ବାଣିଜ୍ୟ |

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ। ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶକ୍ତିକାନ୍ତ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଶୁଭେଚ୍ଛା ଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। 

 ବୁଧବାର ଏକ ଖବରଦାତା ସମ୍ମିଳନୀରେ ଶକ୍ତିକାନ୍ତ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କରେ ପେସାଦାରୀତ୍ୱ, ମୂଲ୍ୟବୋଧ, ବିଶ୍ୱସନୀୟତା ଏବଂ  ସ୍ବାୟତ୍ତତା ରକ୍ଷା ଦିଗରେ ସେ ଉଦ୍ୟମ କରିବେ। ଆର୍‌ବିଆଇ ଉପରେ ଯେଭଳି କୌଣସି ଆଞ୍ଚ ନ ଆସେ ତାହା ଦେଖିବା ତାଙ୍କର ପ୍ରଥମ ଦାୟିତ୍ୱ ହେବ। କାରଣ କେନ୍ଦ୍ରୀୟ ବ୍ୟାଙ୍କ ଏକ ମହାନ ସଂସ୍ଥା ଏବଂ ଏହାର ଏକ ଦୀର୍ଘ ତଥା ସମୃଦ୍ଧ ଇତିହାସ ରହିଛି। ଆର୍‌ବିଆଇରେ କାର୍ଯ୍ୟ କରିବା ତାଙ୍କ ପାଇଁ ଏକ ବଡ ସୁଯୋଗ ଏବଂ ଏଥି ପାଇଁ ସେ ନିକୁ ସମ୍ମାନିତ ମନେ କରୁଛନ୍ତି। ଦେଶର ଅର୍ଥନୈତିକ ସ୍ବାର୍ଥ ଲାଗି ଉଦ୍ୟମ କରିବେ ବୋଲି ଶକ୍ତିକାନ୍ତ ପ୍ରତିଶୃତି ଦେଇଛନ୍ତି। ସେହିଭଳି ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ପରାମର୍ଶ ଭିତ୍ତିରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। 

ବ୍ୟାଙ୍କିଙ୍ଗ ଶିଳ୍ପ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ତାଙ୍କର ପ୍ରାଥମିକତା ରହିବ। ଉକ୍ତ କ୍ଷେତ୍ର ଲାଗି ଅଧିକ ପଦକ୍ଷେପ ଗ୍ରହଣ କରାଯିବା ସହ ନୂଆ ଯୋଜନା ପ୍ରସ୍ତୁତ କରାଯିବ। ବ୍ୟାଙ୍କିଙ୍ଗ ଶିଳ୍ପ ସମସ୍ୟା ସମାଧାନ ପାଇଁ ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏମ୍‌ଡି ଏବଂ ସିଇଓ ମାନଙ୍କୁ ଗୁରୁବାର ଭେଟିବେ । ଏହା ପରେ ସେ ଘରୋଇ ବ୍ୟାଙ୍କର ମୁଖ୍ୟମାନଙ୍କୁ ମଧ୍ୟ ଭେଟିବେ ବୋଲି କହିିଛନ୍ତି। ବ୍ୟାଙ୍କିଙ୍ଗ ଦେଶ ଲାଗି ଏକ ପ୍ରମୁଖ କ୍ଷେତ୍ର ହୋଇଥିବା ବେଳେ ତ୍ୱରାନ୍ବିତ ଭିତ୍ତିରେ ଉକ୍ତ କ୍ଷେତ୍ରର ସମସ୍ୟାକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ମୁଦ୍ରାସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିଛି। ମୁଦ୍ରାସ୍ଫୀତିରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଆର୍‌ବିଆଇ ଉଦ୍ୟମ କରିବ।  ବ୍ୟାଙ୍କଗୁଡ଼ିକ ସାମ୍ନା କରୁଥିବା ନଗଦ ସମସ୍ୟା ସମାଧାନ ଲାଗି ପଦକ୍ଷେପ ନିଆଯିବ। ଏହା ବାଦ ଅର୍ଥନୈତିକ ଅଭିବୃଦ୍ଧିଧାରା ଜାରି ରଖିବାକୁ ଅଗ୍ରାଧିକାର ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। 

 କେନ୍ଦ୍ର ସରକାର ଏବଂ ଆରବିଆଇ ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିକାନ୍ତ କହିଛନ୍ତି ଯେ, ସମ୍ପର୍କ ଖରାପ କି କ’ଣ ସେ ଜାଣନ୍ତିନି ମାତ୍ର ଅଂଶୀଦାରଙ୍କ ପରାମର୍ଶକୁ ଗ୍ରହଣ କରିବେ। ସରକାର କେବଳ ଜଣେ ଅଂଶଦାର ନୁହଁନ୍ତି ଦେଶ ଚଳାଇବା ସହ ଅର୍ଥନୀତି ଏବଂ ପ୍ରମୁଖ ନିଷ୍ପତ୍ତିର ପରିଚାଳନା ମଧ୍ୟ କରୁଛନ୍ତି। ଏଣୁ ସରକାର ଏବଂ ଆରବିଆଇ ମଧ୍ୟରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ସେହିଭଳି ଶକ୍ତିକାନ୍ତ କହିଛନ୍ତି ଯେ, ଶୁକ୍ରବାର ଆର୍‌ବିଆଇର ବୋର୍ଡ ଯଥାରୀତି ହେବ। 

ଅନ୍ୟ ପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ଆର୍‌ବିଆଇର ଶୀର୍ଷ ପଦବୀ ଲାଗି ଶକ୍ତିକାନ୍ତ ଦାସ ଜଣେ ଯୋଗ୍ୟ ବ୍ୟକ୍ତି। ବିତ୍ତିୟ ଏବଂ ଅର୍ଥନୈତିକ ନୀତି ପରିଚାଳନା କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛି। ସେ ଉଭୟ ତାମିଲନାଡୁ ଏବଂ କେନ୍ଦ୍ର ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଜର ପରାକାଷ୍ଠା ଦେଖାଇଥିବା ଜେଟଲୀ କହିଛନ୍ତି। 

 ସୂଚନା ଥାଉକି, ସ୍ବାୟତ୍ତତାକୁ ନେଇ କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ଉପୁଜିଥିବା ବିବାଦ ଜନିତ ଚାପ ଯୋଗୁ ଉର୍ଜିତ ପଟେଲ ସୋମବାର ଅଚାନକ ଗଭର୍ନର ପଦରୁ ଇସ୍ତଫା ଦେବା ପରେ ଶକ୍ତିକାନ୍ତଙ୍କୁ ନିଯୁକ୍ତି କରାଗଲା ବୋଲି ଜେଟଲୀ ସ୍ପଷ୍ଟ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଦେଶର ଅର୍ଥନୀତି ସାମ୍ନାରେ ଆସୁଥିବା ଚ୍ୟାଲେଞ୍ଜକୁ ନେଇ ଶକ୍ତିକାନ୍ତ କାର୍ଯ୍ୟ କରିବେ ବୋଲି ସେ  କହିଛନ୍ତି। 

 ସେହିଭଳି ଶକ୍ତିକାନ୍ତଙ୍କ ନିଯୁକ୍ତିକୁ ନେଇ ନିବେଶକମାନେ ଆଶାବାଦୀ ଅଛନ୍ତି। ନୂଆ ଗଭର୍ନର ଉଦାରବାଦୀ ମୁଦ୍ରା ନୀତି ଆଣିବେ ବୋଲି ନିବେଶକମାନେ ଆଶା ପ୍ରକଟ କରିଛନ୍ତି। 

All Right Reserved By

ବାଣିଜ୍ୟ |

ଷ୍ଟାଟିଷ୍ଟିକ୍ସରେ ରାଜନୈତିକ ହସ୍ତକ୍ଷେପ;୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ୧୩୧ ସିଏ

ଷ୍ଟାଟିଷ୍ଟିକ୍ସରେ ରାଜନୈତିକ ହସ୍ତକ୍ଷେପ;୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ୧୩୧ ସିଏ

ନୂଆଦିଲ୍ଲୀ,୧୯-୩: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଅର୍ଥନୈତିକ ଡାଟା (ଜିଡିପି ଡାଟା) ଉପରେ ସନ୍ଦେହ ସୃଷ୍ଟି  କରିଥିବା ୧୦୮ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ୧୩୧ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ)। ସେମାନଙ୍କ ମଧ୍ୟରେ ରହିଛନ୍ତି ମନିପାଲ ଗ୍ଲୋବାଲର ଅଧ୍ୟକ୍ଷ ଟିଭି ମୋହନଦାସ ପାଇ ଏବଂ ଏଡିଲଓ୍ବିସ୍‌ର ପୂର୍ବତନ ସିଇଓ ବିକାଶ ଖେମାନୀ। 

ଗିରଫ ହେବେ ନୀରବ ମୋଦି;ଲଣ୍ଡନ କୋର୍ଟ ଜାରି କଲେ ଓ୍ବାରେଣ୍ଟ

ଗିରଫ ହେବେ ନୀରବ ମୋଦି;ଲଣ୍ଡନ କୋର୍ଟ ଜାରି କଲେ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୧୯-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକି ଲଣ୍ଡନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଯେକୌଣସି ମୂହୁର୍ତ୍ତରେ ଗିରଫ ହେବେ। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। 

ଜେଲ୍‌ ଯିବାରୁ ବର୍ତ୍ତିଲେ ଅନିଲ ଅମ୍ବାନୀ

ଜେଲ୍‌ ଯିବାରୁ ବର୍ତ୍ତିଲେ ଅନିଲ ଅମ୍ବାନୀ

ନୂଆଦିଲ୍ଲୀ,୧୯-୩: ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ମାଲିକ ଅନିଲ ଅମ୍ବାନୀଙ୍କ ଉପରୁ ଜେଲ ଯିବାର ସଙ୍କଟ ଟଳିଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସୁଇଡିଶ ଟେଲିକମ ଇକ୍ୟୁମମେଣ୍ଟ ନିର୍ମାତା ଏରିକସନକୁ ବକେୟା ୪୫୮.୭୭ କୋଟି ଟଙ୍କା ଦେଇଛି ଆର୍‌କମ୍‌। ସୁପ୍ରିମକୋଟର୍ର୍ ଏଥିପାଇଁ ୧୯ ତାରିଖ ଶେଷ ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ବକେୟା ପରିଶୋଧ ହୋଇ ନ ଥିଲେ ଅନିଲଙ୍କ ସମେତ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ୩ ମାସ ପାଇଁ ଜେଲ୍‌ ଯିବାକୁ ପଡିଥାନ୍ତା। ଦୁଇ କମ୍ପାନୀ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ଆଇନଗତ ଲଢ଼େଇ ଚାଲିଥିଲା।

ଦେଶରେ ଗଡିବ ଅଧିକ ଇ-ଯାନ

ଦେଶରେ ଗଡିବ ଅଧିକ ଇ-ଯାନ

ନୂଆଦିଲ୍ଲୀ,୧୯-୩ : ଘରୋଇ ବଜାରରେ ଇ-ଯାନକୁ ପ୍ରୋତ୍ସାହିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଜାରି ରଖିଛନ୍ତି। ଏହି ଧାରାକୁ ପ୍ରୋତ୍ସାହିତ କରିବା ଲାଗି ଲାଗୁ ହୋଇଥିବା ଫେମ୍‌ର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଏପ୍ରିଲ ପହିଲାକୁ ଶୁଭାରମ୍ଭ ହେବ। ଏହା ଦ୍ୱାରା ଇ-ଯାନ କ୍ରୟକୁ ପ୍ରୋତ୍ସାହନ ପୂର୍ବକ ସରକାର ସବ୍‌ସିଡି ପ୍ରଦାନ କରିବେ। 

ରାଜନୈତିକ ଦଳଗୁଡ଼ିକ ଲାଗି ଆସୋଚାମର ଦାବିପତ୍ର;୮-୮.୫% ଅଭିବୃଦ୍ଧି ଉପରେ ଜୋର

ରାଜନୈତିକ ଦଳଗୁଡ଼ିକ ଲାଗି ଆସୋଚାମର ଦାବିପତ୍ର;୮-୮.୫% ଅଭିବୃଦ୍ଧି ଉପରେ ଜୋର

ନୂଆଦିଲ୍ଲୀ,୧୭-୩ : ୨୦୨୫ ସୁଦ୍ଧା ଦେଶକୁ ଏକ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବା ଲାଗି ରାଜନୈତିକ ଦଳଗୁଡ଼ିକ କାର୍ଯ୍ୟ କରିବା ଉପରେ ଶିଳ୍ପ ସଂଘ ଆସୋଚାମ ଗୁରୁତ୍ୱାରୋପ କରିଛି। ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ସେମାନଙ୍କ ଲୋକସଭା ନିର୍ବାଚନ ଇସ୍ତାହାରରେ ମଧ୍ୟ ଦର୍ଶାଇବା ଆବଶ୍ୟକ ବୋଲି ସଂଘ ମତ ରଖିଛି। ରବିବାର ଆସୋଚାମ ଏ ନେଇ ଏକ ଦାବିପତ୍ର ଉପସ୍ଥାପନ କରିଛି। 

ଶେୟାର ବଜାର ବଜାର ଉର୍ଦ୍ଧ୍ୱଗାମୀ

ଶେୟାର ବଜାର ବଜାର ଉର୍ଦ୍ଧ୍ୱଗାମୀ

ନୂଆଦିଲ୍ଲୀ,୧୯-୩: ବିଦେଶୀ ନିବେଶକଙ୍କ ନିବେଶ ବୃଦ୍ଧି ଏବଂ ବାଣିଜ୍ୟ ନିଅଣ୍ଟ ହ୍ରାସ ହେବା ଯୋଗୁ ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ପଡିଛି। ବଜାରରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଫଳରେ ସେନସେନ୍ସ ପ୍ରାରମ୍ଭିକ ସ୍ତରରେ ୨୩୦ ପଏଣ୍ଟ ବଢିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୧,୫୦୦ ପଏଣ୍ଟ ସ୍ତରର ନିକଟତମ ହୋଇଛି। ଏସିଆର ଅନ୍ୟାନ୍ୟ ଶେୟାର ବଜାରଗୁଡ଼ିକର କାରବାର ଉନ୍ନତ ରହିବା ସହ  ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡିଛି। 

ପାହାଳରେ ଖୋଲିଲା ହୋଟେଲ କ୍ରାଫ୍ଟସ ଶୋ’ରୁମ;ଉପଲବ୍ଧ ହେବ ହୋଟେଲ ଶିଳ୍ପ, ରେଷ୍ଟୁରାଣ୍ଟ ଶିଳ୍ପର ସାମଗ୍ରୀ

ପାହାଳରେ ଖୋଲିଲା ହୋଟେଲ କ୍ରାଫ୍ଟସ ଶୋ’ରୁମ;ଉପଲବ୍ଧ ହେବ ହୋଟେଲ ଶିଳ୍ପ, ରେଷ୍ଟୁରାଣ୍ଟ ଶିଳ୍ପର ସାମଗ୍ରୀ

ଭୁବନେଶ୍ୱର,୧୯-୩(ବ୍ୟୁରୋ): ରାଜ୍ୟର ହୋଟେଲ ଶିଳ୍ପ,ରେଷ୍ଟୁରାଣ୍ଟ, କାଫେ ଏବଂ କ୍ୟାଟରର ମାନଙ୍କର ବହୁବିଧ ସାମଗ୍ରୀ ଆବଶ୍ୟକତାକୁ ଉପଲବ୍ଧି କରି ସ୍ଥାନୀୟ ପାହାଳଠାରେ ନୂଆ ‘ହୋଟେଲ କ୍ରାଫ୍ଟସ’ ଶୁଭାରମ୍ଭ ହୋଇଛି। ୧୭,୦୦୦ ବର୍ଗଫୁଟ ସ୍ଥାନରେ ଖୋଲିଥିବା ଏହି ଶୋ’ରୁମକୁ କମ୍ପାନୀର ସିଇଓ ଅଜୟ କୁମାର ପ୍ରଧାନ, ଉପକାର୍ଯ୍ୟକାରୀ ଅଧିକାରୀ ପ୍ରମୋଦ ପଣ୍ଡା, ଗ୍ରୁପର ମୁଖ୍ୟ ବିତ୍ତ ଅଧିକାରୀ,କାଳିପଦ ନନ୍ଦ, ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଇଂ ଦୁର୍ଗାପ୍ରଶାଦ ରଥ,କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମିଥୁନ ନମ୍ବିଆର ଉନ୍ମୋଚନ କରିଥିଲେ। 

ଆଜି ଜିଏସ୍‌ଟି କାଉନସିଲ ବୈଠକ;ଫୋକସରେ ରିୟଲିଟି ସେକ୍ଟର

ଆଜି ଜିଏସ୍‌ଟି କାଉନସିଲ ବୈଠକ;ଫୋକସରେ ରିୟଲିଟି ସେକ୍ଟର

ନୂଆଦିଲ୍ଲୀ,୧୯-୩: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଏସ୍‌ଟି କାଉନସିଲର ୩୪ତମ ବୈଠକ ବସିବ। ଏଥିରେ ରିୟଲିଟି ସେକ୍ଟରରେ ଜିଏସ୍‌ଟି ଦର ହ୍ରାସକୁ କ୍ରିୟାନ୍ବୟନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ହିଁ କେବଳ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି। 

ସୁଧ ଦେବାକୁ ଜେଟ୍‌ ନିକଟରେ ଅର୍ଥ ନାହିଁ

ସୁଧ ଦେବାକୁ ଜେଟ୍‌ ନିକଟରେ ଅର୍ଥ ନାହିଁ

ନୂଆଦିଲ୍ଲୀ,୧୯-୩: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ ଡିବେଞ୍ଚରଧାରୀଙ୍କୁ ସୁଧ ବାବଦ ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିଛି। କମ୍ପାନୀ ପକ୍ଷରୁ ସୋମବାର ଏ ସମ୍ପର୍କରେ ଷ୍ଟକ୍‌ ବଜାରକୁ ସୂଚନା ଦିଆଯାଇଛି। ଆସନ୍ତା ୧୯ରେ ସୁଧ ଦେବା ଜରୁରୀ ଥିବା କମ୍ପାନୀ ଦ୍ୱିତୀୟଥର ବିଦେଶୀ ଋଣ ପ୍ରଦାନ କରିବାକୁ ସକ୍ଷମ ହୋଇନାହିଁ। ଏଥିପୂର୍ବରୁ ଜେଟ୍‌ ଏୟାରଓ୍ବେଜ ଜାନୁୟାରୀ ୨ରେ ସୁଧ ଦେଇପାରି ନ ଥିଲା।

ଇନଫୋସିସ୍‌ ବୋର୍ଡରେ କିରଣ ମଜୁମଦାର ସ’

ଇନଫୋସିସ୍‌ ବୋର୍ଡରେ କିରଣ ମଜୁମଦାର ସ’

ବେଙ୍ଗାଲୁରୁ,୧୯-୩: ବାୟୋକନ ପ୍ରତିଷ୍ଠାତା ତଥା ଦେଶର ଅଗ୍ରଣୀ ମହିଳା ଉଦ୍ୟୋଗୀ କିରଣ ମଜୁମଦାର ସ’ ପୁନର୍ବାର ଇନଫୋସିସ୍‌ ବୋର୍ଡର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। କମ୍ପାନୀ ଶେୟାରଧାରୀମାନେ ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ ଦ୍ୱାରା ତାଙ୍କର ନୂତନ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ତେବେ ତାଙ୍କ ବିରୋଧରେ ମଧ୍ୟ ୮ ପ୍ରତିଶତ ଭୋଟ ପଡ଼ିଥିଲା। ଶେୟାର ମାର୍କେଟକୁ ସୂଚନା ଦେଇ ଇନଫୋସିସ୍‌ କହିଛି ଯେ, କିରଣଙ୍କ ଲାଗି ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥାରେ ଭୋଟ୍‌ ନିଆଯାଇଥିଲା। ତାଙ୍କ ସପକ୍ଷରେ ୯୨.୨ ପ୍ରତିଶତ ଓ ବିରୋଧରେ ୭.୭ ପ୍ରତିଶତ ମତଦାନ ହୋଇଥିଲା। 

ଜିଓକୁ ମୁକାବିଲା ଲକ୍ଷ୍ୟ;ଡିଶ୍‌ଟିଭି ସହ ମିଶିଯିବ ଏୟାରଟେଲ ଟିଭି

ଜିଓକୁ ମୁକାବିଲା ଲକ୍ଷ୍ୟ;ଡିଶ୍‌ଟିଭି ସହ ମିଶିଯିବ ଏୟାରଟେଲ ଟିଭି

ନୂଆଦିଲ୍ଲୀ,୧୯-୩: ଟେଲିକମ୍‌ କ୍ଷେତ୍ର ସହ ଟିଭି ଡିଷ୍ଟ୍ରିବ୍ୟୁଶନ କ୍ଷେତ୍ରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓକୁ ଟକ୍କର ଦେବା ଲାଗି ଏୟାରଟେଲ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଅଣ୍ଟାଭିଡ଼ିଛନ୍ତି। 

ଆର୍ସେଲର ମିତ୍ତଲ କବ୍ଜାକୁ ଆସିବ ଏସାର ଷ୍ଟିଲ

ଆର୍ସେଲର ମିତ୍ତଲ କବ୍ଜାକୁ ଆସିବ ଏସାର ଷ୍ଟିଲ

ନୂଆଦିଲ୍ଲୀ,୧୯-୩: ଦେବାଳିଆ ହୋଇସାରିଥିବା ଏସାର ଷ୍ଟିଲ୍‌ର ଅଧିଗ୍ରହଣ ପାଇଁ ଆର୍ସେଲର ମିତ୍ତଲ ଦ୍ୱାରା ଉପସ୍ଥାପିତ ୪୨ ହଜାର କୋଟି ଟଙ୍କାର ଋଣ ସମାଧାନ ଯୋଜନାକୁ ରାଷ୍ଟ୍ରୀୟ କମ୍ପାନୀ ଆଇନ ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ସର୍ତ୍ତର ସହ ମଞ୍ଜୁରୀ ପ୍ରଦାନ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା