ଖେଳ |

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ହକି ବିଶ୍ୱକପ୍‌: ଭାରତ- ନେଦରଲାଣ୍ଡ୍ସ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ହକି ବିଶ୍ୱକପ୍‌ ଚତୁର୍ଦ୍ଦଶ ସଂସ୍କରଣର  ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଗୁରୁବାର ଆୟୋଜକ ଭାରତ ଓ ଆଧୁନିକ ହକିର ଅନ୍ୟତମ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ ପରସ୍ପରକୁ ଭେଟିବେ। ବିଜୟୀ ଦଳ ସେମିଫାଇନାଲକୁ ଉଠିବ ଓ ପରାଜିତ ଦଳ ବିଦାୟ ନେବ। ସେମିକୁ ଉଠିଲେ ପଦକ ହାସଲ ପାଇଁ ଗୋଟିଏ ସୁଯୋଗ ରହିଛି। ତେଣୁ ଏହି ମ୍ୟାଚ୍‌ରେ ବିଜୟୀ ହେବା ଛଡ଼ା ଦୁଇ ଦଳ ପାଇଁ ଆଉ କୌଣସି ରାସ୍ତା ନାହିଁ। ୪୩ ବର୍ଷ ପରେ ଭାରତକୁ ପୁଣିଥରେ ବଶ୍ୱକପ୍‌ ଚାମ୍ପିୟନ ହେବାପାଇଁ ସୁଯୋଗ ମିଳିଛି। ପୁଣି ଘରୋଇ ପରିବେଶ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି କରିଛି। ଫଳରେ ଭାରତ ଉପରେ ପ୍ରଶଂସକଙ୍କ ପ୍ରବଳ ଆଶା ରହିଛି। ତେଣୁ ଭାରତ ପାଇଁ ଏହି କାର୍ଯ୍ୟ ଆଦୌ ସହଜ ହେବ ନାହିଁ। ଭାରତ ଲାଗି ଏବେ ଅଗ୍ନିପରୀକ୍ଷାର ସମୟ ଆସିଛି କହିଲେ ଭୁଲ ହେବ ନାହିଁ। 

ଭାରତର ହକି ପରମ୍ପରା ବେଶ୍‌ ଦୃଢ ରହିଆସିଛି। ୧୯୭୫ରେ ଭାରତ ଶେଷଥର ପାଇଁ ହକି ବିଶ୍ୱକପ୍‌ରେ ସେମିଫାଇନାଲ ଖେଳିଥିଲା ଓ ଏହି ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଥିଲା। 

ଘରୋଇ ପରିବେଶରେ ଭାରତ ଉନ୍ନତ ପ୍ରଦର୍ଶନ କରି ବାଜି ମାରିବା ଅଶା କରାଯାଉଛି। ଭାରତ ମଧ୍ୟ ଗତ କିଛିବର୍ଷ ମଧ୍ୟରେ ଦମ୍‌ଦାର ପ୍ରଦର୍ଶନ କରୁଛି। କିନ୍ତୁ ଇତିହାସ ଭାରତ ସପକ୍ଷରେ ନାହିଁ। ବିଶ୍ୱକପ୍‌ରେ ଭାରତ ନେଦରଲାଣ୍ଡ୍ସକୁ କେବେ ବି ହରାଇ ନାହିଁ। ପ୍ରତି ୪ ବର୍ଷରେ ଖେଳାଳଯାଇଥିବା ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ଓ ଭାରତ ପରସ୍ପରକୁ ୬ଥର ଭେଟିଛନ୍ତି। ଏଥିରେ ନେଦରଲାଣ୍ଡ୍ସ ୫ଥର ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। 

ଯଦି ମନପ୍ରୀତି ସିଂଙ୍କ ନେତୃତ୍ୱାଧୀନ ଭାରତ ନେଦରଲାଣ୍ଡ୍ସକୁ ହରାଇ ସେମିକୁ ଉଠେ, କେବଳ ଏହି ପରାଜୟ ଧାରାକୁ ଭଙ୍ଗ କରିବ ନାହିଁ ଏଥି ସହିତ ଭାରତୀୟ ହକିରେ ଏହି ବିଜୟ ସ୍ବାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। 

ଏବେକାର ଫର୍ମ ଓ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିକୋଣରୁ ବିଚାର କଲେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ସେତେଟା ଫରକ ନାହିଁ। ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ର଼୍ୟାଙ୍କିଙ୍ଗ୍‌ରେ ନେଦରଲାଣ୍ଡ୍ସ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭାରତ ଗୋଟିଏ ସ୍ଥାନ ତଳକୁ ଅର୍ଥାତ୍‌ ପଞ୍ଚମ ସ୍ଥାନରେ ରହିଛି। ଶେଷଥର ପାଇଁ ଭାରତ ଓ ନେଦରଲାଣ୍ଡ୍ସ ଗତ ଚାମ୍ପିୟନ୍ସ ଟ୍ରଫିରେ ପରସ୍ପରକୁ ଭେଟିଥିଲେ ଓ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। 

ମୋଟ ଉପରେ ଦେଖିବାକୁ ଗଲେ ଭାରତ ଓ ନେଦରଲାଣ୍ଡ୍ସ ପରସ୍ପରକୁ ୧୦୫ଥର ଭେଟିଛନ୍ତି। ଏଥିରେ ମଧ୍ୟ ନେଦରଲାଣ୍ଡ୍ସ ଭାରତକୁ ପଛରେ ପକାଇଛି। ଭାରତ ୩୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୪୮ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ବାକି ମ୍ୟାଚ୍‌ଗୁଡିକ ଅମୀମାଂସିତ ଭାବେ ଶେଷ ହୋଇଛି। 

ତେବେ ୨୦୧୩ ପରଠାରୁ ଉଭୟ ଦଳ ୯ଥର ପରସ୍ପରକୁ ଭେଟିଛନ୍ତି। ଉଭୟ ଦଳ ୪ଟି ଲେଖାଏ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। 

ରେକର୍ଡ ନେଦରଲାଣ୍ଡ୍ସ ସପକ୍ଷରେ ଥିଲେ ମଧ୍ୟ ଗତ କିଛିବର୍ଷ ମଧ୍ୟରେ ଆମେ ଏହି ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିଛୁ। ଆମେ ମଧ୍ୟ ନେଦରଲାଣ୍ଡ୍ସକୁ ପରାସ୍ତ କରିଛୁ ଓ ଚାମ୍ପିୟନ୍ସ ଟ୍ରଫିରେ ମ୍ୟାଚ୍‌ ଡ୍ର ରଖିଛୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ କହିଛନ୍ତି। ଭାରତୀୟ ହକି ଇତିମଧ୍ୟରେ ଯଥେଷ୍ଟ ପରିମାଣରେ ଉନ୍ନତି କରିଛି। ତେଣୁ କ୍ୱାର୍ଟର ଫାଇନାଲରେ ଯେଉଁ ଦଳ ଭଲ ଖେଳିବ ସେହି ଦଳ ବିଜୟ ହାସଲ କରିବ ବୋଲି ମନପ୍ରୀତ କହିଛନ୍ତି। ଭାରତ ଓ ନେଦରଲାଣ୍ଡ୍ସର ହକି ଖେଳିବାର ଶୈଳୀ ପ୍ରାୟ ଏକପ୍ରକାର। ଉଭୟ ଦଳ ଦ୍ରୁତି ଓ ଆକ୍ରମଣାତ୍ମକ ହକି ଖେଳିଥାନ୍ତି। ଭଭୟ ଦଳ ଗୋଲ ସ୍କୋରି ବିଜୟ ହାସଲ କରବାରେ ବିଶ୍ୱାସ ରଖିଥାନ୍ତି। 

ପୁଲ୍‌ ପର୍ଯ୍ୟାୟରେ ଉଭୟ ଦଳ ବହୁତ ଗୋଲ ସ୍କୋର କରିଛନ୍ତି। ଭାରତ  ୧୨ଟି ଗୋଲ ସ୍କୋର କରିଥିବା ବେଳେ ୩ଟି ଗୋଲ ବରଣ କରିଛି। ଅନ୍ୟପଟେ ଡଚ୍‌ ଦଳ ୧୮ଟି ଗୋଲ ସ୍କୋର କରିଥିବା ବେଳେ ୫ଟି ଗୋଲ ବରଣ କରିଛି। 

ନେଦରଲାଣ୍ଡ୍ସ ଦଳରେ ଅଧିନାୟକ ବିଲି ବେକ୍କେର, ସେଭେ ଭାନ ଆସ୍‌, ଜେରୋଏନ ହେର୍ଜବର୍ଜର, ମିରକୋ ପ୍ରୁଜସେର, ରୋବେର୍ଟ କେମ୍ପେରମ୍ୟାନ, ଥିଏରୀ ବ୍ରିଙ୍କମ୍ୟାନଙ୍କ ଭଳି ମ୍ୟାଚ୍‌ ଉଇନର ତଥା ଅଭିଜ୍ଞ ଖେଳାଳି ରହିଛନ୍ତି। ଏହି ଖେଳାଳିମାନଙ୍କୁ ନେଇ ନେଦରାଲଣ୍ଡ୍ସର ମିଡ୍‌ଫିଲ୍ଡ ଓ ଷ୍ଟାଇକ୍‌ ଫୋର୍ସ ବେଶ୍‌ ବଳିଷ୍ଠ। ତେଣୁ ଭାରତୀୟ ଡିଫେନ୍ସ୍‌ କ୍ୱାର୍ଟର ଫାଇନାଲରେ ପ୍ରକୃତ ପରୀକ୍ଷାର ସମ୍ମୁଖୀନ ହେବ। 

ଅପରପକ୍ଷରେ ଭାରତ ଷ୍ଟାଇକର ମନଦୀପ ସିଂ, ସିମରନଜିତ୍‌ ସିଂ, ଲଳିତ ଉପାଧ୍ୟାୟ ଓ ଆକାଶଦୀପ ସିଂଙ୍କ ପ୍ରଦର୍ଶନ ଉପରେ ଭରସା କରିବ। 

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଭରପୂର ଦର୍ଶକ ରହିବେ। ଫଳରେ ଭାରତୀୟ ଦଳ ଉପରେ ପ୍ରବଳା ଚାପ ରହିବ। ତେଣୁ ଘରୋଇ ଦଳର ତ୍ରୁଟିରୁ ଡଚ୍‌ ଦଳ ଫାଇଦା ଉଠାଇବାକୁ ପ୍ରୟାସ କରିବ। 

ତେବେ ପ୍ରଥମଥର ପାଇଁ ଆମେ ଭରପୂର ଦର୍ଶକଙ୍କ ସମ୍ନାରେ ଖଳୁନାହୁଁ। ପୂର୍ବରୁ ଆମେ ଖଚାଖଚ୍‌ ଭରା ଦର୍ଶକଙ୍କ ଉପସ୍ଥିତିରେ ଖେଳିଛୁ ଓ ବିଜୟୀ ମଧ୍ୟ ହୋଇଛୁ ବୋଲି ନେଦରଲାଣ୍ଡ୍ସ କୋଚ୍‌ ମ୍ୟାକ୍ସ କାଲଡାସ କହିଛନ୍ତି। ଆମେ ନିଜସ୍ବ ଶୈଳୀରେ ଖେଳିବୁ। ନିଜ ଖେଳ ନେଇ ଆମେ ବ୍ୟସ୍ତ ରହିବୁ। ଭାରତ ନେଇ ଆମେ ଆଦୌ ବ୍ୟସ୍ତ ନାହୁଁ। କାରଣ ଭାରତ କିଭଳି ଖେଳିବ ସେ ନେଇ ଆମେ କିଛି ଜାଣିନାହୁଁ। ଭାରତ ଉପରେ ପ୍ରବଳ ଚାପ ରହିଛି ବୋଲି ନେଦରଲାଣ୍ଡ ଅଧିନାୟକ ବେକ୍କେର କହିଛନ୍ତି। ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତକୁ ଭଲ ଖେଳିବାକୁ ହେବ ଓ ଏହା ଘରୋଇ ଦଳ ଉପରେ ଚାପ ସୃଷ୍ଟି କରିବ। 

ପୁଲ ସି’ରେ ଭାରତ ୩ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହ  ୭ ପଏଣ୍ଟ ପାଇ ଶୀର୍ଷରେ ରହି କ୍ୱାର୍ଟର ଫାଇନାଲକୁ ଉଠିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ସେହିପରି ବେଲଜିୟମ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌କୁ ଭାରତ ୨-୨ ଗୋଲରେ ଅମୀମାଂସିତ ରଖିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ କାନାଡ଼ାକୁ ହରାଇଥିଲା। 

ଅନ୍ୟପଟେ ପୁଲ୍‌ ଡି’ରେ ନେଦରଲାଣ୍ଡ୍ସ ୩ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ନେଦରଲାଣ୍ଡ୍ସ ପ୍ରଥମ ମ୍ୟାଚ୍‌ରେ ୭-୦ ଗୋଲରେ ମାଲେସିଆକୁ ହରାଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୪-୧ ଗୋଲରେ ହାରିଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ୫-୧ ଗୋଲରେ ହରାଇଥିଲା। ଏହା ପରେ କ୍ରସ୍‌ ଓଭର ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୫-୦ ଗୋଲରେ କାନାଡ଼ାକୁ ହରାଇଥିଲା। 

All Right Reserved By

ଖେଳ |

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଟାଟା ଫୁଟବଲ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ଟାଟା-ଉତ୍କଳିକା କପ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଜାମସେଦପୁରର ଟାଟା ଫୁଟବଲ ଏକାଡେମୀ (ଟିଏଫଏ) ୨-୧ ଗୋଲରେ ଫୁଲବାଣୀ ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ରଜତ ନାଗ୍‌ଙ୍କ ୭ମ ମିନିଟ ଗୋଲ ବଳରେ ଫୁଲବାଣୀ ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଟାଟା ଦଳ ପ୍ରଭାବୀ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।

ଭିଜି ଟ୍ରଫି: ଦକ୍ଷିଣାଞ୍ଚଳଠାରୁ ହାରିଲା ପୂର୍ବାଞ୍ଚଳ

ଭିଜି ଟ୍ରଫି: ଦକ୍ଷିଣାଞ୍ଚଳଠାରୁ ହାରିଲା ପୂର୍ବାଞ୍ଚଳ

କଟକ ଅଫିସ,୧୯ା୩-
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ମଧ୍ୟପ୍ରଦେଶ ଗ୍ବାଲିୟରର ସିନ୍ଧିଆ ସ୍କୁଲ ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ଭିଜି ଟ୍ରଫିର ଏକ ମ୍ୟାଚ୍‌ରେ ଦକ୍ଷିଣାଞ୍ଚଳ ୩ ଉଇକେଟରେ ପୂର୍ବାଞ୍ଚଳକୁ ପରାସ୍ତ କରିଛି ।  ଦଳ ପରାଜିତ ହୋଇଥିଲେ ହେଁ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ରାଜେଶ ଧୂପର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ। ସେ ୯୦ରନ୍‌ର ଇନିଂସ ଖେଳିଥିଲେ । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଉତ୍ତରାଞ୍ଚଳଠାରୁ ୪୬ରନରେ ହାରିଥିବା ପୂର୍ବାଞ୍ଚଳ ପରବର୍ତ୍ତୀ ମ୍ୟାଚ୍‌ ଗୁରୁବାର ପଶ୍ଚିମାଞ୍ଚଳ ବିପକ୍ଷରେ ଖେଳିବ । ୨ଟି ପରାଜୟ ସହ ପୂର୍ବାଞ୍ଚଳ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି।

ଆଇପିଏଲ୍‌ରେ  ଗ୍ଲାମର

ଆଇପିଏଲ୍‌ରେ ଗ୍ଲାମର

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ କ୍ରିକେଟ୍‌ ଓ ମନୋରଞ୍ଜନର କକ୍‌ଟେଲ ବୋଲି କୁହାଯାଏ। ଏଭଳି କହିବା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ଆଇପିଏଲ୍‌ରେ ପୁରୁଷ ଖେଳାଳିମାନେ କ୍ରିକେଟ୍‌ ମଇଦାନରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ମହିଳା ଆଙ୍କରମାନେ ଖେଳରେ ଥିବା ନିଜ ଜ୍ଞାନକୁ ନେଇ ଚମତ୍କାର ଶବ୍ଦ ଜାଲରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ଫଳରେ ମ୍ୟାଚ୍‌ର ମଜା ଦ୍ୱିଗୁଣିତ ହୋଇଯାଏ। 

୫ ହଜାର ରନ୍‌ ଦୌଡ଼ରେ ରାଇନା, କୋହଲି

୫ ହଜାର ରନ୍‌ ଦୌଡ଼ରେ ରାଇନା, କୋହଲି

ନୂଆଦିଲ୍ଲୀ, ୧୯।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଆସନ୍ତା ୨୩ରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବାରୁ ମହେନ୍ଦ୍ର ସିଂଙ୍କ ନେତୃତ୍ୱାଧୀନ ଘରୋଇ ଚେନ୍ନାଇ ଏହି ମ୍ୟାଚ୍‌ ଜିତି ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। 

ମୁମ୍ବାଇ କୋଚ୍‌ କୋଷ୍ଟାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ କୋଚ୍‌ କୋଷ୍ଟାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ, ୧୯।୩(ପି.ଟି.)- ପର୍ତ୍ତୁଗାଲର ପ୍ରାକ୍ତନ ଅନ୍ତର୍ଜାତୀୟ ଫୁଟ୍‌ବଲ ତାରକା ଜର୍ଜ କୋଷ୍ଟା ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ମଧ୍ୟ ମୁମ୍ବାଇ ସିଟି ଏଫ୍‌ସିର କୋଚ୍‌ ରହିବେ। କୋଷ୍ଟାଙ୍କ କାର୍ଯ୍ୟକାଳ ସୀମାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଥିବା ନେଇ ମୁମ୍ବାଇ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। 

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା