ବାଣିଜ୍ୟ |

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ। ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶକ୍ତିକାନ୍ତ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଶୁଭେଚ୍ଛା ଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତା, ସଂହତ୍ତି ଏବଂ ବିଶ୍ୱାସ ରକ୍ଷାକୁ ଧ୍ୟାନରେ ରଖିବା ସହ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ପରାମର୍ଶ ଭିତ୍ତିରେ କାର୍ଯ୍ୟ କରିବେ ଶକ୍ତିକାନ୍ତ କହିଛନ୍ତି। ଆର୍‌ବିଆଇର ଶୀର୍ଷ ପଦବୀ ଲାଗି ଶକ୍ତିକାନ୍ତ ଦାସ ଜଣେ ଯୋଗ୍ୟ ବ୍ୟକ୍ତି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଶକ୍ତିକାନ୍ତ ଜଣେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ହୋଇଥିବା ବେଳେ ଫାଇନାନ୍ସ ଏବଂ ଅର୍ଥନୈତିକ ପରିଚାଳନା କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛି। ସେ ଉଭୟ ତାମିଲନାଡୁ ଏବଂ କେନ୍ଦ୍ର ସ୍ତରରେ ନିଜର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଜର ପରାକାଷ୍ଠା ଦେଖାଇଛନ୍ତି ବୋଲି ଜେଟଲୀ କହିଛନ୍ତି। 

 ଆର୍‌ବିଆଇର ସ୍ବାୟତ୍ତତାକୁ ନେଇ କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ଉପୁଜିଥିବା ବିବାଦ ଜନିତ ଚାପ ଯୋଗୁ ଗଭର୍ନର ଉର୍ଜିତ ପଟେଲ ସୋମବାର ଇସ୍ତଫା ଦେବା ପରେ ଶକ୍ତିକାନ୍ତଙ୍କୁ ତୁରନ୍ତ ଭିତ୍ତିରେ ନିଯୁକ୍ତି କରାଗଲା ବୋଲି ଜେଟଲୀ ସ୍ପଷ୍ଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଭାରତୀୟ ଅର୍ଥନୀତି ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜକୁ ନେଇ ଶକ୍ତିକାନ୍ତ କାର୍ଯ୍ୟ କରିବେ ବୋଲି ଜେଟଲୀ କହିଛନ୍ତି। 

All Right Reserved By

ବାଣିଜ୍ୟ |

ବିଦେଶରେ ଟ୍ରେନ୧୮ ପ୍ରତି ବଢ଼ୁଛି ଆଗ୍ରହ

ବିଦେଶରେ ଟ୍ରେନ୧୮ ପ୍ରତି ବଢ଼ୁଛି ଆଗ୍ରହ

ନୂଆଦିଲ୍ଲୀ,୨୦-୧: ଟ୍ରେନ ୧୮ ନିର୍ମାଣ ପରେ ଭାରତୀୟ ରେଲଓ୍ବେ କୋଚ୍‌୍‌ ଓ ଓ୍ବାଗନର ୨୦୦ ବିଲିୟନ ଡଲାରର ବିଶ୍ୱ ବଜାରରେ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରିଛି। କାରଣ ଏହି ଟ୍ରେନ ପ୍ରତି ବିଦେଶରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। 

ଜମି କିଣାବିକା: ୨୦ ହଜାରରୁ ଊର୍ଦ୍ଧ୍ୱ ହେଲେ କାର୍ଯ୍ୟାନୁଷ୍ଠାନ

ଜମି କିଣାବିକା: ୨୦ ହଜାରରୁ ଊର୍ଦ୍ଧ୍ୱ ହେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦-୧: ଜମିଜମା କିଣାବିକାରେ ୨୦ ହଜାର ଟଙ୍କାରୁ ଅଧିକ ନଗଦ ନେଣଦେଣ ହେଲେ ଆୟକର ବିଭାଗ ନୋଟିସ ଜାରି କରିବ। ଏନେଇ ଇତିମଧ୍ୟରେ ବିଭାଗର ଦିଲ୍ଲୀ ଡିଭିଜନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। 

ନୀରବ ମୋଦି ଠକେଇ ମାମଲା; ପିଏନ୍‌ବିର ୨ ଅଧିକାରୀ ବହିଷ୍କୃତ

ନୀରବ ମୋଦି ଠକେଇ ମାମଲା; ପିଏନ୍‌ବିର ୨ ଅଧିକାରୀ ବହିଷ୍କୃତ

ନୂଆଦିଲ୍ଲୀ,୨୦-୧: ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କ ଦ୍ୱାରା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଠକେଇ ମାମଲାରେ କେନ୍ଦ୍ର ସରକାର ନିକଟରେ ଅବସର ନେବାକୁ ଥିବା ୨ ଜଣ ଏକଜିକ୍ୟୁଟିଭ ଡାଇରେକ୍ଟରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଜିଏସ୍‌ଟି କାରବାର ସୀମା ୬ଟି ରାଜ୍ୟ ବଢ଼ାଇବାକୁ ରାଜି

ଜିଏସ୍‌ଟି କାରବାର ସୀମା ୬ଟି ରାଜ୍ୟ ବଢ଼ାଇବାକୁ ରାଜି

ନୂଆଦିଲ୍ଲୀ,୨୦-୧: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗଠିତ ଜିଏସ୍‌ଟି ପରିଷଦ ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି କାରବାର ସୀମାକୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଅଦ୍ୟାବଧି ମାତ୍ର ୬ଟି ରାଜ୍ୟ ଏଥିପାଇଁ ରାଜି ହୋଇଥିବା ସୂଚନା ମିଳିଛି। 

ବ୍ରେକଜିଟ୍‌ ଆହ୍ବାନକୁ ଦେଖି ପଦକ୍ଷେପ ନିଆଯିବ: ଶକ୍ତିକାନ୍ତ

ବ୍ରେକଜିଟ୍‌ ଆହ୍ବାନକୁ ଦେଖି ପଦକ୍ଷେପ ନିଆଯିବ: ଶକ୍ତିକାନ୍ତ

ଗାନ୍ଧୀନଗର,୨୦-୧: ବ୍ରେକଜିଟ୍‌କୁ ନେଇ ସାରା ବିଶ୍ୱରେ ଅନିଶ୍ଚୟତାର ବାତାବରଣ ରହିଛି। ଭାରତ ମଧ୍ୟ ଏହା ଉପରେ ଦୃଷ୍ଟି ରଖିଛି।

୨୦ ହଜାର କୋଟି ଫେରାଉନି ଆୟକର ବିଭାଗ

୨୦ ହଜାର କୋଟି ଫେରାଉନି ଆୟକର ବିଭାଗ

ନୂଆଦିଲ୍ଲୀ,୨୦-୧: ଆୟକର ବିଭାଗ ଆର୍ଥିକ ବର୍ଷ ୨୦୧୬-୧୭ ଲାଗି ବିଭିନ୍ନ କମ୍ପାନୀ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କ ବଡ଼ ଧରଣର ରିଫଣ୍ଡ ରୋକିବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ବିଭାଗ ପକ୍ଷରୁ ଏକାଧିକ କାରଣ ମଧ୍ୟ ଦର୍ଶାଯାଇଛି। 

ନାବାର୍ଡର ଫୋକସ୍‌ ପେପର: ରାଜ୍ୟରେ ୭୫ ହଜାର କୋଟିରୁ ଉର୍ଦ୍ଧ୍ୱ କ୍ରେଡିଟ୍‌ ପୋଟେନସିଆଲ

ନାବାର୍ଡର ଫୋକସ୍‌ ପେପର: ରାଜ୍ୟରେ ୭୫ ହଜାର କୋଟିରୁ ଉର୍ଦ୍ଧ୍ୱ କ୍ରେଡିଟ୍‌ ପୋଟେନସିଆଲ

ଭୁବନେଶ୍ୱର,୨୦-୧: ଚଳିତବର୍ଷରେ ରାଜ୍ୟରେ ବିଭିନ୍ନ କ୍ଷେତ୍ର ଲାଗି ୭୫,୬୧୨ କୋଟି ଟଙ୍କାର କ୍ରେଡିଟ୍‌ ପୋଟେନସିଆଲ (ଋଣ ପ୍ରଦାନ ସମ୍ଭାବନା) ରହିଛି। ଜାତୀୟ କୃଷି ଏବଂ ଗ୍ରାମୀଣ ଉନ୍ନତୀକରଣ ବ୍ୟାଙ୍କ(ନାବାର୍ଡ) ପକ୍ଷରୁ ୨୦୧୯-୨୦ ବର୍ଷ ଲାଗି କ୍ରେଡିଟ୍‌ ସେମିନାର ଅବସରରେ ଏହାର ସିଜିଏମ୍‌ ଏ.ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। 

