ଅନଗୁଳ-ଢେଙ୍କାନାଳ

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୩।୧୨: ଅନୁଗୋଳ ସହରର ଅଳିଆ କେଉଁଠି ପଡ଼ିବ ତାହାକୁ ନେଇ ଦୀର୍ଘ ବର୍ଷ ହେଲା ବାଦ ବିବାଦ ଚାଲିଥିବା ବେଳେ ସଫେଇ କର୍ମଚାରୀଙ୍କ ଘନ ଘନ କାର୍ଯ୍ୟବନ୍ଦ ଆନ୍ଦୋଳନ ପୌର ପ୍ରଶାସନ ପାଇଁ ଏବେ ନୂଆ ଅଡ଼ୁଆ ସୃଷ୍ଟି କରିଛି। ସରକାରୀ ନିୟମ ଅନୁଯାୟୀ ସଫେଇ କର୍ମଚାରୀଙ୍କୁ ଅଣ କୁଶଳୀ ଶ୍ରେଣୀଭୁକ୍ତ କରାଯାଇଛି। କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ଅର୍ଦ୍ଧକୁଶଳୀ ଦରମା ଦାବି କରୁଛନ୍ତି। ଏହା ହିଁ ସହର ସଫେଇ କାର୍ଯ୍ୟରେ କେଁ ପୂରାଇଛି। ପୌର ପ୍ରଶାସନ ଶ୍ରମ ବିଭାଗର ଚିଠି ଦେଖାଇ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଏହାଛଡ଼ା ଅଧିକ ୩୦ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ କର୍ମଚାରୀମାନେ ଅଡ଼ି ବସିଥିବାରୁ ପ୍ରାୟ ମାସେ ହେଲା ସଫେଇ ବିନା ସହର ଅସନା ଦିଶିଲାଣି। ବ୍ୟକ୍ତିଗତ ଫାଇଦା ପାଇଁ କେତେଜଣ ବ୍ୟକ୍ତି ସହର ସଫେଇରେ ଏପରି ବାଧା ପହଞ୍ଚାଉଥିବା ଚର୍ଚ୍ଚା ହେଉଛି।

ରାତି ପାହିଲେ ସଫେଇ କର୍ମଚାରୀ ଅନୁଗୋଳ ଷ୍ଟାଡିୟମ ସମ୍ମୁଖରେ ରୁଣ୍ଡ ହେଉଛନ୍ତି। ସେଠାରେ ବୈଠକ କରି କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି କରୁଛନ୍ତି। ୧୦୦ କର୍ମଚାରୀ ଥିଲେ ବି ଅଧିକ ୩୦ ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଓ ଅର୍ଦ୍ଧକୁଶଳୀ ଦରମା ୩୨୦ ଟଙ୍କା ପ୍ରଦାନ ଦାବି ଦୋହରାଉଛନ୍ତି। ସଫେଇ କର୍ମଚାରୀଙ୍କ ଏପରି ଆନ୍ଦୋଳନ ଯୋଗୁ ସହରର ପରିମଳ ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ପୌରପାଳିକାର ହାତଗଣତି କେଇଜଣ କର୍ମଚାରୀ କେତେକ ସ୍ଥାନରୁ ଅଳିଆ ଉଠାଉଥିଲେ ବି କିଛି ସମୟ ପରେ ସେଠାରେ ଅଧିକ ଆବର୍ଜନା ଜମା ହୋଇଯାଉଛି। ଏପରି ଅବସ୍ଥାରେ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା ଏଲ୍‌ ଆଣ୍ଡ କେ ମଧ୍ୟ ନିରୁପାୟ ହୋଇପଡ଼ିଛି। କର୍ମଚାରୀମାନଙ୍କୁ ସଂସ୍ଥା କର୍ତ୍ତୃପକ୍ଷ ବୁଝାଇ ବୁଝାଇ ଥକି ଗଲେଣି। ହେଲେ ସେମାନେ ଦାବି ପୂରଣ ପାଇଁ ଜିଦ୍‌ ଧରି ବସିଛନ୍ତି। ଏଣେ ସରକାରଙ୍କ ଆଞ୍ଚଳିକ ଶ୍ରମ ନିୟୋଜନ କାର୍ଯ୍ୟାଳୟକୁ ପୌରକର୍ତ୍ତୃପକ୍ଷ ଚିଠି ଲେଖି ସଫେଇ କର୍ମଚାରୀଙ୍କ ମଜୁରୀ ସମ୍ପର୍କରେ ବୁଝି ସାରିଛନ୍ତି। ଶ୍ରମ ବିଭାଗ ପକ୍ଷରୁ ପୌର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଚିଠି (ନଂ. ୪୨୩୧/୧୮)ରେ ଦର୍ଶାଯାଇଛି ଯେ, ସଫେଇ କର୍ମଚାରୀମାନେ ଅଣ କୁଶଳୀ। ତେଣୁ ସେମାନଙ୍କୁ ଅଣ କୁଶଳୀ ହିସାବରେ ଦରମା ପ୍ରଦାନ କରାଯାଉ। ଏହି ଚିଠିକୁ ପୌର କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କୁ ବାରମ୍ବାର ଦେଖାଇ ସାରିଲାଣି। କିନ୍ତୁ ସମସ୍ୟା ସମାଧାନର କୌଣସି ପନ୍ଥା ଏଯାଏ ବାହାରି ପାରି ନାହିଁ। ଅପରପକ୍ଷରେ ସଫେଇ କର୍ମଚାରୀଙ୍କ ଏପରି ଜିଦ୍‌ ପଛରେ କେତେଜଣ ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତ ଥିବା କୁହାଯାଉଛି। କାରଣ ସହରରୁ ଅଳିଆ ସଫା କରିବାକୁ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଟଙ୍କା ମଗାଯାଉଥିବା ଚର୍ଚ୍ଚା ହେଉଛି। ଟଙ୍କା ଦେଲେ ଅଳିଆ ଉଠିବ ନଚେତ୍‌ ସଫେଇ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କୁହାଯାଉଥିବା ଆଲୋଚନା ଜୋର ଧରିଛି।

ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ବାରମ୍ବାର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରାଯାଉଥିଲେ ମଧ୍ୟ ବିଫଳ ହେଉଛି। ସଫେଇ କର୍ମଚାରୀଙ୍କୁ ଅର୍ଦ୍ଧ କୁଶଳୀ ଦରମା ଦେବାର ସରକାରୀ ନିୟମ ନାହିଁ। ତେଣୁ ସେମାନେ ଦାବି କରୁଥିବା ଅର୍ଥ ରାଶି ପୌରପରିଷଦ ଦେଇପାରିବ ନାହିଁ।

All Right Reserved By

ଅନଗୁଳ-ଢେଙ୍କାନାଳ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ସମୀକ୍ଷା: ଉଜୁଡ଼ା ଜଙ୍ଗଲ ପୁନରୁଦ୍ଧାର ମୁଖ୍ୟଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୨୩।୧-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ: କାର୍ଯ୍ୟକ୍ଷମ ହେବ ସବୁ ଚେକ୍‌ଡ୍ୟାମ୍‌

ଢେଙ୍କାନାଳ ଅଫିସ, ୨୩।୧- ଢେଙ୍କାନାଳ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୧୯ ପାଳିତ ହୋଇଯାଇଛି। 

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡ଼ା ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ୩ ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା

ପାଲଲହଡା,୨୩ା୧(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ପୋଲିସକୁ ମିଳିଛି ବଡ ସଫଳତା। କୋଅପରେଟିଭ ବ୍ୟାଙ୍କ ପାଲଲହଡ଼ା ଶାଖା ଲୁଟ୍‌ ଘଟଣାର ବର୍ଷକ ପରେ ଧରାପଡିଛନ୍ତି ଆନ୍ତଃରାଜ୍ୟ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ। ୨୦୧୭ରେ ଏମାନେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ୨୭ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ।

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ଟ୍ରକ୍‌ ଧକ୍କାରେ ନାଲ୍‌କୋ ଇଞ୍ଜିନିୟର ଗୁରୁତର

ବଅଁରପାଳ, ୨୩।୧ (ଡି.ଏନ୍‌.ଏ.)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ମୁଖ୍ୟ ଫାଟକ ପରିସରରେ ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ନାଲ୍‌କୋର ଇଞ୍ଜିନିୟର ରାଜେଶ ମହାନ୍ତ ଗୁରୁତର ହୋଇଛନ୍ତି। 

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ବିଭିନ୍ନ ପୌରସଂସ୍ଥା ଆର୍ଥିକ ସ୍ଥିତି ସମୀକ୍ଷା କଲେ ୫ମ ଅର୍ଥ କମିଶନ ଅଧ୍ୟକ୍ଷ: ଆୟ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩।୧-ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡା. ଆର୍‌.ଏନ୍‌. ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅନୁଗୋଳ ଜିଲା ଗସ୍ତରେ ଆସି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନର ୨୪ଟି ପୌରପାଳିକା, ୧୦ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୨ଟି ନିଗମର ଆର୍ଥିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ବିହନ ବଣ୍ଟନରେ ଠକେଇ ଅଭିଯୋଗ: ପ୍ୟାକେଟ ପିଛା କେଜିଏ କମ୍‌

ଭାପୁର, ୨୩।୧(ଡି.ଏନ୍‌.ଏ.)-ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରବି ଫସଲ ବିହନ ପ୍ୟାକେଟରେ  ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ରହୁଥିତ୍ବା ଅଭିଯୋଗ ଆଣିଛନ୍ତି  ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଚାଷୀ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ୨ ବାଇକ୍‌ ଆରୋହୀ ମୃତ

ଓଡ଼ାପଡ଼ା/ସାତମାଇଲ, ୨୩।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରକଲା-ମାଳିସାହି ଅଞ୍ଚଳରେ ମଙ୍ଗଳବାର ରାତିରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦିହୋଇ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭୂମିପୂଜନ, ଉଦ୍‌ଘାଟନ

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ବ୍ଲକ ଶୁସୁଡା ପଞ୍ଚାୟତ ମାଳତୀ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମିପୂଜନ ଓ ଉଦ୍‌ଘାଟନ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଜିଲାସ୍ତରୀୟ ନିଯୁକ୍ତି ମେଳା: ସିଧାସଳଖ ନିଯୁକ୍ତି ପାଇଲେ ୪୫୧

ଅନୁଗୋଳ ଅଫିସ, ୨୩।୧-ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଙ୍ଗଳବାର ପୂର୍ବାହ୍ନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଆଜିଠାରୁ ପୁସ୍ତକ ମେଳା

ଆଜିଠାରୁ ପୁସ୍ତକ ମେଳା

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଷୋଡ଼ଶ ପୁସ୍ତକ ମେଳା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜାନୁୟାରୀ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପାରମ୍ପରିକ ଖାଦ୍ୟ, ଆଲୋଚନାଚକ୍ର, କୁଇଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। 

ଘନ କୁହୁଡ଼ି ବଳୟରେ ତାଳଚେର

ଘନ କୁହୁଡ଼ି ବଳୟରେ ତାଳଚେର

ତାଳଚେର,୨୨ା୧(ନି.ପ୍ର.)- ତାଳଚେର ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳୁ ଘନ କୁହୁଡି ପରିଲକ୍ଷିତ ହୋଇଥିଲା। ସ୍ଥିତି ଏପରି ଥିଲା ଯେ ୧୫ ରୁ ୨୦ ମିଟର ଦୂରତା ମଧ୍ୟରେ ରାସ୍ତା ସ୍ପଷ୍ଟ ଦେଖା ଯାଉ ନ ଥିଲା।

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ଅଚୁତ୍ୟପୁର କପ ଉଦ୍‌ଘାଟିତ, ଅନ୍ତୁଳିଆ ବିଜୟୀ

ବଇଣ୍ଡା,୨୨।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ ଅଚୁତ୍ୟପୁର ଗ୍ରାମ ଖେଳ ପଡ଼ିଆଠାରେ ଜୀବନଜ୍ୟୋତି କ୍ରିକେଟ କ୍ଲବ ଆନୁକୁଲ୍ୟରେ ମଙ୍ଗଳବାର ଅଚୁତ୍ୟପୁର କପ ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ପେଡ଼ିପଥର ସରପଞ୍ଚ  ଅର୍ଣ୍ଣପୂନ୍ନା ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।