ରାୟଗଡା

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପିଲାଙ୍କ ପାଇଁ ପୋଷାକ, ଜୋତା କିଣାରେ ଅନିୟମିତତା  ନିର୍ଦ୍ଦିଷ୍ଟ ଦୋକାନରୁ କିଣିବାକୁ ପଡୁଛି ଚାପ

ପଟ୍ଟାଙ୍ଗି,୧୩ା୧୨(ଡି.ଏନ୍‌.ଏ.) ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ପୋଷାକ ଓ ଜୋତା କିଣାରେ ଅନିୟମିତତା ଅଭିଯୋଗ ହୋଇଛି। ସିଆର୍‌ସିସିମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଚାପ ପକାଇ କିମ୍ବା ଧମକାଇ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ପୋଷାକ କିଣିବା ପାଇଁ କହୁଥିବା ଅଭିଯୋଗ ଉଠିଛି। ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଲଷ୍ଟର ସ୍ତରୀୟ ବିଦ୍ୟାଳୟରେ ଏଭଳି ବ୍ୟତିକ୍ରମ ଯୋଗୁ ଶିକ୍ଷକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

ପଟ୍ଟାଙ୍ଗି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୧୯୨ଟି ବିଦ୍ୟାଳୟ ଏବଂ ୧୧ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ବିଦ୍ୟାଳୟ ରହିଛି। ସମସ୍ତ ବିଦ୍ୟାଳୟ ୧୯ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ପୋଷାକ ଓ ଜୋତା ଦିଆଯାଉଛି। ତେବେ ଆଚାର୍ଯ୍ୟ ନାମକ ପୋଷାକ ଦୋକାନକୁ ସରକାରୀ ସ୍ତରରେ କୌଣସି ନିର୍ଦ୍ଦେଶନାମା କିମ୍ବା ଚିଠି ହୋଇ ନଥିଲେ ମଧ୍ୟ କାହା ନିର୍ଦ୍ଦେଶରେ ସେହି ଦୋକାନ ପୁକାଲି, ତଳଗୋଲୁର, ଅମ୍ପାବାଲି, ରାଲେଗଡ଼ା ଓ ଚନ୍ଦକା ପଞ୍ଚାୟତରେ ଏହି ସାମଗ୍ରୀ ପହଞ୍ଚାଇଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଦୋକାନ ଜିଲାର ଅନ୍ୟ ୧୩ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ବିଦ୍ୟାଳୟରେ ପୋଷାକ ଓ ଜୋତା ଯୋଗାଇବା କାମ ହାତକୁ ନେବା ପାଇଁ ଚକ୍ରାନ୍ତ କରୁଥିବା ଆଲୋଚନା ହେଉଛି। ଦୋକାନର ମାଲିକ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ, ମୋତେ ପଚାରିବା ଆଗରୁ ପ୍ରଥମେ ସଠିକ ଭାବେ ତଥ୍ୟ ସଂଗ୍ରହ କରିବା ଉଚିତ୍‌। ବ୍ଲକ ଶିକ୍ଷାଧିକାରୀ ସୁରଞ୍ଜନ ବାଗଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଦୋକାନକୁ କିଏ ପୋଷାକ ଓ ଜୋତା ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛି, ତାହା ମୁଁ ଜାଣିନାହିଁ। ଜିଲା ସର୍ବଶିକ୍ଷା ଅଭିଯାନର ପେଡ଼ାଗୋଜି ସଂଯୋଜକ ଚନ୍ଦ୍ରକଳା ବଗର୍ତୀ କହିଥିଲେ, କୌଣସି ଦୋକାନକୁ ବିଦ୍ୟାଳୟଗୁଡ଼ିକ ପୋଷାକ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ। କିନ୍ତୁ ଶିକ୍ଷକ ବା ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିର ସଭାପତି ମିଶି ଯେକୌଣସି ଦୋକାନରୁ ପୋଷାକ ଓ ଜୋତା କିଣି ଏହାର ୟୁସି ସିଆରସିସିଙ୍କ ଜରିଆରେ ଜିଲାକୁ ପ୍ରଦାନ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ରହିଛି।

All Right Reserved By

ରାୟଗଡା

ଚାରାଙ୍ଗୁଲରେ ମାଡୁନି ବିକାଶ ଚେର

ଦାମନଯୋଡ଼ି,୨୦ା୧(ସ୍ବ.ପ୍ର.)-କୋରାପୁଟ ଜିଲା ସେମଳିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରାଙ୍ଗୁଲ ପଞ୍ଚାୟତ ସଦରଗାଁ ଚାରାଙ୍ଗୁଲ ଗ୍ରାମରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ହରିଜନ ଓ ଆଦିବାସୀ ଶ୍ରେଣୀର ପରିବାର ବସବାସ କରନ୍ତି। 

ଟ୍ରେନ୍‌ ଚଳାଚଳ ବିଳମ୍ବ ଯୋଗୁ ଯାତ୍ରୀ ହଇରାଣ

ଟ୍ରେନ୍‌ ଚଳାଚଳ ବିଳମ୍ବ ଯୋଗୁ ଯାତ୍ରୀ ହଇରାଣ

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)-ଗଜପତି ଜିଲାର ପାରଳାଖେମୁଣ୍ଡି ଷ୍ଟେଶନକୁ ବିଭିନ୍ନ ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡୁଛି। ଶନିବାର ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ପାରଳାଖେମୁଣ୍ଡି ଷ୍ଟେଶନରେ ନିର୍ଦ୍ଧାରିତ ସମୟ ଦିନ ୧ଟା ୧୫ମିନିଟ ପରିବର୍ତ୍ତେ ୨ଟା ୧୫ମିନିଟ ଅର୍ଥାତ ୧ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିଲା।

ଯୁବତୀଙ୍କୁ ଅସଦାଚରଣ: ଯୁବକଙ୍କୁ ମାଡ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଯୁବତୀଙ୍କୁ ଅସଦାଚରଣ: ଯୁବକଙ୍କୁ ମାଡ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଜୟପୁର,୧୯। ୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଛନ୍ତି।

ପିଠା କାର୍ଯ୍ୟକ୍ରମରେ ସରପଞ୍ଚଙ୍କୁ ଆକ୍ରମଣ

ପିଠା କାର୍ଯ୍ୟକ୍ରମରେ ସରପଞ୍ଚଙ୍କୁ ଆକ୍ରମଣ

କୁନ୍ଦୁରା,୧୯।୧(ଡି.ଏନ୍‌.ଏ.)-କୁନ୍ଦୁରା ବ୍ଲକ୍‌ ଘୁମର ପଞ୍ଚାୟତରେ ଶନିବାର ପିଠା କାର୍ଯ୍ୟକ୍ରମରେ କେତେଜଣ ସ୍ଥାନୀୟ ଯୁବକ ସରପଞ୍ଚ କୁସୁମା ଗଦବାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ସରପଞ୍ଚଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ବୈପାରୀଗୁଡ଼ା ଥାନାରେ ମଧ୍ୟ ଏତଲା ଦିଆଯାଇଛି।

ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା

ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା

ଡାବୁଗାଁ,୧୯।୧(ଡି.ଏନ.ଏ.)-‘ଧରିତ୍ରୀ‘ ଏବଂ ‘ଓଡ଼ିଶା ପୋଷ୍ଟ’ର ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସାମିଲ ହୋଇଛି। ଏହି ଉପଲକ୍ଷେ ଶନିବାର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଯୋଗୁ ଆମ ପରିବେଶ ଉପରେ କୁପ୍ରଭାବ ପଡୁଥିବା ପ୍ରଧାନ ଶିକ୍ଷୟିତ୍ରୀ କହିବା ସହ ଏହି ସାମଗ୍ରୀ ବର୍ଜନ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। 

ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ

ରାସ୍ତା କାମକୁ ବିରୋଧ କରି ଜେସିବି ଜାଳିଲେ ମାଓବାଦୀ

ମାଲକାନଗିରି,୧୯।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ବିକାଶମୂଳକ କାର୍ଯ୍ୟର ବିରୋଧ କରିଆସୁଛନ୍ତି। ବିଭିନ୍ନ ସମୟରେ ସେମାନେ ରାସ୍ତା ଖୋଳିଦେବା ଓ କାମରେ ନିୟୋଜିତ ମେଶିନଗୁଡ଼ିକୁ ପୋଡ଼ିଦେଉଥିବା ଘଟଣା କିଛି ନୂଆ କଥା ନୁହେଁ। 

ଲାଲଗଡ଼ରେ ପହଞ୍ଚତ୍ଛି ବିକାଶ: ନିର୍ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ

ଲାଲଗଡ଼ରେ ପହଞ୍ଚତ୍ଛି ବିକାଶ: ନିର୍ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ

ମାଲକାନଗିରି, ୧୯।୧ (ଡି.ଏନ୍‌.ଏ.) - ଯେଉଁଠି ଦିନେ ମାଓବାଦୀଙ୍କ ଇସାରାରେ ପତ୍ର ହଲୁ ନ ଥିଲା ସେହି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । କୌଣସି ପ୍ରଶାସନିକ ଅଧିକାରୀ, ଠିକାଦାର, ବ୍ୟବସାୟୀ କିମ୍ବା ଶିକ୍ଷୟିତ୍ରୀ ଶିକ୍ଷକମାନେ ସେହି ଅଞ୍ଚଳକୁ ଯିବାକୁ ଦିନେ ଭୟ କରୁଥିଲେ। ଏବେ ସେ ଚିତ୍ର ବଦଳିଯାଇଛି। ପ୍ରଗତି   ପଥରେ ସାମିଲ ହୋଇଛନ୍ତି ଅଞ୍ଚଳବାସୀ। ହସଖୁସିରେ ଜୀବନ ବିତାଉଛନ୍ତି।

ଜୀବନକୁ ବାଜି ଲଗାଇ ଲୋକେ ହେଉଛନ୍ତି ନଦୀ ପାର

ଜୀବନକୁ ବାଜି ଲଗାଇ ଲୋକେ ହେଉଛନ୍ତି ନଦୀ ପାର

ମାଲକାନଗିରି,୧୯।୧ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସହ ପଡୋଶୀ କୋରାପୁଟ ଜିଲାର ଶତାଧିକ  ଲୋକ ପ୍ରତ୍ୟହ ମୋଟୁଠାରେ ସାବେରୀ ଏବଂ ସିଲେରୁ ନଦୀରେ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି। ସୀମାନ୍ତ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟରେ ଉନ୍ନୟନ କାର୍ଯ୍ୟ ଲାଗି ଶ୍ରମିକ ଅଭାବ ଯୋଗୁ ଆମ ରାଜ୍ୟର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାରୁ ଶହ ଶହ ଶ୍ରମିକ ଏବଂ ବ୍ୟବସାୟୀ ଏହି ୨ ରାଜ୍ୟକୁ ଦୈନନ୍ଦିନ ଯାତାୟାତ କରନ୍ତି। ଏଥିସହ ଉଭୟ ରାଜ୍ୟର ସୀମାନ୍ତରେ ବ୍ୟବସାୟ ପାଇଁ ମାଲକାନଗିରିରୁ ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ନଦୀ ପାର ହୋଇଯାଇଥାଏ। 

କୋରୁକୋଣ୍ଡା ସେତୁ ନିର୍ମାଣ ବନ୍ଦ ଯୋଗୁ ଜନ ଅସନ୍ତୋଷ

କୋରୁକୋଣ୍ଡା ସେତୁ ନିର୍ମାଣ ବନ୍ଦ ଯୋଗୁ ଜନ ଅସନ୍ତୋଷ

କୋରୁକୋଣ୍ଡା,୧୯।୧- ମାଲକାନଗିରି ଜିଲା ସଦରମହକୁମାଠାରୁ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ମଧ୍ୟରେ ୩ଟି ଛୋଟ ଛୋଟ ନଦୀ ପଡୁଛି। ବର୍ଷାଦିନେ ଏହି ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଥାଏ।  

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି, ୧୯ା୧(ଡି.ଏନ୍‌.ଏ.)-ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଘଟଣାର ପୁନରାବୃତ୍ତି ଘଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଣ୍ଡା ସମ୍ପ୍ରଦାୟ ବାସ କରୁଥିବା ଅଣ୍ଡ୍ରାହାଲ ପଞ୍ଚାୟତର ଗୋଇଗୁଡା ଗ୍ରାମରେ। ଗାଁକୁ ରାସ୍ତା ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। 

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ସୀତା ପାହାଡ଼ ମକର ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପାରଳାଖେମୁଣ୍ଡି, ୧୯ା୧(ସ୍ବ.ପ୍ର.)- ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗଜପତି ଜିଲା ଗାରବନ୍ଧ ଥାନା ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ପାଦଦେଶରେ ରହିଛି ସୀତା ପାହାଡ। ମକର ସଂକ୍ରାନ୍ତି ଅବସରରେ ଏହି ପାହାଡ ଉପରେ ଦୁଇଦିନ ଧରି ମକର ମେଳା ବସିଥିଲା। ଏଥିରେ ଓଡ଼ିଶା ଓ ଆନ୍ଧ୍ରର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉଭୟ ରାଜ୍ୟର ଲୋକଙ୍କ ସମାଗମ ଦ୍ୱାରା ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରୁଛି।  

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

ବିକାଶ ବଦଳରେ ସମସ୍ୟାକୁ ପୁଞ୍ଜି କରିଛି ପୁଞ୍ଜିସିଲ

କୋରାପୁଟ,।୧୯।୧(ସ୍ବ.ପ୍ର.) ଗାଁର ବିକାଶ ପାଇଁ ରାସ୍ତା, ପାଣି, ଆବାସ, ସ୍କୁଲ ଭଳି ମୌଳିକ ସୁବିଧା ଦରକାର। କିନ୍ତୁ ଏସବୁ ପାଇବାରୁ ବଞ୍ଚତ୍ତ ହୋଇଛି ଗୋଟିଏ ଆଦିବାସୀ ପଡ଼ା। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଦୁର୍ଗମ ପୁଞ୍ଜିସିଲ ହେଉଛି ସେହିଭଳି ଏକ ଗାଁ, ଯେଉଁଠି ଏଭଳି ନାନାଦି ମୌଳିକ ସମସ୍ୟା ଗାଁ ଲୋକଙ୍କ ଭିତରେ ପୁଞ୍ଜୀଭୂତ ଅସନ୍ତୋଷ ସୃଷ୍ଟି କରିଛି।