ସମ୍ବଲପୁର

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କୀତ ପ୍ରଦର୍ଶନୀ: ୧୦ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ଦେବଗଡ, ୧୩।୧୨(ସ୍ବ.ପ୍ର) -ଦେବଗଡ ପୌରାଞ୍ଚଳ ପୁରୁଣାଗଡ ସ୍ଥିତ ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୮ମ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଏବଂ ଇନ୍ସପାୟାର ଏୱାର୍ଡ ୨୦୧୮ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ୩ ବ୍ଲକରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ମେଳାର କୃତୀ ଛାତ୍ରୀଛାତ୍ର ମାନେ ନିଜ ପ୍ରକଳ୍ପକୁ ନେଇ ଦେବଗଡରେ ଆୟୋଜିତ ଜିଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ। ଏଥିରେ ୩ଟି  ଗ୍ରୁପରୁ ମୋଟ ୧୦ ପ୍ରକଳ୍ପ ଆସନ୍ତା ୨୦ରୁ ୨୩ ପର୍ଯ୍ୟନ୍ତ ସମ୍ବଲପୁରର ଜିଲା ସ୍କୁଲରେ ହେବାକୁ ଥିବା ରାଜ୍ୟସ୍ତରୀୟ ମେଳାକୁ ମନୋନୀତ ହୋଇଥିଲା। ସେଗୁଡିକ ହେଲା ରିଆମାଳ ବ୍ଲକ ବୁଢାପାଳ ହାଇସ୍କୁଲର ଛାତ୍ର ଆଶାରାମ ପ୍ରଧାନଙ୍କ ଏଗ୍ରିକାଲଚର ଏଣ୍ଡ ଅର୍ଗାନିକ ଫାର୍ମିଂ, ତିଲେଇବଣି ଓଏଭିର ଛାତ୍ରୀ କାଦମ୍ବିନୀ ବେହେରାଙ୍କ ପ୍ରକଳ୍ପ ହେଲଥ୍‌ ଏଣ୍ଡ କ୍ଲିନଲିନେଶ, ସରକାରୀ ବାଳିକା ହାଇସ୍କୁଲର ଦେବଗଡର ଛାତୀ ମାୈସୁମୀ ପାତ୍ରଙ୍କ ପ୍ରକଳ୍ପ ରିସର୍ସ ମେନେଜମେଂଟ,ବାରକୋଟ ଓଏଭିର ଛାତ୍ରୀ ମିତାଲି ମହାରଣା ଙ୍କ ପ୍ରକଳ୍ପ ୱେଷ୍ଟ ମେନେଜମେଣ୍ଟ, ବୁଢାପାଳ ଓଏଭିର ଛାତ୍ରୀ ଅଭିଲିପସା ବିଶ୍ୱାଳଙ୍କ ପ୍ରକଳ୍ପ ଟ୍ରାଇନସପୋର୍ଟ ଏଣ୍ଡ କମ୍ୟୁନିକେସନ୍‌, ତିଲେଇବଣି ଓଏଭିର ଛାତ୍ର ରାକେଶ ନାୟକଙ୍କ ପିକସ୍‌ ଏଣ୍ଡ ଥିଓରେମ୍‌, ଇନ୍ସପାୟାର ଏୱାର୍ଡରେ ଖିଲେଇ ହାଇସ୍କୁଲର ଛାତ୍ର ଚନ୍ଦନ କୁମାର ମହାନନ୍ଦଙ୍କ ପ୍ରକଳ୍ପ ସ୍ପ୍ଲିଟିଙ୍ଗ ଓଏଲ୍‌ ରିମୁଭିଙ୍ଗ୍‌ ସିଷ୍ଟମ୍‌ ଫ୍ରମ ଓସିଏନ୍‌ ଟୁ ସେଭ୍‌ ସି ଆନିମଲ୍‌ , ସବ୍‌ ଜୁନିୟର ସ୍ତରରେ ତିଲେଇବଣି ୟୁପି ସ୍କୁଲର ପୂଜା ଧଳଙ୍କ ଡିଭିଜନ୍‌ ମେସିନ୍‌, ଧରଣୀଧର ଉଚ୍ଚ ପ୍ରାଥମିକ ସ୍କୁଲର ଡୋଳାମଣୀ ମେହେରଙ୍କ ଜୈବାଂଶ କୃଷି କାର୍ଯ୍ୟ, ଶିମିଳିତା ୟୁପି ସ୍କୁଲର ଶୁଭମ କିସାନଙ୍କ ମେଥମେଟିକାଲ ମଡେଲିଂ ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ ହୋଇ ମନୋନୀତ ହୋଇଥିବା ଜଣାପଡିଛି ା  ଆୟୋଜିତ ଉସତ୍ବରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୂଖ୍ୟ ଅତିଥି ଭାବେ ସରକାରୀ ପଲିଟେକନିକ ଦେବଗର ଅଧ୍ୟକ୍ଷ ଇଂ.ରାଧାକୃଷ୍ଣ ପାରମାଣିକ,ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ କୁମାର ନାଥ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି) ର ଅଧ୍ୟକ୍ଷ ଡ. ରବିନାରାୟଣ ବଘାର,ଏଡିଇଓ ଶକୁନ୍ତଳା ଟେଟେ, ବାରକୋଟ ବିଇଓ ଉସତ ପ୍ରଧାନ, ରିଆମାଳ ବିଇଓ କୈଳାଶ ଚନ୍ଦ୍ର ପ୍ରଧାନ, ତିଲେଇବଣି ବିଇଓ ସିକରେନ୍ଦ୍ର ଛତ୍ରିଆ, ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ସାହୁ, ଜିଲା ବିଜ୍ଞାନ ନିରୀକ୍ଷକ ଶୁଶିଳ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ଛାତ୍ରୀଛାତ୍ରଙ୍କର ପ୍ରଦର୍ଶିତ ପ୍ରକଳ୍ପକୁ ବୁଲିବୁଲି ଦେଖିବା ସହ ପ୍ରଶଂସା କରିଥିଲେ ା ବିଚାରକ ଭାବେ ଅଧ୍ୟାପକ ଦେବବ୍ରତ ଗୁରୁ, ମୁକ୍ତେଶ୍ୱର ରାଉତ, ସୁଶୀଳ ବେହେରା ଦାୟୀତ୍ୱ ତୁଲାଇଥିଲେ।

All Right Reserved By

ସମ୍ବଲପୁର

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

କଠିନ ପରିଶ୍ରମର ବିକଳ୍ପ ନାହିଁ

କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। 

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। 

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ।

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ  ସଂଯୋଜନା କରିଥିଲେ। 

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ। 

ପିଲାକର ଲାଗି ଉସତ୍‌ ଆନନ୍ଦର ଦିନ୍‌ ପୁଷ୍‌ପୁନି

ପିଲାକର ଲାଗି ଉସତ୍‌ ଆନନ୍ଦର ଦିନ୍‌ ପୁଷ୍‌ପୁନି

ରିଷିଡା, ୨୨।୧ (ଡି.ଏନ.ଏ): ପୁଷ୍‌ପୁନି ହେଉଛେ ପଶ୍ଚିମ ଓଡ଼ିଶାବାସୀକର ଗୁଟେ ସିଘା ପରବ। ଇ ସମିଆରେ ଚାଷୀ ବଛରକୁତା ହାଡ଼ଭଂଗା ପରିଶ୍‌ରମ ଉତାରୁ ଟିକେ ଫୁରସତ୍‌ ପାଏସି। ଅମଲ ହେଇଥିବାର ଫସଲକେ ଘରେ ବେଉଁତେ ରଖାଥୁଆ କରି ବଛ୍‌ରେର କାମ ପଟାସି।

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ  :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଅତାବିରା, ୨୨।୧ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ମହାନଦୀ ଖଁଡ଼ିରେ ଗଲା ୧୫୦ ବଛରରୁ ଅଧ୍‌କା ହେବା ଝରା ସମାଜର ୮ ପରିବାର ରହି ଆସୁଛନ୍‌। ଇମାନକର ଜୀବନ୍‌ ଜୀବ୍‌କା ମହାନଦୀର ସଂଗେ ଜୁଡ଼ି ହେଇ ରହିଛେ।