ଖେଳ |

ପର୍ଥ ଟେଷ୍ଟରୁ ରୋହିତ, ଅଶ୍ୱିନ ଆଉଟ୍‌

ପର୍ଥ ଟେଷ୍ଟରୁ ରୋହିତ,  ଅଶ୍ୱିନ ଆଉଟ୍‌

ପର୍ଥ,୧୩।୧୨-  ସ୍ଥାନୀୟ ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। ଭାରତୀୟ ବୋଲିଂ ବିଭାଗର କର୍ଣ୍ଣଧାର ରବିଚନ୍ଦ୍ରନ ଅଶ୍ୱିନ ଓ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ଉଭୟ ଖେଳାଳିଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ଆଡିଲେଡ୍‌ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଶ୍ୱିନଙ୍କ ମାଂସପେଶୀ ଟାଣି ହୋଇଯାଇଥିବାବେଳେ ରୋହିତଙ୍କ ଅଣ୍ଟାରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ଯୁବ ଓପନର ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରି ନାହାନ୍ତି। ଏମାନେ ଚୟନ ଲାଗି ଉପଲବ୍ଧ ନ ଥିବାରୁ ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ଭୁବନେଶ୍ୱର କୁମାରଙ୍କୁ ୧୩ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଛି। ”ଶ’ ଖୁବ୍‌ ଶୀଘ୍ର ଫିଟ୍‌ ହୋଇଯିବେ। ମାତ୍ର ବାମ ଗୋଇଠିର ଏବେ ବି ଉପଚାର ଚାଲିଛି। ଅଶ୍ୱିନଙ୍କ ବାମ ଗୋଡ଼ର ମାଂସପେଶୀରେ ଓ ରୋହିତଙ୍କ ପିଠିର ତଳଭାଗରେ ଆଘାତ ଲାଗିଛି। ଉଭୟଙ୍କ ଉପଚାର ଚାଲିଛି। ଟିମ୍‌ ମ୍ୟାନେଜମେଣ୍ଟ ଏହି ସମସ୍ତ ଖେଳାଳିଙ୍କ ଫିଟ୍‌ନେସ ଉପରେ ନଜର ରଖିଛି। ତୃତୀୟ ଟେଷ୍ଟ ଲାଗି ଉପଲବ୍ଧ ହେବେ କି ନାହିଁ ସେ ସମ୍ପର୍କରେ ସୂଚନା ଦିଆଯିବ   ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ କି, ଆଡିଲେଷ୍ଟକୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ଉମେଶ ଯାଦବ।

All Right Reserved By

ଖେଳ |

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଡର୍ବାନ,୨୩।୧(ଏ.ଏଫ.ପି.)- ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ଟି ବଲ ବାକି ଥାଇ ୫ ଉଇକେଟରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ୍‌ ସ୍ତରରେ ପହଞ୍ଚିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୪୫.୫ ଓଭରରେ ୨୦୩ ରନ କରି ଅଲଆଉଟ ହୋଇଥିଲା। 

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି।