ଅନଗୁଳ-ଢେଙ୍କାନାଳ

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ଢେଙ୍କାନାଳ ଅଫିସ, ୧୩ା୧୨: ପିଲାଙ୍କୁ କେବଳ ପାଠକ୍ରମ ଅନୁଯାୟୀ ଶିକ୍ଷା ଦେଲେ ପରିବର୍ତ୍ତନ ଆସେନାହିଁ। ସେମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ହେଲେ ମୂଲ୍ୟବୋଧଭିତ୍ତିକ ଶିକ୍ଷା, ଚିନ୍ତାମୁକ୍ତ ଜୀବନ, ବ୍ୟକ୍ତିତ୍ୱ ବିକାଶ, ରାଜଯୋଗ ଅଭ୍ୟାସ, ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ସଚେତନ କରାଯିବା ଜରୁରୀ। ସକାରାତ୍ମକ ମନୋଭାବ ହିଁ ସୁସ୍ଥ ସମାଜ ଗଢ଼ିବ ବୋଲି କହିଛନ୍ତି ରାଜସ୍ଥାନ ମାଉଣ୍ଟଆବୁସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗ ଶିକ୍ଷକ ବ୍ରହ୍ମାକୁମାର ଭଗବାନ ଭାଇଜୀ। ୪ଦିନିଆ ଢେଙ୍କାନାଳ ଗସ୍ତରେ ଆସିଥିବାବେଳେ ସ୍ଥାନୀୟ ଶାଖା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଆୟୋଜିତ  ଖବରଦାତା ସମ୍ମିଳନୀରେ ସେ ଏହି ବକ୍ତବ୍ୟ  ରଖିଥିଲେ।

ସେ ଆହୁରି ମଧ୍ୟ କହିଲେ, ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ଉନ୍ନତି ଶିକ୍ଷକ ଏବଂ ଅଭିଭାବକ ଯତ୍ନବାନ ହେବା ଜରୁରୀ। ଗଣମାଧ୍ୟମ ଭଲ ଖବରର ବାହକ। ସକାରାତ୍ମକ ଖବର  ଭଲଭାବେ ପରିବେଷଣ  ହେଲେ ଏହାର ସୁପ୍ରଭାବ ସମାଜ ଉପରେ ପଡ଼ିବ। କାରାଗାର ହେଉଛି ସୁଧାର ଗୃହ। ପରିସ୍ଥିତିରେ ପଡ଼ି ମଣିଷ ଅପରାଧ କରେ। ତେଣୁ ଜେଲର ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଦିଗରେ ଯଥାସାଧ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଅନୁଷ୍ଠାନର ମୁଖ୍ୟ ବ୍ରହ୍ମାକୁମାରୀ ଉଷା ସ୍ବାଗତ ଭାଷଣ ଦେଇଥିବାବେଳେ ବିରଞ୍ଚତ୍ ନାରାୟଣ ସେଠ୍‌,  ଅଧ୍ୟାପିକା ସୁମିତ୍ରା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ୪ଦିନିଆ ଗସ୍ତ ଅବସରରେ ଭଗବାନ ଭାଇଜୀ ବିଭିନ୍ନ ଶିକ୍ଷାନୁଷ୍ଠାନ, ଜିଲା କାରାଗାର, ସାଧାରଣ ସଭାରେ ଯୋଗଦେଇ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଅଲୋକପାତ କରିଥିଲେ। 

All Right Reserved By

ଅନଗୁଳ-ଢେଙ୍କାନାଳ

 କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ   ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ଅଭିଯୋଗ

ପରଜଙ୍ଗ,୧୮ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତଙ୍କ ଫେସବୁକ୍‌ ଆକାଉଣ୍ଟକୁ କେହି ଦୃର୍ବୃତ୍ତ ହ୍ୟାକ କରିଥିବା ସୋମବାର ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି। 

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

୫୩ ନଂ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ,୧୮ା୩(ଡି.ଏନ.ଏ)- ଅନୁଗୁଳ ଜିଲା କଣିହାଁ ବ୍ଲକ ଦେଇ ଯାଇଥିବା ୫୩ ନଂ. ରାଜପଥ କଣିହାଁ ହାଟ ପଡ଼ିଆ ନିକଟ ରାସ୍ତା ଉପରେ ଖାଲଖମା ସୃଷ୍ଟି ହୋଇଛି।

ଜଳଖିଆ ଦୋକାନୀଙ୍କୁ  ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ  କୋର୍ଟ ଚାଲାଣ

ଜଳଖିଆ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ଗୁଜୁରିହାଟରେ ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ରବିବାର ବିଳମ୍ବିତ ରାତିରେ  ମରଣାନ୍ତକ ଆକ୍ରମଣ ହୋଇଥିଲା। 

 ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଦୋକାନୀକୁ ମରଣାତ୍ମକ ଆକ୍ରମଣ, ୨ କୋର୍ଟ ଚାଲାଣ

ଭୁବନ,୧୮।୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଗୁଜୁରିହାଟରେ  ଜଳଖିଆ ଦୋକାନୀ ପ୍ରଫୁଲ୍ଲ ପୃଷ୍ଟି (୩୬)ଙ୍କୁ ଆକ୍ରମଣ ଘଟଣାରେ ସୋମବାର  ପୋଲିସ  ନିରଞ୍ଜନ ମହାପାତ୍ର (୪୯)ଓ ତାଙ୍କ ପୁଅ ଆକାଶ ମହାପାତ୍ର (୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

 ”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

”ହକ୍‌ ମାଗୁଛି ଓଡିଶା“ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ: କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ଓ ଯୁବ ବିଜେଡି ନେତା

ପରଜଙ୍ଗ,୧୮।୩(ଡି.ଏନ.ଏ.): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୧ନଂ ଜୋନର କୋଆଳୁ ପଞ୍ଚାୟତ ପରମହଂସ ପୁର ଛକ ନିକଟରେ ସୋମବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ”ହକ୍‌ ମାଗୁଛି ଓଡିଶା“ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। 

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ

ବଅଁରପାଳ,୧୮।୩(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସନ୍ତ୍ରୀ ଛକଠାରେ ଥିବା ଏକ ପରିବା ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଅନୁଗୁଳ ଅଫିସ୍‌ ୧୮।୩: ଅନୁଗୁଳ କୋର୍ଟ କାର୍ଯ୍ୟାଳୟରେ ଥିବା ନିର୍ବାଚନୀ କକ୍ଷରେ  ସୋମବାର ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। 

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ତାପମାତ୍ରା କମାଇବ ବାୟୋ ଆଜବେଷ୍ଟସ୍‌: ଶ୍ରୀୟଙ୍କାଙ୍କ ପ୍ରକଳ୍ପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୮।୩: ଗୁଜରାଟ ଗାନ୍ଧୀନଗରସ୍ଥିତ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ସେଣ୍ଟରରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ ‘ଫାଇନ୍‌ ଫେଷ୍ଟିଭାଲ ଅଫ୍‌ ଇନୋଭେଶନ ଆଣ୍ଡ ଇଣ୍ଟରପ୍ରିନ୍ୟୁଅରଶିପ୍‌’ରେ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଲିବୋରେଇସ୍ଥିତ ଉତ୍କଳ ଭାରତୀ ବିଦ୍ୟାପୀଠର ୧୦ମ ଶ୍ରେଣୀ ଛାତ୍ରୀ ଶ୍ରୀୟଙ୍କା ସାମଲ।

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି  ଶିଳ୍ପ ପ୍ରଭାବିତ

ଶିଳ୍ପାନୁଷ୍ଠାନ ଉପରେ ପ୍ରଶାସନର କର୍ତ୍ତୃତ୍ୱ ନାହିଁ: ହାତଟେକା ପାଣିକୁ ଚାହିଁ ବସିଛନ୍ତି ଶିଳ୍ପ ପ୍ରଭାବିତ

ତାଳଚେର, ୧୮ା୩(ନି.ପ୍ର.)- ଖରାର ତେଜ ବଢିବା ସହ ଖଣି ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ଉତ୍କଟ ହେଲାଣି ପାଣି ସମସ୍ୟା। ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ପୌର କର୍ମଚାରୀଙ୍କୁ ଡେପୁଟେଶନରେ ପଠାଇଲେ

ଅନୁଗୋଳ ଅଫିସ, ୧୮।୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଅନୁଗୋଳ ପୌରପାଳିକାରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। 

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ନିର୍ମାଣ ଶେଷ, କାର୍ଯ୍ୟକ୍ଷମ ହେଉନି

ତାଳଚେର,୧୮ା୩(ନି.ପ୍ର.) କଣିହାଁ ବ୍ଲକ ବଡହୀରା ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରରୁ ଶେଷ ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। 

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

କଂଗ୍ରେସମୁହାଁ ନବୀନ ନନ୍ଦ: ଦଳରେ ବିଦ୍ରୋହ ସ୍ବର

ଢେଙ୍କାନାଳ ଅଫିସ, ୧୮ା୩: ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା