ଖେଳ |

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ବେଶ୍‌ ଶୃଙ୍ଖଳିତଭାବେ ଚାଲିଥିବାବେଳେ ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଫଳରେ ଆୟୋଜକଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ମଙ୍ଗଳବାର ନେଦରଲାଣ୍ଡ୍ସ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚ୍‌ ଅବସରରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ କେତେଜଣ ଖେଳାଳି ଭିଆଇପି ଲାଉଞ୍ଜକୁ ଚାଲିଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ହକି ଇଣ୍ଡିଆର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଖେଳାଳିମାନଙ୍କୁ ତାଗିଦ୍‌ କରିବା ସହ ସେଠାରୁ ଚାଲି ଯିବାକୁ କହିଥିଲେ। ଏହା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଥିବାବେଳେ ଘଟଣାକୁ କିନ୍ତୁ  ହାଲକା ଭାବେ ନେଇଛନ୍ତି ମନପ୍ରୀତ। ସେ ଯଥା ସମ୍ଭବ ବିବାଦକୁ ଏଡ଼ାଇଯିବାକୁ ପ୍ରୟାସ କରିଛନ୍ତି। ”ଏହା ଆମର ଭୁଲ୍‌ ଥିଲା। ଆମେ ଅଜାଣତରେ ଭିଆଇପି ଏରିଆକୁ ଚାଲିଯାଇଥିଲୁ। ଭିଆଇପି ଲାଉଞ୍ଜ୍‌କୁ ଯିବାକୁ କୌଣସି ଦଳ କିମ୍ବା ଖେଳାଳିମାନଙ୍କୁ ଅନୁମତି ନ ଥାଏ। ତେଣୁ ସେଠାକୁ ଯାଇ ଆମେ ଭୁଲ୍‌ କରିଛୁ। ଯେତେବେଳେ ତ୍ରୁଟି ସମ୍ପର୍କରେ ଅବଗତ ହେଲୁ ଆମେ ସେଠାରୁ ଚାଲିଆସିଥିଲୁ। ଆମକୁ କେହି ସେଠାରୁ ଚାଲିଯିବାକୁ ବାଧ୍ୟ କରି ନ ଥିଲେ“ ବୋଲି ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନପ୍ରୀତ ପ୍ରକାଶ କରିଛନ୍ତି। ଏହା ଏକ ସାଧାରଣ ଘଟଣା। ଏହାକୁ ଏତେଟା ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ଗୁରୁବାର ଖେଳାଯିବାକୁ ଥିବା ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆମର ପ୍ରଦର୍ଶନ ଉପରେ ଏହା ଆଦୌ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଏଭଳି କହିବା ପାଇଁ କେହି ଚାପ ପ୍ରୟୋଗ କରି ନାହାନ୍ତି କି ମୋତେ କେହି ବାଧ୍ୟ କରିନାହାନ୍ତି। କାହା ସହିତ ମୋର ବ୍ୟକ୍ତିଗତ ସମସ୍ୟା ନାହିଁ। ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ରହିଛି। ଏହି ଘଟଣାକୁ ଗୁରୁତ୍ୱ ଦେବା ଆବଶ୍ୟକ ନାହିଁ ବୋଲି ମନପ୍ରୀତ କହିଛନ୍ତି। 

