ଅପରାଧ | ରାୟଗଡା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର। ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ମାଲକାନଗିରି ଡିଏଫ୍‌ଓ ପ୍ରଦୀପ ଦେବୀଦାସ ମିରାଶେ କହିଛନ୍ତି ଯେ, ମାଲକାନଗିରି ଜିଲାରେ ଆଦିବାସୀଙ୍କୁ ପ୍ରଭାବିତ କରି କେତେକ ବାହାର ରାଜ୍ୟର ବ୍ୟବସାୟୀ ଜଙ୍ଗଲରୁ ବଜ୍ରକାପ୍ତା ଧରି ବିକ୍ରି କରୁଛନ୍ତି। ଏନେଇ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗତ ରାତିରେ ୪ଟି ଟିମ୍‌ରେ ବିଭକ୍ତ ହୋଇ ବିଭିନ୍ନ ଅଞ୍ଚଳରେ ଜଗି ରହିଥିଲେ। ଭିମାରାଙ୍ଗିଣି ଗ୍ରାମରେ ବିକ୍ରେତା ଏବଂ କ୍ରେତା ଏକଜୁଟ ହେବାର ସମ୍ଭାବନା ଥିବାରୁ ବିଭାଗର ଜଣେ କର୍ମଚାରୀ ସେଠାରେ କ୍ରେତା ହିସାବରେ ପହଞ୍ଚତ୍ଥିଲେ । ବଜ୍ରକାପ୍ତାକୁ ଚୋରା ଚାଲାଣକାରୀମାନେ ୮ ଲକ୍ଷ ଟଙ୍କାରେ କିଣିବେ ା କ୍ରେତା ଭାବେ କର୍ମଚାରୀମାନେ ଫୋନ୍‌ରେ ବିକ୍ରେତା ଏବଂ କ୍ରେତାଙ୍କ ସହ ଯୋଗାଯୋଗ କରି ଅଧିକ ଅର୍ଥ ହେବ ବୋଲି ସୂଚନା ଦେଇଥିଲେ ା ଫଳରେ ବିକ୍ରେତା ଏବଂ ଅନ୍ୟ କ୍ରେତାମାନେ ଘଟଣା ସ୍ଥଳରେ ପହଞ୍ଚତ୍ବା ପରେ ପୂର୍ବରୁ ଜଗି ରହିଥିବା ବନ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ କାବୁ କରି ନେଇଥିଲେ । ବଜ୍ରକପ୍ତା ସହ ସେମାନଙ୍କୁ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଥିରେ ୭ଜଣ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରେ ମାଥିଲି ଅଞ୍ଚଳର ଜଣେ ଶିକ୍ଷକ ଥିବା ଜଣାପଡିଛି। ଡିଏଫଓ କହିଛନ୍ତି ଯେ, ଏହି ବଜ୍ରକାପ୍ତା ବିଦେଶକୁ ଚାଲାଣ କରାଯାଉଛି। ଏଥିରେ ଔଷଧ ଏବଂ ସୈନ୍ୟ ବାହିନୀ ପାଇଁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ପ୍ରସ୍ତୁତ କରାଯାଉଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମାଥିଲି ବନାଞ୍ଚଳ ଅଧିକାରୀ ପର୍ଶୁରାମ ଭୂମିଆ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଦୁର୍ଯ୍ୟୋଧନ ପାତ୍ର, ବନପାଳ ଦିପଙ୍କର ଶିଉଳି, ମୋହନ ଗୁଡିଆ, ରାଜେଶ ସେଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। 


All Right Reserved By

ଅପରାଧ | ରାୟଗଡା

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

କୋଲାବିରା,୧୮।୩ (ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ କରାଯାଉଛି। ଲୋକେ ଏହାକୁ ଆୟର ପନ୍ଥା ଭାବେ ଗ୍ରହଣ କରି ନେଉଛନ୍ତି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ:  ବାଲିଆପାଳରେ ଆତଙ୍କ

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ: ବାଲିଆପାଳରେ ଆତଙ୍କ

ବାଲିଆପାଳ, ୧୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ-କମର୍ଦ୍ଦା ରାସ୍ତାର ଗୁନାପୁର ଗ୍ରାମ ଗଡାପୋଲ ନିକଟରେ ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ରବିବାର ଅପରାହ୍ନରେ ଗୁଳିମାଡ ହୋଇଛି।

ବୋଲେରୋ ଚୋରି ଘଟଣା:  ଅନ୍ୟ ସହଯୋଗୀ ଗିରଫ

ବୋଲେରୋ ଚୋରି ଘଟଣା: ଅନ୍ୟ ସହଯୋଗୀ ଗିରଫ

ବଡବିଲ, ୧୮।୩ (ସ୍ବ.ପ୍ର.) - କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ବୋଲେରୋ ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟତମ ସହଯୋଗୀଙ୍କୁ ଗିରଫ କରିଛି। 

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୮ା୩(ବ୍ୟୁରୋ) : ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ଏବେ    କମିଶନରେଟ ପୋଲିସ ଟାର୍ଗେଟ କରିଛି। ଏହି ଧଳା ଜହର କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଚଢାଉ ଜୋରଦାର ହୋଇଛି। 

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ସାଇ ମନ୍ଦିର ନିକଟ ଖଟାମିଠା କଲ୍ୟାଣ ମଣ୍ଡପରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମଲ୍ଲିକଙ୍କ ଉପରକୁ ଶନିବାର ଭୋର୍‌ରେ ଗୁଳିମାଡ଼ ହୋଇଥିଲା। 

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୮।୩ (ବ୍ୟୁରୋ) : ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଇଞ୍ଜିନିୟର ସ୍ବାମୀଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ସାରଦା ପ୍ରସାଦ ମହାନ୍ତି। 

ଧରାପଡ଼ିଗଲା ଭାଉଜଙ୍କ ସହ ପରକୀୟା ପ୍ରୀତି: ସାନ ଭାଇକୁ ଭୁଜାଲିରେ ହାଣିଲେ ବଡ଼ଭାଇ

ଧରାପଡ଼ିଗଲା ଭାଉଜଙ୍କ ସହ ପରକୀୟା ପ୍ରୀତି: ସାନ ଭାଇକୁ ଭୁଜାଲିରେ ହାଣିଲେ ବଡ଼ଭାଇ

ଭୁବନେଶ୍ୱର,୧୮।୩(ବ୍ୟୁରୋ):  ପରକୀୟା ପ୍ରୀତିକୁ ନେଇ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଅଞ୍ଚଳରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ବଡ଼ ଭାଇର ରଡ୍‌ ଓ ଭୁଜାଲି ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି। 

ସିମେଣ୍ଟ ଦୋକାନରୁ ୫ଲକ୍ଷ ୨୫ହଜାର ଟଙ୍କା ଚୋରି:  ଅଭିଯୁକ୍ତ ନାବାଳକଙ୍କ ମା, ବାପା ଗିରଫ

ସିମେଣ୍ଟ ଦୋକାନରୁ ୫ଲକ୍ଷ ୨୫ହଜାର ଟଙ୍କା ଚୋରି: ଅଭିଯୁକ୍ତ ନାବାଳକଙ୍କ ମା, ବାପା ଗିରଫ

ବ୍ରହ୍ମପୁର ଅଫିସ,୧୮ା୩-ବିଏନ୍‌ପୁର ଥାନା ଗୋଇଲୁଣ୍ଡି ଛକସ୍ଥିତ ଏକ ସିମେଣ୍ଟ ଦୋକାନରୁ ଶୁକ୍ରବାର ୫ଲକ୍ଷ ୨୫ହଜାର ଟଙ୍କା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ସିସିଟିଭି ଫୁଟେଜ୍‌ ଦେଖି ଟଙ୍କା ଚୋରିରେ ସମ୍ପୃକ୍ତ ନାବାଳକଙ୍କ ମା’, ବାପାଙ୍କୁ ପୋଲିସ ଗିରଫ କରିଛି । 

ମଦ ଜବତ: ୨ ଗିରଫ

ମଦ ଜବତ: ୨ ଗିରଫ

ଆସିକା,୧୭।୩ (ଡି.ଏନ୍‌.ଏ.) - ଆସିକା ପୋଲିସ ରବିବାର ସକାଳେ ଆସିକା ଥାନା ବାଲିତିରା ଗ୍ରାମ ନିକଟରେ ଚାଲିଥିବା ଏକ ଚୋରା ମଦଭାଟି ଉପରେ ଚଢାଉ କରି ୪ଶହ ଲିଟର ରନ୍ଧାମଦ ଜବତ କରିବା ସହ ୧୫ଶହ ଲିଟର ପୋଚ ନଷ୍ଟ କରିଛି। ଏନେଇ ଗ୍ରାମର ସରୋଜ ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ ନଂ.୮୪, ୮୫, ୮୬, ୮୭/୧୯ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ସେହିପରି ଗାଙ୍ଗପୁର ପୋଲିସ ରବିବାର ବଡ଼ବୋରସିଙ୍ଗି ଗ୍ରାମରେ ଚଢ଼ାଉ କରି ୯୪ ଲିଟର ବିଦେଶୀ ଓ ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ଜଳନ୍ଧର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଥିବା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା