ଅପରାଧ | ଉପକୂଳ ଓଡିଶା

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି। ପୋଲିସ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମିଟୁ ନିଜ ମାମୁଁଘରେ ରହି ଏଭଳି ଚୋରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

All Right Reserved By

ଅପରାଧ | ଉପକୂଳ ଓଡିଶା

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

କଟକରୋଡ, ୨୫।୩(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରବିବାର ରାତିରେ ବଡ଼ଗଡ଼ ପୋଲିସ ଗିରଫ କରିଛି। 

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

ରଣପୁର,୨୫ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର କଲେଜ ଅଧ୍ୟକ୍ଷଙ୍କୁ ସୋମବାର ଅପରାହ୍ନରେ ମୁହଁରେ କଳାକପଡ଼ା ବାନ୍ଧିଥିବା ଦୁଇ ଯୁବକ କଲେଜ ଭିତରୁ ଉଠାଇ ନେଇ ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ ଏକ କୋଠରିରେ ବନ୍ଦ କରି ରଖିଥିଲେ।

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରକେଲା ଅଫିସ,୨୫ା୩ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି-ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାବେଳେ ତାଙ୍କୁ ଆଇଜିଏଚ୍‌୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ, ୨୫।୩(ଡି.ଏନ୍‌.ଏ.) ପରଜଙ୍ଗ ଥାନା ବାରିହାପୁର ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥର ବେକେନ୍‌ ଇମ୍ଫା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ୟାମ୍ପ ସାଇଡ୍‌ରୁ ୭ଟି ଲୁହା ଚ୍ୟାନେଲ ଚୋରି ଅଭିଯୋଗରେ କବାଡ଼ିଆ ବିନୟ ସାହୁଙ୍କୁ ପୋଲିସ ଗିରଫ କରିଛି। 

କାର ସହ ୫୦ କେଜି ଗଞ୍ଜେଇ ଜବତ

କାର ସହ ୫୦ କେଜି ଗଞ୍ଜେଇ ଜବତ


ମୋହନା,୨୪ା୩(ଡି.ଏନ୍‌.ଏ.)- ମୋହନା ଥାନା ପିଣ୍ଡିକି ପଞ୍ଚାୟତ ନିଜୁମା ଗ୍ରାମ ଛକଠାରେ ମୋହନା ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌କୁ  ଅଟକାଇ ଯାଞ୍ଚ କରିବାବେଳେ ସେଥିରୁ ୫୦କେଜି ଗଞ୍ଜେଇ ଜବତ ହୋଇଛି। ଗାଡି ଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ଜଙ୍ଗଲକୁ ଦୌଡି ପଳାଇଥିଲେ।
    ପ୍ରକାଶ ଯେ, ଏକ ନିଛାଟିଆ ସ୍ଥାନରୁ ଏକ କାର୍‌ (ନଂ.ଓଡି ୦୨ ଏୟୁ-୯୪୬୨) ରାଜ୍ୟ ରାଜପଥ ଉପରକୁ ଆସୁଥିବା ବେଳେ ପୋଲିସ ସନ୍ଦେହ କରି ଗାଡିଟିକୁ ଅଟକାଇଥିଲା। ଗାଡିଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ସେଠାରୁ ଦୌଡି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ପୋଲିସ ଗାଡି ଯାଞ୍ଚବେଳେ ସେଥିରୁ ୩ ବସ୍ତାରୁ ୫୦କେଜି ଗଞ୍ଜେଇ ଜବତ କରିଥିଲା। ଏସଆଇ ସିନ୍ଧୁ ସାର୍କାଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ଗଞ୍ଜେଇ ବସ୍ତାଗୁଡିକୁ ମାଜିଷ୍ଟ୍ରେଟ୍‌ ଦ୍ୱାୟିତ୍ୱରେ ଥିବା କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

ସାଇ ମନ୍ଦିରରୁ ମୁକୁଟ ଚୋରି, ଯୁବକ ଗିରଫ

ସାଇ ମନ୍ଦିରରୁ ମୁକୁଟ ଚୋରି, ଯୁବକ ଗିରଫ

ବେଲପାହାଡ଼,୨୪।୩(ଡି.ଏନ୍‌.ଏ.): ଗୁମାଡେରା ସାଇ ମନ୍ଦିରରୁ ରୁପା ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଗୁମାଡେରା ଗୁଆଲାପଡ଼ାରେର ଶୁଭମ ଦୁବେ (୨୦)।

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ଠକାମୀ: ରେଲ୍‌ୱେ ଟିକେଟ୍‌ ଟଙ୍କା ଫେରସ୍ତ ଘଟଣା, ଜମାଖାତାରୁ ଲୁଟି ନେଲେ ୧ଲକ୍ଷ ୭ହଜାର ଟଙ୍କା

ରଣପୁର,୨୪ା୩(ସ୍ବ.ପ୍ର.)-ଠକମାନେ ବିଭିନ୍ନ ଉପାୟରେ ବ୍ୟାଙ୍କ ଜମାଖାତାରୁ ଅନ୍ୟଜଣଙ୍କ ଟଙ୍କା ଉଠାଇ ଦେଇଥିବାବେଳେ ଏବେ ଏକ ଭିନ୍ନ ଉପାୟରେ ଠକାମୀର ଶିକାର ହୋଇଛନ୍ତି ଜଣେ ଜମାକାରୀ। ରେଲ୍‌ୱେ ଟିକେଟ୍‌ ଟଙ୍କା ତୁମ ଆକାଉଣ୍ଟରେ ଫେରସ୍ତ କରିବାକୁ କହି ନୟାଗଡ ଜିଲା ରଣପୁର ଥାନା ଲେଖନପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାରୁ ଶନିବାର ୧ଲକ୍ଷ ୭ହଜାର ୮୧୭ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। 

ଶୋଭାଯାତ୍ରାବେଳେ ଗଣ୍ଡଗୋଳ, ୧୪ ଗିରଫ: ପ୍ରତିବାଦରେ ହଣ୍ଡପା ଥାନା ଘେରାଉ

ଶୋଭାଯାତ୍ରାବେଳେ ଗଣ୍ଡଗୋଳ, ୧୪ ଗିରଫ: ପ୍ରତିବାଦରେ ହଣ୍ଡପା ଥାନା ଘେରାଉ

 ବଇଣ୍ଡା,୨୪।୩(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳଯାତ୍ରା ଶୋଭାଯାତ୍ରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି।

ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ

ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, ୨୪ା୩(ଡି.ଏନ.ଏ.)- ଭଦ୍ରକ ଜିଲା ବାରିକପୁରରୁ କେନ୍ଦୁଆପଦା ଅଞ୍ଚଳକୁ ଯାଉଥିବା ଏକ ପୁଣ୍ଟିଆ କାଠ ବୋଝେଇ ଟ୍ରାକ୍ଟରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି।

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କାଲିମେଳା,୨୪।୩୯ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ରବିବାର ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍‌ପିଭି-୪୩ ଗ୍ରାମର ରମେନ୍‌ ବିଶ୍ୱାସ। 

୪ କଲରାପତରିଆ ଚମଡ଼ା ଜବତ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

୪ କଲରାପତରିଆ ଚମଡ଼ା ଜବତ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାରୁ ୪ କଲରାପତରିଆ ବାଘ ଚମଡ଼ା ଘଟଣାରେ ରବିବାର ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନରେନ୍ଦ୍ର ପିଙ୍ଗ, ମାନ୍‌ଫୁଲ ପ୍ରଧାନ, ଅକ୍ଷୟ ଭୋଇ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋଟ୍‌କୁ ଚାଲାଣ କରାଯାଇଛି।

ପାରିବାରିକ କଳହରୁ ନିର୍ମମ ହତ୍ୟା:  ଶାଳକଙ୍କ ଯୌନାଙ୍ଗ, ବେକ କାଟିଦେଲେ ଭିଣୋଇ

ପାରିବାରିକ କଳହରୁ ନିର୍ମମ ହତ୍ୟା: ଶାଳକଙ୍କ ଯୌନାଙ୍ଗ, ବେକ କାଟିଦେଲେ ଭିଣୋଇ

ଢେଙ୍କାନାଳ ଅଫିସ, ୨୪।୩-ପାରିବାରିକ କଳହ ଏବଂ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶାଳିଆ ନିକଟ ବିଦ୍ୟାବନ୍ଧ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଯୌନାଙ୍ଗ ଏବଂ ବେକକୁ ଅମାନୁଷିକ ଭାବେ କାଟି ସମ୍ପର୍କୀୟ ଶାଳକଙ୍କୁ ହତ୍ୟା କରିଛନ୍ତି ଭିଣୋଇ। 


Model This Week

ରଶ୍ମି
Why Dharitri