ହିରୋ ଏକ୍ସଟ୍ରିମ ୨୦୦ଆର୍‌ର ଆକ୍ଟିଭେଶନ କ୍ୟାମ୍ପେନ

ହିରୋ ଏକ୍ସଟ୍ରିମ ୨୦୦ଆର୍‌ର ଆକ୍ଟିଭେଶନ କ୍ୟାମ୍ପେନ

ଭୁବନେଶ୍ୱର,୨୦-୧: ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ନୂଆ ପ୍ରିମିୟମ ବାଇକ୍‌ ‘ଏକ୍ସଟ୍ରିମ ୨୦୦ଆର୍‌’ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ଟିଭେଶନ କ୍ୟାମ୍ପେନ ଅନୁଷ୍ଠିତ ହେଉଛି।

ରେଡଚିଫ୍‌ର ଭାଗ୍ୟଶାଳୀ ଗ୍ରାହକ ପୁରସ୍କୃତ

ରେଡଚିଫ୍‌ର ଭାଗ୍ୟଶାଳୀ ଗ୍ରାହକ ପୁରସ୍କୃତ

ଗୁରୁଗ୍ରାମ,୨୦-୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଲୋକପ୍ରିୟ ଲେଦର୍‌ ବ୍ରାଣ୍ଡ ରେଡଚିଫ୍‌ ପକ୍ଷରୁ ଏହାର ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କୃତ କରାଯାଇଛି।

ଫେବୃୟାରୀ ୩ରେ ଫିଟ୍‌ଜୀର ଆଡ୍‌ମିଶନ ଟେଷ୍ଟ

ଫେବୃୟାରୀ ୩ରେ ଫିଟ୍‌ଜୀର ଆଡ୍‌ମିଶନ ଟେଷ୍ଟ

ଭୁବନେଶ୍ୱର,୨୦-୧: କୋଚିଂ ପ୍ରତିଷ୍ଠାନ ଫିଟଜୀ ପକ୍ଷରୁ ଏହାର ଆଡମିଶନ ଟେଷ୍ଟ ଫେବୃୟାରୀ ୩ରେ ଅନୁଷ୍ଠିତ ହେବାକୁ ଯାଉଛି। ଜେଇଇ ଆଡଭାନ୍ସ, ଜେଇଇ ମେନ୍‌ ସହ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ତଥା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦିଗରେ ଏହା ଛାତ୍ରୀଛାତ୍ରୀଙ୍କୁ ସୁବିଧା ଦେବ ବୋଲି ଫିଟଜୀ ପକ୍ଷରୁ କୁହାଯାଇଛି। 

ବିଗ୍‌ ବଜାରର ସବ୍‌ସେ ଶସ୍ତା ୫ ଦିନ୍‌ ସେଲ ୨୩ରୁ

ବିଗ୍‌ ବଜାରର ସବ୍‌ସେ ଶସ୍ତା ୫ ଦିନ୍‌ ସେଲ ୨୩ରୁ

ଭୁବନେଶ୍ୱର,୨୦-୧:ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ଏହାର ‘ସବ୍‌ସେ ଶସ୍ତା ୫ ଦିନ’ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୩ରୁ ୨୭ ଯାଏ ଚାଲିବ। ଏହି ସମୟରେ ବିଗ୍‌ ବଜାର ଷ୍ଟୋରରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ ରିହାତି ପାଇ ପାରିବେ। 

ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେବ ରିଲାଏନ୍ସ

ଇ-କମର୍ସ କମ୍ପାନୀଙ୍କୁ ଟକ୍କର ଦେବ ରିଲାଏନ୍ସ

ଗୁଜରାଟ,୧୯-୧: ଜିଓ ଏବଂ ରିଲାଏନ୍ସ ରିଟେଲ ମିଳିତ ହୋଇ ଏକ ସ୍ବତନ୍ତ୍ର ନିୟୁ କମର୍ସ ପ୍ଲାଟଫର୍ମ ଆଣିବେ। ଏହା ଦ୍ୱାରା ଦେଶର ୩ କୋଟି ପରିବାରଙ୍କୁ ସଶକ୍ତ କରିବା ନେଇ ଯୋଜନା ରହିଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ ଗୁଜରାଟର ୧୨ ଲକ୍ଷ ଖୁଚୁରା ବ୍ୟବସାୟୀ ଏବଂ ଦୋକାନୀ ଲାଭବାନ ହୋଇପାରିବେ ବୋଲି ଗୁଜରାଟରେ ଚାଲିଥିବା ୯ମ ‘ଭାଇବ୍ରାଣ୍ଟ ଗୁଜରାଟ’ ସମିଟ କାର୍ଯ୍ୟକ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।