ଉଲ୍ଲେଖଥାଉ କି, ଟୁର୍ନାମେଣ୍ଟର ପ୍ରୋଟୋକଲ ଅନୁସାରେ ଭିଆଇପି ଲାଉଞ୍ଜ୍‌କୁ ଯିବାପାଇଁ ଖେଳାଳିମାନଙ୍କୁ  ଅନୁମତି ନ ଥାଏ। ତେବେ କେତେଜଣ ପ୍ରଶଂସକଙ୍କ ଅନୁରୋଧକ୍ରମେ ମନପ୍ରୀତ୍‌ଙ୍କ ସମେତ ମନଦୀପ ସିଂ, ଗୁରଜନ୍ତ ସିଂ ଓ କ୍ରିଷନ ପାଠକ ସେଠାକୁ ଯାଇଥିଲେ ଓ ପ୍ରଶଂସକଙ୍କୁ ଅଟୋଗ୍ରାଫ୍‌ ଦେବା ସହ ଫଟୋ ଉଠାଇଥିଲେ। ଖେଳାଳିଙ୍କ ଏତାଦୃଶ ଆଚରଣକୁ ହକି ଇଣ୍ଡିଆ ଅଧିକାରୀ ସହଜରେ ଗ୍ରହଣ କରିପାରି ନ ଥିଲେ ଓ ଖେଳାଳିଙ୍କ ଉପରେ ବର୍ଷିଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ପୂର୍ବତନ ଆନ୍ତର୍ଜାତିକ ଖେଳାଳି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଭିଆଇପି ଲାଉଞ୍ଜରେ ଖେଳାଳିଙ୍କୁ ଦେଖି ଅଧିକାରୀ ଜଣକ ଉତ୍‌କ୍ଷିପ୍ତ ହୋଇଯାଇଥିଲେ।  ଅତିଥି ଏବଂ କିମ୍ବଦନ୍ତୀ ଖେଳାଳିମାନଙ୍କ ଉପସ୍ଥିତିରେ ସେମାନଙ୍କୁ ସେଠାରୁ ବାହାରି ଯିବାକୁ କହିଥିଲେ। ଆମ ଜାତୀୟ ଦଳର ଖେଳାଳିଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଖେଳାଳିମାନଙ୍କୁ ପ୍ରଶଂସକମାନେ ଭିଆଇପି ଲାଉଞ୍ଜକୁ ଡାକିନେଇଥିଲେ ଓ ଏଥିପାଇଁ ସେମାନଙ୍କୁ ବାରଣ କରାଯାଇଥିଲା ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ନିଷିଦ୍ଧାଞ୍ଚଳକୁ ଗଲେ ଖେଳାଳିମାନେ ବାସନ୍ଦର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ପୁଣି ସୁରକ୍ଷା ତଥା ନିରାପତ୍ତା ପାଇଁ ଖେଳାଳିମାନଙ୍କୁ ଆମେ ସେଠାରୁ ଚାଲିଯିବାକୁ କହିଥିଲୁ ବୋଲି ନିଜ ନାମ ଗୋପନ ରଖି ଜଣେ ହକି ଇଣ୍ଡିଆ ଅଧିକାରୀ ସଫେଇ ଦେଇଛନ୍ତି। 

ଏହି ଘଟଣା ବେଳେ ରାଜ୍ୟସ୍ତରୀୟ ହକି କୋଚ୍‌ ଲିଓ ଡେଭାଡୋସ୍‌  ଭିଆଇପି ଲାଉଞ୍ଜ୍‌ରେ ଉପସ୍ଥିତ ଥିଲେ ଓ ଏ ଅଭାବନୀୟ ଘଟଣାରେ ଅସନ୍ତୋଷ ଜାହିର କରି ଫେସ୍‌ବୁକ୍‌ରେ ନିଜ ମତ  ରଖିଛନ୍ତି। ଭାରତୀୟ ଦଳର ଦୁଇଜଣ ଅଷ୍ଟ୍ରେଲୀୟ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ କିଛି କୁହାଯାଇ ନ ଥିଲା। ଏ ନେଇ ଲିଓ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ଅନୁପମା ପୁଚିମାନ୍ଦ ଓ ପୂର୍ବତନ ଭାରତୀୟ ଗୋଲକିପର ଆଶିଷ୍‌ ବଲାଲ ମଧ୍ୟ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଅଧିକାରୀଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏମାନେ କହିଛନ୍ତି। 

All Right Reserved By

ଖେଳ |

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଦ୍ୱିତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଡର୍ବାନ,୨୩।୧(ଏ.ଏଫ.ପି.)- ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮ଟି ବଲ ବାକି ଥାଇ ୫ ଉଇକେଟରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ସମାନ୍‌ ସ୍ତରରେ ପହଞ୍ଚିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୪୫.୫ ଓଭରରେ ୨୦୩ ରନ କରି ଅଲଆଉଟ ହୋଇଥିଲା। 

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ଦିନିକିଆ ସିରିଜ: ଭାରତ ଆଗରେ ନୂଆ ଚ୍ୟାଲେଞ୍ଜ୍‌

ନାପିୟର, ୨୨।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ  ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅବତୀର୍ଣ୍ଣ ହେବ।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌  ସେମିରେ ନାଡ଼ାଲ, କ୍ୱିଟୋଭା

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ନାଡ଼ାଲ, କ୍ୱିଟୋଭା

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ମଙ୍ଗଳବାର ନବମ ଦିବସରେ ପହଞ୍ଚତ୍ଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଦୁଇ ସିଡେଡ ଖେଳାଳି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ନଡ଼ାଲ ଓ ଅଷ୍ଟମ ସିଡ ମାନ୍ୟତା ପାଇଥିବା ଚେକ ଗଣରାଜ୍ୟର ପେଟ୍ରା କ୍ୱିଟୋଭା ସେମିଫାଇନାଲ ଟିକେଟ ହାସଲ କରିଛନ୍ତି। 

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ଚୟନକର୍ତ୍ତାଙ୍କୁ ମିଳିବ ୨୦ ଲକ୍ଷ

ମୁମ୍ବାଇ,୨୨।୧(ପି.ଟି.)- ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ରେକର୍ଡ କରିଛି। ଏଥିନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଚୟନ କମିଟି ସଦସ୍ୟଙ୍କୁ ପୁରସ୍କୃତ କରିବା ଲାଗି ନିଷ୍ପତ୍ତି ନେଇଛି।