ବ୍ରହ୍ମପୁର

ଥାନା ପାଲଟୁଛି କବାଡ଼ିଖାନା

ଥାନା ପାଲଟୁଛି କବାଡ଼ିଖାନା

ବ୍ରହ୍ମପୁର ଅଫିସ୍‌,୧୩ା୧୨-ମାଳ ମାଳ ଅଚଳ ଗାଡି । କେଉଁଥିରେ ଚେଚିସ୍‌ କଭର୍‌ ନାହିଁ ତ ଆଉ କେଉଁଥିରେ ବ୍ୟାଟେରି ନାହିଁ । ବର୍ଷ ତମାମ୍‌ ଖରା ବର୍ଷା ଶୀତ କାକର ଖାଇ ଗାଡି ସବୁ ଏବେ ନଷ୍ଟ ହେବାକୁ ବସିଲାଣି । ବେଳେ ଥାନାଗୁଡିକ ଏବେ କବାଡିଖାନା ପାଲଟି ଯାଇଛି । ବ୍ରହ୍ମପୁର ପୋଲିସ ଜିଲାର ସମସ୍ତ ଥାନା ଏବେ କବାଡିଖାନା ହୋଇଛି ।ବିଭିନ୍ନ କାରଣରୁ ପୋଲିସ ପକ୍ଷରୁ ଗାଡିଗୁଡିକ ଜବତ କରାଯାଇ ଥାନାକୁ ଅଣାଯାଉଥିବାବେଳେ ପରବର୍ତ୍ତୀ ସମୟରେ ତାକୁ ସମ୍ପୃକ୍ତ ଗାଡି ମାଲିକମାନେ ଆଉ ନେବାକୁ ଚାହୁଁ ନ ଥିବାରୁ ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ସେହିପରି କୋର୍ଟ ପକ୍ଷରୁ ମଧ୍ୟ ଅକ୍ସନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ ନ ଥିବାରୁ ସମଦଶା ଉପୁଜିଛି ।

  ଦୁର୍ଘଟଣା, ଚୋରି, ହତ୍ୟା, ହତ୍ୟା ଉଦ୍ୟମ, ଚେରା ନିଶାଦ୍ରବ୍ୟ ଚାଲାଣ ଭଳି ବିଭିନ୍ନ ମାମଲାରେ ବ୍ୟବହୃତ ଗାଡିଗୁଡିକୁ ପୋଲିସ ଜବତ କରିଥାଏ। ଥରେ ପୋଲିସ ଜବତ କରିବା ପରେ ଉକ୍ତ ସମ୍ପତ୍ତି ଅଦାଲତର ହୋଇଯାଇଥାଏ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ମାଲିକ ନିଜ ଗାଡିକୁ ନେବାକୁ ହେଲେ ଓକିଲ ଜରିଆରେ ଅଦାଲତର ଆଶ୍ରୟ ନେବାକୁ ହୋଇଥାଏ ।

ମାମଲାର ବିଚାର ସରିବା   ପରେ କିମ୍ବା ପୂର୍ବରୁ ସମ୍ପୃକ୍ତ ଗାଡି ମାଲିକ ଅଦାଲତରୁ ନିଜ ଗାଡିକୁ ଜିମାରେ ନେଇପାରିବେ । ସମ୍ପୃକ୍ତ ଗାଡି ମାଲିକ ଦୋଷୀ ସାବ୍ୟସ୍ତ ହେଲେ ଜବତଗାଡିକୁ ମଧ୍ୟ ପୋଲିସ ଜିମାରେ ରଖିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥାଏ । ନିୟମାନୁଯାୟୀ ମାମଲାର ଶୁଣାଣି ହେବା ପରେ ଅଦାଲତ ଆକ୍ସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା କଥା । କିନ୍ତୁ ତାହା ହେଉ ନ ଥିବାରୁ ଥାନା ଗୁଡିକରେ ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଛି ବୋଲି ଜଣେ ଏସ୍‌ଆଇ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି।

   ଯେ କୌଣସି ମାମଲାରେ ସମ୍ପୃକ୍ତ ଜବତ ଗାଡିକୁ ମାଲିକମାନେ ଥାନାରୁ ନ ନେବା ପଛରେ ଅନ୍ୟ କାରଣ ମଧ୍ୟ ରହିଛି । ଗାଡିଗୁଡିକୁ ସମ୍ପୃକ୍ତ ମାଲିକମାନେ ବୀମା ଭୁକ୍ତ କରିଥିବାରୁ ଏତଲାର ନକଲ ଦେଇ ସମ୍ପୃକ୍ତ ବୀମା କମ୍ପାନୀରୁ  ବୀମା ଅର୍ଥ ଉଠାଇ ନୂଆ ଗାଡି କିଣି ନେଉଛନ୍ତି । ବୀମା କମ୍ପାନୀ ମଧ୍ୟ ଉକ୍ତ ଜବତ ଗାଡି ବିଷୟରେ ସେତେଟା ଗୁରୁତ୍ୱ ଦେଉ ନ ଥିବା ବେଳେ ଗାଡି ମାଲିକ ମଧ୍ୟ ବୀମା ଅର୍ଥ ପାଇ ବେଶ୍‌ ଖୁସିରେ ରହିଯାଉଛି ।

ଅନ୍ୟପକ୍ଷରେ ଜବତକୁ ନେଇ ପୋଲିସର ଦାୟିତ୍ୱ ବଢି ଯାଉଥିବା ବେଳେ ସେ ଗୁଡିକର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନେଇ ମୁଣ୍ଡ ବ୍ୟଥା ବଢି ଯାଇଥାଏ । କାହିଁକିନା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ କର୍ମଚାରୀ ତଥା ଅଧିକାରୀଙ୍କ ସଂଖ୍ୟା କମ୍‌ ହେଉଥିବା ବେଳେ ଜବତ ଗାଡିଗୁଡିକର ହେପାଜତ କରିବାକୁ କାହାରି ନିକଟରେ ସମୟ ନଥାଏ ା 

All Right Reserved By

ବ୍ରହ୍ମପୁର

ହିଞ୍ଜିଳିକାଟୁ, ବେଲଗଁ।ରେ ଦଣ୍ଡଯାତ୍ରା  ଆରମ୍ଭ

ହିଞ୍ଜିଳିକାଟୁ, ବେଲଗଁ।ରେ ଦଣ୍ଡଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ,୨୫।୩(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ଓ  ବେଲଗାଁରେ ସୋମବାର ୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି। ହିଞ୍ଜିଳିସ୍ଥିତ ହରଗାୈରୀ ଦଣ୍ଡକାଳୀ ବଡ଼ପୁଞ୍ଜା ଓ ସାନପୁଞ୍ଜା ପକ୍ଷରୁ  ମାନସିକଧାରୀ ଦଣ୍ଡୁଆମାନେ ହାତରେ ପିଞ୍ଛମୁଠା, ବାନାଧରି ଢୋଲ, ମହୁରି ବଜାଇ ସହର ପରିକ୍ରମା କରିଥିଲେ। ମାନସିକଧାରୀଙ୍କ ଭକ୍ତମାନେ ପୂଜା ନୈବେଦ୍ୟ ଓ ପୂର୍ଣ୍ଣକୁମ୍ଭ ରଖି ଦଣ୍ଡକାଳୀଙ୍କୁ ସ୍ବାଗତ କରିଥିଲେ। ସହର ପରିକ୍ରମାପରେ ମୂଳପୀଠରେ ପ୍ରଥମ ଦିନ ଧୂଳିଦଣ୍ଡ ଓ ଜଳଦଣ୍ଡ ହୋଇଥିଲା। ମଧ୍ୟରାତିରେ ଅଗ୍ନିଦଣ୍ଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଥିଲା ଗାଁ ଦାଣ୍ଡ। ଚଳିତବର୍ଷ ବଡପୁଞ୍ଜା ନାଟ୍ୟ ସଂସଦ ପକ୍ଷରୁ ‘କିଣି ନେଲା ମନ କଳା ନାଗର’ ଓ ସାନପୁଞ୍ଜା ପକ୍ଷରୁ ‘ଅଧେ ତୋର ଅଧେ ମୋର’ ଏବଂ ବେଲଗାଁ ଦଣ୍ଡକାଳୀ ନାଟ୍ୟ ସଂସଦର ‘ଅଲକ୍ଷଣୀ’ ସାମାଜିକ ନାଟକ ପରିବେଷଣ କରାଯାଉଛି।

୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବୁଗୁଡ଼ା,୨୫।୩(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଭଗବାନପୁର ଗ୍ରାମର ପ୍ରଫୁଲ ସାହୁଙ୍କ ଦୋକାନଘରୁ ସୋମବାର ମଧ୍ୟାହ୍ନରେ ୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଦୋକାନ ଘରେ ସାପ ଥିବାଦେଖି ପ୍ରଫୁଲ୍ଲ ବି.କରଡ଼ାବାଡ଼ିର ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ହରିଶ ପାଢ଼ୀଙ୍କୁ ଡ଼ାକିଥିଲେ। ଖବର ପାଇ ହରିଶ ଘଟଣାସ୍ଥଳରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା କହିଛନ୍ତି।

ନିଅଁ। ଲାଗି ଘର, ଗୁହାଳ ଜଳିଗଲା

ନିଅଁ। ଲାଗି ଘର, ଗୁହାଳ ଜଳିଗଲା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୫।୩(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କୁମ୍ଭାରିଗାଁ ପଞ୍ଚାୟତ ଟୁଡବିଜୁ ଗ୍ରାମରେ ନିଅଁ।ଲାଗି ଗୋଟିଏ ଘର ସହ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି। ଘରର ଆସବାବପତ୍ର, ଖାଦ୍ୟଶସ୍ୟ ସହ ଛେଳି ଓ କୁକୁଡା ଆଦି ଜଳି ଯାଇଥିବା ଘର ମାଲିକ ମୁକୁନ୍ଦ ପାଟମାଝୀ ଅଭିଯୋଗ କରିଛନ୍ତି। ଖବରପାଇ ରାଜସ୍ବ ନିରିକ୍ଷକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ବିପନ୍ନଙ୍କୁ ପଲିଥିନ ଓ ଚାଉଳ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବାହ୍ନରେ, ମୁକୁନ୍ଦଙ୍କ ଘରେ ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ନିଅଁ। ଟିଣ ଛପରକୁ ଧରିଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

୩୦୦୦ ଲିଟର ପୋଚ ନଷ୍ଟ, ମଦ ଜବତ

ଗୋପାଳପୁର,୨୫।୩- ଅବକାରୀ ବିଭାଗ ଓ ଗୋଳନ୍ଥରା ପୋଲିସ ଇନ୍ଦ୍ରାକ୍ଷୀର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରି ମହୁଲି ପୋଚ ଓ ଦେଶୀ ମଦ ଜବତ କରିଥିବା ବେଳେ ମଦ ପ୍ରସ୍ତୁତକାରୀଙ୍କ ଟେର୍‌ ପାଇପାରିନାହିଁ। ଦୀର୍ଘଦିନ ହେଲା ଇନ୍ଦ୍ରାକ୍ଷୀ ଓ ଆଖପାଖ ଅଞ୍ଚଳରେ ଚୋରା ଦେଶୀମଦ ପ୍ରସ୍ତୁତ କରି ଗ୍ରାମାଞ୍ଚଳରେ ବିକ୍ରି କରାଯାଉଥିଲା। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ୩୦୦୦ ଲିଟର ମହୁଲି ପୋଚ ଜବତ କରି ନଷ୍ଟ କରିବା ସହ ୧୦ ଲିଟର ଦେଶୀ ମଦ, ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରାଯାଇଥିଲା।

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥିପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣୀ ଅଫିସ, ୨୫।୩: କନ୍ଧମାଳ ଲୋକ ସଭା ଆସନ ପାଇଁ  ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁରର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗତ ୩ ତାରିଖରେ ଜାନିବିଲି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି।  ତଥାପି ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଧାରିତ ୱାର୍ଡକୁ ପାନୀୟ ଜଳ ଯୋଗାଣ ଠିକଭାବେ ହେଉ ନ ଥିବା ଅଭିଯୋଗ ହୋଇଛି।  

ଦୁବାଇରେ ବ୍ରହ୍ମପୁର ଡାକ୍ତରଙ୍କ ଉପସ୍ଥାପନା

ଦୁବାଇରେ ବ୍ରହ୍ମପୁର ଡାକ୍ତରଙ୍କ ଉପସ୍ଥାପନା

ବ୍ରହ୍ମପୁର ଅଫିସ,୨୫ା୩-ଗ୍ଲୋବାଲ୍‌ କାର୍ଡିଓ ଏବଂ ଡାଇବେଟିସ୍‌ ଏକାଡ଼େମି ତରଫରୁ ଦୁବାଇ ଠାରେ ମେଟାବୋଲିକ୍‌ କନ୍‌କ୍ଲେଭ୍‌-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଥାଇରଏଡ୍‌ ସମସ୍ୟା ଥିଲା ଏହି ବର୍ଷର ମୁଖ୍ୟ ବିଷୟ। 

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁର ଅଫିସ,୨୫ା୩-ଗଞ୍ଜାମ ଜିଲାର ବ୍ରହ୍ମପୁର ଲୋକସଭା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୧ରେ ହେବ ମତଦାନ। ସୋମବାର ନାମାନଙ୍କନ ପତ୍ର ଦାଖଲର ଶେଷ ଦିବସ । ତେଣୁ ବିଭିନ୍ନ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । 

ଟିକେଟ ବଣ୍ଟନକୁ ନେଇ ଆଇଏନ୍‌ଟିୟୂସିର ଅସନ୍ତୋଷ

ଟିକେଟ ବଣ୍ଟନକୁ ନେଇ ଆଇଏନ୍‌ଟିୟୂସିର ଅସନ୍ତୋଷ


ଫୁଲବାଣୀ ଅଫିସ, ୨୪ା୩-କନ୍ଧମାଳ ଜିଲାରେ ଲୋକସଭା ଓ ୨ଟି ବିଧାନସଭା କ୍ଷେତ୍ର ଲାଗି କଂଗ୍ରେସର ଟିକେଟ ବଣ୍ଟନକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ(ଆଇଏନ୍‌ଟିୟୂସି) ବିରୋଧ କରିଛି। ଫୁଲବାଣୀରେ ଦଳୀୟ କାର୍ଯ୍ୟାଳୟରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଏନଟିୟୂସିର ସଭାପତି ଘନ ଶବର ଯୋଗଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ନେତୃବୃନ୍ଦଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଜିଲାରେ କଂଗ୍ରେସର ସଂଗଠନ ସୁପ୍ତ ଅବସ୍ଥାରେ ଥିଲା। କଂଗ୍ରେସର ଏହି ଶ୍ରମିକ ଶାଖା ୨୦୧୩ରୁ ସଂଗଠନକୁ ମଜବୁତ୍‌ କରି କାର୍ଯ୍ୟ କରି ଆସୁଛି। ଯେତବେଳେ ଦଳ ଯେଉଁ ପ୍ରକାର ସାହାର୍ଯ୍ୟ ଚାହିଁଛି ତାହା କରାଯାଇଛି। ଆମେ ବିଗତ ୬ ବର୍ଷ ହେବ ଦଳୀୟ

କେନାଲ ନିକଟରୁ ବନ୍ଧୁକ, ବାରୁଦ ଜବତ

କେନାଲ ନିକଟରୁ ବନ୍ଧୁକ, ବାରୁଦ ଜବତ

ଚିକିଟି,୨୪।୩(ଡି.ଏନ.ଏ.)- ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ କେନାଲ ହିଡରୁ କେ.ନୂଆଗାଁ ପୋଲିସ ଶନିବାର ବିଳମ୍ବିତ ରାତିରେ ଦେଶୀ ବନ୍ଧୁକ ଓ ବାରୁଦ ଜବତ କରିଛି। କେହି ଶିକାରୀ ଶିକାର ପାଇଁ ବନ୍ଧୁକ ସଜାଡୁଥିବା ବେଳେ ପୋଲିସ୍‌କୁ ଦେଖି ଦୌଡି ପଳାଇଥିଲେ। ପୋଲିସ ସେଠାରୁ ବନ୍ଧୁକ ଓ ବାରୁଦ ଜବତ କରିଥିଲା।

ମୋହନା, ଅଡବା ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ମୋହନା, ଅଡବା ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ମୋହନା,୨୪ା୩(ଡି.ଏନ୍‌.ଏ.)- ମୋହନା ସଦର ମହକୁମାରେ ମୋହନା ଥାନା ପକ୍ଷରୁ ରବିବାର ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନବେଳେ ଭୋଟରମାନେ ନିର୍ଭୟରେ ଭୋଟଦାନ କରିବାକୁ ସଚେତନତା କରାଯାଇଥିଲା। ଗଜପତି ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଫ୍ଲାଗ୍‌ମାର୍ଚ୍ଚ ମୋହନା ଥାନାଠାରୁ ଆରମ୍ଭ ହୋଇ ମୋହନା ଷ୍ଟେଟ୍‌ ବ୍ୟାଙ୍କ, ସାହିଗୁଡ଼ିକ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଯାଇଥିଲା। ଏଥିରେ ମୋହନା ଥାନା ଅଧିକାରୀ ସୁଜିତ୍‌ ନାୟକ, ଆଲୋକ ରଞ୍ଜନ ଜଗଦଲା, ପିଙ୍କି ମୁର୍ମୁ ପ୍ରମୁଖ  ଯୋଗ ଦେଇଥିଲେ।

କାର ସହ ୫୦ କେଜି ଗଞ୍ଜେଇ ଜବତ

କାର ସହ ୫୦ କେଜି ଗଞ୍ଜେଇ ଜବତ


ମୋହନା,୨୪ା୩(ଡି.ଏନ୍‌.ଏ.)- ମୋହନା ଥାନା ପିଣ୍ଡିକି ପଞ୍ଚାୟତ ନିଜୁମା ଗ୍ରାମ ଛକଠାରେ ମୋହନା ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌କୁ  ଅଟକାଇ ଯାଞ୍ଚ କରିବାବେଳେ ସେଥିରୁ ୫୦କେଜି ଗଞ୍ଜେଇ ଜବତ ହୋଇଛି। ଗାଡି ଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ଜଙ୍ଗଲକୁ ଦୌଡି ପଳାଇଥିଲେ।
    ପ୍ରକାଶ ଯେ, ଏକ ନିଛାଟିଆ ସ୍ଥାନରୁ ଏକ କାର୍‌ (ନଂ.ଓଡି ୦୨ ଏୟୁ-୯୪୬୨) ରାଜ୍ୟ ରାଜପଥ ଉପରକୁ ଆସୁଥିବା ବେଳେ ପୋଲିସ ସନ୍ଦେହ କରି ଗାଡିଟିକୁ ଅଟକାଇଥିଲା। ଗାଡିଚାଳକ ଓ ଗାଡିରେ ଥିବା ଅନ୍ୟଜଣେ ସେଠାରୁ ଦୌଡି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ପୋଲିସ ଗାଡି ଯାଞ୍ଚବେଳେ ସେଥିରୁ ୩ ବସ୍ତାରୁ ୫୦କେଜି ଗଞ୍ଜେଇ ଜବତ କରିଥିଲା। ଏସଆଇ ସିନ୍ଧୁ ସାର୍କାଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ଗଞ୍ଜେଇ ବସ୍ତାଗୁଡିକୁ ମାଜିଷ୍ଟ୍ରେଟ୍‌ ଦ୍ୱାୟିତ୍ୱରେ ଥିବା କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।


Model This Week

ରଶ୍ମି
Why Dharitri