଛି । 

 କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି

କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି


ପାରଳାଖେମୁଣ୍ଡି, ୨୪।୩(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇବାରୁ ବଞ୍ଚତ୍ତ ହେବା ପରେ ସ୍ବାଧୀନ ଭାବେ ଲଢିବେ ବୋଲି ପାରଳା ସ୍ବାଭିମାନ ମଞ୍ଚ ସଭାପତି ତିରୁପତି ପାଣିଗ୍ରାହୀ କହିଛନ୍ତି। 

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର,୨୪।୩(ନି.ପ୍ର.)-ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଗୌତମଙ୍କୁ ବହିଷ୍କାର କରାଯାଇଥିବା ବେଳେ ଏବେ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଜୟପୁର ଭାଜପା କାର୍ଯ୍ୟାଳୟରେ ତାଲା ପକାଇ ନେତା ଓ କର୍ମୀ ରାଜ୍ୟସ୍ତରୀୟ ନେତାଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। 

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଧୋଡ୍ରା,୨୪।୩(ଡି.ଏନ.ଏ)- ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରାଠାରେ ମା’ ଇଂଲାଜିନି ଠାକୁରାଣୀଙ୍କ ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ମହୋତ୍ସବ ପାଇଁ ଶନିବାର ମଣ୍ଡେଇ ବାଜା ବଜାଇ ଡାକରା ଦିଆଯାଇଛି। ପୂଜାରୀ, ଦିଶାରୀ, ଗାଣ୍ଡା, ଚଲାଣ, ଗାଉଁଟିଆ ଏବଂ ମଣ୍ଡେଇ କମିଟି ସମସ୍ତେ ଇଂଲାଜିନି ଠାକୁରାଣୀଙ୍କ ପୂଜାରୀ ଭଗବାନ ପୂଜାରିଙ୍କ ଘରୁ ଫୁଲ ଡବଲା ଧରି ମଣ୍ଡେଇ ପଡିଆକୁ ଏକ ପଟୁଆରରେ ଯାଇଥିଲେ। ସେଠାରେ ପ୍ରଥମେ ଭୂମି ପୂଜନ କରଯାଇଥିଲା

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କାଲିମେଳା,୨୪।୩୯ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ରବିବାର ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍‌ପିଭି-୪୩ ଗ୍ରାମର ରମେନ୍‌ ବିଶ୍ୱାସ। 

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ମୁନିଗୁଡ଼ା,୨୪ା୩(ଡି.ଏନ୍‌.ଏ): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝାମରାଗୁଡ଼ାରେ ଥିବା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଗୁଣପୁର,୨୪ା୩(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁରରେ ରାଜନୈତିକ ବାତାବରଣ ସରଗରମ ହୋଇଛି ା ଭାଜପା ଓ ବିଜେଡିରେ ଏବେ ଅସନ୍ତୋଷ ଏବଂ ବିଦ୍ରୋହ ା ଗୁରୁବାର ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ  ନାମାଙ୍କନପତ୍ର ଦାଖଲ କରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି |

ଚନ୍ଦାହାଣ୍ଡିରେ ପର୍ଶୁରାମଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ

ଚନ୍ଦାହାଣ୍ଡିରେ ପର୍ଶୁରାମଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ

ଚନ୍ଦାହାଣ୍ଡି,୨୪।୩(ଡି.ଏନ.ଏ)- ନବରଙ୍ଗପୁର ଜିଲା ଝରିଗାଁ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ପୂର୍ବତନ ଏମପି ପର୍ଶୁରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚନ୍ଦାହାଣ୍ଡି ଭାଜପା କର୍ମକର୍ତ୍ତାମାନେ ଶନିବାର  ବିରୋଧ କରିଛନ୍ତି।


Model This Week

ରଶ୍ମି
Why Dharitri