ରାଜ୍ୟ |

ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ଯୁବପିଢ଼ୀଙ୍କ ଲାଗି ଚାକିରୀ ଓ ରୋଜଗାର ସମ୍ଭାବନା ସୃଷ୍ଟି ହେବ। ଏଥିସହ ଓଡ଼ିଶା ଦେଶର ଗ୍ୟାସ୍‌ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିଚିତ ହେବାର ସମ୍ଭାବନା ରହିଛି। ତେଣୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି।

ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବନ୍ଦରରେ ପେଟ୍ରୋଲିୟମ ପଦାର୍ଥ ପରିବହନ ମାତ୍ରା ୧୭.୭୦ ଏମ୍‌ଏମ୍‌ଟି ଥିବା ବେଳେ ୨୦୧୭-୧୮ରେ ଏହା ପାଖାପାଖୀ ଦ୍ୱିଗୁଣିତ ହୋଇ ୩୩.୭୮ ଏମ୍‌ଏମ୍‌ଟିରେ ପହଞ୍ଚିଛି।  ଏହି ମାମଲାରେ ୫ଟି ବୃହତ୍ତ ପ୍ରକଳ୍ପ  ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବା ମାମଲାରେ ଦୀର୍ଘଦିନର ଆବେଦନ ପଡ଼ି ରହିଛି। ଏଥିସହ ରାଜ୍ୟ ସରକାର ବିଦେଶରେ ପେଟ୍ରୋକେମିକାଲ ପ୍ରକଳ୍ପ ଲାଗି ରୋଡ ଶୋ’ କରିଥିଲେ ମଧ୍ୟ ଇଣ୍ଡିଆନ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କୁ ସହଯୋଗ କରୁନାହାନ୍ତି। ତେଣୁ ରାଜ୍ୟ ସରକାର ଉପଯୁକ୍ତ ସାହାର୍ଯ୍ୟ ଓ ସହଯୋଗ ଦେବା ସହ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାପାଇଁ  ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି। 

All Right Reserved By

ରାଜ୍ୟ |

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି।

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ନୌସେନା ଅଧିକାରୀଙ୍କୁ ନିଶାଦେଇ ଲୁଟ୍‌: ୩୦ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି ଜଣେ ନୌସେନା ଅଧିକାରୀ ଜିତେନ୍ଦ୍ର ବଳିଆ। ତାଙ୍କ ଘର ନୟାଗଡ଼ ଜିଲା ଓଡ଼ଗଁାରେ। ସେ ମୁମ୍ବାଇରେ ଚାକିରି କରନ୍ତି। 

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ନାଇଟ୍‌ ବସ୍‌ରେ ନିଶା କାରବାର: ଗଞ୍ଜେଇ, ବ୍ରାଉନ ସୁଗାର ଚାଲାଣ କରୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର, ୨୩ା୧ (ବ୍ୟୁରୋ)- କେତେକ ନାଇଟ୍‌ ବସ୍‌ରେ ଚାଲିଛି ନିଶା କାରବାର। ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ଗଞ୍ଜେଇ, ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଛି

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଘନକୁହୁଡ଼ି ଯୋଗୁ ପ୍ରଭାବିତ ହେବ ରେଳ ଚଳାଚଳ: ସମୟ ପରିବର୍ତ୍ତନ ସହ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ।

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ବହୁ ପ୍ରତୀକ୍ଷିତ ଇ-ଭିଜା ସେବା ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଇ-ଭିଜା ସେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଅନୁମତି ମିଳିଥିବା ବେଳେ ଜାନୁୟାରୀ ୧୬ରୁ ବିମାନବନ୍ଦର ପରିସରରେ ଆରମ୍ଭ ହୋଇଛି ଇ-ଭିଜା କାଉଣ୍ଟର। 

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- କିଛିଦିନ ତଳେ ଦୁଇଟି ଘରୋଇ ବସ୍‌ରୁ ପ୍ରାୟ ୪୬ ବସ୍ତା କଏନ ଜିଏସ୍‌ଟି ବିଭାଗ ଜବତ କରିଥିଲା। ତେବେ କେବଳ କଏନ୍‌ ନୁହେଁ, ବସ୍‌ରେ ଗୁଟ୍‌ଖା ମଧ୍ୟ ଚାଲାଣ ହେଉଛି।

ପୁରୀ ପୋଲିସକୁ ଅଜଣା ଚିଠି:  ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ପୋଲିସକୁ ଅଜଣା ଚିଠି: ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ଅଫିସ,୨୩ା୧: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବାକୁ ହୋଇଛି ଷଡ଼ଯନ୍ତ୍ର। ମଙ୍ଗଳବାର ମନ୍ଦିର ଭିତରକୁ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ପ୍ରବେଶ କରିବେ।

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ଶ୍ରୀକ୍ଷେତ୍ରରେ କଂସ: ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ୍ତ କଲେ; ମହାପ୍ରଭୁଙ୍କୁ କ୍ଷମା ମାଗିଲେ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେଲେ

ପୁରୀ ଅଫିସ,୨୩ା୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀ ଆସି ମହୋଦଧିରେ ସ୍ନାନକରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଭୁବନେଶ୍ୱର, ୨୨।୧(ବ୍ୟୁରୋ)- ରାଜ୍ୟର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗମନାଗମନ ସମସ୍ୟା ଯୋଗୁ ସେମାନେ ଡାକ୍ତରଖାନାରେ ପହଞ୍ଚତ୍ପାରୁ ନାହାନ୍ତି। ତେଣୁ ସେସବୁ ଅଞ୍ଚଳରେ ଲୋକଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଜରିଆରେ ‘ଡିଜିଟାଲ ଡିସ୍‌ପେନ୍‌ସାରୀ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି।