ରାଜ୍ୟ |

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ପୁରୀ ଅଫିସ,୧୩।୧୨: ଶ୍ରୀମନ୍ଦିରରେ ଗୁରୁବାର ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଅନୁଷ୍ଠିତ ହୋଇଛି। ସକାଳ ଧୂପ ବଢିବା ପରେ ଠାକୁରଙ୍କ ମଇଲମ କରାଯାଇଥିଲା। ଭୋଗମଣ୍ଡପ ଘରେ ବୁଧବାର ରାତିରେ ଅଧିବାସ ହୋଇଥିବା ଘୋଡ ବସ୍ତ୍ରଗୁଡ଼ିକୁ ପଟୁଆରରେ ଶ୍ରୀମନ୍ଦିରକୁ ସାଢ଼େ ତିନି ଘେରା ଏବଂ ରତ୍ନ ସିଂହାସନକୁ ସାଢେ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା। ପୁଷ୍ପାଳକ ସେବକମାନେ ତିନିଠାକୁରଙ୍କୁ ପାଗ ଓ ଘୋଡ଼ ଲାଗି କରିଥିଲେ। ଠାକୁରଙ୍କୁ ଏହି ଘୋଡ଼ରେ ସୂତାବସ୍ତ୍ର, ଖଣ୍ଡୁଆପାଟ, ଭେଲଭଟ କପଡ଼ାର ବସ୍ତ୍ର, ଟୋପର, ମଫଲର ପ୍ରଭୃତି ଲାଗି କରାଯାଇଥିଲା । ଘୋଡଲାଗି ସରିବା ପରେ ୬ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି କରାଯାଇଥିଲା। ଏହା ପରେ ବନ୍ଦାପନା ସରି ଅନ୍ୟାନ୍ୟ ନୀତି ବଢିଥିଲା । ମହାପ୍ରଭୁଙ୍କ ଏହି ଘୋଡ଼ଲାଗି ବେଶ ଦର୍ଶନ କରିବା ନିମନ୍ତେ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ଼ ହୋଇଥିଲା ।

ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ବିଗ୍ରହମାନେ ଘୋଡ଼ ପରିଧାନ କରିଥାନ୍ତି। ସପ୍ତାହର ୭ ଦିନରେ ୭ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି। ରବିବାର ଲାଲ୍‌, ସୋମବାର କଳାଛିଟା ମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ (୫ ରଙ୍ଗ ମିଶା), ବୁଧବାର ନୀଳ, ଗୁରୁବାର ବସନ୍ତ (ହଳଦିଆ), ଶୁକ୍ରବାର ଶୁକ୍ଳ (ଧଳା) ଓ ଶନିବାର ଚତୁର୍ଦ୍ଧାବିଗ୍ରହ କଳା ରଙ୍ଗର ଘୋଡ଼ଲାଗି ହୋଇଥାନ୍ତି।


All Right Reserved By

ରାଜ୍ୟ |

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା  ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ:   ହଟୁନି ବେଆଇନ ଅଟୋ ପାର୍କିଂ

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ: ହଟୁନି ବେଆଇନ ଅଟୋ ପାର୍କିଂ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ)- ରାଜଧାନୀରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଉଛି। ରସୁଲଗଡ଼-କଳ୍ପନା ଛକ କଟକ ରୋଡରେ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ ହୋଇଛି।

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ପୁରୀ ଅଫିସ,୧୮ା୩: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଖଣ୍ଡପଡା,୧୮ା୩(ଅଜୟ କୁମାର ମହାରଣା)- ମଣିଷ ଓ ପଶୁପକ୍ଷୀଙ୍କ ସହାବସ୍ଥାନ ପ୍ରକୃତିର ନିଷ୍ପତ୍ତି। ମାତ୍ର ସ୍ରଷ୍ଟାଙ୍କ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର କ୍ରୁରତାରେ ପଶୁପକ୍ଷୀଙ୍କ ଜୀବନ ଏବେ ବିପନ୍ନ ା ପୂର୍ବରୁ ପଶୁପକ୍ଷୀଙ୍କ ପାଇଁ ମଣିଷ ହୃଦୟରେ ଥିଲା ଜୀବେ ଦୟା ମନୋବୃତ୍ତି।

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଗାତରୁ ଉଦ୍ଧାର ହେଲେ ନାଗନାଗୁଣୀ

ଖଇରା, ୧୮।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧିନ ସାଲୋ ଗ୍ରାମର ଶ୍ରୀଧର ଦାସଙ୍କ ଘରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି।

ପୋଲ ତଳକୁ ଖସିଲା ଲୁହାଛଡ଼ବୋଝେଇ ଟ୍ରେଲର : ଜଣେ ମୃତ, ୧ ଗୁରୁତର

ପୋଲ ତଳକୁ ଖସିଲା ଲୁହାଛଡ଼ବୋଝେଇ ଟ୍ରେଲର : ଜଣେ ମୃତ, ୧ ଗୁରୁତର

 ପଦ୍ମପୁର,୧୮।୩(ଡି.ଏନ.ଏ.)-ବରଗଡ଼ ଜିଲା ପଦ୍ମପୁର ନିକଟସ୍ଥ ଅଙ୍ଗନଦୀ ପୋଲ ତଳକୁ ସୋମବାର ସକାଳେ ଏକ ଲୁହା ଛଡ଼ ବୋଝେଇ ଟ୍ରେଲର ଖସି ପଡ଼ିଛି। 

ବିଜେଡି ଛାଡିଲେ ତ୍ରିନାଥ

ବିଜେଡି ଛାଡିଲେ ତ୍ରିନାଥ

ଗୁଣପୁର,୧୮ା୩(ଡି.ଏନ.ଏ)-: ବିଜେଡି ଛାଡିଲେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ। ସେ ସୋମବାର ନିଜର ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ଶୋଷଣ

କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ଶୋଷଣ

  ସୋନପୁର,୧୮।୩(ନି.ପ୍ର): ବଲାଙ୍ଗୀର କେନ୍ଦୁପତ୍ର ବନଖଣ୍ଡ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲାର ଜାମଛପର ସେକ୍ସନରେ କେନ୍ଦୁପତ୍ର ଶ୍ରମିକଙ୍କୁ ଶୋଷଣ କରାଯାଉଛି। 

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ/ଭବାନୀପାଟଣା,୧୮।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବେଦାନ୍ତ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରତ ବିସ୍ଥାପିତଙ୍କୁ ହଟାଇବାକୁ ଯାଇ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ତେଜିଛି ଜନଆନ୍ଦୋଳନ ।

ସମ୍ବଲପୁରରେ ବିସ୍ଫୋରକ ସାମଗ୍ରୀ କିଣାବିକାରେ ଲଗାମ ନାହିଁ

ସମ୍ବଲପୁରରେ ବିସ୍ଫୋରକ ସାମଗ୍ରୀ କିଣାବିକାରେ ଲଗାମ ନାହିଁ

ସମ୍ବଲପୁର,୧୮।୩(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ଖୋଲା ବଜାରରେ ବିକ୍ରି ହେଉଛି । ଅଧିକ ଲାଭ ପାଇବା ପାଇଁ ବାହର ରାଜ୍ୟକୁ ମଧ୍ୟ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା