ରାୟଗଡା

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ଆଜିଠାରୁ ମୁନିଗୁଡ଼ାରେ ମହାଲକ୍ଷ୍ମୀ ପୂଜା, କରାଗଲା ଗଙ୍ଗା ଆବାହନ

ମୁନିଗୁଡ଼ା,୧୩।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ମହାଲକ୍ଷ୍ମୀ ପୂଜା ପଡ଼ିଆଠାରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ନିମନ୍ତେ ଗୁରୁବାର ଗଙ୍ଗା ଆବାହନ ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଜଗବନ୍ଧୁ ପଣ୍ଡା ଓ ନିକୁଞ୍ଜ ଶତପଥିଙ୍କ ମିଳିତ ପୌରହିତ୍ୟରେ ସ୍ଥାନୀୟ ମୁନିଖୋଲ ନଦୀରୁ ଗଙ୍ଗା ଆବାହନ ପୂଜା, ହୋମଯଜ୍ଞ ଆଦି କରାଯାଇଥିଲା। କର୍ତ୍ତା ଭାବେ ଅରକ୍ଷିତ ମାର୍ଥା ଓ ରବିନ୍ଦ୍ର ପଣ୍ଡା ଗଙ୍ଗାଜଳକୁ କଳସରେ ଭରି ସହର ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଆଣିଥିଲେ। ବିଭିନ୍ନ ଛକରେ ମହିଳାମାନେ କଳସକୁ ଫୁଲ, ସିନ୍ଦୁର, ଚନ୍ଦନ, ହୁଳହୁଳି ସହ ପୂଜାର୍ଚ୍ଚନା କରାଯାଇଥିଲା। ଶେଷରେ ମଣ୍ଡପଠାରେ ପହଞ୍ଚି ପୂଜାର ବିଭିନ୍ନ ବିଧି ସମ୍ପନ୍ନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୋହିତ ମଙ୍ଗଳା ସାବତ, ସଦାନନ୍ଦ ମହାପାତ୍ର, ଉମା ପଣ୍ଡାଙ୍କ ସମେତ ପୂଜାର ସଭାପତି ପୂର୍ଣ୍ଣଚନ୍ଦ୍ର ଗୌଡ଼, ଚକ୍ରପାଣି ମାର୍ଥା, ତାରିଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରକାଶ ଥାଉ କି, ଉକ୍ତ ପୂଜା ୧୩ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

All Right Reserved By

ରାୟଗଡା

ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟ : କଂଗ୍ରେସରୁ ୩ ବହିଷ୍କୃତ

ମାଲକାନଗିରି,୨୫ା୩ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା କଂଗ୍ରେସ ଦଳ ସଭାପତି ଗୋବିନ୍ଦ ପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ ସୋମବାର ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ୩ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। 

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର,୨୫।୩(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଚିଲକପଦର ପଞ୍ଚାୟତ ଛଟାଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀ ନିକଟରେ ଥିବା ଜାମୁ କୋଳି ଗଛରେ ପ୍ରେମୀଯୁଗଳ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ରାୟଗଡା ଅଫିସ୍‌, ୨୪।୩- ରାୟଗଡା ସହକାରୀ ଜିଲାପାଳ ଶିବପ୍ରସାଦ ପାଣିଗ୍ରାହୀ ରବିବାର ଆତ୍ମହତ୍ୟା କରିଛନ୍ତି। କିଛି ବଟିବା ବହୁ ମାତ୍ରାରେ ଖାଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । କାର୍ଯ୍ୟାଳୟର  ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁତୁରା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏନେଇ ରାୟଗଡା ଥାନା ପୋଲିସ  ଏକ ଅପମୃତ୍ୟୁ ମାମଲା (୧୧/୧୯) ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। 

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି/ଗୋଷଣି, ୨୪।୩ (ସ୍ବ.ପ୍ର.) - ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମାରିଙ୍ଗି ସମନ୍ବିତ ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ହଷ୍ଟେଲରେ ଶନିବାର ରାତିରେ ଖାଦ୍ୟ ବିଷକ୍ରିୟା ଯୋଗୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ରାତିରେ ଭାତ, ଡାଲି ଓ ଖଟା ଖାଇବା ପରେ କେତେକ ଛାତ୍ରୀ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଟୁନି ରଇତଙ୍କର ମୃତ୍ୟୁ ଘଟିଥିଲା।  ମୃତ ଛାତ୍ରୀଙ୍କ ଘର ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଏନ୍‌.ରାହୋସିଂ ବୋଲି ଜଣାପଡିଛି । 

 କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି

କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି


ପାରଳାଖେମୁଣ୍ଡି, ୨୪।୩(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇବାରୁ ବଞ୍ଚତ୍ତ ହେବା ପରେ ସ୍ବାଧୀନ ଭାବେ ଲଢିବେ ବୋଲି ପାରଳା ସ୍ବାଭିମାନ ମଞ୍ଚ ସଭାପତି ତିରୁପତି ପାଣିଗ୍ରାହୀ କହିଛନ୍ତି। 

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର,୨୪।୩(ନି.ପ୍ର.)-ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଗୌତମଙ୍କୁ ବହିଷ୍କାର କରାଯାଇଥିବା ବେଳେ ଏବେ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଜୟପୁର ଭାଜପା କାର୍ଯ୍ୟାଳୟରେ ତାଲା ପକାଇ ନେତା ଓ କର୍ମୀ ରାଜ୍ୟସ୍ତରୀୟ ନେତାଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। 

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଧୋଡ୍ରା,୨୪।୩(ଡି.ଏନ.ଏ)- ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରାଠାରେ ମା’ ଇଂଲାଜିନି ଠାକୁରାଣୀଙ୍କ ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ମହୋତ୍ସବ ପାଇଁ ଶନିବାର ମଣ୍ଡେଇ ବାଜା ବଜାଇ ଡାକରା ଦିଆଯାଇଛି। ପୂଜାରୀ, ଦିଶାରୀ, ଗାଣ୍ଡା, ଚଲାଣ, ଗାଉଁଟିଆ ଏବଂ ମଣ୍ଡେଇ କମିଟି ସମସ୍ତେ ଇଂଲାଜିନି ଠାକୁରାଣୀଙ୍କ ପୂଜାରୀ ଭଗବାନ ପୂଜାରିଙ୍କ ଘରୁ ଫୁଲ ଡବଲା ଧରି ମଣ୍ଡେଇ ପଡିଆକୁ ଏକ ପଟୁଆରରେ ଯାଇଥିଲେ। ସେଠାରେ ପ୍ରଥମେ ଭୂମି ପୂଜନ କରଯାଇଥିଲା

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କାଲିମେଳା,୨୪।୩୯ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ରବିବାର ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍‌ପିଭି-୪୩ ଗ୍ରାମର ରମେନ୍‌ ବିଶ୍ୱାସ। 

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ମୁନିଗୁଡ଼ା,୨୪ା୩(ଡି.ଏନ୍‌.ଏ): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝାମରାଗୁଡ଼ାରେ ଥିବା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଗୁଣପୁର,୨୪ା୩(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁରରେ ରାଜନୈତିକ ବାତାବରଣ ସରଗରମ ହୋଇଛି ା ଭାଜପା ଓ ବିଜେଡିରେ ଏବେ ଅସନ୍ତୋଷ ଏବଂ ବିଦ୍ରୋହ ା ଗୁରୁବାର ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ  ନାମାଙ୍କନପତ୍ର ଦାଖଲ କରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି |

ଚନ୍ଦାହାଣ୍ଡିରେ ପର୍ଶୁରାମଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ

ଚନ୍ଦାହାଣ୍ଡିରେ ପର୍ଶୁରାମଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ

ଚନ୍ଦାହାଣ୍ଡି,୨୪।୩(ଡି.ଏନ.ଏ)- ନବରଙ୍ଗପୁର ଜିଲା ଝରିଗାଁ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ପୂର୍ବତନ ଏମପି ପର୍ଶୁରାମ ମାଝିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚନ୍ଦାହାଣ୍ଡି ଭାଜପା କର୍ମକର୍ତ୍ତାମାନେ ଶନିବାର  ବିରୋଧ କରିଛନ୍ତି।

ହିରାଖଣ୍ଡ ଟ୍ରେନ୍‌ରୁ ଖସି ଜଣେ ଗୁରୁତର

ହିରାଖଣ୍ଡ ଟ୍ରେନ୍‌ରୁ ଖସି ଜଣେ ଗୁରୁତର

ରାୟଗଡ଼ା ଅଫିସ, ୨୩।୩ (ଡି.ଏନ୍‌.ଏ.)ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ହିରାଖଣ୍ଡରୁ  ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ସୁଶାନ୍ତ କୁମାର ସାହୁ ା ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । 


Model This Week

ରଶ୍ମି
Why Dharitri